ରେମୁଣା
Appearance
ରେମୁଣା | |
---|---|
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ବାଲେଶ୍ୱର |
ବିଧାନ ସଭା ନିର୍ବାଚନ ମଣ୍ଡଳୀ | ରେମୁଣା |
Elevation | 20 m (70 ft) |
Time zone | ଭାରତୀୟ ମାନକ ସମୟ (+୫.୩୦) |
ପିନ କୋଡ଼ | ୭୫୬୦୧୯ |
ଟେଲିଫୋନ କୋଡ଼ | ୦୬୭୮୨୭ |
ରେମୁଣା ଓଡ଼ିଶାର ବାଲେଶ୍ୱରର ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ।
ଭୂଗୋଳ
[ସମ୍ପାଦନା]ରେମୁଣା 37°3′45″N 95°40′37.44″W / 37.06250°N 95.6770667°Wଠାରେ ଅବସ୍ଥିତ ।[୧] ଏହାର ହାରାହାରି ଉଚ୍ଚତା ୨୦ ମିଟର (୬୫ ଫୁଟ) ।
ନଦୀ
[ସମ୍ପାଦନା]- ସପ୍ତସରା ନଦୀ
- ସୋନ ନଦୀ
- ଗଙ୍ଗାହାର ନଦୀ
ଜନଗଣନା
[ସମ୍ପାଦନା]୨୦୦୧ ଜନଗଣନା ଅନୁସାରେ ରେମୁଣାର ଜନସଂଖ୍ୟା ୨୮,୯୫୮ । ପୁରୁଷ ୫୨ % ଓ ମହିଳା ୪୮% । ହାରାହାରି ସାକ୍ଷରତା ହାର ୬୩% ଯାହା ଜାତୀୟ ସାକ୍ଷରତା ହାର ୫୯.୫%ରୁ ଅଧିକ । ପୁରୁଷ ସାକ୍ଷରତା ୬୯% ଓ ମହିଳା ସାକ୍ଷରତା ୫୩% । ମୋଟ ଜନସଂଖ୍ୟାର ୧୪%ରୁ ଅଧିକ ୬ ବର୍ଷରୁ କମ ବୟସର ।
ପର୍ଯ୍ୟଟନ
[ସମ୍ପାଦନା]ପୁରାତନ ଐତିହ୍ୟ
[ସମ୍ପାଦନା]- କ୍ଷୀରଚୋରା ଗୋପୀନାଥ ମନ୍ଦିର: ଏହା ୧୨ଶ ଶତକରେ ନିର୍ମିତ ଏକ ପୁରାତନ ମନ୍ଦିର । ଉତ୍କଳର ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହାର ନିର୍ମାଣ କରାଯାଇଥିଲା । ଏଠାକାର କ୍ଷୀର ଭୋଗ ଓ ଅବଢ଼ା ପ୍ରସାଦ ଖୁବ ଜଣାଶୁଣା ।[୨]
- ଜଗନ୍ନାଥ ମନ୍ଦିର
- ଗଉଡ଼ିୟ ରାଧାକୃଷ୍ଣ ମନ୍ଦିର
- ଗର୍ଗେଶ୍ୱର ମହାଦେବ ମନ୍ଦିର
- ମାଧବେନ୍ଦ୍ର ଗଉଡି଼ୟ ମଠ
- କନକ ଦୁର୍ଗା ମନ୍ଦିର
ଗମନା ଗମନ
[ସମ୍ପାଦନା]ଏହା ବାଲେଶ୍ୱର ସହରଠାରୁ ୯ କି.ମି. ଦୂରରେ ଅବସ୍ଥିତ । ଏଠାରେ ରହିବା ନିମନ୍ତେ ଥିବା ଏକ ସରକାରୀ ଯାତ୍ରୀ ନିବାସ ରହିଛି ।[୩] ଓ ଅନେକ ଲଜ ଓ ହୋଟେଲ ଅଛି ।
କଳା
[ସମ୍ପାଦନା]ରେମୁଣା ଓଡ଼ିଶାରେ ଓ ସାରା ଭାରତରେ କଂସା ଓ ପିତ୍ତଳ ବାସନ ପାଇଁ ଜଣାଶୁଣା ।ଏଠାକାର ସ୍ଥାନୀୟ କଳାକାର ସୂକ୍ଷ୍ମ କୋଟିକମ କରା ଏହି ବାସନ ଏଠାକାର ବିପଣୀରେ ବିକ୍ରି ହେବା ସହିତ ବାହାରକୁ ମଧ୍ୟ ପଠାଯାଇଥାଏ ।
ଆଧାର
[ସମ୍ପାଦନା]- ↑ Falling Rain Genomics, Inc - Remuna
- ↑ Khirochora Gopinatha temple. eOdissa.com
- ↑ Yatri Nivas - Remuna, Orissa, Orissa Archived 2011-10-08 at the Wayback Machine.. HolidayIQ.com