ସୁବର୍ଣ୍ଣପୁର

ଉଇକିପିଡ଼ିଆ‌ରୁ
(ସୋନପୁରରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/softredirect' not found. with short description]]

ସୋନପୁର
ସୁବର୍ଣ୍ଣପୁର
ସହର
ଦେଶ India
ରାଜ୍ୟଓଡ଼ିଶା
ଜିଲ୍ଲାସୁବର୍ଣ୍ଣପୁର
Area
 • ସମୁଦାୟ2,284.89 km2 (882.20 sq mi)
Elevation
121 m (397 ft)
Population
 (2001)
 • Total୧୭,୫୩୫
 • Density7.7/km2 (20/sq mi)
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)
PIN
767017
Telephone code06654
ଯାନବାହାନ ପଞ୍ଚୀକରଣOD 31
Websitesubarnapur.nic.in

ସୋନପୁର ଭାରତର ଓଡ଼ିଶାରେ ଥିବା ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର ।

ଭୂଗୋଳ[ସମ୍ପାଦନା]

ଇତିହାସ[ସମ୍ପାଦନା]

ପର୍ଯ୍ୟଟନ[ସମ୍ପାଦନା]

ହିନ୍ଦୁ ମନ୍ଦିର[୧][ସମ୍ପାଦନା]

  • ଶଶିସେଣା ମନ୍ଦିର: ଏହିମନ୍ଦିରର କୌଣସି ପ୍ରବେଶ ପଥ ନଥିବାରୁ ଏହା ଆଞ୍ଚଳିକ ଭାଷାରେ ନିମୁଁହ ଦେଉଳ ଭାବେ ପରିଚିତ । ଅମରାବତୀ ରାଜ୍ୟ ରାଜକୁମାରୀ ଶଶିସେଣା ଓ ସୁବର୍ଣ୍ଣପୁର ରାଜ୍ୟର ମନ୍ତ୍ରୀଙ୍କ ପୁଅ ଅହିମାଣିକ୍ୟର ଅନାବିଳ ପ୍ରେମର ସ୍ମୃତିରେ ଏହି ମନ୍ଦିର ନିର୍ମିତ । କବି ପ୍ରତାପ ରାୟ ଶଶିସେଣା କାବ୍ୟରେ ଏହି କିମ୍ବଦନ୍ତୀକୁ ଜୀବନ୍ତ ରୂପ ଦେଇଛନ୍ତି ।
  • ସୁବର୍ଣ୍ଣମେରୁ ମନ୍ଦିର: ଏହା ସୋନପୁର ସହରର ଦକ୍ଷିଣ ଦିଗରେ ତେଲ ନଦୀ କୂଳରେ ଅବସ୍ଥିତ ।
  • ରାମେଶ୍ୱର ମନ୍ଦିର: ଏହା ମହାନଦୀ ଓ ତେଲନଦୀର ସଙ୍ଗମସ୍ଥଳରେ ଅବସ୍ଥିତ । କିମ୍ବଦନ୍ତୀ ମତେ ଲଙ୍କାବିଜୟ ପରେ ରାମଚନ୍ଦ୍ର ରାମେଶ୍ୱର ଶିବଙ୍କ ପ୍ରତିଷ୍ଠା କରିଥିଲେ ।
  • ଗୋକର୍ଣ୍ଣେଶ୍ୱର ମନ୍ଦିର: ଏହା ସୋନପୁର ସହରର ପଶ୍ଚିମ ଦିଗରେ ଅବସ୍ଥିତ । ଏଠାରେ ରାମଚଣ୍ଡୀଙ୍କ ସହ ଗୋକର୍ଣ୍ଣେଶ୍ୱରଙ୍କୁ ପୂଜା କରାଯାଏ ।
  • ପଶ୍ଚିମ ସୋମନାଥ ମନ୍ଦିର: ଏହା ସୋନପୁର ସହରର ପଶ୍ଚିମ ଦିଗରେ ଅବସ୍ଥିତ ଏକ ଶିବ ମନ୍ଦିର । ସୋମନାଥ ସୋମବଂଶୀ ରାଜବଂଶର ଇଷ୍ଟଦେବତା ଥିବା କହାଯାଏ ।
  • ପଞ୍ଚରଥ ମନ୍ଦିର: ଏହା ସହରର ମଧ୍ୟସ୍ଥଳରେ ଅବସ୍ଥିତ । ରଥାକୃତିରେ ନିର୍ମିତ ପାଞ୍ଚଟି ମନ୍ଦିରର ଗର୍ଭଗୃହରେ ଶିବ, ପାର୍ବତୀ, ଗଣେଶ, କାର୍ତ୍ତିକେୟ ଓ ବୃଷଭଙ୍କ ବିଗ୍ରହ ସ୍ଥାପିତ ହୋଇ ପୂଜା ପାଉଛନ୍ତି । କିମ୍ବଦନ୍ତୀ ମତେ ଯୁବରାଜ ସୋମଭୂଷଣଙ୍କ ଅକାଳ ବିୟୋଗରେ ମର୍ମାହତ ହୋଇ ରାଜା ବୀରମିତୋଜୟ ସିଂହଦେବ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏହି ମନ୍ଦିରକୁ ନିର୍ମାଣ କରିଥିଲେ ।
  • ସୁରେଶ୍ୱରୀ ମନ୍ଦିର ସହରର ସର୍ବପ୍ରାଚୀନ ଚଣ୍ଡୀମନ୍ଦିର । କିମ୍ବଦନ୍ତୀ ମତେ ପର୍ଶୁରାମ କ୍ଷତ୍ରୀୟ ସଂହାର ପରେ ସୁରେଶ୍ୱରୀ ଦେବୀଙ୍କୁ ସ୍ଥାପନ କରିଥିଲେ । ସୋମବଂଶୀ ରାଜା ପ୍ରଥମ ଜନ୍ମେଜୟଙ୍କ ରାଜତ୍ୱ କାଳରେ ସୁରେଶ୍ୱରୀ ଦେବୀ ଦୁର୍ଗଦ୍ୱାରରେ ଅଧିଷ୍ଠିତ ହୋଇ ନଗର ଦେବୀ ଭାବରେ ପୂଜିତା ହେଉଥିଲେ । କାଳକ୍ରମେ ଏହି ଦୁର୍ଗ ଧ୍ୱଂସ ପାଇ ପୁଷ୍କରଣୀରେ ପରିଣତ ହୋଇ ମନ୍ଦିର ନିକଟରେ ଅଛି ।
  • ମାଣିକେଶ୍ୱରୀ ମନ୍ଦିର ସହରର କୈବର୍ତ୍ତମାନଙ୍କ ଇଷ୍ଟଦେବୀଙ୍କ ମନ୍ଦିର । ଏହା ସହରର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ । ମାଣିକେଶ୍ୱରୀ ଗଙ୍ଗରାଜ ବଂଶର ଇଷ୍ଟଦେବୀ ଭାବେ ପୂଜା ପାଉଥିଲେ ।

ଆଧାର[ସମ୍ପାଦନା]

  1. "ସୋନପୁରର ମନ୍ଦିର". ସୂର୍ଯ୍ୟପ୍ରଭା. {{cite news}}: |access-date= requires |url= (help); Check date values in: |accessdate= (help)

ବାହାର ତଥ୍ୟ[ସମ୍ପାଦନା]