ଓସ୍ତ

ଉଇକିପିଡ଼ିଆ‌ରୁ

ଅଶ୍ୱତ୍ଥ (ଓସ୍ତ)
ଅଶ୍ୱତ୍ଥ ଗଛର ଗଣ୍ଡି ଓ ପତ୍ର
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ବିଭାଗ: Magnoliophyta
ବର୍ଗ: Magnoliopsida
ଗଣ: Rosales
କୁଳ: Moraceae
ପ୍ରଜାତି: Ficus
ଜାତି: F. religiosa
ବାଇନୋମିଆଲ ନାମ
Ficus religiosa

ଓସ୍ତ ବା ଅଶ୍ୱତ୍ଥ ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଏହା ଓଡ଼ିଶାର ରାଜ୍ୟ ବୃକ୍ଷ ।

ବିବିଧ ଭାରତୀୟ ପ୍ରାଦେଶିକ ନାମ[ସମ୍ପାଦନା]

ଏହି ଗଛ ତଳେ ବୁଦ୍ଧ ବୁଦ୍ଧତ୍ୱ ଲାଭ କରିଥିବା ହେତୁ ଏହାକୁ ବୋଧିଦ୍ରୁମ ମଧ୍ୟ କୁହାଯାଏ । ତେବେ ଅନ୍ୟାନ୍ୟ ଭାଷାନୁସାରେ କିଛି ଉଲ୍ଲେଖଯୋଗ୍ୟ ନାମଗୁଡ଼ିକ ହେଲା:

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଓସ୍ତ, ଅଶ୍ୱତ୍ଥ
ସଂସ୍କୃତ ପିପ୍ପଳ, ଚଳଦଳ, ଅଶ୍ୱଥି, ବୋଧିଦ୍ରୂମ, ଗଜାସନ ଓ ଚଳପତ୍ର
ହିନ୍ଦୀ ପିପ୍ପଳ
ତେଲୁଗୁ କୁଳୁଦିରୁ, ଚେଟ୍ଟୁ, ଇଚ୍ଚେଟୁ
ବଙ୍ଗଳା ଅଶୋଥି

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

ମହାବୋଧି ଦେଉଳରେ ଥିବା ବୋଧି (ଓସ୍ତ)ବୃକ୍ଷ

କଷାୟ ରସ, ଗୁରୁପାକ, ପିତ୍ତଘ୍ନ, ଶୀତବୀର୍ଯ୍ୟ, ବର୍ଣକାକର ତଥା ଶ୍ଳେଷ୍ମ, କଫ, ବ୍ରଣ, କ୍ଷତ, ରକ୍ତବିକୃତି, ଗଳକ୍ଷତ, ମୁଖକ୍ଷତ, ଦନ୍ତପୀଡ଼ା, ଯୋନିରୋଗ ଓ ପ୍ରମେହ ଆଦି ରୋଗର ନିବାରକ ।

ଅମଙ୍ଗଳ ଦୂର ହେବ ବୋଲି ଆଶାକରି ଅନେକ ଲୋକ ଏହି ଗଛ ମୂଳରେ ପ୍ରତ୍ୟହ ଧୂପ ଓ ଦୀପ ପ୍ରଦାନ କରିଥାନ୍ତି ।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]

  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।
  • Sacred fig description
  • Benefits of Peepal
  • Entry on Bodhi Tree in the Buddhist Dictionary of Pali Proper Names
  •  "article name needed. Encyclopædia Britannica Eleventh Edition (11th ed.). 1911.
  •  "Peepul" . Encyclopedia Americana. 1920.