ଯାଜପୁର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଯାଜପୁର
ସହର
Country  India
State ଓଡ଼ିଶା
District ଯାଜପୁର
Government
 • ଜିଲ୍ଲାପାଳ ଶ୍ରୀ ରଞ୍ଜନ କୁମାର ଦାସ
ଉଚ୍ଚତା 8 m (26 ft)
Population (2001)
Languages
IST (UTC+5:30)
ପିନ କୋଡ଼ ୭୫୫xxx
Telephone code ୦୬୭୨୮ & ୦୬୭୨୬
ଗାଡ଼ି ପଞ୍ଜିକରଣ ଓଡି-୦୪ & ଓଡି-୩୪
ୱେବସାଇଟ jajpur.nic.in


ଏହି ଲେଖାଟି 'ଯାଜପୁର ସହର' ବାବଦରେ । 'ଯାଜପୁର ଜିଲ୍ଲା' ନିମନ୍ତେ, ଯାଜପୁର ଜିଲ୍ଲା ପ୍ରସଙ୍ଗଟି ଦେଖନ୍ତୁ ।

ଯାଜପୁର ନଦୀରେ ଭରା ଓଡ଼ିଶାର ଏକ ସହର । ଏହାର ଉତ୍ତର ଦିଗ ରେ ଭଦ୍ରକ ଜିଲ୍ଲା ଅଛି । ଯାଜପୁରଠାରେ ଥିବା ବିରଜା ମନ୍ଦିର ଓଡ଼ିଶାର ସର୍ବତ୍ର ପରିଚିତ, ଯାଜପୁରକୁ ସେଇଥିପାଇଁ ବିରଜା କ୍ଷେତ୍ର ବୋଲି କୁହାଯାଏ । କେଶରୀ ରାଜାଙ୍କ ଶାସନ କାଳରେ ଏହା ଓଡ଼ିଶାର ରାଜଧାନୀ ଥିଲା, କାଳକ୍ରମେ କଟକକୁ ଉଠିଗଲା ଓଡ଼ିଶାର ରାଜଧାନୀ । "ଯାଜପୁର" ଶବ୍ଦ ର ବ୍ୟୁତ୍ପତ୍ତି ହୋଇଛି ସଂସ୍କୃତ ଶବ୍ଦ "ୟାଜ୍" ଅର୍ଥାତ୍ ୟଜ୍ଞ କରିବା ରୁ, ବା ଏହା ଯାଗୟଜ୍ଞ କରିବାକୁ ବୁଝାଏ । ଏଠାରେ ଯଯାତି କେଶରୀ ଦଶଟି ଅଶ୍ୱମେଧ ଯଜ୍ଞ କରାଇଥିଲେ ଏବଂ କାନ୍ୟକୁବ୍ଜ ରୁ ୧୦,୦୦୦ ବ୍ରାହ୍ମଣ ଅଣାଇଥିଲେ ତଥା ଓଡ଼ିଶାରେ ସେମାନଙ୍କୁ ଜାଗା ଜମି ଦେଇ ଶାସନ ଦାନ କରିଥିଲେ । ତେଣୁ ଏହି ସ୍ଥାନ କୁ ଯାଜପୁର, ଯାଜନଗର, ୟଜ୍ଞପୁର ମଧ୍ୟ କୁହାଯାଏ ।

ଇତିହାସ[ସମ୍ପାଦନା]

ଓଡ଼ିଶାରେ ଯାଜପୁର ସହରଟି ବହୁ ପୁରାକାଳରୁ ବିରଜା ଠାକୁରାଣୀଙ୍କ ନାମାନୁସାରେ ବିରଜାକ୍ଷେତ୍ର ନାମରେ ପ୍ରସିଦ୍ଧି ଲାଭ କରିଛି। ଏହି ସହରଟି ପବିତ୍ର ବୈତରଣୀ ନଦୀ କୂଳରେ ଅବସ୍ଥିତ । ବିରଜା ଯାଜପୁରର ପ୍ରସିଦ୍ଧ ଶକ୍ତିପୀଠ ତଥା ଅଧିଷ୍ଠାତ୍ରୀ ଦେବୀ। ଏଠରେ ବହୁ ପୁର୍ବରୁ ଭୌମବଂଶୀୟ ରାଜାମନେ ରାଜୁତି କରୂଥିଲେ । ଦଶମ ଶତାବ୍ଦୀରେ ଭୌମରାଜତ୍ଵପରେ କେଶରୀ ବଂଶର ରାଜା ଯଯାତୀ କେଶରୀ ଏଠରେ ରାଜଧାନୀ ସ୍ଥାପନକରି କିଛି ବର୍ଷ ରାଜତ୍ଵ କଲେ ସେହି କେଶରୀ ବଂଶର ରାଜା ଯଯାତୀ କେଶରୀ ଯାଜପୁରରେ ଅନେକ ଦେବଦେବୀ ମନ୍ଦିର ନିର୍ମାଣ କରିଥିଲେ । ସେହି ସମୟରେ ଅନେକ କିର୍ତ୍ତୀ ଏଠରେ ଅଦ୍ୟାବଧି ଦେଖିବାକୁ ମିଳିଥାଏ। ରାଜା ଯଯାତି କେଶରୀଙ୍କ ରାଜତ୍ଵ ସମୟରେ ଯାଜପୁର ସହର ନିକଟରେ ଥିବା ପବିତ୍ର ବୈତରଣୀ ନଦୀ କୂଳରେ ସେ ଦଶାଶ୍ବମେଧ ଯଞ୍ଜ କରାଇଥିଲେ। । କେଶରୀ ରାଜାଙ୍କ ଶାସନ କାଳରେ ଏହା ଓଡ଼ିଶାର ରାଜଧାନୀ ଥିଲା, କାଳକ୍ରମେ କଟକକୁ ଉଠିଗଲା ଓଡ଼ିଶାର ରାଜଧାନୀ । "ଯାଜପୁର" ଶବ୍ଦ ର ବ୍ୟୁତ୍ପତ୍ତି ହୋଇଛି ସଂସ୍କୃତ ଶବ୍ଦ "ୟାଜ୍" ଅର୍ଥାତ ୟଜ୍ଞ କରିବାରୁ, ବା ଏହା ଯାଗୟଜ୍ଞ କରିବାକୁ ବୁଝାଏ । ଏଠାରେ ଯଯାତି କେଶରୀ ଦଶଟି ଅଶ୍ୱମେଧ ଯାଗ କରାଇଥିଲେ ଏବଂ କାନ୍ୟକୁବ୍ଜ ରୁ ୧୦,୦୦୦ ବ୍ରାହ୍ମଣ ଅଣାଇଥିଲେ ତଥା ଓଡ଼ିଶାରେ ସେମାନଙ୍କୁ ଜାଗା ଜମି ଦେଇ ଶାସନ ଦାନ କରିଥିଲେ । ତେଣୁ ଏହି ସ୍ଥାନ କୁ ଯାଜପୁର, ଯାଜନଗର, ୟଜ୍ଞପୁର ମଧ୍ୟ କୁହାଯାଏ । ତେଣୁ ସେହି ଦିନଠାରୁ ସେହି ଯଞ୍ଜସ୍ଥାନ ଦଶାଶ୍ବମେଧ ଘାଟ ନାମରେ ପରିଚିତ ଯଯାତୀ କେଶରୀ ରାଜତ୍ଵ ସମୟରେ ଯାଜପୁରକୁ ଯଯାତିନଗର ବୋଲି ଆଖ୍ୟା ଦିଆଯାଇଥିଲା ।

ଯାଜପୁର ଅଞ୍ଚଳରେ ଅନେକ ବୌଦ୍ଧକିର୍ତ୍ତୀ ଓ ବୌଦ୍ଧ ପୀଠ ରହିଛି । ସେ ସବୁ ମଧ୍ୟରେ ରତ୍ନଗିରି ଓ ଉଦୟଗିରି ପ୍ରଧାନ। ଏସବୁ ସ୍ଥାନରେ ବୌଦ୍ଧପୀଠ ଓ ବୌଦ୍ଧ ବିହାରମାନ ଥିଲା। ଆମ ଓଡ଼ିଶାରେ ଇଂରେଜ ଶାସନ ସମୟରେ ୧୮୫୯ ମସିହାରେ ଯାଜପୁରକୁ କଟକ ଜିଲ୍ଲାର ଗୋଟିଏ ସବ୍ଡିଭିଜନ କରାଯାଇଥିଲା ।

ରାଜନିତି[ସମ୍ପାଦନା]

ଦର୍ଶନୀୟ ସ୍ଥାନ[ସମ୍ପାଦନା]

ଆଧାର[ସମ୍ପାଦନା]