ବଳରାମ |
---|
 ବଳରାମ |
ଉପାଧି | ଶେଷନାଗଙ୍କ ଅବତାର |
---|
ଅସ୍ତ୍ର | ଲଙ୍ଗଳ |
---|
ଶ୍ରୀକୃଷ୍ଣଙ୍କ ବୈମାତ୍ରେୟ ଜ୍ୟେଷ୍ଠ ଭ୍ରାତା ବଳରାମ ଜଗନ୍ନାଥ ସଂସ୍କୃତିରେ ଜଗନ୍ନାଥଙ୍କ ବଡ଼ଭାଇ ବଳଭଦ୍ର ରୂପେ ପରିଚିତ । ସୁଭଦ୍ରା ବଳରାମଙ୍କ ଭଗିନୀ ।
ବସୁଦେବଙ୍କ ଔରସରେ ରୋହିଣିଙ୍କ ଗର୍ଭରୁ ଶ୍ରାବଣପୂର୍ଣ୍ଣିମା (ଗହ୍ମାପୂର୍ଣ୍ଣମୀ) ଦିନ ବଳରାମ ଜାତ ହୋଇଥିଲେ ।
ବଳରାମ ରେବତ ରାଜାଙ୍କ କନ୍ୟା ରେବତୀଙ୍କୁ ବିବାହ କରିଥିଲେ । ରେବତୀଙ୍କ ଗର୍ଭରେ ଜନ୍ମିତ ବଳରାମଙ୍କ ଦୁଇପୁତ୍ର ହେଲେ ନିଶଠ ଓ ଉଲ୍ମୁକ । ଗଦାଯୁଦ୍ଧ ଶିକ୍ଷା କରିବା ଲାଗି ଦୁର୍ଯ୍ୟୋଧନ ବଳରାମଙ୍କ ଶିଷ୍ୟତ୍ବ ଗ୍ରହଣ କରିଥିଲେ। ବଳରାମ ପ୍ରଳମ୍ବାସୁରକୁ ଭାଣ୍ଡୀର ବନରେ ଓ ଧେନୁକାସୁରକୁ ପର୍ବତ ଶୀର୍ଷଦେଶରୁ ନିକ୍ଷେପ କରି ନିହତ କରିଥିଲେ। ତାଙ୍କ ରଥର ନାମ ତାଳଧ୍ଵଜ ଓ ପ୍ରଧାନ ଆୟୁଧ ହଳ ଓ ମୂଷଳ।
 |
ଉଇକିମିଡ଼ିଆ କମନ୍ସରେ ବଳରାମ
ବାବଦରେ ମାଧ୍ୟମ ରହିଛି । |