ଖୋର୍ଦ୍ଧା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଖୋର୍ଦ୍ଧା
ସହର
Country India
StateOrissa
Districtଖୋର୍ଦ୍ଧା
Elevation
75 m (246 ft)
Population
 (2001)
 • Total୩୯୦୩୪
Languages
 • OfficialOriya
Time zoneUTC+5:30 (IST)
PIN
୭୫୨୦୫୫
Telephone code୦୬୭୫୫

ଖୋର୍ଦ୍ଧା ଭାରତର ଓଡ଼ିଶାରେ ଥିବା ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ବଡ଼ ସହର । ୧୯୯୩ ଅପ୍ରେଲ ୧ ତାରିଖରେ ଗଠିତ ହୋଇଥିବା ଖୋର୍ଦ୍ଧା ଜିଲ୍ଲାର ସଦର ମହକୁମା କାର୍ଯ୍ୟାଳୟ ପ୍ରଥମେ ଭୁବନେଶ୍ୱରରେ ଥିଲା । ଜିଲ୍ଲା ଗଠନ ସମୟରୁ ଭୁବନେଶ୍ୱରରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ୧୯୯୬ ମସିହାରେ ଖୋର୍ଦ୍ଧାକୁ ସ୍ଥାନାନ୍ତରିତ ହୋଇଥିଲା ।[୧]

ଇତିହାସ[ସମ୍ପାଦନା]

ଖୋର୍ଦ୍ଧା ସହର କଳିଙ୍ଗ ରାଜାଙ୍କର ଅଧୀନରେ ଥିଲା । ୧୮୧୭ର ପାଇକ ବିଦ୍ରୋହ ଓ ନିଜର ସ୍ଥାପତ୍ୟ ପାଇଁ ଏହା ବିଶ୍ୱ ଦରବାରରେ ପ୍ରସିଦ୍ଧ । ଏହି ପାଇକ ବିଦ୍ରୋହଟି ସେହି ସମୟରେ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ଓ ତାପଙ୍ଗ ଦଲବେହେରାଦ୍ୱାରା କରାଯାଇଥିଲା । ଖୋର୍ଦ୍ଧା ସହରଟି ବରୁଣେଇ ମନ୍ଦିର ପାଁଇ ପ୍ରସିଦ୍ଧ ଏହି ମନ୍ଦିରଟି ବରୁଣେଇ ପାହାଡ଼ ଉପରେ ଅବସ୍ଥିତ । ଗୁରୁଜଙ୍ଗ ଗ୍ରାମଟି ସଚ୍ଚିଦାନନ୍ଦ ରାଉତରାୟଙ୍କ ଜନ୍ମ ସ୍ଥାନ । ୧ ଅପ୍ରେଲ ୧୯୯୩ରେ ଏହା ପୁରୀ ଜିଲ୍ଲାଠାରୁ ବିଛିନ୍ନ ହେଇଥିଲା ।[୧]

ଭୁଗୋଳ[ସମ୍ପାଦନା]

ଖୋର୍ଦ୍ଧା ସହରର ଅବସ୍ଥାନ [୨]। ସମୁଦ୍ର ପତନଠାରୁ ହାରା ହାରି ଉଚ୍ଚତା 75 m (246 ft)। it's good

ପ୍ରଶାସନିକ ବିଭାଗ[ସମ୍ପାଦନା]

  • ୦୨- ସବଡ଼ିଭିଜନ
  • ୧୦- ତହସିଲ
  • ୧୦ - ବ୍ଲକ
  • ୦୨-ବିଜ୍ଞାପିତ ଅଞ୍ଚଳ ପରିଷଦ
  • ୦୨- ପୌର ପାଳିକା।
  • ୦୧-ମହାନଗର ନିଗମ।

ପଡ଼ୋଶI ଜିଲ୍ଲା‌[ସମ୍ପାଦନା]

ଜନସଂଖ୍ୟା[ସମ୍ପାଦନା]

  • ମୋଟ ଜନସଂଖ୍ୟା: ୨,୨୪୬,୩୪
    • ପୁରୁଷ- ୧,୧୬୬,୯୪୯
    • ମହିଳା- ୧,୦୭୯,୩୯୨
  • ସାକ୍ଷାର ହାର: ୮୭.୫୧ %
    • ପୁରୁଷ ସାକ୍ଷାର-୯୨.୫୫
    • ମହିଳା ସାକ୍ଷାର-୮୨.୦୬ [୪]

ଯାତାୟତ[ସମ୍ପାଦନା]

ଖୋର୍ଦ୍ଧା ସହରଟି ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ଠୁ ୧୧ K.M ଦୁରରେ ଅବସ୍ଥିତ । ଏଠାକୁ ଆସିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଜାତାୟତ ସୁବିଧା ଅଛି । ଖୋର୍ଦ୍ଧା ସହରକୁ ଜାତୀୟ ରାଜପଥ ୫ ସଞ୍ଜୋଗ କରେ । ନିକଟତମ ବିମାନ ବନ୍ଦର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯାହା ଖୋର୍ଦ୍ଧା ଜିଲ୍ଲାଠାରୁ ୩୦ କି.ମି. ଦୁରରେ ଅବସ୍ଥିତ । [୫]

ପର୍ଯ୍ୟଟନ ସ୍ଥଳୀ[ସମ୍ପାଦନା]

ଅଟ୍ରି[ସମ୍ପାଦନା]

ଏହା ଖୋର୍ଦ୍ଧା ସହରଠାରୁ ୮ କି.ମି. ଦୁରରେ ଅବସ୍ଥିତ । ଏହି ଜାଗାଟି ଉଷ୍ଣପ୍ରସ୍ରବଣ ଓ ହଟ୍ଟକେଶ୍ୱର ମନ୍ଦିର ପାଇଁ ପ୍ରସିଦ୍ଧ।

ଭୁବନେଶ୍ୱର[ସମ୍ପାଦନା]

ଭୁବନେଶ୍ୱର

ଏହା ଓଡ଼ିଶା ରାଜ୍ୟର ରାଜଧାନୀ । ଏହାକୁ ଭାରତର ମନ୍ଦିର ମାଳିନୀ ସହର କୁହାଯାଏ । ଦେଖଣୀୟ ସ୍ଥଳୀ ହେଲା ଲିଙ୍ଗରାଜ ମନ୍ଦିର, କେଦାର ଗୌରୀ ମନ୍ଦିର, ରାଜ୍ୟସଂଗ୍ରାଳୟ, ବିନ୍ଦୁ ସାଗର, ରବିନ୍ଦ୍ର ମଣ୍ଡପ, ରାମ ମନ୍ଦିର, ବିଧାନ ସଭା ଓ ନନ୍ଦନକାନନ ଇତ୍ୟାଦି ।

ବରୁଣେଇ[ସମ୍ପାଦନା]

Maa Barunei Temple, Khurda

ଏହା ଓଡ଼ିଶାର ଗୌରବମୟ ସ୍ଥଳୀ ମା ବରୁଣେଇ କରୁଣେଇ ପାହାଡ଼କୁ ନେଇ ଓଡ଼ିଶା ଗର୍ବିତ|ଏହି ମନ୍ଦିରଟି ବରୁଣେଇ ପାହାଡ ଉପରେ ଅବସ୍ଥିତ। ମାଆ ବରୁଣେଇ କରୁଣେଇ ଖୋର୍ଦ୍ଦା ପାଇକ ବାସିଙ୍କ ଅରାଦ୍ଧ୍ଯ ଦେବୀ ଅଟନ୍ତି।ସ୍ୱର୍ନ ଗଂଗା ନାମ ସୁନ୍ଦର ଝରଣାଟି ଏଇ ପାହାଡରୁ ବହେ ।

ଚିଲିକା[ସମ୍ପାଦନା]

ଏହା ଖୋର୍ଦ୍ଧା ସହରଠାରୁ ୭୦ କି.ମି ଦୁରରେ ଅବସ୍ଥିତ । ଏହା ଭାରତର ବୃହତ୍ତମ ଲୁଣି ହ୍ରଦ । ହ୍ରଦଟି ପ୍ରାକ୍ରୁତୀକ ସୌନ୍ଦର୍ଯ୍ୟରେ ଭରପୁର ।


ଆଧାର[ସମ୍ପାଦନା]

  1. ୧.୦ ୧.୧ "About Khordha district". Khordha district. Archived from the original on 30 March 2014. Retrieved 27 December 2015.
  2. Falling Rain Genomics, Inc - Khurda
  3. http://khordha.nic.in/intro.htm
  4. http://www.census2011.co.in/census/district/410-khordha.html
  5. http://khordha.nic.in/history.htm