ଓଡ଼ିଶାର କଳା

ଉଇକିପିଡ଼ିଆ‌ରୁ

ଓଡ଼ିଶା କଳା, ନାଚ, ସଂଗୀତରେ ଭରା ଏକ ରାଜ୍ୟ । ଅତୀତରେ ଅନେକ ରାଜାଙ୍କ ଶାସନ କାଳାରେ ଏଠାକାର କଳା, ନାଚ ଆଦି ଖୁବ ସମୃଦ୍ଧ ହୋଇଛି । ପାରମ୍ପାରିକ ହାତକାମ, ନାଚ, କୁଟୀରଶିଳ୍ପରେ ଏହା ଅନେକ ଉର୍ଦ୍ଧ୍ୱରେ । ଅତୀତରେ ବିଭିନ୍ନ ଶାସକମାନଙ୍କଦ୍ୱାରା ଶାସିତ ଓଡ଼ିଶାରେ  କଳା, ସ୍ଥାପତ୍ୟ ,ସାହିତ୍ୟ ,ନୃତ୍ୟ ,ସଂଗୀତ ଓ କୁଟୀରଶିଳ୍ପର ଅନନ୍ୟ ମିଶ୍ରଣ ଘଟିଥିଲା । ଯାହା କେବଳ ଭାରତ ନୁହେଁ ବରଂ ବିଶ୍ୱଦରବାରରେ ମଧ୍ୟ ବିଖ୍ୟାତ ଏବଂ ଉଚ୍ଚ ପ୍ରଶଂସିତ । କୋଣାର୍କର ବିଶାଳ  ଭଗ୍ନାବଶେଷଠାରୁ  ପୂର୍ବତଟର ସୂକ୍ଷ୍ମାଦିସୂକ୍ଷ୍ମ ତାରକସି କାମ ଓଡ଼ିଆ ଶିଳ୍ପକଳାର ବିସ୍ତାର ଦର୍ଶାଇଥାଏ । ଓଡିଶୀର ଭାବ ଏବଂ ଭଙ୍ଗୀ ଏକକାରାରେ ଓଡ଼ିଆ ନୃତ୍ୟ କଳାର ମନୋମୁଗ୍ଧକର ଶୈଳୀ ଓ ପାରଦର୍ଶିତାର ପରିଚାୟକ ଅଟେ । ଦୁର୍ଦ୍ଧଷ କଳିଙ୍ଗରୁ ଉତ୍କର୍ଷ ଉତ୍କଳ ଏବଂ ଉଡ୍ରଦେଶ ଓଡ଼ିଶାରେ ପରିବର୍ତ୍ତନ ଅବାଶ୍ୟମ୍ଭାବୀ ଥିଲା, କିନ୍ତୁ ସବୁସମୟରେ ଓଡ଼ିଶାର କଳାପ୍ରତି ଶ୍ରଦ୍ଧା ଓ ଯୋଗଦାନ ଏହାକୁ ବିଶ୍ୱମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେଇଆସିଛି । କଳା କ୍ଷେତ୍ରରେ ଅସମ୍ଭବ ସୃଷ୍ଟି କେତେବେଳେ କଳାପାହାଡ଼ର ଲୋଲୁପ ଦୃଷ୍ଟି ଆକର୍ଷଣ କରିଛି ତ, କେତେବେଳେ  ଗୀତଗୋବିନ୍ଦ ପରି ସାହିତ୍ୟର ଅସହ୍ୟ ଅଳଙ୍କାରିକ ସୌନ୍ଦର୍ୟ  ବଙ୍ଗୀୟ ଈର୍ଷାର କେନ୍ଦ୍ରବିନ୍ଦୁ ପାଲଟିଛି ।

ନାଟ ଓ ସଂଗୀତ[ସମ୍ପାଦନା]

ଓଡ଼ିଶୀ[ସମ୍ପାଦନା]

ଜଣେ ନର୍ତ୍ତକୀ ରାଧା ବେଶରେ ସଜାଇହୋଇ ହରିଙ୍କ ଆଗରେ ନାଚୁଛନ୍ତି ।


ଅନ୍ୟାନ୍ୟ[ସମ୍ପାଦନା]

ରାବଣ ଛାୟା-[ସମ୍ପାଦନା]

ରାବଣଛାୟା ଓଡ଼ିଶାର ଏକ ଅନ୍ୟତମ ଲୋକକଳା ଏହା ଓଡ଼ିଶାର ନିଜସ୍ୱ ସୃଷ୍ଟି ହୋଇଥିଲେ ମଧ୍ୟ କିଛି ଜାଗାରେ ପରିବେଷିତ ହୋିଇଥାଏ ସେଥିମଧ୍ୟରୁ ଓଡ଼ିଶାର ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ପାଳଲହଡା ଉପଖଣ୍ଡର ଓଡଶଠାରେ ସ୍ୱର୍ଗତଃ କାଠିନନ୍ଦ ଦାସ ଏହାର ପ୍ରଧାନ ଗୁରୁ ଥିଲେ । ଗୋଟିଏ କାଳରେ ସେ ରାବଣଛାୟାର ଏକମାତ୍ର ଗୁରୁ ଥିଲେ । ଗବେଷକ ଜୀବନ ପାଣିଙ୍କ ଉଦ୍ୟମରେ ରାବଣଛାୟା ବିଷୟରେ ଅନେକ ପଦକ୍ଷେପ ନିଆଯାଇଥିଲା ଓ ଏହାର ଭବିଷ୍ୟତ ସୁରକ୍ଷିତ କରାଗଲା । ସ୍ୱର୍ଗତଃ କୋହ୍ଲ ଚରଣ ସାହୁଙ୍କଦ୍ୱାରା ପରିଚାଳିତ ରାବଣଛାୟା ଆଜି ସାରା ପୃଥିବୀରେ ପରିଚିତ । ଦେଶ ବିଦେଶରେ ଏହା ଅନେକ ପ୍ରଶଂସାର ପାତ୍ର ହୋଇସାରିଛି । ରାମାୟଣର ଚରିତ୍ରଗୁଡିକ ତାଳପତ୍ରରେ କଣ୍ଢେଇ ଆକୃତିର ତିଆରି କରି ଗୋଟିଏ ପରଦା ପଛରେ ତୈଳଦୀପର ଆଲୁଅ ଆଗରେ ରଖିବା ଯୋଗୁଁ ପରଦାରେ ପଡୁଥିବା ଛାଇକୁ ନେଇ ପରିବେଷିତ ହୁଏ ରାବଣଛାୟା । ରାମ,ଲକ୍ଷ୍ଣଣ,ସୀତା, ହନୁମାନ, ରାବଣ, ବିଭୀଷଣ ଆଦି ଚରିତ୍ର ଏଥିରେ ବେଶ ପରିଚିତ । ଏହା ମଧ୍ୟ ପ୍ରାଚୀନ ଓଡ଼ିଶାର ଏକ ଲୋକକଳା ।

ପଥର ଖୋଦା କାମ

ହାତକାମ[ସମ୍ପାଦନା]

ଓଡ଼ିଶାର ମୁଖ୍ୟ ହାତକାମ ସବୁ ହେଲା ଚାନ୍ଦୁଆ କାମ, କଂସା ଓ ପିତ୍ତଳ କାମ, ପଥର ଖୋଦେଇ, କାଠ କାମ, ସୁନା ରୁପାର ତାରକସି କାମ, ଇତ୍ୟାଦି । ଏହା ଛଡ଼ା ଲାଖ, ସବାଇ ଘାସ ମଧ୍ୟ ବିଶ୍ୱପ୍ରସିଦ୍ଧ ।

ମା ମଙ୍ଗଳା
ମୁକ୍ତେଶ୍ୱର ମନ୍ଦିରର କାନ୍ଥରେ ଥିବା ମୁର୍ତ୍ତୀ

ଗଠନ କଳା[ସମ୍ପାଦନା]

ବାଲୁକା କଳା[ସମ୍ପାଦନା]

ଓଡ଼ିଶାର ପୁରୀଠାରେ ଏହାର ବିକାଶ ଘଟିଛି । ବିଶ୍ୱବିଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବିଶ୍ୱବ୍ୟାପୀ ଏହି ଓଡ଼ିଆ କଳାକୁ ଲୋକପ୍ରିୟ କରାଇଛନ୍ତି ।

ସଂଗୀତ[ସମ୍ପାଦନା]

ଦ୍ରଷ୍ଟବ୍ୟ[ସମ୍ପାଦନା]