ଓଡ଼ିଶା ଉଚ୍ଚ ନ୍ୟାୟାଳୟ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଓଡ଼ିଶାର ଉଚ୍ଚ ନ୍ୟାୟାଳୟ
Orissahighcourt.jpg
Established ୧୯୪୮[୧]
Jurisdiction ଭାରତ
Location କଟକ, ଓଡ଼ିଶା
Composition method Presidential with confirmation of Chief Justice of India and Governor of respective state.
Authorized by ଭାରତୀୟ ସମ୍ବିଧାନ
Decisions are appealed to ଭାରତର ଉଚ୍ଚତମ ନ୍ୟାୟାଳୟ
Judge term length ୬୨ବର୍ଷ ବୟସ ପର୍ଯ୍ୟନ୍ତ
Number of positions ୨୨ [୨]
Website http://www.orissahighcourt.nic.in
ମୁଖ୍ୟ ବିଚାରପତି
Currently ଧୀରେନ୍ଦ୍ର ହୀରାଲାଲ ବାଘେଲା [୩]
Since ୧୩ ଅପ୍ରେଲ ୨୦୧୫

ଓଡ଼ିଶା ରାଜ୍ୟର ସର୍ବୋଚ୍ଚ ନ୍ୟାୟାଳୟ ହେଉଛି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ।

ଓଡ଼ିଶା ରାଜ୍ୟ ପୂର୍ବରୁ ବଙ୍ଗଳା ପ୍ରେସିଡେନ୍ସିର ଅନ୍ତର୍ଭୁକ୍ତ ଥିଲା । ମାର୍ଚ୍ଚ ୨୨, ୧୯୧୨ ରେ ବିହାର ଓ ଓଡ଼ିଶା ପ୍ରୋଭିନ୍ସ ଗଠନ ହେବାପରେ ଓଡ଼ିଶା, କଲିକତା ଉଚ୍ଚ ନ୍ୟାୟାଳୟର ଅଧୀନରେ ରହିଲା । ଫେବୃଆରୀ ୦୯, ୧୯୧୬ରେ ପାଟନା ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠା ପରେ ଓଡ଼ିଶା, ବିଚାର ବ୍ୟବସ୍ଥା ଦୃଷ୍ଟିରୁ, ପାଟନା ଉଚ୍ଚ ନ୍ୟାୟାଳୟ ଅଧୀନକୁ ଚାଲିଗଲା । ଏପ୍ରିଲ ୦୧, ୧୯୩୬ ରେ ଓଡ଼ିଶା ଏକ ସ୍ଵତନ୍ତ୍ର ପ୍ରଦେଶ ହେବା ସତ୍ତ୍ଵେ ଓଡ଼ିଶାରେ ଏକ ଉଚ୍ଚ ନ୍ୟାୟାଳୟର ବ୍ୟବସ୍ଥା ନ ଥିଲା ।

ବିଭିନ୍ନ ମହଲରୁ ଏକ ଉଚ୍ଚ ନ୍ୟାୟାଳୟର ପ୍ରତିଷ୍ଠା ନିମନ୍ତେ ଜନସାଧାରଣଙ୍କ ଦାବୀକ୍ରମେ, ଭାରତ ସରକାରଙ୍କ ଆଇନ ବିଭାଗ (ରିଜୋଲ୍ୟୁସନ୍ ତା:୧୯.୦୮.୧୯୪୨ ଦ୍ଵାରା) ଓଡ଼ିଶାରେ ଉଚ୍ଚନ୍ୟାୟାଳୟର ଆବଶ୍ୟକତା ଅନୁଧ୍ୟାନ କରିବାପାଈଁ ଶ୍ରୀ ବୀର କିଶୋର ରାୟଙ୍କୁ ଅଧ୍ୟକ୍ଷ, ଶ୍ରୀ ସି.ଏମ୍.ଆଚାର୍ଯ୍ୟ, ଶ୍ରୀ ବିଚିତ୍ରାନନ୍ଦ ଦାଶ ଓ ଶ୍ରୀ ନରସିଂହ ରାଓଙ୍କୁ ସଭ୍ୟ ଭାବେ ନେଇ ଏକ କମିଟି ସ୍ଥାପନ କଲେ । ଉକ୍ତ କମିଟି ତାଙ୍କ ରେପୋର୍ଟରେ ଓଡ଼ିଶାରେ ଏକ ଉଚ୍ଚ ନ୍ୟାୟାଳୟର ପ୍ରତିଷ୍ଠା ନିମନ୍ତେ ସୁପାରିସ କଲେ । ଫଳରେ ଭାରତ ସରକାରଙ୍କ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଦେଶ ୧୯୪୮(Orissa High Court Order, 1948) ବଳରେ ଜୁଲାଇ ୨୬, ୧୯୪୮ ଦିନ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ହେଲା ।[୪] ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି ହେଲେ ମାନ୍ୟବର ଜଷ୍ଟିସ୍‌ ବୀର କିଶୋର ରାୟ[୫]

ଏହି ଅନୁଷ୍ଠାନଟି ଓଡ଼ିଶାର କଟକ ଠାରେ ଅବସ୍ଥିତ । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମଞ୍ଜୁରିପ୍ରାପ୍ତ ମୋଟ ବିଚାରପତିଙ୍କ ସଂଖ୍ୟା ୨୭ ।

ବର୍ତ୍ତମାନ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ୨୨ ଜଣ ବିଚାରପତି କର୍ତ୍ତବ୍ୟରତ ଅଛନ୍ତି ।

ମୁଖ୍ୟ ବିଚାରପତି[ସମ୍ପାଦନା]

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନୂତନ କୋଠା

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି ହେଉଛନ୍ତି ମାନ୍ୟବର ଜଷ୍ଟିସ୍ ବୀର କିଶୋର ରାୟ

ବର୍ତ୍ତମାନ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ୍ ଧୀରେନ୍ଦ୍ର ହୀରାଲାଲ ୱ।ଘେଲା ।

ରାଜକୋଟରେ ଜନ୍ମିତ ଜଷ୍ଟିସ୍ ୱ।ଘେଲା ଶ୍ରମ ଏବଂ ସାମ୍ବିଧାନିକ ଆଇନରେ ତାଙ୍କର ଦକ୍ଷତା ପ୍ରତିପାଦନ କରିଛନ୍ତି । ସେ ମାର୍ଚ୍ଚ ୨୦୧୩ରେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ପଦକୁ ଉନ୍ନିତ ହୋଇଥିଲେ । ତତ୍ପରେ ୪ ଜୁନ, ୨୦୧୫ ତାରିଖରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୨୯ତମ ମୁଖ୍ୟ ବିଚାରପତି ପଦ ଭାର ଗ୍ରହଣ କରିଛନ୍ତି ।

ପୂର୍ବତନ ମୂଖ୍ୟ ବିଚାରପତିଙ୍କ ତାଲିକା[ସମ୍ପାଦନା]

ଓଡ଼ିଶା ଉଚ୍ଚନ୍ୟାୟାଳୟର ସମସ୍ତ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ତାଲିକା ହେଉଛି ଏହିଭଳି ।

# ମୂଖ୍ୟ ବିଚାରପତିଙ୍କ ନାମ କାର୍ଯ୍ୟକାଳ # ମୂଖ୍ୟ ବିଚାରପତିଙ୍କ ନାମ କାର୍ଯ୍ୟକାଳ
1 ବୀର କିଶୋର ରାୟ 26 July 1948 – 30 October 1951 16 ସୈଲେନ୍ଦୁନାଥ ଫୁକନ୍ 2 August 1996 – 27 January 1999
2 ବି. ଜଗନ୍ନାଥ ଦାସ 31 October 1951 – 3 March 1953 17 ବିଶ୍ଵନାଥ ଅଗ୍ରବାଲା 18 November 1999–18 October 2000
3 ଲିଙ୍ଗରଜ ପାଣିଗ୍ରାହି 4 March 1953 – 21 March 1956 18 ଏନ୍. ୱ।ଇ. ହନୁମନ୍ଥାପ୍ପା 17 February 2001 – 24 September 2001
4 ଆର୍. ଲକ୍ଷଣ ନରସିଂହାମ 22 March 1956 – 27 December 1964 19 ପି.କେ.ବାଲସୁବ୍ରମନ୍ୟମ 5 December 2001 – 10 March 2003
5 ଖଲୀଲ ଅହମଦ 18 January 1965 – 5 April 1967 20 ସୁଜିତ ବର୍ମନ ରୟ 9 April 2003 – 27 January 2007
6 ସତ୍ୟ ଭୂଷଣ ବର୍ମନ 6 April 1967 – 30 April 1969 21 ଏ.କେ. ଗାଙ୍ଗୁଲୀ 2 March 2007 – 18 May 2008
7 ଗତିକୃଷ୍ଣ ମିଶ୍ର 1 May 1969 – 30 October 1975 22 ବଲବୀର ସିଂ ଚୌହାନ 16 July 2008 – 10 May 2009
8 ଶିବ ନାରାୟଣ ଶଙ୍କର 1 November 1975–12 October 1977 23 ଆଇ.ଏମ୍. କୁଦୁସୀ 11 May 2009 – 13 November 2009
9 ସୁକାନ୍ତ କିଶୋର ରାୟ 13 October 1977–4 November 1980 24 ବିଲାଲ ନା଼ଜକୀ 14 November 2009 – 17 November 2009
10 ରଙ୍ଗନାଥ ମିଶ୍ର 16 January 1981 – 14 March 1983 25 ଭି. ଗୋପାଲ ଗୌଡା 25 March 2010 - 26 February 2013
11 ଡମ୍ବୁରୁଧର ପାଠକ 11 August 1983 – 28 February 1986 26 ସି. ନାଗପ୍ପାନ 27 February 2013 - 16 September 2013
12 ହରିଲାଲ ଅଗ୍ରୱ।ଲା 1 May 1986 – 31 July 1989 27 ଆଦର୍ଶ କୁମାର ଗୋଏଲ 10 October 2013 - July 2014
13 ବନୱ।ରୀଲାଲ ହଂସାରିଆ 22 February 1990 – 13 December 1993 28 ଅମିତାଭ ରୟ 5 August 2014 - 25 February 2015
14 ଗିରୀଶ ଠାକୁରଲାଲ ନାନାବତୀ 31 January 1994 – 27 September 1994
15 ବଲ୍ଲଭଦାସ ଐଦାନ ମୋହଟା 28 September 1994 – 25 April 1995

[୬]

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]