ଓଡ଼ିଶାର ପର୍ବପର୍ବାଣି
ଓଡ଼ିଶା ପର୍ବପର୍ବାଣିର ରାଜ୍ୟ । ଏଠି ବାରମାସରେ ତେରପର୍ବ ପାଳନ କରାଯାଏ । ପ୍ରତ୍ୟେକ ପର୍ବପର୍ବାଣିର ଏକ ନିଜସ୍ୱ ସ୍ୱତନ୍ତ୍ରତା ରହିଛି । ଉତ୍କଳୀୟ ପର୍ବପର୍ବାଣି ସାଧାରଣତଃ ଧର୍ମ ଓ ପୌରାଣିକ ଉପାଖ୍ୟାନର ଭିତ୍ତି ଉପରେ ପ୍ରତିଷ୍ଠିତ । ଓଡ଼ିଶା ମାଟିରେ ଅଗଣିତ ଦେବୀ ଦେବତାଙ୍କର ଉପାସନା ହୋଇଥାଏ । ପ୍ରତ୍ୟେକ ପଲ୍ଲୀଗ୍ରାମରେ ନିଜର ଗ୍ରାମଦେବତା ବା ଗ୍ରାମଦେବତୀ ରହିଥାନ୍ତି। ଆଉ ଏଇ ଗ୍ରାମଦେବତା ବା ଦେବତୀ ମାଟିର ମଣିଷ ପରି ସାଧାସିଧା, ସରଗର ପରୀ କି ଯକ୍ଷ କିନ୍ନରଙ୍କ ପରି ଅଦ୍ଭୁତ ଆକାର ବା ବେଶଭୂଷାଧାରୀ ହୋଇ ନଥାନ୍ତି । ଆଉ ସମସ୍ତଙ୍କର ଥାଏ ଏକ ନିଆରା କିମ୍ବଦନ୍ତୀ, ଏକ ଅଲଗା ଇତିହାସ, ଭିନ୍ନ ଏକ ପରମ୍ପରା, ଏକ ପରବ, ଏକ ମଉଛବ । ପର୍ବପର୍ବାଣି ଗୁଡ଼ିକରେ ଜନଜୀବନର ସଂସ୍କୃତି, ଜାତୀୟତା ବୋଧ ଓ ଧର୍ମଧାରଣା ଆଦି ସଂଶ୍ଳିଷ୍ଠ । ଉତ୍କଳୀୟ ପର୍ବପର୍ବାଣି ମହାଭାରତୀୟ ସ୍ରୋତରୁ ଭିନ୍ନ ନୁହେଁ । ବିଶେଷତଃ ପର୍ବପର୍ବାଣି, ଓଷାବ୍ରତ ଓ ଯାନିଯାତ୍ରା ଗୁଡ଼ିକ ତିଥି, ବାର, ନକ୍ଷତ୍ର, କୃଷିକର୍ମ, ଦେବଦେବୀ, ଶାସ୍ତ୍ରୀୟ କାହାଣୀ, ଲୋକକଥା, ଆନନ୍ଦମହୋତ୍ସବ ପାଇଁ ପାଳିତ ହୋଇଥାଏ । ଉତ୍କଳୀୟ ପର୍ବପର୍ବାଣି ଗୁଡ଼ିକୁ ଚାରୋଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇପରେ ଯଥା । ଶାସ୍ତ୍ରୀୟ, ଲୌକିକ, ଆଞ୍ଚଳିକ ଓ କୃଷି ଭିତ୍ତିକ ।
ପର୍ବପର୍ବାଣିର ତାଲିକା
[ସମ୍ପାଦନା]ଓଡ଼ିଆ ପଞ୍ଜିକା ବାରଟି ମାସକୁ ନେଇ ଗଠିତ । ନିମ୍ନରେ ବାରଟି ମାସ ଆଉ ସେଥିରେ ହେଉଥିବା ପର୍ବ ବିଷୟରେ ଲେଖାଯାଇଛି :
| କ୍ର.ସ. | ନାମ | ମାସ | ତିଥି |
|---|---|---|---|
| ୧ | ଅକ୍ଷୟ ତୃତୀୟା | ବୈଶାଖ | ଶୁକ୍ଳପକ୍ଷ ତୃତୀୟା |
| ୨ | ଚନ୍ଦନଯାତ୍ରା | ବୈଶାଖ | ଅକ୍ଷୟ ତୃତୀୟାଠାରୁ ୨୧ ଦିନ ପରେ |
| ୩ | ନୀଳାଦ୍ରି ମହୋଦୟାଷ୍ଟମୀ | ବୈଶାଖ | ଶୁକ୍ଳ ଅଷ୍ଟମୀ |
| ୪ | ସୀତା ନବମୀ | ବୈଶାଖ | ଶୁକ୍ଳ ନବମୀ |
| ୫ | ନୃସିଂହ ଜନ୍ମ | ବୈଶାଖ | ଶୁକ୍ଳ ଚତୁର୍ଦ୍ଦଶୀ |
| ୬ | ଚନ୍ଦନ ପୂର୍ଣ୍ଣିମା | ବୈଶାଖ | ପୂର୍ଣ୍ଣିମା |
| ୭ | ଭଉଁରୀ ଯାତ୍ରା | ଜ୍ୟେଷ୍ଠ | କୃଷ୍ଣ ସପ୍ତମୀ |
| ୮ | ଜଳକ୍ରୀଡ଼ା ଏକାଦଶୀ | ଜ୍ୟେଷ୍ଠ | କୃଷ୍ଣ ଏକାଦଶୀ |
| ୯ | ସାବିତ୍ରୀ ବ୍ରତ | ଜ୍ୟେଷ୍ଠ | ଅମାବାସ୍ୟା |
| ୧୦ | ଶିବ ବିବାହ | ଜ୍ୟେଷ୍ଠ | ଶୁକ୍ଳ ପଞ୍ଚମୀ |
| ୧୧ | ଶୀତଳ ଷଷ୍ଠୀ | ଜ୍ୟେଷ୍ଠ | ଷଷ୍ଠୀ |
| ୧୨ | ରଜ ସଂକ୍ରାନ୍ତି | ଜ୍ୟେଷ୍ଠ | ମିଥୁନ ମାସ ସଂକ୍ରାନ୍ତି |
| ୧୩ | ଗଙ୍ଗା ଦଶହରା | ଜ୍ୟେଷ୍ଠ | ଶୁକ୍ଳ ଦଶମୀ |
| ୧୪ | ଜ୍ୟେଷ୍ଠ ପଞ୍ଚକ ବ୍ରତ | ଜ୍ୟେଷ୍ଠ | ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ୫ ଦିନ |
| ୧୫ | ନିର୍ଜଳା ଏକାଦଶୀ | ଜ୍ୟେଷ୍ଠ | ଶୁକ୍ଳ ଏକାଦଶୀ |
| ୧୬ | ଚମ୍ପକ ଦ୍ୱାଦଶୀ | ଜ୍ୟେଷ୍ଠ | ଶୁକ୍ଳ ଦ୍ୱାଦଶୀ |
| ୧୭ | ଦେବସ୍ନାନ ପୂର୍ଣ୍ଣିମା | ଜ୍ୟେଷ୍ଠ | ପୂର୍ଣ୍ଣିମା |
| ୧୮ | ଅଣସର | ଜ୍ୟେଷ୍ଠ | ପୂର୍ଣ୍ଣିମାଠାରୁ ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ୧୫ ଦିନ |
| ୧୯ | ନବକଳେବର (ମହା ଅନବସର) | ଜ୍ୟେଷ୍ଠ | ଯେଉଁ ବର୍ଷ ଯୋଡ଼ା ଆଷାଢ଼ /ମଳ ଆଷାଢ଼ ପଡ଼େ |
| ୨୦ | ଉଭାଯାତ୍ରା | ଆଷାଢ଼ | ଅମାବାସ୍ୟା |
| ୨୨ | ରଥଯାତ୍ରା | ଆଷାଢ଼ | ଶୁକ୍ଳ ଦ୍ୱିତୀୟାଠାରୁ କୃଷ୍ଣ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ୧୫ ଦିନ |
| ୨୩ | ହେରା ଉତ୍ସବ | ଆଷାଢ଼ | ଶୁକ୍ଳ ଷଷ୍ଠୀ |
| ୨୫ | ବାହୁଡ଼ା ଯାତ୍ରା | ଆଷାଢ଼ | ଶୁକ୍ଳ ଦଶମୀ |
| ୨୭ | ନୀଳାଦ୍ରି ବିଜେ | ଆଷାଢ଼ | ଶୁକ୍ଳ ଦ୍ୱାଦଶୀ |
| ୨୮ | ଗରୁଡ଼ ଶୟନ | ଆଷାଢ଼ | ଶୁକ୍ଳ ଦ୍ୱାଦଶୀ |
| ୨୯ | ଦକ୍ଷିଣାୟନ ଯାତ୍ରା | ଶ୍ରାବଣ | କର୍କଟ ସଂକ୍ରାନ୍ତି |
| ୩୦ | ଚିତାଲାଗି ଅମାବାସ୍ୟା | ଶ୍ରାବଣ | ଅମାବାସ୍ୟା |
| ୩୧ | ବାତ ନୃସିଂହ ବିଜେ | ଶ୍ରାବଣ | କୃଷ୍ଣ ନବମୀ |
| ୩୨ | ବିଷ୍ଣୁ ପବିତ୍ରାରୋପଣ | ଶ୍ରାବଣ | ଶୁକ୍ଳ ଦ୍ୱାଦଶୀ |
| ୩୩ | ଝୁଲଣ ଯାତ୍ରା | ଶ୍ରାବଣ | ଶ୍ରାବଣ ଶୁକ୍ଳ ଦ୍ୱାଦଶୀଠାରୁ ଭାଦ୍ରବ ପ୍ରତିପଦ ପର୍ଯ୍ୟନ୍ତ |
| ୩୪ | ରାକ୍ଷୀ ପୂର୍ଣ୍ଣିମା | ଶ୍ରାବଣ | ପୂର୍ଣ୍ଣିମା |
| ୩୪ | ଚତୁର୍ମାସ୍ୟା ବ୍ରତ | ଶ୍ରାବଣ | ଶ୍ରାବଣ ପୂର୍ଣ୍ଣିମାଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ୪ ମାସ |
| ୩୫ | ରେଖାଲାଗି | ଭାଦ୍ରବ | କୃଷ୍ଣ ପଞ୍ଚମୀ |
| ୩୬ | ଦେବକୀ ସାନ୍ତ୍ୱନା ଉତ୍ସବ | ଭାଦ୍ରବ | କୃଷ୍ଣ ସପ୍ତମୀ |
| ୩୮ | ଜନ୍ମାଷ୍ଟମୀ | ଭାଦ୍ରବ | କୃଷ୍ଣ ଅଷ୍ଟମୀ |
| ୩୯ | ନନ୍ଦୋତ୍ସବ | ଭାଦ୍ରବ | କୃଷ୍ଣ ନବମୀ |
| ୪୦ | କୃଷ୍ଣଲୀଳା | ଭାଦ୍ରବ | ଭାଦ୍ର କୃଷ୍ଣ ନବମୀଠାରୁ ଭାଦ୍ରବ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ |
| ୪୧ | କାଳୀୟଦଳନ ଏକାଦଶୀ | ଭାଦ୍ରବ | କୃଷ୍ଣ ଏକାଦଶୀ |
| ୪୨ | ସପ୍ତପୁରୀ ଅମାବାସ୍ୟା | ଭାଦ୍ରବ | ଅମାବାସ୍ୟା |
| ୪୩ | ଗଣେଶ ପୂଜା | ଭାଦ୍ରବ | ଶୁକ୍ଳ ଚୁତୁର୍ଥୀ |
| ୪୪ | ଋଷି ପଞ୍ଚମୀ ବ୍ରତ | ଭାଦ୍ରବ | ଶୁକ୍ଳ ପଞ୍ଚମୀ |
| ୪୫ | ରାଧାଷ୍ଟମୀ | ଭାଦ୍ରବ | ଶୁକ୍ଳ ଅଷ୍ଟମୀ |
| ୪୬ | ପାର୍ଶ୍ୱ ପରିବର୍ତ୍ତନ ଯାତ୍ରା | ଭାଦ୍ରବ | ଶୁକ୍ଳ ଏକାଦଶୀ |
| ୪୭ | ବାମନ ଜନ୍ମ | ଭାଦ୍ରବ | ଶୁକ୍ଳ ଦ୍ୱାଦଶୀ |
| ୪୮ | ଅନନ୍ତ ବ୍ରତ | ଭାଦ୍ରବ | ଶୁକ୍ଳ ଚତୁର୍ଦଶୀ |
| ୪୯ | ଇନ୍ଦୁ ପୂର୍ଣ୍ଣିମା | ଭାଦ୍ରବ | ପୂର୍ଣ୍ଣିମା |
| ୫୦ | ଦୂତୀବାହନ ଓଷା | ଆଶ୍ୱିନ | କୃଷ୍ଣ ଅଷ୍ଟମୀ |
| ୫୧ | ଷୋଳପୂଜା | ଆଶ୍ୱିନ | ଆଶ୍ୱିନ କୃଷ୍ଣ ଅଷ୍ଟମୀଠାରୁ ଶୁକ୍ଳ ନବମୀ ପର୍ଯ୍ୟନ୍ତ ୧୬ ଦିନ (୧ଦିନ ବିଶ୍ରାମ, ଦିବସ ବ୍ୟତିତ) |
| ୫୨ | ମହାଳୟା | ଆଶ୍ୱିନ | ଅମାବାସ୍ୟା |
| ୫୩ | ଦୁର୍ଗାପୂଜା | ଆଶ୍ୱିନ | ଆଶ୍ୱିନ ଶୁକ୍ଳ ସପ୍ତମୀଠାରୁ ନବମୀ ପର୍ଯ୍ୟନ୍ତ |
| ୫୪ | ଦଶହରା | ଆଶ୍ୱିନ | ଶୁକ୍ଳ ଦଶମୀ |
| ୫୫ | ଦ୍ୟୁତକ୍ରୀଡ଼ା | ଆଶ୍ୱିନ | ପୂର୍ଣ୍ଣିମା |
| ୫୬ | କାର୍ତ୍ତିକ ବ୍ରତ | କାର୍ତ୍ତିକ | କାର୍ତ୍ତିକ କୃଷ୍ଣ ପ୍ରତିପଦଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୧ ମାସ |
| ୫୭ | ଦୀପାବଳୀ | କାର୍ତ୍ତିକ | କୃଷ୍ଣ ଚତୁର୍ଦ୍ଦଶୀ |
| ୫୮ | ଅଅଁଳା ନବମୀ | କାର୍ତ୍ତିକ | କୃଷ୍ଣ ଚତୁର୍ଦ୍ଦଶୀ |
| ୫୯ | ଦେବ ଉତ୍ଥାପନ ଯାତ୍ରା | କାର୍ତ୍ତିକ | ଶୁକ୍ଳ ଏକାଦଶୀ |
| ୬୦ | ପଞ୍ଚକ | କାର୍ତ୍ତିକ | କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୫ ଦିନ |
| ୬୧ | ଗରୁଡ଼ ଦ୍ୱାଦଶୀ | କାର୍ତ୍ତିକ | ଶୁକ୍ଳ ଦ୍ୱାଦଶୀ |
| ୬୨ | ଷୋଳ ଶାସନ ଭୋଗ | କାର୍ତ୍ତିକ | କାର୍ତ୍ତିକ ଶୁକ୍ଳ ସପ୍ତମୀ |
| ୬୩ | ରାସ ପୂର୍ଣ୍ଣିମା | କାର୍ତ୍ତିକ | ପୂର୍ଣ୍ଣିମା |
| ୬୪ | ଶ୍ରୀକ୍ଷେତ୍ର ପରିକ୍ରମ | ମାର୍ଗଶୀର | କୃଷ୍ଣ ଅଷ୍ଟମୀ |
| ୬୫ | ପ୍ରଥମାଷ୍ଟମୀ | ମାର୍ଗଶୀର | କୃଷ୍ଣ ଅଷ୍ଟମୀ |
| ୬୬ | ଦେବଦିପାବଳୀ | ମାର୍ଗଶୀର | କୃଷ୍ଣ ଚତୁର୍ଦ୍ଦଶୀଠାରୁ ଶୁକ୍ଳ ପ୍ରତିପଦ ପର୍ଯ୍ୟନ୍ତ |
| ୬୭ | ମହୋଦଧି ଅମାବାସ୍ୟା | ମାର୍ଗଶୀର | କୃଷ୍ଣ ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀଠାରୁ ଶୁକ୍ଳ ପ୍ରତିପଦ ପର୍ଯ୍ୟନ୍ତ |
| ୬୮ | ବସ୍ତ୍ରାଧିବାସ | ମାର୍ଗଶୀର | ଶୁକ୍ଳ ପଞ୍ଚମୀ |
| ୬୯ | ପ୍ରାବରଣ ଯାତ୍ରା | ମାର୍ଗଶୀର | ଶୁକ୍ଳ ଷଷ୍ଠୀ |
| ୭୦ | ଲକ୍ଷ୍ମୀପୂଜା | ମାର୍ଗଶୀର | ମାର୍ଗଶୀର ମାସର ପ୍ରଥମ ଗୁରୁବାର |
| ୭୧ | ଧନୁ ସଂକ୍ରାନ୍ତି | ମାର୍ଗଶୀର | ଧନୁମାସର ସଂଖ୍ରାନ୍ତି |
| ୭୨ | ପହିଲି ଭୋଗ | ମାର୍ଗଶୀର | ଧନୁସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ୧ ମାସ |
| ୭୩ | ବକୁଳଲାଗି ଉତ୍ସବ | ପୌଷ | ଅମାବାସ୍ୟା |
| ୭୪ | ଶାମ୍ବ ଦଶମୀ | ପୌଷ | ଶୁକ୍ଳ ଦଶମୀ |
| ୭୫ | ଦେବାଭିଷେକ ଯାତ୍ରା | ପୌଷ | ପୂର୍ଣ୍ଣିମା |
| ୭୬ | ନବାଙ୍କବେଦା | ପୌଷ | ଧନୁ ମାସର ମାସନ୍ତ |
| ୭୭ | ଉତ୍ତରାୟଣ ଯାତ୍ରା | ପୌଷ | ପୂର୍ଣ୍ଣିମା |
| ୭୮ | ତ୍ରିବେଣୀ ଅମାବାସ୍ୟା | ମାଘ | ଅମାବାସ୍ୟା |
| ୭୯ | ଶ୍ରୀପଞ୍ଚମୀ | ମାଘ | ଶୁକ୍ଳ ପଞ୍ଚମୀ |
| ୮୦ | ବସନ୍ତ ଉତ୍ସବ | ମାଘ | ବସନ୍ତ ପଞ୍ଚମୀ ବା ଶୁକ୍ଳ ପଞ୍ଚମୀଠାରୁ ବସନ୍ତ ଋତୁ ଶେଷ ପର୍ଯ୍ୟନ୍ତ |
| ୮୧ | ସପ୍ତମୀ ସ୍ନାନ | ମାଘ | ଶୁକ୍ଳ ସପ୍ତମୀ |
| ୮୨ | ଭୀଷ୍ମ ଏକାଦଶୀ | ମାଘ | ମାଘ ଶୁକ୍ଳ ଏକାଦଶୀ |
| ୮୩ | ଅଗ୍ନି ଉତ୍ସବ | ମାଘ | ମାଘ ପୂର୍ଣ୍ଣିମା |
| ୮୪ | ଶିବରାତ୍ରି | ଫାଲଗୁନ | ଶୁକ୍ଳ ଚତୁର୍ଦ୍ଦଶୀ |
| ୮୫ | ଫଗୁ ଦଶମୀ | ଫାଲଗୁନ | ଶୁକ୍ଳ ଦଶମୀ |
| ୮୬ | ଦୋଳଯାତ୍ରା | ଫାଲଗୁନ | ଶୁକ୍ଳ ଦଶମୀଠାରୁ ଚୈତ୍ର କୃଷ୍ଣ ପ୍ରତିପଦ ପର୍ଯ୍ୟନ୍ତ |
| ୮୭ | ଗୋବିନ୍ଦ ଦ୍ୱାଦଶୀ | ଫାଲଗୁନ | ଶୁକ୍ଳ ଦ୍ୱାଦଶୀ |
| ୮୮ | ଦୋଳ ପୂର୍ଣ୍ଣିମା | ଫାଲଗୁନ | ଫୁର୍ଣ୍ଣିମା |
| ୮୯ | ହୋଲି | ଚୈତ୍ର | କୃଷ୍ଣ ପ୍ରତିପଦ |
| ୯୦ | ବେଣ୍ଟଯାତ୍ରା | ଫାଲଗୁନ ଶୁକ୍ଳ ପ୍ରତିପଦ , ଚତୁର୍ଥୀ, ଅଷ୍ଟମୀ, ଦ୍ୱାଦଶୀ | |
| ୯୧ | ଅଶୋକାଷ୍ଟମୀ | ଚୈତ୍ର | ଶୁକ୍ଳ ଅଷ୍ଟମୀ |
| ୯୨ | ରାମ ନବମୀ | ଚୈତ୍ର | ଶୁକ୍ଳ ନବମୀ |
| ୯୩ | ରାମଲୀଳା | ଚୈତ୍ର | ଶୁକ୍ଳ ନବମୀଠାରୁ ବୈଶାଖ କୃଷ୍ଣ ଦ୍ୱିତୀୟା |
| ୯୪ | ଦମନକ ଯାତ୍ରା | ଚୈତ୍ର | ଶୁକ୍ଳ ଶୁକ୍ଳ ଚତୁର୍ଥୀ |
| ୯୫ | ପଣା ସଂକ୍ରାନ୍ତି | ଚୈତ୍ର | ପଣା ସଂକ୍ରାନ୍ତି ବା ମେଷ ସଂକ୍ରାନ୍ତି |
| ୯୬ | ସାମ୍ବତ୍ସର | ଫାଲଗୁନ | ପୂର୍ଣ୍ଣିମାଠାରୁ ତା' ପର ବର୍ଷ ଫାଲଗୁନ ପୂର୍ଣ୍ଣିମା ପର୍ଯ୍ୟନ୍ତ ୧ ବର୍ଷ |
| ୯୭ | ଏକାନ୍ତ | ବର୍ଷର ପ୍ରତ୍ୟେକ ଗୁରବାର |
- ଅଇଘରା
- ଓଳାଶୁଣୀ ମେଳା
- କାର୍ତ୍ତିକ ପୂର୍ଣ୍ଣିମା
- କୁମାର ପୂର୍ଣ୍ଣିମା
- ଗଣେଶପୂଜା
- ଚଇତିପର୍ବ
- ଚଡ଼କପର୍ବ
- ଝୁଲଣଯାତ୍ରା
- ଦଣ୍ଡ ନାଚ
- ଦଶହରା
- ଦୁର୍ଗା ପୂଜା
- କାଳୀ ପୂଜା
- ଜୁଗାର ଯାତ୍ରା
- ଦୋଳଯାତ୍ରା
- ଧନୁଯାତ୍ରା
- ନୂଆଖାଇ
- ପ୍ରଥମାଷ୍ଟମୀ
- ପୌଷ ପୂର୍ଣ୍ଣିମା
- ଫଗୁ ଦଶମୀ
- ବଉଳ ଅମାବାସ୍ୟା
- ବିଶ୍ୱକର୍ମାପୂଜା
- ମକର ସଂକ୍ରାନ୍ତି
- ମହା ଶିବରାତ୍ରୀ
- ଯୋରନ୍ଦା ମେଳା
- ରଥଯାତ୍ରା
- ରଥ ସପ୍ତମୀ
- ରୁକୁଣା ରଥ ଯାତ୍ରା
- ଲକ୍ଷ୍ମୀପୂଜା
- ଶାମ୍ବ ଦଶମୀ
- ଶୁଲିଆ ଯାତ୍ରା
- ସରସ୍ୱତୀ ପୂଜା