କୁଚିଣ୍ଡା

ଉଇକିପିଡ଼ିଆ‌ରୁ
କୁଚିଣ୍ଡା
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାସମ୍ବଲପୁର
ବିଧାନ ସଭା ନିର୍ବାଚନ ମଣ୍ଡଳୀକୁଚିଣ୍ଡା
ଉନ୍ନୟନ ବ୍ଳକକୁଚିଣ୍ଡା
ଭାଷାଓଡ଼ିଆ, ସମ୍ବଲପୁରୀ, ଇଂରାଜୀ
ସମୟ ମଣ୍ଡଳIST (+୫.୩୦)
ପିନ କୋଡ଼
୭୬୮ ୨୨୨[୧]
ଏସଟିଡି କୋଡ଼+୦୬୬୪୨
ଗାଡ଼ି ପଞ୍ଜିକରଣOR/15

କୁଚିଣ୍ଡା ଓଡ଼ିଶାର ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଚିଣ୍ଡା ଥାନା ଅଧୀନରେ ଥିବା ଏକ ସହର ।

ଗମନାଗମନ[ସମ୍ପାଦନା]

ଏହା ସମ୍ବଲପୁରଠାରୁ ସଡ଼କପଥରେ ୮୫ କି.ମି. ଓ ଦେବଗଡ଼ଠାରୁ ୫୭ କି.ମି. ଦୂରରେ ଅବସ୍ଥିତ । [୨] ଏହି ଗାଆଁର ନିକଟତମ ରେଳଷ୍ଟେସନ ହେଉଛି ଝାରସୁଗୁଡ଼ା ଓ ବାମରା ରେଳ ଷ୍ଟେସନ (୪୫ କି.ମି. ଓ ୪୭ କି.ମି.) ।

ବିଶେଷତା[ସମ୍ପାଦନା]

ଏହି ସହରର ଦୁଇପାର୍ଶ୍ୱରେ ଦୁଇଟି ଛୋଟ ନଈ ଭେଡେନ ଓ ଖର୍ଲା ବହି ଯାଉଛି । ଏହି ଦୁଇଟି ନଈ ମହାନଦୀ ସହ ମିଶିଛି ।

ଶିକ୍ଷା[ସମ୍ପାଦନା]

ଏହି ସହରରେ କୁଚିଣ୍ଡା ବାଳକ ଉଚ୍ଚ ବିଦ୍ୟାଳୟ, କୁଚିଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ,[୩] ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କୁଣ୍ଡାପଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସର୍ଗିଡିହି ପ୍ରାଥମିକ ବିଦ୍ୟାଳୟ, କୁଚିଣ୍ଡା ବାଳକ ପ୍ରାଥମିକ ବିଦ୍ୟାଳୟ, ବାଳିକା ପ୍ରାଥମିକ ବିଦ୍ୟାଳୟ କୋଲପଡା ପ୍ରାଥମିକ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ସେଣ୍ଟ ଥମାସ କନଭେଣ୍ଟ ସ୍କୁଲ ରହିଛି । ଏହା ସହ ଏଠାରେ କୁଚିଣ୍ଡା ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ ରହିଛି ।

ଅନ୍ୟାନ୍ୟ[ସମ୍ପାଦନା]

ସ୍ୱାୟତ ଶାସନ ନିମନ୍ତେ ଏହା ୧୧ଟି ୱ୍ଆର୍ଡରେ ବିଭକ୍ତ କରାଯାଇଛି ।

କାର୍ଯ୍ୟାଳୟ[ସମ୍ପାଦନା]

ଏହି ସହରରେ ତହସିଲ, ବ୍ଳକ, ଉପ-ଜିଲ୍ଲାପାଳ, ଟ୍ରେଜେରୀ, ଆଇଟିଡିଏ, କେନ୍ଦୁପତ୍ର, ମୃତ୍ତିକା ସଂରକ୍ଷଣ (Soil conservation), ଡାକ (India post), ଏଆର, ପିଡବ୍ଲୁଡି (R&B), ଗ୍ରାମ୍ୟ ଉନ୍ନୟନ, ଏମ.ଆଇ, ଉଠା ଜଳସେଚନ (LI), ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (RWSS), ଜୀବନ ବିମା ନିଗମ (LIC), ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) କାର୍ଯ୍ୟାଳୟ, ICDS, ଯୋଗାଣ ବିଭାଗ (Supply dept), ଜେଲ, ପୁଲିସ ଷ୍ଟେସନ, ନିୟନ୍ତ୍ରୀତ ବଜାର କମିଟି (RMC), ଜିଲ୍ଲା କୃଷି ଅଧିକାରୀ (DAO), ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) କାର୍ଯ୍ୟାଳୟ ରହିଛି ।[୪]
ସ୍ୱାସ୍ଥ୍ୟ: ସରକାରୀ ଡାକ୍ତରଖାନା, ପଶୁ ଡାକ୍ତରଖାନା, ହୋମିଓପାଥି ଡାକ୍ତରଖାନା
ବ୍ୟାଙ୍କ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନେସନାଲ ବ୍ୟାଙ୍କ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ, କୋଅପରେଟିଭ ବ୍ୟାଙ୍କ

ପର୍ଯ୍ୟଟନ[ସମ୍ପାଦନା]

ଏହି ସହରରେ ଗୋଟିଏ ଜଗନ୍ନାଥ ମନ୍ଦିର, ଦୁଇଟି ଶିବ ମନ୍ଦିର, ଦୁଇଟି ହନୁମାନ ମନ୍ଦିର, ତାରିଣୀ ମନ୍ଦିର, ଦୁର୍ଗା ମନ୍ଦିର, ସମଲେଇ ମନ୍ଦିର, କାଳୀ ମନ୍ଦିର, ସନ୍ତୋଷି ମନ୍ଦିର, ସତସଙ୍ଗ କେନ୍ଦ୍ର, ଗୋଟିଏ ମସଜିଦ ଓ ଗୋଟିଏ ଗୀର୍ଜା ଅଛି । ଏଠାରେ ପ୍ରତିବର୍ଷ ରଥଯାତ୍ରା, ଦଶହରା ଓ ଗୁଦଗୁଦା ଉତ୍ସବ ଅନୁଷ୍ଠିତ ହୋଇଥାଏ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "PinCode: KUCHINDA, SAMBALPUR, ORISSA, India, Pincode.net.in". pincode.net.in. 2012. Retrieved 27 June 2012. PinCode: 768222
  2. "KUCHINDA NOTIFIED AREA COUNCIL". kuchindanac.hpage.com. 2012. Retrieved 5 July 2012. Kuchinda town is about 85 Kilometre from Sambalpur District of the State Orissa (India). The town is having a link with Jharsuguda (42 Km.) and Deogarh (47 Km)
  3. "School Information of Govt.Girls High School, Kuchinda N.A.C., Sambalpur | eindiaeducation.com". eindiaeducation.com. 2012. Retrieved 5 July 2012. The School is located in KUCHINDA block of SAMBALPUR district of ORISSA
  4. "Temples , Shops,Hospitals,Lakes, Hotels,BusStops in Kuchinda Sambalpur". onefivenine.com. 2012. Retrieved 5 July 2012. Temples , Shops,Hospitals,Lakes, Hotels,BusStops in Kuchinda