ଜୈନ ଧର୍ମ

ଉଇକିପିଡ଼ିଆ‌ରୁ
(ଜୈନରୁ ଲେଉଟି ଆସିଛି)
Mahavira

ଜୈନଧର୍ମ ଏକ ପ୍ରାଚୀନ ଧର୍ମ ବୋଲି ଐତିହାସିକମାନେ ମତବ୍ୟକ୍ତ କରନ୍ତି । ସମ୍ଭବତଃ ଜୈନଧର୍ମ ହିଁ ବୈଦିକ କର୍ମକାଣ୍ଡ, ଜୀବହତ୍ୟା, ବ୍ୟୟସାପେକ୍ଷ ଯଜ୍ଞାନୁଷ୍ଠାନ , ଜାତିପ୍ରଥା ଆଦିର ବିରୋଧ କରିଥିଲା । ଅଙ୍ଗସୂତ୍ର,ଉପାଙ୍ଗସୂତ୍ର, କଳ୍ପସୂତ୍ର ପ୍ରଭୃତି ଜୈନମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥ । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବର୍ଦ୍ଧମାନ ମହାବୀର ଜୈନ ଧର୍ମ ପ୍ରଚାର କରିଥିଲେ । [୧]

ତୀର୍ଥଙ୍କର[ସମ୍ପାଦନା]

ଜୈନମାନଙ୍କର ପରମ୍ପରା ଅନୁସାରେ ଜୈନଧର୍ମ ୨୪ ଜଣ ତୀର୍ଥଙ୍କର ବା ଅର୍ହତଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । [୨]ସେମାନଙ୍କ ମଧ୍ୟରେ ଋଷଭନାଥ , ପାର୍ଶ୍ୱନାଥ ଓ ମହାବୀର ଯଥାକ୍ରମେ ପ୍ରଥମ,ତ୍ରେୟୋବିଂଶତିତମ ଏବଂ ଚତୁର୍ବିଂଶତିତମ ତୀର୍ଥଙ୍କର । ମହାବୀରଙ୍କ ଜନ୍ମର ପ୍ରାୟ ୨୫୦ ବର୍ଷ ପୂର୍ବେ ପାର୍ଶ୍ୱନାଥ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଧର୍ମୋପଦେଶ ଚାରୋଟି ନୀତି ଉପରେ ପ୍ରତିଷ୍ଠିତ , ଯଥା : - (୧) ଅହିଂସା , (୨) ସତ୍ୟ, (୩) ଅଚୌର୍ଯ୍ୟ ଏବଂ (୪) ଅପରିଗ୍ରହ[୩] , ଅର୍ଥାତ କାହାରିକୁ ହିଂସା କର ନାହିଂ,ମିଥ୍ୟା କହ ନାହିଁ,ଚୋରି କର ନାହିଁ ଏବଂ କୈଣସି ସମ୍ପତ୍ତି ପ୍ରତି ଆସକ୍ତି ରଖନାହିଁ । ଏହା ଚତୁର୍ଯ୍ୟାମ ଧର୍ମ ନାମରେ ଅଭିହିତ ।[୪]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. www.angelfire.com/co/jainism/mahavir.html
  2. http://www.religioustolerance.org/jainism.htm
  3. http://www.religioustolerance.org/jainism.htm
  4. "ଆର୍କାଇଭ୍ କପି". Archived from the original on 2012-12-13. Retrieved 2012-11-29. {{cite web}}: Cite has empty unknown parameter: |1= (help)

ବାହାର ତଥ୍ୟ[ସମ୍ପାଦନା]