ବଡ଼ଦିନ

ଉଇକିପିଡ଼ିଆ ରୁ
Jump to navigation Jump to search
ବଡ଼ଦିନ
ଖ୍ରୀଷ୍ଟମାସ
Nativity tree2011.jpg
ମାଟି ପୁତୁଳାମାନଙ୍କଦ୍ଵାରା ଯୀଶୁଙ୍କ ଜନ୍ମ ବୃତ୍ତାନ୍ତର ଦୃଶ୍ୟ ବର୍ଣ୍ଣିତ ଓ ପ୍ରଚ୍ଛଦପଟରେ ବଡ଼ଦିନ ଗଛ
ଅନ୍ୟ ନାମ ନୋଏଲ୍, ଯୀଶୁଙ୍କ ଜନ୍ମଦିନ, ଏକ୍ସ-ମାସ୍ (Xmas), ୟୁଲ୍
ପାଳନକାରୀ ଖ୍ରୀଷ୍ଟ ଧର୍ମାବଲମ୍ଵୀ ଓ ଅନେକ ଅଣ-ଖ୍ରୀଷ୍ଟୀୟ ସମ୍ପ୍ରଦାୟ[୧][୨]
ପ୍ରକାର ଖ୍ରୀଷ୍ଟୀୟ ଧାର୍ମିକ ପ୍ରଥା ଓ ସାଂସ୍କୃତିକ ଉତ୍ସବ
ବିଶେଷତା ଯୀଶୁଙ୍କ ଜନ୍ମୋତ୍ସବର ଆନନ୍ଦ ଉଲ୍ଲାସ
ପାଳନ ଉପହାର ଆଦାନପ୍ରଦାନ, ପାରିବାରିକ ଓ ସାମାଜିକ ମିଳନ, ଘରେ ଆଲୋକମାଳାର ସାଜସଜ୍ଜା, ଭୋଜି
ପର୍ବ ପାଳନ ଗୀର୍ଜାରେ ପୂଜାପାଠ ଓ ସେବା
ତାରିଖ
  • ଡିସେମ୍ଵର ୨୫
    ପାଶ୍ଚାତ୍ୟ ଦେଶର ଖ୍ରୀଷ୍ଟଧର୍ମୀ ଓ କେତେକ ପ୍ରାଚ୍ୟ ଦେଶର ଖ୍ରୀଷ୍ଟଧର୍ମୀ ସମ୍ପ୍ରଦାୟ
  • ଜାନୁଆରୀ ୭
    ପ୍ରାଚ୍ୟ ଦେଶମାନଙ୍କର କେତେକ ଗୀର୍ଜାଘର ଯେଉଁମାନେ ଜୁଲିଆନ୍ ପାଞ୍ଜିର ଅନୁସରଣ କରନ୍ତି[୩][୪]
  • ଜାନୁଆରୀ ୬
    ଆମେରିକୀୟ ଏପୋଷ୍ଟୋଲିକ୍ ଗୀର୍ଜାଘର[୫][୬]
  • ଜାନୁଆରୀ ୧୯
    ଆମେରିକୀୟ ପ୍ୟାଟ୍ରିଆର୍କେଟ୍ ଅଫ୍ ଜେରୁଜେଲମ୍[୭]
ପୌନଃପୁନିକତା ବାର୍ଷିକ
ସମ୍ପର୍କିତ ୟୁଲ୍, ବକ୍ସିଂଗ୍ ଡେ, ସନ୍ଥ ଷ୍ଟିଫେନ୍ ଦିବସ, ଜନ୍ମ ଦିବସ, ପ୍ରଭୁ ପ୍ରକାଶ

ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ[୮][୯] ରୂପେ ବଡ଼ଦିନକୁ (ଈଂରାଜୀରେ Christmas, ଉଚ୍ଚାରଣ – କ୍ରିସ୍‍ମସ୍) ଖ୍ରୀଷ୍ଟ ଧର୍ମାବଲମ୍ଵୀମାନେ ବଡ଼ ଧୁମ୍‍ଧାମ୍‍ର ସହିତ ପ୍ରତିବର୍ଷ ଡିସେମ୍ଵର ୨୫ ତାରିଖ[୪][୧୦][୧୧] ଦିନ ପାଳନ କରିଥାନ୍ତି ।[୨][୧୨][୧୩] ଖ୍ରୀଷ୍ଟୀୟ ପାଞ୍ଜି ବା ଗୀର୍ଜାର କ୍ୟାଲେଣ୍ଡର୍ ଅନୁସାରେ ଖ୍ରୀଷ୍ଟ ଜନ୍ମର କିଛି ଦିନ ପୂର୍ବରୁ ଉପବାସ ଓ ନିଷ୍ଠା ପୂର୍ବକ ପୂଜାପାଠ ଆରମ୍ଭ ହୋଇ ବଡ଼ଦିନ ଉତ୍ସବର ଆରମ୍ଭ ହୋଇଥାଏ ଏବଂ ତାହା ଦ୍ଵାଦଶ ଦିନରେ ସରି ଏକ ଉତ୍ସବ ପରି ପାଳିତ ହୁଏ ।[୧୪] କିଛି ଦେଶର ସ୍ଥାନୀୟ ସଂସ୍କୃତି ଅନୁସାରେ ଏହି ଉତ୍ସବ ଆଠ ଦିନ ଧରି ମଧ୍ୟ ପାଳିତ ହୁଏ ।[୧୫] ଖ୍ରୀଷ୍ଟ ଧର୍ମାବଲମ୍ଵୀ[୧୬] ବା ଅନେକ ଦେଶରେ ଅଣ-ଖ୍ରୀଷ୍ଟୀୟ ଜନସମୂହଙ୍କର[୧][୧୭] ମୁଖ୍ୟ ପର୍ବ ହୋଇଥିବାରୁ ଭାରତ ସମେତ ଅନେକ ଦେଶରେ ବଡ଼ଦିନକୁ ଏକ ସରକାରୀ ଛୁଟିଦିନ ରୂପେ ଘୋଷିତ କରାଯାଇଛି ।[୧୮][୧୯][୨୦]

ବାଇବେଲ୍‍ର “ନ୍ୟୁ ଟେଷ୍ଟାମେଣ୍ଟ୍” (ନୂତନ ନିୟମାବଳୀ) ଅନୁସାରେ ବେଥ୍ଲେହେମ୍‍ଠାରେ ଯୀଶୁଙ୍କ ଜନ୍ମ ଗ୍ରହଣର ବୃତ୍ତାନ୍ତ ବଡ଼ଦିନ ଉତ୍ସବର ପାରମ୍ପରିକ ମୂଳଦୁଆ ।[୨୧] ସନ୍ଥ ଜୋସେଫ୍ ଓ ମାତା ମେରି (ମରିୟମ୍) ବେଥ୍ଲେହେମ୍ ସହରରେ ପହଞ୍ଚି ଜାଣିବାକୁ ପାଇଥିଲେ ଯେ ସେମାନଙ୍କ ରହିବା ପାଇଁ କୌଣସି ପାନ୍ଥନିବାସ ନାହିଁ । ତେଣୁ ଏକ ମେଣ୍ଢାଶାଳରେ ମାତା ମେରିଙ୍କୁ ରହିବାକୁ ପଡ଼ିଥିଲା ଓ ସେଠାରେ ସେ ଯୀଶୁଙ୍କୁ ଜନ୍ମଦାନ କରିଥିଲେ । ଦେବଦୂତ (angels) ଓ ମେଷପାଳକମାନେ ମିଶି ଏହି ଶୁଭ ମୁହୂର୍ତ୍ତ ବିଷୟରେ ସଭିଙ୍କୁ ଜଣାଇଲେ ଓ ଯୀଶୁ ଜନ୍ମ ନେବା କଥା ପ୍ରଚାରିତ ହୋଇଗଲା ।[୨୨]

ଯୀଶୁଙ୍କ ପ୍ରକୃତ ଜନ୍ମ ତାରିଖ ଓ ମାସ ସମସ୍ତଙ୍କୁ ଅଜ୍ଞାତ, କିନ୍ତୁ ଚତୁର୍ଥ ଶତାବ୍ଦୀର ପ୍ରଥମାର୍ଦ୍ଧରେ “ୱେଷ୍ଟର୍ଣ୍ଣ୍ ଖ୍ରୀଷ୍ଟିୟାନ୍ ଚର୍ଚ୍ଚ୍” (ପାଶ୍ଚାତ୍ୟ ଦେଶମାନଙ୍କ ପ୍ରମୁଖ ଗୀର୍ଜାଘରମାନେ) ଡିସେମ୍ଵର ୨୫ ତାରିଖକୁ ଖ୍ରୀଷ୍ଟଙ୍କ ଜନ୍ମ ବୋଲି ଅଭିହିତ କଲେ[୨୩] ଓ ପ୍ରାଚ୍ୟ ଦେଶମାନଙ୍କରେ ମଧ୍ୟ ଏହି ପ୍ରଥା ପ୍ରଚଳିତ ହେଲା ।[୨୪][୨୫] ବର୍ତ୍ତମାନ ସମୟରେ ଗ୍ରେଗୋରିଆନ୍ ପାଞ୍ଜି ବା କ୍ୟାଲେଣ୍ଡର୍ ଓ ଅଧିକାଂଶ ଦେଶର ସରକାରୀ କ୍ୟାଲେଣ୍ଡର୍ ଡିସେମ୍ଵର ୨୫କୁ ବଡ଼ଦିନ ବୋଲି ଘୋଷଣା କରିଛନ୍ତି । କେତେକ ପ୍ରାଚ୍ୟ ଦେଶରେ ଅନୁସୃତ ଜୁଲିଆନ୍ ପାଞ୍ଜି ବା କ୍ୟାଲେଣ୍ଡର୍‍ର ଡିସେମ୍ଵର ୨୫ ତାରିଖ (ଯାହା ଗ୍ରେଗୋରିଆନ୍ ପାଞ୍ଜି ଅନୁସାରେ ଜାନୁଆରୀ ୭ ତାରିଖ) ଦିନ ବଡ଼ଦିନ ପାଳିତ ହୋଇଥାଏ । ଜୁଲିଆନ୍ ପାଞ୍ଜିର ବଡ଼ଦିନ ଗ୍ରେଗୋରିଆନ୍ ପାଞ୍ଜିର ଏପିଫ୍ୟାନି ବା ପ୍ରଭୁପ୍ରକାଶ ପର୍ବ (ଜାନୁଆରୀ ୬ ତାରିଖ)ର ପରବର୍ତ୍ତୀ ଦିନ ପଡ଼ିଥାଏ । ଖ୍ରୀଷ୍ଟ ଧର୍ମାବଲମ୍ଵୀ ଏହାକୁ ଏକ ବିବାଦ ନୁହେଁ ବରଂ ପାଞ୍ଜି ଅନୁସରଣ କରିବାର ଏକ ଭିନ୍ନ ଦିଗ ଭାବେ ପରିଗଣିତ କରିଥାନ୍ତି । ଅନ୍ୟ ଏକ ଦୃଷ୍ଟିଭଙ୍ଗୀ ଅନୁସାରେ ଜଗତର ପାପମୋଚନ କରିବା ପାଇଁ ଭଗବାନ ଯୀଶୁ ଅବତାର ରୂପେ ପୃଥିବୀପୃଷ୍ଠରେ ଅବତରଣ କରିଥିବାର ବେଳା ବା ଘଟଣାକୁ ପାଳନ କରାଯିବା ଏହି ଉତ୍ସବର ମୂଳ ଲକ୍ଷ୍ୟ ଏବଂ ନିର୍ଦ୍ଦିଷ୍ଟ କେଉଁ ଦିନ ଏହି ସବୁ ଘଟଣା ଘଟିଥିଲା ତାହା ନିମିତ୍ତ ମାତ୍ର ।[୨୬][୨୭][୨୮][୨୯]

ବଡ଼ଦିନ ପାଳନର ପରମ୍ପରାରେ ଖ୍ରୀଷ୍ଟୀୟ ଧାର୍ମିକ ପ୍ରଥା, ଖ୍ରୀଷ୍ଟପୂର୍ବ ସମୟର କିଛି ଧାର୍ମିକ ପ୍ରଥା ଓ ଅନ୍ୟ କେତେକ ଉଦାରପନ୍ଥୀ ଧାର୍ମିକ ପ୍ରଥା ସମ୍ମିଶ୍ରିତ ହୋଇ ରହିଛି ।[୩୦] ଆଧୁନିକ ଯୁଗରେ ବଡ଼ଦିନ ପାଳନ ସମୟରେ ଉପହାର ଦେଣନେଣ, ଆଗମନ କ୍ୟାଲେଣ୍ଡର୍‍ର (Advent calendar) ଦିନ ଗଣିବା, ବଡ଼ଦିନର ସଙ୍ଗୀତ ଓ ପ୍ରାର୍ଥନା, ବଡ଼ଦିନ ଗଛ, ଘରକୁ ଆଲୋକମାଳାରେ ସଜ୍ଜିତ କରିବା, ଗୀର୍ଜା ଘର ତରଫରୁ ସମାଜର ଉନ୍ନତିମୂଳକ କାର୍ଯ୍ୟରେ ଯୋଗଦାନ ଦେବା, ବଡ଼ଦିନ କାର୍ଡ୍ ଦେବାନେବା, କଣ୍ଢେଇ ମାଧ୍ୟମରେ ଯୀଶୁଙ୍କ ଜନ୍ମବୃତ୍ତାନ୍ତ ଦର୍ଶାଇବା ପରି ବିଭିନ୍ନ ପ୍ରଥା ପ୍ରଚଳିତ ହୁଏ । ବଡ଼ଦିନ ସମ୍ପର୍କିତ କିଛି ସ୍ଥାନୀୟ ଲୋକକଥା ଓ ପରମ୍ପରା ମଧ୍ୟ ରହିଛି । ସନ୍ଥ ନିକୋଲାସ୍ ବା "ସାଣ୍ଟା କ୍ଲସ୍" (ଈଂରାଜୀରେ Santa Claus) ଛୋଟ ପିଲାଙ୍କ ପାଇଁ ଉପହାର ଆଣିଦେବା ସେମାନଙ୍କୁ ଉତ୍ସାହିତ ଓ ଆନନ୍ଦିତ କରିଥାଏ ।[୩୧] ଉପହାର ଓ ଅନ୍ୟାନ୍ୟ ସାମଗ୍ରୀ କିଣାବିକା ଯୋଗୁଁ ବଡ଼ଦିନ ସମୟଟି ବ୍ୟାପାର ପାଇଁ ଉତ୍କୃଷ୍ଟ ସମୟ ଓ ଗତ କିଛି ଶତାବ୍ଦୀରେ ବିଶ୍ଵର ବିଭିନ୍ନ ସ୍ଥାନରେ ବଡ଼ଦିନ ସମୟରେ ଏହି ବ୍ୟାପାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।

ନାମକରଣର ଇତିହାସ[ସମ୍ପାଦନା]

ଈଂରାଜୀ ଶବ୍ଦ "Christ's Mass" ଶବ୍ଦର କ୍ଷୁଦ୍ରରୂପ ହେଉଛି "Christmas" (ବଡ଼ଦିନ) । ଏହି ଶବ୍ଦଟିକୁ ପ୍ରାଚୀନ ଈଂରାଜୀରେ Crīstesmæsse (୧୦୩୮ ମସିହାରେ ପ୍ରଥମ ଉଲ୍ଲେଖ[୯]) ଓ Cristes-messe (୧୧୩୧ ମସିହାରେ ପ୍ରଥମ ଉଲ୍ଲେଖ.[୩୨]) ଏବଂ ମଧ୍ୟଯୁଗୀୟ ଈଂରାଜୀରେ Cristemasse କୁହାଯାଉଥିଲା । ଗ୍ରୀକ୍ ଶବ୍ଦ Khrīstos (Χριστός) ଯାହାର ହିବ୍ରୁ ଭାଷାର ଅନୁବାଦ ହେଉଛି Māšîaḥ (מָשִׁיחַ) (ଅର୍ଥାତ୍ ଅଭିଷିକ୍ତ)[୩୩][୩୪] ଏବଂ mæsse ଶବ୍ଦଟି ଲାଟିନ୍ ଭାଷାର ଶବ୍ଦ missaରୁ ଗୃହୀତ ଯାହାର ଅର୍ଥ ଦିବ୍ୟ ରାତ୍ରଭୋଜନର ସମାରୋହ (celebrating Eucharist) ।

ପାରମ୍ପରିକ ଭାବେ ଖ୍ରୀଷ୍ଟେନ୍‍ମାସ୍ (Christenmas) ବୋଲି ଏକ ଶବ୍ଦ ମଧ୍ୟ ବ୍ୟବହୃତ ହେଉଥିଲା କିନ୍ତୁ ଏହାକୁ ପ୍ରାଚୀନ ଓ କଥିତ ଭାଷାରେ ଅପଭ୍ରଂଶ ବୋଲି ବିବେଚନା କରାଯାଇଥାଏ ।[୩୫] ଏହି ଶବ୍ଦ ମଧ୍ୟଯୁଗୀୟ ଈଂରାଜୀ ଶବ୍ଦ Cristenmasseରୁ ଉଦ୍ଧୃତ ।[୩୬] ଏକ୍ସ୍-ମାସ୍ (Xmas) ଶବ୍ଦଟି କ୍ରିସ୍‍ମସ୍ ଶବ୍ଦର କ୍ଷୁଦ୍ର ରୂପ । ଏଥିରେ ବ୍ୟବହୃତ (Χ) ଅକ୍ଷର ଗ୍ରୀକ୍ ଭାଷାର “ଚି” ଅକ୍ଷରକୁ ବୁଝାଏ ଓ ଏହାର ଅର୍ଥ ହେଲା ଖ୍ରୀଷ୍ଟ (Khrīstos (Χριστός)) । ଏହି କ୍ଷୁଦ୍ର ରୂପର ବ୍ୟବହାର ସେତେଟା ପସନ୍ଦ କରାଯାଉନଥିଲେ ବି[୩୭] ମଧ୍ୟଯୁଗୀୟ ଈଂରାଜୀରେ ଏହାର ଅଧିକ ବ୍ୟବହାର ଦେଖାଯାଇଛି (Χρ̄es masse ଶବ୍ଦରେ Χριστόςର କ୍ଷୁଦ୍ରରୂପ ହେଲା "Χρ̄") ।[୩୬]

ବିଭିନ୍ନ ଦେଶରେ କ୍ରିସ୍‍ମସ୍ ପର୍ବର ଭିନ୍ନ ଭିନ୍ନ ନାମ ରହିଛି ସତ, ତେବେ ଭାରତ ଓ ଏହାର ପଡ଼ୋଶୀ ରାଷ୍ଟ୍ରମାନଙ୍କରେ ଏହି ପର୍ବକୁ ବଡ଼ଦିନ (ବା ମହତ୍ତ୍ଵପୂର୍ଣ୍ଣ ଦିନ) ବୋଲି କୁହାଯାଇଥାଏ । ଔପନିବେଶିକ ଅନୁପ୍ରବେଶ କାଳରେ ଭାରତୀୟ ଉପମହାଦ୍ଵୀପରେ ଖ୍ରୀଷ୍ଟୀୟ ଧାର୍ମିକ ପ୍ରଭାବ ବିସ୍ତାର କରିବା ପାଇଁ ଚେଷ୍ଟା କରାଯାଉଥିଲା । ୨୧୦ ବର୍ଷ ପୂର୍ବେ ଈଂରେଜ ଭାରତର ଅନେକ ଅଞ୍ଚଳରେ ନିଜ ପ୍ରଭାବ ବିସ୍ତାର କରିସାରିଥିଲେ । ଖ୍ରୀଷ୍ଟ ଧର୍ମର ପ୍ରଚାର ଓ ପ୍ରସାର ପାଇଁ ତାହା ଏକ ପ୍ରକୃଷ୍ଟ ସମୟ ବୋଲି ସେମାନଙ୍କୁ ହୃଦବୋଧ ହେଲା । ପ୍ରାୟ ୨୫ ଡିସେମ୍ଵର ବା ଏହାର ଆଖପାଖ ସମୟରୁ ଦିନର ଦୈର୍ଘ୍ୟ ସାମାନ୍ୟ ବଢ଼ିବାକୁ ଲାଗେ । ଭାରତରେ ପ୍ରାଚୀନ କାଳରୁ ରହି ଆସିଥିବା ହିନ୍ଦୁ ବା ଅନ୍ୟ ଧର୍ମାବଲମ୍ଵୀ ଲୋକେ ଏହି ସମୟର ମହତ୍ତ୍ଵକୁ ଅଣଦେଖା କରିବା ସମ୍ଭବ ନଥିଲା । ତେଣୁ ହିନ୍ଦୁ ଲୋକେ ସହଜରେ ଏହି ପର୍ବକୁ ସ୍ଵୀକାର କରନ୍ତୁ ବୋଲି ଏହାର ନାମ ‘’ବଡ଼ଦିନ’’ ବୋଲି ପ୍ରଚଳନ ହେବାର ଅନୁମାନ କରାଯାଏ ।[୩୮]

ବଡ଼ଦିନର ଅନ୍ୟନାମ[ସମ୍ପାଦନା]

କ୍ରିସ୍‍ମସ୍ ବା ବଡ଼ଦିନ ବ୍ୟତୀତ ଏହି ପର୍ବର ଆହୁରି ଅନେକ ନାମ ଲୋକମୁଖରେ ପ୍ରଚଳିତ ଥିବା ଇତିହାସରୁ ଜଣାପଡ଼େ । ପଞ୍ଚମ ଶତାବ୍ଦୀର ଏଂଗ୍ଲୋ-ସେକ୍ସନ୍ ମାନେ ଏହାକୁ ଶୀତଋତୁର ଅର୍ଦ୍ଧବିନ୍ଦୁ ("midwinter")[୩୯][୪୦] ବୋଲି କହୁଥିଲେ । କେହିକେହି ଏହାକୁ ନେଟିଉଟିଓ (ଲାଟିନ୍ ଶବ୍ଦ nātīvitāsରୁ ଗୃହୀତ) ବୋଲି କହୁଥିଲେ ।[୩୯][୪୧] ଯୀଶୁଙ୍କ ଜନ୍ମକୁ ଈଂରାଜୀରେ "Nativity of Jesus" ବୋଲି କୁହାଯାଇଥାଏ ଓ ଏହା ଲାଟିନ୍ ଶବ୍ଦ nātīvitāsରୁ ଗୃହୀତ ହୋଇଅଛି ।[୪୨] ପ୍ରାଚୀନ ଈଂରାଜୀରେ ବ୍ୟବହୃତ ଶବ୍ଦ Gēola (ୟୁଲ୍) ଶବ୍ଦର ପ୍ରକୃତ ଅର୍ଥ ହେଲା ଡିସେମ୍ଵର ଓ ଜାନୁଆରୀ ମାସର ସମୟ, କିନ୍ତୁ ବଡ଼ଦିନ ଏହି ସମୟରେ ପାଳିତ ହେଉଥିବାରୁ କ୍ରମଶଃ ବଡ଼ଦିନକୁ ୟୁଲ୍ ବୋଲି କୁହାଗଲା ।[୪୩] ଜନ୍ମ (ଦିନ) ବୁଝାଉଥିବା ଲାଟିନ୍ ଶବ୍ଦ nātālis (diēs)ରୁ ପ୍ରାଚୀନ ଫରାସୀ ଶବ୍ଦ noël ବା naël ଏବଂ ସେଥିରୁ ଈଂରାଜୀ ଶବ୍ଦ "Noel" (ବା "Nowel")ର ସୃଷ୍ଟି ଓ ଚତୁର୍ଦ୍ଦଶ ଶତାବ୍ଦୀର ଶେଷ ବେଳକୁ ଈଂରାଜୀ ଭାଷାରେ ଏହି ଶବ୍ଦ ବ୍ୟବହୃତ ହୋଇ ବଡ଼ଦିନ ସହିତ ସମ୍ପୃକ୍ତ ହେବାକୁ ଲାଗିଲା ।[୪୪]

ଯୀଶୁଙ୍କ ଜନ୍ମ[ସମ୍ପାଦନା]

ସନ୍ଥ ଲ୍ୟୁକ୍‍ଙ୍କ ଧର୍ମୋପଦେଶ (୨ୟ ଅଧ୍ୟାୟ, v ୧–୨୦)

ବେଥ୍ଲେହେମ୍ ସହରରେ କୁମାରୀ ମାତା ମେରି ବା ମରିୟମ୍‍ଙ୍କଠାରୁ ଯୀଶୁ ଜନ୍ମ ଗ୍ରହଣ କରିଥିଲେ ବୋଲି ସନ୍ଥ ଲ୍ୟୁକ୍, ସନ୍ଥ ମେଥ୍ୟୁ ଆଦି ନିଜ ଧର୍ମୋପଦେଶମାନଙ୍କରେ କହିଯାଇଛନ୍ତି । ଲ୍ୟୁକ୍‍ଙ୍କ ବିବରଣୀ ଅନୁସାରେ ଜୋସେଫ୍ ଓ ମେରି ନଜାରେତ୍‍ରୁ ବେଥ୍ଲେହେମ୍ ଯାତ୍ରା କରି ସେଠାରେ ମେରି ଯୀଶୁଙ୍କୁ ଜନ୍ମଦାନ କରିଥିଲେ ଓ ପାଳଗଦାର ଏକ ଛୋଟ ଝୁଲଣାରେ ଯୀଶୁଙ୍କୁ ରଖାଯାଇଥିଲା ।[୪୫] ଯୀଶୁ ମାନବଜାତିର ତ୍ରାଣକର୍ତ୍ତା ହେବେ ବୋଲି ଦେବଦୂତମାନେ (angel-ଏଞ୍ଜେଲ୍) ଜଣାଇବା ପରେ ମେଷପାଳକମାନେ ଯୀଶୁଙ୍କୁ ସ୍ନେହର ସହିତ ଗ୍ରହଣ କରିଥିଲେ ।

ମେଥ୍ୟୁଙ୍କ ବିବରଣୀ ଅନୁସାରେ ପ୍ରାଚ୍ୟର ଜ୍ଞାନୀଗଣ (ମ୍ୟାଗି) ବେଥ୍ଲେହେମ୍ ତାରକାର ଅନୁସରଣ କରି ଯୀଶୁଙ୍କୁ (ଯିଏ ୟେହୁଦୀମାନଙ୍କ ଭବିଷ୍ୟତର ରାଜା ହେବେ ବୋଲି କିମ୍ଵଦନ୍ତୀ ରହିଥିଲା) ଉପହାର ଦେବା ସକାଶେ ବେଥ୍ଲେହେମ୍ ପହଞ୍ଚିଥିଲେ । ରାଜପଦ ଚାଲିଯିବା ଆଶଙ୍କା କରି ରାଜା ହେରୋଡ୍ ଏହି ସମୟରେ ରାଜ୍ୟରେ ଜନ୍ମ ନେଇଥିବା ୨ ବର୍ଷ ବୟସରୁ କମ୍ ସମସ୍ତ ଶିଶୁଙ୍କ ହତ୍ୟା କରିବାର ନିର୍ଦ୍ଦେଶ ଦେଇଥିଲେ । ତେଣୁ ଯୀଶୁଙ୍କ ପରିବାର ତାଙ୍କୁ ନେଇ ବେଥ୍ଲେହେମ୍‍ରୁ ମିଶର୍ ପଳାୟନ କଲେ ଓ ପରେ ନଜାରେତ୍‍ ସହରରେ ବାସ କରିବା ଆରମ୍ଭ କଲେ ।

ଇତିହାସ[ସମ୍ପାଦନା]

ପଞ୍ଚଦଶ ଶତାବ୍ଦୀ ସମୟରେ ଅଙ୍କିତ ପ୍ରାଚ୍ୟ ଖ୍ରୀଷ୍ଟ ଧର୍ମରେ ପ୍ରଚଳିତ ଯୀଶୁଙ୍କ ଜନ୍ମ ବୃତ୍ତାନ୍ତର ଏକ ଚିତ୍ର (ସନ୍ଥ ଆନ୍ଦ୍ରେ ରୁବ୍ଲେଭ୍)
ଦ୍ଵାଦଶ ଶତାବ୍ଦୀରେ ଲାଣ୍ଡସ୍‍ବର୍ଗ୍‍ର ହେରାଡ୍ ନନ୍‍ଙ୍କ ହୋର୍ଟୁସ୍ ଡେଲିସିଆରୁମ୍ ପୁସ୍ତକର ପାଣ୍ଡୁଲିପିରେ ଅଙ୍କିତ ଯୀଶୁ ଜନ୍ମବୃତ୍ତାନ୍ତ
୧୬୨୨ ମସିହାରେ ଓଲନ୍ଦାଜ୍ ଚିତ୍ରକର ଜେରାର୍ଡ୍ ଭାନ୍ ହୋନ୍ଥ୍ରୋଷ୍ଟଙ୍କ ଅଙ୍କିତ Adoration of the Shepherds (ମେଷପାଳକଙ୍କ ସ୍ନେହ) ଚିତ୍ରରେ ଯୀଶୁଙ୍କ ଜନ୍ମ ବୃତ୍ତାନ୍ତ

ମେଥ୍ୟୁ ଓ ଲ୍ୟୁକ୍‍ଙ୍କ ବର୍ଣ୍ଣିତ ଯୀଶୁ ଜନ୍ମ ବୃତ୍ତାନ୍ତ ପ୍ରାୟତଃ ସମସ୍ତ ଖ୍ରୀଷ୍ଟ ଧର୍ମବାଣୀରେ ପ୍ରତିଫଳିତ ହୋଇଛି ଓ ପୁରାତନ ଖ୍ରୀଷ୍ଟୀୟ ଲେଖକଗଣ ଯୀଶୁଙ୍କ ଜନ୍ମ ତାରିଖ ବିଷୟରେ ବିଭିନ୍ନ ମତ ଦେଇଆସିଛନ୍ତି । ଖ୍ରୀ. ୩୩୬ରେ ରୋମ୍ ନଗରରେ ପ୍ରଥମ ଥର ପାଇଁ ବଡ଼ଦିନ ପାଳିତ ହୋଇଥିବାର ଉଲ୍ଲେଖ ରହିଛି ।[୪୬][୪୭] ଚତୁର୍ଥ ଶତାବ୍ଦୀରେ ଖ୍ରୀଷ୍ଟ ଧର୍ମରେ ଦେଖାଦେଇଥିବା ଏରୀୟ ବିବାଦ ପଛରେ ମଧ୍ୟ ବଡ଼ଦିନ ଉତ୍ସବର ଭୂମିକା ରହିଥିଲା । ମଧ୍ୟଯୁଗରେ ଏହା ପ୍ରଭୁପ୍ରକାଶ (ବା ଏପିଫେନି) ଉତ୍ସବ ଯୋଗୁଁ କ୍ରମେ ଶିଥିଳ ପଡ଼ି ଆସିଥିଲା । ବଡ଼ଦିନ ଉପଲକ୍ଷେ ଚାର୍ଲିମେନ୍ ସମ୍ରାଟ ରୂପେ ଅଭିଷିକ୍ତ ହେବାରୁ ଖ୍ରୀ. ୮୦୦ ପରେ ବଡ଼ଦିନ ପାଳନକୁ ନେଇ ପୁଣି ଉତ୍ସାହ ସୃଷ୍ଟି ହୋଇଥିଲା ।

ଉତ୍ସବ ସମୟରେ ନିଶାସକ୍ତି ଓ ସାମାଜିକ ଦୁର୍ବ୍ୟବହାର ଇତ୍ୟାଦିର ଉଦାହରଣରେ ବ୍ୟଥିତ ହୋଇ ନୈଷ୍ଠିକ ଖ୍ରୀଷ୍ଟ ଧର୍ମାବଲମ୍ଵୀମାନେ ୧୭ଶ ଶତାବ୍ଦୀରେ ବଡ଼ଦିନ ପାଳନକୁ ନିଷିଦ୍ଧ ଘୋଷଣା କରିଥିଲେ ।[୪୮] ୧୬୬୦ ମସିହାରେ ଏହାକୁ ଏକ ବୈଧ ଛୁଟିଦିନ ଭାବେ ଗ୍ରହଣ କରାଯାଇଥିବାର ଉଲ୍ଲେଖ ରହିଛି କିନ୍ତୁ ତଥାପି ଏହି ପର୍ବ ଉଲ୍ଲାସର ସହିତ ପାଳିତ ହେଉନଥିଲା । ୧୯ଶ ଶତାବ୍ଦୀର ଆରମ୍ଭରେ ଅକ୍ସଫୋର୍ଡ୍ ଆନ୍ଦୋଳନ ସହିତ ବଡ଼ଦିନ ନିଜର ସତ୍ତା ଫେରିପାଇଥିଲା ।[୪୯]

ଚାର୍ଲ୍ସ ଡିକେନ୍ସ ଓ ଅନ୍ୟ ବହୁ ଲେଖକ ବଡ଼ଦିନକୁ ଧାର୍ମିକ ଉତ୍ସବ, ପାରିବାରିକ ମିଳନ, ଉପହାର ଆଦାନପ୍ରଦାନ ଓ ସାମାଜିକ ଐକ୍ୟର ସମୟ ବୋଲି ଅଭିହିତ କଲେ ଓ ଏହି ପର୍ବ ପାଳନ କରିବାକୁ ନେଇ ରହିଥିବା ଉଦାସୀନତାକୁ ଦୂର କରିବାକୁ ଚେଷ୍ଟା କରିଥିଲେ ।[୪୯]

ଡିସେମ୍ଵର ୨୫ ତାରିଖର ଚୟନ[ସମ୍ପାଦନା]

ତୃତୀୟ ଶତାବ୍ଦୀ ବେଳକୁ ଯୀଶୁଙ୍କ ଜନ୍ମ ତାରିଖକୁ ନେଇ ଲୋକଙ୍କ ମନରେ ତୁମୁଳ କୌତୁହଳ ତଥା ଅନିଶ୍ଚିତତା ରହିଥିଲା । ୨୦୦ ଖ୍ରୀଷ୍ଟାବ୍ଦ ବେଳକୁ ଆଲେକ୍‍ଜାଣ୍ଡ୍ରିଆର କ୍ଳେମଁ ଲେଖିଥିଲେ ଯେ :

କିଛି ଲୋକ ଅଛନ୍ତି ଯେଉଁମାନେ ଆମ ଭଗବାନଙ୍କ କେବଳ ଜନ୍ମ ବର୍ଷ ନୁହେଁ ଏପରିକି ତାଙ୍କର ଜନ୍ମ ତାରିଖ ନିର୍ଦ୍ଧାରଣ କରି କହିଛନ୍ତି ଯେ ଅଗଷ୍ଟସ୍‍ଙ୍କ ଶାସନର ୨୮ତମ ବର୍ଷରେ, ମିଶରୀୟ ମାସ ପେଚୋନ୍‍ର ୨୫ତମ ଦିନରେ (ମଇ ୨୦) ଏହା ଘଟିଥିଲା … ପୁଣି ଅନ୍ୟ କିଛି ଜଣ ମତ ଦିଅନ୍ତି ଯେ, ସେ ଫାର୍ମୁଥି ମାସର ୨୪ତମ ବା ୨୫ତମ ଦିନରେ (ଅପ୍ରେଲ୍ ୨୦ ବା ୨୧) ଜନ୍ମ ଗ୍ରହଣ କରିଥିଲେ ।[୫୦]

ଏହି ସମୟର ଆଉ ଏକ ଲେଖାରେ କୁହାଯାଇଛି ଯେ, ଯୀଶୁଙ୍କ ଜନ୍ମ ତାରିଖଟି ମଇ ୨୦ କିମ୍ଵା ଅପ୍ରେଲ୍ ୧୮ ବା ୧୯ କିମ୍ଵା ମାର୍ଚ୍ଚ ୨୫, ଜାନୁଆରୀ ୨ କିମ୍ଵା ନଭେମ୍ଵର ୧୭ କିମ୍ଵା ନଭେମ୍ଵର ୨୦ ହୋଇଥାଇପାରେ ବୋଲି ଅନେକ ପ୍ରସ୍ତାବ ଆସିଥିଲା ।[୯][୫୧] ଅନେକ କାରଣରୁ ଡିସେମ୍ଵର ୨୫କୁ ଯୀଶୁଙ୍କ ଜନ୍ମୋତ୍ସବ ରୂପେ ଗ୍ରହଣ କରାଯାଇଥିଲା । ରୋମାନ୍ ପାଞ୍ଜି ଅନୁସାରେ ଅୟନାନ୍ତ (winter solstice) ମାର୍ଚ୍ଚ ୨୫ ତାରିଖର ୯ ମାସ ପରେ ହୁଏ । ମାର୍ଚ୍ଚ ୨୫ ତାରିଖ ହେଉଛି ବସନ୍ତ-ବିଷୁବ ଯେଉଁ ଦିନ ମେରି ଯୀଶୁଙ୍କୁ ଗର୍ଭରେ ଧାରଣ କରିଥିଲେ ବୋଲି କୁହାଯାଏ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଟୀକା[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ Christmas as a Multi-faith Festival—BBC News. Retrieved September 30, 2008.
  2. ୨.୦ ୨.୧ "In the U.S., Christmas Not Just for Christians". Gallup, Inc. December 24, 2008. Retrieved December 16, 2012. 
  3. Gwynne, Paul (୨୦୧୧). World Religions in Practice. John Wiley & Sons. ISBN ୯୭୮-୧-୪୪୪୩-୬୦୦୫-୯. 
  4. ୪.୦ ୪.୧ Ramzy, John. "The Glorious Feast of Nativity: 7 January? 29 Kiahk? 25 December?". Coptic Orthodox Church Network. Retrieved January 17, 2011. 
  5. Steinfels, Peter (January 6, 2007). "At Armenian Churches, a Distinct Observance Today". The New York Times. https://www.nytimes.com/2007/01/06/us/06beliefs.html. 
  6. Agadjanian, Alexander (୨୦୧୬). Armenian Christianity Today: Identity Politics and Popular Practice. Routledge. p. ୧୧୩. ISBN ୯୭୮୧୩୧୭୧୭୮୫୭୬. The Armenian Apostolic Church follows the oldest Jerusalem version of Canons of Calendar, based on the Julian Calendar, and therefore celebrates Christmas and Theophany on the same day, January ୬ 
  7. Jansezian, Nicole. "10 things to do over Christmas in the Holy Land". The Jerusalem Post. http://www.jpost.com/Travel/Around-Israel/10-things-to-do-over-Christmas-in-the-Holy-Land. "...the Armenians in Jerusalem – and only in Jerusalem – celebrate Christmas on January 19..." 
  8. Christmas, Merriam-Webster. Retrieved 2008-10-06.
    Archived 2009-10-31.
  9. ୯.୦ ୯.୧ ୯.୨ Martindale, Cyril Charles."Christmas". The Catholic Encyclopedia. Vol. 3. New York: Robert Appleton Company, 1908.
  10. Several branches of Eastern Christianity that use the Julian calendar also celebrate on December 25 according to that calendar, which is now January 7 on the Gregorian calendar. Armenian Churches observed the nativity on January 6 even before the Gregorian calendar originated. Most Armenian Christians use the Gregorian calendar, still celebrating Christmas Day on January 6. Some Armenian churches use the Julian calendar, thus celebrating Christmas Day on January 19 on the Gregorian calendar, with January 18 being Christmas Eve.
  11. ଆଧାର ଭୁଲ: ଅଚଳ <ref> ଚିହ୍ନ; 4Dates ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  12. "The Global Religious Landscape | Christians". Pew Research Center. December 18, 2012. Retrieved May 23, 2014. 
  13. "Christmas Strongly Religious For Half in U.S. Who Celebrate It". Gallup, Inc. December 24, 2010. Retrieved December 16, 2012. 
  14. Forbes, Bruce David (October ୧, ୨୦୦୮). Christmas: A Candid History. University of California Press. p. ୨୭. ISBN ୯୭୮-୦-୫୨୦-୨୫୮୦୨-୦. In ୫୬୭ the Council of Tours proclaimed that the entire period between Christmas and Epiphany should be considered part of the celebration, creating what became known as the twelve days of Christmas, or what the English called Christmastide.
    On the last of the twelve days, called Twelfth Night, various cultures developed a wide range of additional special festivities. The variation extends even to the issue of how to count the days. If Christmas Day is the first of the twelve days, then Twelfth Night would be on January ୫, the eve of Epiphany. If December ୨୬, the day after Christmas, is the first day, then Twelfth Night falls on January ୬, the evening of Epiphany itself.
    After Christmas and Epiphany were in place, on December ୨୫ and January ୬, with the twelve days of Christmas in between, Christians slowly adopted a period called Advent, as a time of spiritual preparation leading up to Christmas.
     
  15. Senn, Frank C. (୨୦୧୨). Introduction to Christian Liturgy. Fortress Press. p. ୧୪୫. ISBN ୯୭୮-୧-୪୫୧୪-୨୪୩୩-୧. We noted above that late medieval calendars introduced a reduced three-day octave for Christmas, Easter, and Pentecost that were retained in Roman Catholic and passed into Lutheran and Anglican calendars. 
  16. Ehorn, Lee Ellen; Hewlett, Shirely J.; Hewlett, Dale M. (September ୧, ୧୯୯୫). December Holiday Customs. Lorenz Educational Press. p. ୧. ISBN ୯୭୮-୧-୪୨୯୧-୦୮୯୬-୬. 
  17. Nick Hytrek, "Non-Christians focus on secular side of Christmas", Sioux City Journal, November 10, 2009. Retrieved November 18, 2009.
  18. Canadian Heritage – Public holidaysGovernment of Canada. Retrieved November 27, 2009.
  19. 2009 Federal HolidaysU.S. Office of Personnel Management. Retrieved November 27, 2009.
  20. Bank holidays and British Summer timeHM Government. Retrieved November 27, 2009.
  21. Crump, William D. (September ୧୫, ୨୦୦୧). The Christmas Encyclopedia (in English) (୩ ed.). McFarland. p. ୩୯. ISBN ୯୭୮୦୭୮୬୪୬୮୨୭୦. Christians believe that a number of passages in the Bible are prophecies about future events in the life of the promised Messiah or Jesus Christ. Most, but not all, of those prophecies are found in the Old Testament ... Born in Bethlehem (Micah ୫:୨): "But thou, Bethlehem Ephratah, though thou be little among the thousands of Juda, yet out of thee shall he come forth unto me that is to be ruler in Israel; whose goings forth have been from of old, from everlasting." 
  22. Tucker, Ruth A. (୨୦୧୧). Parade of Faith: A Biographical History of the Christian Church (in English). Zondervan. p. ୨୩. ISBN ୯୭୮୦୩୧୦୨୦୬୩୮୫. According to gospel accounts, Jesus was born during the reign of Herod the Great, thus sometime before ୪ BCE. The birth narrative in Luke's gospel is one of the most familiar passages in the Bible. Leaving their hometown of Nazareth, Mary and Joseph travel to Bethlehem to pay taxes. Arriving late, they find no vacancy at the inn. They are, however, offered a stable, most likely a second room attached to a family dwelling where animals were sheltered—a room that would offer some privacy from the main family room for cooking, eating, and sleeping. This "city of David" is the little town of Bethlehem of Christmas-carol fame, a starlit silhouette indelibly etched on Christmas cards. No sooner was the baby born than angels announced the news to shepherds who spread the word. 
  23. Corinna Laughlin, Michael R. Prendergast, Robert C. Rabe, Corinna Laughlin, Jill Maria Murdy, Therese Brown, Mary Patricia Storms, Ann E. Degenhard, Jill Maria Murdy, Ann E. Degenhard, Therese Brown, Robert C. Rabe, Mary Patricia Storms, Michael R. Prendergast, Sourcebook for Sundays, Seasons, and Weekdays 2011: The Almanac for Pastoral Liturgy, LiturgyTrainingPublications, 2010, p. 29.
  24. "The Chronography of 354 AD. Part 12: Commemorations of the Martyrs", The Tertullian Project. 2006. Retrieved November 24, 2011.
  25. Roll, Susan K., Toward the Origins of Christmas, (Peeters Publishers, 1995), p. 133.
  26. The Liturgical Year. Thomas Nelson. November ୩, ୨୦୦୯. ISBN ୯୭୮-୧-୪୧୮୫-୮୦୭୩-୫. Retrieved April ୨, ୨୦୦୯. Christmas is not really about the celebration of a birth date at all. It is about the celebration of a birth. The fact of the date and the fact of the birth are two different things. The calendrical verification of the feast itself is not really that important ... What is important to the understanding of a life-changing moment is that it happened, not necessarily where or when it happened. The message is clear: Christmas is not about marking the actual birth date of Jesus. It is about the Incarnation of the One who became like us in all things but sin (Heb. ୪:୧୫) and who humbled Himself "to the point of death-even death on a cross" (Phil. ୨:୮). Christmas is a pinnacle feast, yes, but it is not the beginning of the liturgical year. It is a memorial, a remembrance, of the birth of Jesus, not really a celebration of the day itself. We remember that because the Jesus of history was born, the Resurrection of the Christ of faith could happen. 
  27. "The Christmas Season". CRI / Voice, Institute. Retrieved April 2, 2009. The origins of the celebrations of Christmas and Epiphany, as well as the dates on which they are observed, are rooted deeply in the history of the early church. There has been much scholarly debate concerning the exact time of the year when Jesus was born, and even in what year he was born. Actually, we do not know either. The best estimate is that Jesus was probably born in the springtime, somewhere between the years of 6 and 4 BC, as December is in the middle of the cold rainy season in Bethlehem, when the sheep are kept inside and not on pasture as told in the Bible. The lack of a consistent system of timekeeping in the first century, mistakes in later calendars and calculations, and lack of historical details to cross reference events has led to this imprecision in fixing Jesus' birth. This suggests that the Christmas celebration is not an observance of a historical date, but a commemoration of the event in terms of worship. 
  28. The School Journal, Volume ୪୯. Harvard University. ୧୮୯୪. Retrieved April ୨, ୨୦୦୯. Throughout the Christian world the ୨୫th of December is celebrated as the birthday of Jesus Christ. There was a time when the churches were not united regarding the date of the joyous event. Many Christians kept their Christmas in April, others in May, and still others at the close of September, till finally December ୨୫ was agreed upon as the most appropriate date. The choice of that day was, of course, wholly arbitrary, for neither the exact date not the period of the year at which the birth of Christ occurred is known. For purposes of commemoration, however, it is unimportant whether the celebration shall fall or not at the precise anniversary of the joyous event. 
  29. Alister McGrath (February ୧୩, ୨୦୦୬). Christianity: An Introduction (in English). John Wiley & Sons. p. ୧୫. ISBN ୯୭୮୧୪୦୫୧୦୮୯୯୭. For Christians, the precise date of the birth of Jesus is actually something of a non-issue. What really matters is that he was born as a human being, and entered into human history. 
  30. West's Federal Supplement. West Publishing Company. ୧୯୯୦. While the Washington and King birthdays are exclusively secular holidays, Christmas has both secular and religious aspects. 
  31. "Poll: In a changing nation, Santa endures", Associated Press, December 22, 2006. Retrieved November 18, 2009.
  32. Cyril Charles Martindale, "Christmas", in The Catholic Encyclopedia. Vol. 3, New York: Robert Appleton Company, 1908 (accessed December 21, 2012).
  33. Schoenborn, Christoph (୧୯୯୪). God's human face: the Christ-icon. p. ୧୫୪. ISBN ୦-୮୯୮୭୦-୫୧୪-୨. 
  34. Galey, John (୧୯୮୬). Sinai and the Monastery of St. Catherine. p. ୯୨. ISBN ୯୭୭-୪୨୪-୧୧୮-୫. 
  35. Christenmas, n., Oxford English Dictionary. Retrieved December 12.
  36. ୩୬.୦ ୩୬.୧ "Christmas" in the Middle English Dictionary.
  37. Griffiths, Emma, "Why get cross about Xmas?", BBC, December 22, 2004. Retrieved December 12, 2011.
  38. क्रिसमस को बड़ा दिन क्यों कहते हैं?
  39. ୩୯.୦ ୩୯.୧ Hutton, Ronald, The Stations of the Sun: A History of the Ritual Year, Oxford University Press, 2001.
  40. "Midwinter" in Bosworth & Toller.
  41. Serjeantson, Mary Sidney, A History of Foreign Words in English
  42. "Online Etymology Dictionary". 
  43. Yule, Online Etymology Dictionary. Retrieved December 12.
  44. Noel Online Etymology Dictionary. Retrieved December 12.
  45. "Biblical literature", Encyclopædia Britannica, 2011. Web. January 22, 2011.
  46. ଆଧାର ଭୁଲ: ଅଚଳ <ref> ଚିହ୍ନ; NewCath ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  47. ଆଧାର ଭୁଲ: ଅଚଳ <ref> ଚିହ୍ନ; chrono354 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  48. ଆଧାର ଭୁଲ: ଅଚଳ <ref> ଚିହ୍ନ; Durston ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  49. ୪୯.୦ ୪୯.୧ Rowell, Geoffrey (December 1993). "Dickens and the Construction of Christmas". History Today. 43 (12). Retrieved December 28, 2016. There is no doubt that A Christmas Carol is first and foremost a story concerned with the Christian gospel of liberation by the grace of God, and with incarnational religion which refuses to drive a wedge between the world of spirit and the world of matter. Both the Christmas dinners and the Christmas dinner-carriers are blessed; the cornucopia of Christmas food and feasting reflects both the goodness of creation and the joy of heaven. It is a significant sign of a shift in theological emphasis in the nineteenth century from a stress on the Atonement to a stress on the Incarnation, a stress which found outward and visible form in the sacramentalism of the Oxford Movement, the development of richer and more symbolic forms of worship, the building of neo-Gothic churches, and the revival and increasing centrality of the keeping of Christmas itself as a Christian festival. ... In the course of the century, under the influence of the Oxford Movement's concern for the better observance of Christian festivals, Christmas became more and more prominent. By the later part of the century cathedrals provided special services and musical events, and might have revived ancient special charities for the poor – though we must not forget the problems for large: parish-church cathedrals like Manchester, which on one Christmas Day had no less than eighty couples coming to be married (the signing of the registers lasted until four in the afternoon). The popularity of Dickens' A Christmas Carol played a significant part in the changing consciousness of Christmas and the way in which it was celebrated. The popularity of his public readings of the story is an indication of how much it resonated with the contemporary mood, and contributed to the increasing place of the Christmas celebration in both secular and religious ways that was firmly established by the end of the nineteenth century. 
  50. McGowan, Andrew, How December 25 Became Christmas, Bible History Daily, 12/02/2016.
  51. "Elesha Coffman, "Why December 25?"". Christianitytoday.com. August 8, 2008. Retrieved December 25, 2013. 

ଆହୁରି ପଢ଼ନ୍ତୁ[ସମ୍ପାଦନା]

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]