ସାନ୍ତାଳୀ ଭାଷା

ଉଇକିପିଡ଼ିଆ‌ରୁ
ସାନ୍ତାଳୀ (ᱥᱟᱱᱛᱟᱲ)
କେଉଁ ଅଞ୍ଚଳଭାରତ, ବଙ୍ଗଳାଦେଶ, ନେପାଳ, ଭୁଟାନ
ଆଞ୍ଚଳିକତାସାନ୍ତାଳ
Native ଭାଷାଭାଷୀ
୬,୦୫୦,୦୦୦
ଅଷ୍ଟ୍ରୋ-ଏସୀୟ
ଅଲ ଚିକି
ଭାଷା କୋଡ଼
ISO 639-2sat
ISO 639-3sat

ସାନ୍ତାଳୀ ( ᱥᱟᱱᱛᱟᱲ) ଅଷ୍ଟ୍ରୋ-ଏସୀୟ ଭାଷା ସମୂହର ସାନ୍ତାଳ ଉପ-ପରିବାରର ଏକ ଭାଷା । ଏହା ହୋମୁଣ୍ଡାରି ଭାଷାସହିତ କେତେକାଂଶରେ ମିଶିଥାଏ । ଏହା ପାଖାପାଖି ୬୨ ଲକ୍ଷ ଲୋକଙ୍କ ଦେଇ କହାଯାଇଥାଏ । ଏହି ଭାଷା କହୁଥିବା ଅଧିକାଂଶ ଲୋକ ଭାରତର ଆସାମ, ଓଡ଼ିଶା, ଝାଡ଼ଖଣ୍ଡ, ତ୍ରିପୁରା, ପଶ୍ଚିମବଙ୍ଗ, ବିହାର ଆଦି ରାଜ୍ୟରେ ବସବାସ କରିଥାଆନ୍ତି । ଏହି ଭାଷାର ଲିପି ଅଲ ଚିକି (ᱚᱞ ᱪᱤᱠᱤ); ତେବେ ଏହାର ସାକ୍ଷରତା ହାର ଖୁବ କମ (ହାରାହାରି ୧୦-୩୦ %) ।

ସାନ୍ତାଳୀ ଭାଷା ଆନ୍ଦୋଳନ

ସାନ୍ତାଳୀ ଏକ ଆଦିବାସୀ ଭାଷା ହୋଇଥିବାରୁ ଏହାର କୌଣସି ଲିପି ନଥିଲା । ଭାରତରେ ଇଂରେଜ ଶାସନ ସମୟରେ ଇଂରେଜମାନେ ରୋମାନ ଲିପିରେ ଲେଖା ଆରମ୍ଭ କରିଥିଲେ । ରଘୁନାଥ ମୁର୍ମୁ ସାନ୍ତାଳୀକୁ ଲେଖିବା ପାଇଁ ଅଲ ଚିକିର ଉଦ୍ଭାବନ କରିଥିଲେ । ଫଳରେ ଭାଷାରେ ଏକ ନୂଆ ଜୀବନ ସଂଚାର ହୋଇ ସାହିତ୍ୟ କ୍ଷେତ୍ରରେ କିଛି ମାତ୍ରାରେ ଆଗେଇଥିଲା । କିଛି ଖ୍ରୀଷ୍ଟଧର୍ମୀ ସାନ୍ତାଳ ଅଲ ଚିକି ପରିବର୍ତ୍ତେ ରୋମାନ ଲିପିର ବହୁଳ ପ୍ରସାର କରିବାକୁ ଚେଷ୍ଟା କଲେ । ଶେଷରେ ପଶ୍ଚିମବଙ୍ଗ ସରକାର ଏକ ଭାଷା କମିଟି ଗଠନ କରି ଏହାର ସମାଧାନ ପାଇଁ ଉଦ୍ୟମ କରିଥିଲେ । ପଶ୍ଚିମ ବଙ୍ଗର ପାକୁଡ଼ାଠାରେ ଏକ ସଭା ଆୟୋଜନ ହୋଇ ଆଲଚିକ ଲିପିକୁ ପ୍ରସାର ପାଇଁ ସଂକଳ୍ପ ନିଆଗଲା । ଦୀର୍ଘ ୧୯ ବର୍ଷ ପରେ ସାନ୍ତାଳୀ ଭାଷାର ନେତୃତ୍ୱ ମଣ୍ଡଳୀ ୧୯୯୨ ମସିହାରେ ଝାଡ଼ଗ୍ରାମଠାରେ ମିଳିତ ହୋଇ ଏକ ମୋର୍ଚ୍ଚା ଗଠନ କଲେ । ଏହାର ମୂଳ ଉଦ୍ଦେଶ୍ୟ ଥିଲା ସାନ୍ତାଳୀ ଭାଷାର ସରକାରୀ ସ୍ୱୀକୃତି ପାଇଁ ଦାବୀ ଜଣାଇବା । ବସ୍ତୁତଃ, ସାନ୍ତାଳୀ ସମ୍ପ୍ରଦାୟର ନବଜାଗରଣ ସୃଷ୍ଟି କରିବାରେ ସାନ୍ତାଳୀ ଭାଷା ପ୍ରମୁଖ ଭୂମିକା ତୁଲାଇଥିଲା । ବିଭିନ୍ନ ସ୍ଥାନରେ ଆନ୍ଦୋଳନ, ରେଳରୋକ, ବିକ୍ଷୋଭ ଆଦି ସରକାରଙ୍କ ଉପରେ ଚାପ ପକାଇଥିଲା । ଶେଷରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ୨୦୦୩ମସିହା ଡିସେମ୍ବର ୨୨ ତାରିଖରେ ମୈଥିଳୀ, ବୋଡ଼ୋ, ଡୋଗ୍ରୀ ଓ ସାନ୍ତାଳ ଏପରି ୪ଟି ଭାଷାକୁ ଏକକାଳୀନ ସରକାରୀ ସ୍ୱୀକୃତି ମିଳିଥିଲା ।

ସାନ୍ତାଳୀ ଭାଷା ଦିବସ

ପ୍ରତିବର୍ଷ ଡିସେମ୍ବର ୨୨ ତାରିଖରେ ସାନ୍ତାଳୀ ଭାଷା ଦିବସ ପାଳନ ହୁଏ । ପ୍ରଥମ ଥର ପାଇଁ ଦୁଇଟି ଆଦିବାସୀ ଭାଷା ଭାବେ ସାନ୍ତାଳୀ ଓ ବୋଡ଼ୋ ଭାଷା ୨୦୦୩ ମସିହା ଡିସେମ୍ବର ୨୨ତାରିଖରେ ଭାରତ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ ହୋଇଥିଲା ।

ଆହୁରି ଦେଖନ୍ତୁ

ପଠନ ତାଲିକା

  • Hembram, P. C. (2002). Santhali, a natural language. New Delhi: U. Hembram.
  • Minegishi, M., & Murmu, G. (2001). Santhali basic lexicon with grammatical notes. Tōkyō: Institute for the Languages and Cultures of Asia and Africa, Tokyo University of Foreign Studies. ISBN 4-87297-791-2
  • Newberry, J. (2000). North Munda dialects: Mundari, Santhali, Bhumia. Victoria, B.C.: J. Newberry. ISBN 0-921599-68-4
  • Murmu, G., & Das, A. K. (1998). Bibliography, Santhali literature. Calcutta: Biswajnan. ISBN 81-7525-080-1
  • Muscat, George, Santhali: A New Approach. Sahibganj, Bihar.
  • Ghosh, A. (1994). Santhali: a look into Santal morphology. New Delhi: Gyan Pub. House. ISBN 81-212-0451-8
  • Chakrabarti, B. (1992). A comparative study of Santhali and Bengali. Calcutta: K.P. Bagchi & Co. ISBN 81-7074-128-9
  • Mitra, P. C. (1988). Santhali, the base of world languages. Calcutta: Firma KLM.
  • Paul Olaf Bodding (1929). A Santal dictionary. Oslo: J. Dybwad.
  • Зограф Г. А. 1960/1990. Языки Южной Азии. М.: Наука (1-е изд., 1960).
  • Лекомцев, Ю. K. 1968. Некоторые характерные черты сантальского предложения // Языки Индии, Пакистана, Непала и Цейлона: материалы научной конференции. М: Наука, 311—321.
  • Bodding, Paul O. 1929/1952. A Santal Grammar for the Beginners, Benagaria: Santal Mission of the Northern Churches (1st edition, 1929).
  • Grierson, Sir George A. (ed.) 1906 (reprinted 1967). The Linguistic Survey of India. Vol.IV. Delhi-Varanasi-Patna.
  • Macphail, R. M. 1964. An Introduction to Santhali, Parts I & II. Benagaria: The Santhali Literature Board, Santhali Christian Council.
  • Maspero, Henri. 1952. Les langues mounda. Meillet A., Cohen M. (dir.), Les langues du monde, P.: CNRS.
  • Neukom, Lukas. 2001. Santhali. München: LINCOM Europa.
  • Pinnow, Heinz-Jürgen. 1966. A comparative study of the verb in the Munda languages. Zide, Norman H. (ed.) Studies in comparative Austroasiatic linguistics. London—The Hague—Paris: Mouton, 96-193.
  • Santhali Folk Tales: Ed. by Rev. P.O. Bodding. Oslo: Institutet for sammenlingenden kulturforskning, Publikationen. Vol. I—III. 1923—1929
  • Skrefsrud, L.O. 1873. The Grammar of Santhali Language. Benares: Medical Hall Press.
  • Vermeer, Hans J. 1969. Untersuchungen zum Bau zentral-süd-asiatischer Sprachen (ein Beitrag zur Sprachbundfrage). Heidelberg: J. Groos.

ଆଧାର

ବାହାର ଲିଙ୍କ