ପାଇକ ଆଖଡ଼ା

ଉଇକିପିଡ଼ିଆ‌ରୁ

ପାଇକ ଆଖଡ଼ା ବା ପାଇକ ଆଖରା ଏକ ଓଡ଼ିଆ ଶବ୍ଦ ଯାହାର ଅର୍ଥ ପ୍ରାୟ ଯୋଦ୍ଧା ପାଠଶାଳା ବା ଯୋଦ୍ଧା ବ୍ୟାୟାମଶାଳା[୧] ଆଗ କାଳରେ ପୂର୍ବ ଭାରତର ଓଡ଼ିଶାରେ ଏହା ଏକ ଯୋଦ୍ଧା ଶିକ୍ଷା କେନ୍ଦ୍ର ରୂପେ ବ୍ୟବ‌ହୃତ ହେଉଥିଲା । ଅଧୁନା ଏହି ଆଖଡ଼ାରେ ପାଇକ ନାଚ ସ‌ହିତ ପାରମ୍ପରିକ ଶାରୀରିକ ବ୍ୟାୟାମ ଶିକ୍ଷା ଦିଆଯାଏ ଓ ଏଥିରେ ବାଦ୍ୟର ତାଳରେ ଅଙ୍ଗଭଙ୍ଗୀ ସ‌ହିତ ବିଭିନ୍ନ ଅସ୍ତ୍ର ଚାଳନା କରାଯାଏ । ବିଭିନ୍ନ କଳାବାଜି ସ‌ହିତ ବିଭିନ୍ନ ପ୍ରକାର ଖଣ୍ଡା ଚାଳନା, ବାଡ଼ି ଚାଳନା ଓ ଅନ୍ୟାନ୍ୟ ଅସ୍ତ୍ର ଚାଳନା ଶିକ୍ଷା ଦିଆଯାଏ ।

ସଂସ୍କୃତ ଭାଷାର ପଦାତିକ ଶବ୍ଦରୁ ପାଇକ ଶବ୍ଦ ଆସିଛି ଓ ଏହିଭଳି ଶିକ୍ଷା କେନ୍ଦ୍ରକୁ ଆଖଡ଼ା କୁହାଯାଏ । ସଂସ୍କୃତର 'ର' ଶବ୍ଦ ବଦଳରେ 'ଡ଼' ଶବ୍ଦ ବ୍ୟବ‌ହାର ହୋଇ ଆଖଡ଼ା ହୋଇଛି ।

ଇତିହାସ[ସମ୍ପାଦନା]

ପାଇକ ଆଖଡ଼ା ମୂଳରୁ ପାଇକ ଶ୍ରେଣୀର ଯୋଦ୍ଧାମାନଙ୍କର ପ୍ରଶିକ୍ଷଣ ବିଦ୍ୟାଳ‌ୟ ରୂପେ ବ୍ୟବ‌ହୃତ ହେଉଥିଲା । ପାଇକମାନେ ଭୂସୈନିକ ରୂପେ କାର୍ଯ୍ୟ କରୁଥିଲେ ଓ ସେବା ବିନିମୟରେ ସେମାନଙ୍କୁ କର ଦେବାକୁ ପଡ଼ୁନଥିଲା । ସୈନ୍ୟମାନଙ୍କ ଭଳି ସେମାନେ ବେତନ ଭୋଗୀ ନ ଥିଲେ କିନ୍ତୁ ସେମାନେ ରାଜାଙ୍କଠାରୁ ବ‌ହୁତ ଜମି ଅନୁଦାନ ପାଉଥିଲେ । କୃଷି ସେମାନଙ୍କର ଆୟର ମୂଖ୍ୟ ଉତ୍ସ ଥିଲା । ସେମାନଙ୍କର ଜୀବିକା ଓ ଅସ୍ତ୍ର ଅନୁସାରେ ସେମାନଙ୍କୁ ତିନି ଶ୍ରେଣୀରେ ବିଭକ୍ତ କରାଯାଇଥିଲା । ଖଣ୍ଡା ଓ ଢାଲ ଧରୁଥିବା ଲୋକଙ୍କୁ ପାହାଡ଼ି, ଦୂର ଅଭିଯାନ‌କୁ ନେତୃତ୍ୱ ନେଉଥିବା ଲୋକଙ୍କୁ ବାଣୁଆ ଓ ଧନୁର୍ଦ୍ଧାରୀଙ୍କୁ ଢେଙ୍କିଆ ନାମ ଦିଆଯାଇଥିଲା, ସେମାନେ ଓଡ଼ିଶା ସୈନିକ ରୂପେ ସମସ୍ତ କାର୍ଯ୍ୟ କରୁଥିଲେ ।[୨] ଏହି ପାଇକମାନଙ୍କୁ ନେତୃତ୍ୱ ଦେଉଥିବା ନିର୍ଦ୍ଦିଷ୍ଟ କ୍ଷତ୍ରୀୟ ଜାତିର ଲୋକ ଯାହାଙ୍କୁ ଖଣ୍ଡାୟତ କୁହାଯାଉଥିଲା । ଖଣ୍ଡାକୁ ଯେ ଆୟତ କରିପାରେ ଯେ ତାଙ୍କ ନାମ ଖଣ୍ଡାୟତ ।[୧] ପାଇକମାନଙ୍କର ଅନେକ ଗ୍ରାମକୁ ଯେଉଁମାନେ ନିୟନ୍ତ୍ରଣ କରନ୍ତି ସେମାନଙ୍କୁ ଦଳବେହେରା କ‌ହନ୍ତି ।

ପ୍ରଦର୍ଶନ[ସମ୍ପାଦନା]

ପାଇକ ମାନଙ୍କର ପରବର୍ତ୍ତୀ ଦାୟାଦମାନେ ପ୍ରତିଦିନ କାର୍ଯ୍ୟ ସମାପ୍ତ କଲାପରେ ପାଖ ଆଖଡ଼ାକୁ ଯାଇ ଅଭ୍ୟାସ କରନ୍ତି | ପ୍ରତିବର୍ଷ ଦଶହରା ଓ ଅନ୍ୟ ପର୍ବପର୍ବାଣି ମାନଙ୍କରେ ଏମାନେ ନିଜର ରଣକୌଶଳ ପ୍ରଦର୍ଶନ କରନ୍ତି | ପ୍ରଥମେ ପଡ଼ିଆ ଉପରେ ନରମ ମାଟିରେ ତେଲ ଓ ମହୁ ମିଶାଇ ବିଛାଯାଏ | ପ୍ରଦର୍ଶନକାରୀମାନେ କାଠରେ ତିଆରି ଖଣ୍ଡା ଓ ଢାଲ ଧରି ଦୁଇ ଧାଡ଼ିରେ ପରସ୍ପରକୁ ସାମନା କରି ଛିଡ଼ା ହୁଅନ୍ତି | ସଂଗୀତ ସାହିତ ତାଳ ଦେଇ ସେମାନେ ପରସ୍ପର ଆଡକୁ ଅଗ୍ରସର ହୁଅନ୍ତି ଏବଂ ଯୁଦ୍ଧ କୌଶଳ ପ୍ରଦର୍ଶନ କରନ୍ତି |[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Paika Akhada". Indian Association of Kickboxing Organisations. Archived from the original on 12 July 2011. Retrieved 9 February 2013.
  2. Mohanty, N.R. (August 2008). "The Oriya Paika Rebellion of 1817" (PDF). Orissa Review: 1–3. Retrieved 13 February 2013.
  3. "The Hindu : Friday Review Hyderabad / Events : Pulsating performances". web.archive.org. 2008-04-01. Archived from the original on 2008-04-01. Retrieved 2023-11-23.