ଲିଙ୍ଗରାଜ ମନ୍ଦିର
ଲିଙ୍ଗରାଜ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | Hinduism |
District | ଖୋର୍ଦ୍ଧା |
Location | |
ସ୍ଥାନ | ଭୁବନେଶ୍ୱର |
Country | ଭାରତ |
Architecture | |
ଯଯାତି କେଶରୀ |
ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ପୁରାତନ ଶିବ ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି । [୧]
ଇତିହାସ[ସମ୍ପାଦନା]
ଲିଙ୍ଗରାଜ ଶବ୍ଦର ଅର୍ଥ ହେଉଛି 'ଲିଙ୍ଗମାନଙ୍କର ରାଜା', 'ଲିଙ୍ଗ ପୂଜା' ଶିବ ପୂଜାର ପ୍ରତୀକ ହୋଇଥିବାରୁ ଏହା ଏକ ଶୈବ କ୍ଷେତ୍ର ଭାବରେ ଜଣାଶୁଣା । ଶିବ ଏଠାରେ ତ୍ରିଭୁବନେଶ୍ୱର (ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ଦେବ) ଭାବରେ ପୂଜା ପାଇଥାନ୍ତି ।[୨] ଏଠାରେ ଦେବୀ ଭୁବନେଶ୍ୱରୀ ମଧ୍ୟ ମା ରୂପରେ ଲିଙ୍ଗରାଜଙ୍କ ସହିତ ପୂଜା ପାଇଥାନ୍ତି ।
ଏହି ମନ୍ଦିର ୧୦୦୦ ବର୍ଷରୁ ଅଧିକ ପୁରୁଣା । ଏହା ଷଷ୍ଠ ଶତାବ୍ଦୀରେ ତିଆରି ହୋଇଥିବାର ଅନେକ ପୁରାଣରେ ପ୍ରମାଣ ମିଳୁଥିଲେ ମଧ୍ୟ ୧୧ଶ ଶତାବ୍ଦୀରେ ପୁନର୍ନିମିତ ହୋଇଥିଲା ।[୩] ଲିଙ୍ଗରାଜ ମନ୍ଦିରର ନିର୍ମାଣ ସରିବା ବେଳକୁ ବିଷ୍ଣୁ ପୂଜାର ଆରମ୍ଭ ହୋଇସାରିଥିଲା ଯାହା ଏଠାରେ ହର (ଶିବ) ଓ ହରି (ବିଷ୍ଣୁ)ଙ୍କ ମିଳନର ପ୍ରମାଣ ଦେଇଥାଏ ।
ଲୋକ ବିଶ୍ୱାସ[ସମ୍ପାଦନା]
କିମ୍ବଦନ୍ତୀ ଅନୁସାରେ ଲିଙ୍ଗରାଜ ମନ୍ଦିରର ସମ୍ମୁଖରେ ଥିବା ଏକ କ୍ଷୁଦ୍ର ଦେଉଳରେ ଥିବା କପାଳେଶ୍ୱର ମହାଦେବ ଲିଙ୍ଗରାଜଙ୍କ ପିତା । ଭୁବନେଶ୍ୱରରେ ଥିବା ଅନ୍ୟତମ ପ୍ରାଚୀନ ମନ୍ଦିର ବଇତାଳ ଦେଉଳରେ କାପାଳିନୀ ଦେବୀ ପୂଜିତ । ଶୀତଳ ଷଷ୍ଠୀ ସମୟରେ କାପାଳିନୀଙ୍କ ପାଖକୁ ଲିଙ୍ଗରାଜଙ୍କ ଭେଟି ଯାଏ । ଏହି ହେତୁରୁ କାପାଳିନୀଙ୍କୁ ଲିଙ୍ଗରାଜଙ୍କ ଭଉଣୀ ବୋଲାଯାଏ ।
ଭୋଗ[ସମ୍ପାଦନା]

ମହାପ୍ରଭୁ ଲିଙ୍ଗରାଜଙ୍କୁ ଭକ୍ତମାନଙ୍କ ଦେଇ କଦଳୀ, ନଡ଼ିଆ ଓ କୋରାଖଇ ଅର୍ପଣ କରାଯାଇଥାଏ । [୪]
ଗମନାଗମନ[ସମ୍ପାଦନା]
ଏଠାରେ ଲିଙ୍ଗରାଜ ଟେମ୍ପୁଲ ରୋଡ୍ ନାମରେ ଗୋଟିଏ ପାସେଞ୍ଜର୍ ହଲ୍ଟ୍ ଷ୍ଟେସନ ଅଛି ।
ଅଧିକ ପଠନ[ସମ୍ପାଦନା]
- ରୁକୁଣା ରଥ ଯାତ୍ରା
ଲିଙ୍ଗରାଜ ମନ୍ଦିରର କିଛି ଦୃଶ୍ୟ
ଆଧାର[ସମ୍ପାଦନା]
- ↑ Ramesh Prasad Mohapatra (1986) Page 69. Archaeology in Orissa Vol I. B. R. Publishers, Delhi ISBN 81-7018-346-4
- ↑ "Temples & Monuments". theorissa.com. 2012. Retrieved 5 July 2012.
temple is dedicated to Tribhuvaneswar (Lord of 3 Worlds) or Bhubaneswar
- ↑ "Bhubaneswar Lingaraj Temple". Archived from the original on 2013-02-06. Retrieved 2006-09-12.
- ↑ LORD LINGARAJA, OFFERINGS