ଶିଶୁପାଳଗଡ଼

Coordinates: 20°13′35.9″N 85°51′11.0″E / 20.226639°N 85.853056°E / 20.226639; 85.853056
ଉଇକିପିଡ଼ିଆ‌ରୁ

20°13′35.9″N 85°51′11.0″E / 20.226639°N 85.853056°E / 20.226639; 85.853056

ଶିଶୁପାଳଗଡ଼ର କିଛି ସ୍ତମ୍ବର ଭଗ୍ନାବଶେଷ
ଭଗ୍ନାବଶେଷ

ଶିଶୁପାଳଗଡ଼ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଥିବା ଏକ ପୁରୁଣା ନଗରର ଭଗ୍ନାବଶେଷ । ଏହା ଭାରତର ସବୁଠାରୁ ବଡ଼ ଓ ଶ୍ରେଷ୍ଠ ପୁରାତନଓ ଐତିହାସିକ ଭଗ୍ନାବଶେଷ ।[୧]

ବିବରଣୀ[ସମ୍ପାଦନା]

ଭୁବନେଶ୍ୱରର ଅନତି ଦୂରରେ ଏହି ଭଗ୍ନାବଶେଷ ଆବିଷ୍କାର କରାଯାଇଥିଲା । ଏହାର ନିର୍ମାଣ ଶୈଳୀ ଓ କଳାକୃତି ଦେଖି ଭୂତତ୍ତ୍ୱବିଦମାନେ ଏହା ୨,୫୦୦ ବର୍ଷର ପୁରାତନ ବୋଲି କହିଥାନ୍ତି । ପୁରାତନ ଖନନରୁ ପ୍ରଫେସର ଲାଲ ସିଦ୍ଧାନ୍ତ ଦେଇଥିଲେ ଯେ, ଏହି ଦୁର୍ଗ-ସହର ୩ୟ ଶତକରୁ ୪ର୍ଥ ଶତକ ମଧ୍ୟରେ ବିକାଶ ଲାଭ କରିଥିଲା । ନୂତନ ଅନୁଧ୍ୟାନରୁ ଶ୍ରୀମତି ସ୍ମିଥ ଓ ଶ୍ରୀ ମହାନ୍ତି ଏହି ପୁରାତନ ନଗର ୫ମ ଶତକରେ ବିସ୍ତାରଲାଭ କରି ୪ର୍ଥ ଶତକ ଯାଏଁ ରହିଥିଲା ବୋଲି କହିଥାନ୍ତି । ଏହି ନଗରର ଜନସଂଖ୍ୟା ୨୦,୦୦୦ରୁ ୨୫,୦୦୦ ଭିତରେ ହୋଇଥାଇପାରେ । ଭୂତତ୍ତ୍ୱବିଦ ଏଠାରେ ଭୂ-ଭୌତିକ ସର୍ବେକ୍ଷଣ କରି ଉପଯୁକ୍ତ ଭୂମି ସଙ୍ଗ୍ରହ ଓ ପାଖାପାଖି ୪.୮ କି.ମି. ପରିଧିରେ ଖନନ କରିଛନ୍ତି । ଏଠାକାର ମୁର୍ତ୍ତି ଆଦିର ସନ୍ଧାନ ନିମନ୍ତେ ପାଖାପାଖି ଘର ଆଦି ଓ ନିକଟରେ ଥିବା ଭୂଖନନ କରାଯାଇଛି । ପୁରାତନ ଏଥେନ୍ସ ସହରର ଲୋକସଂଖ୍ୟା ୧୦,୦୦୦ ସଂଖ୍ୟକ ହୋଇଥିବା ବେଳେ ଏହାର ଜନସଂଖ୍ୟା ୨୦,୦୦୦ ହେବା ପ୍ରାସଙ୍ଗିକ ଅଟେ । ମାତ୍ର କେତେକଙ୍କ ମତରେ ସମ୍ପୂର୍ଣ୍ଣ ଖନନ ହେବା ଆଗରୁ କୌଣସି ମତ ଦେବା ସମିଚୀନ ନୁହେଁ ।[୨] ବି.ବି. ବଳଙ୍କଦ୍ୱାରା ୧୯୪୮ ମସିହାରେ ଏହି ସ୍ଥଳୀର ପ୍ରଥମ ଖନନ ହୋଇଥିଲା । ୨୦୦୫ ମସିହାରେ ରାଡ଼ାରଦ୍ୱାରା ଦକ୍ଷିଣଦିଗରେ ଥିବା ଗଡ଼ଖାଇର ସମ୍ଭାବ୍ୟ ସ୍ଥାନ ନିରୁପିତ ହୋଇଥିଲା । ଏହି ଦୂର୍ଗର କ୍ଷେତ୍ରଫଳ ଜଉଗଡ଼ର ଦୁର୍ଗ ଅପେକ୍ଷା ଅଧିକ ଅଟେ । ଏହି ଦୂର୍ଗର ସୁରକ୍ଷା ବ୍ୟବସ୍ଥା ସେ ସମୟର ଭାରତରେ ସର୍ବାଧିକ ବୋଲି କୁହାଯାଏ ।

ଜନବସତି[ସମ୍ପାଦନା]

ଅଧୁନାତନ ଜନବସତି ଖ୍ରୀ.ଅ. ୫ମ ଶତାବ୍ଦୀରେ ରହିଥିଲା ।

ଶିଶୁପାଳଗଡ଼ର ଏକ ସ୍ତମ୍ଭର ଭଗ୍ନାଂଶ ।


ଆଧାର[ସମ୍ପାଦନା]

  • Martin Brandtner, Kalinga und seine Hauptstadt in frühgeschichtlicher Zeit. Zum Bedeutungswandel einer ethnischen und geographischen Beziehung (Hamburg 2000)
  • B.B. Lal, Sisupalgarh 1948: An Early Historical Fort in Eastern India. Ancient India 5, 1949, 62-105
  • Dieter Schlingloff, Die altindische Stadt eine vergleichende Untersuchung (Mainz 1969)
  • M. Smith, Sisupalgarh Project (2001), http://www.sscnet.ucla.edu/ioa/smith/
  • Paul Yule, Early Historic Sites in Orissa (Delhi 2006) ISBN 81-89645-44-7
  • Paul Yule and Corinna Borchert, Sisupalgarh/Orissa: Illegal building operations in the North-West Area, privately distributed, 2005, http://archiv.ub.uni-heidelberg.de/savifadok/volltexte/2008/146/

Gallery[ସମ୍ପାଦନା]

ଟୀକା[ସମ୍ପାଦନା]

  1. "Sisupalgarh had a flourishing urban life: researchers". The Hindu. Chennai, India. 2008-02-08. Retrieved 2008-02-19.
  2. Sahu, Sandeep (2008-02-18). "Ancient city discovered in India". BBC News. Retrieved 2008-02-19.

ବାହାର ଆଧାର[ସମ୍ପାଦନା]