ହିନ୍ଦୁ

ଉଇକିପିଡ଼ିଆ‌ରୁ
ହିନ୍ଦୁମାନଙ୍କ ସ୍ୱସ୍ତିକ
ହିନ୍ଦୁମାନଙ୍କ ସ୍ୱସ୍ତିକ

ହିନ୍ଦୁ କହିଲେ ଭାରତୀୟ ଉପମହାଦେଶର ମୂଳ ନିବାସୀମାନଙ୍କର ଦାର୍ଶନିକ, ଧାର୍ମିକ ଓ ସାଂସ୍କୃତିକ ଭାବଧାରାକୁ ବୁଝାଇଥାଏ । ସାଧାରଣ ଭାବରେ ହିନ୍ଦୁ ଧର୍ମର ଅନୁଗାମୀମାନେ ହିନ୍ଦୁ ଭାବେ ପରିଚିତ । ହିନ୍ଦୁମାନେ ଆତ୍ମା,କର୍ମ,ଅବତାର ବାଦ,ପୁନର୍ଜନ୍ମ, ମୁର୍ତି ପୂଜା,ଅହିଂସା ଆଦିରେ ବିଶ୍ୱାସ କରନ୍ତି । ପ୍ରାଚୀନ କାଳରୁ ହିନ୍ଦୁ ଧର୍ମକୁ ସନାତନ ଧର୍ମ ମଧ୍ୟ କୁହାଯାଉଛି।

ହିନ୍ଦୁ ଶବ୍ଦଟି ସିନ୍ଧୁ ନଦୀରୁ ଆସିଅଛି । ସିନ୍ଧୁନଦୀରରେ ପଶ୍ଚିମରେ ବସବାସ କରୁଥିବା ପାରସୀ,ଆରବୀ ଅଧିବାସୀମାନେ ମଧ୍ୟ ହିନ୍ଦୁ ନାମରେ ପରିଚିତ।ସିନ୍ଧୁନଦୀର ପୂର୍ବଦେଶ ହିନ୍ଦୁସ୍ତାନ,ସେଠାରେ ରହୁଥିବା ଅଧିକଂଶ ଅଧିବାସୀ ହିନ୍ଦୁ ।

ହିନ୍ଦୁ ଧର୍ମ କୈଣସି ବ୍ୟକ୍ତି ବିଶେଷଙ୍କଦ୍ୱାରା ସ୍ଥାପନା କରାଯାଇନାହିଁ। ଏହା ପ୍ରାଚୀନ କାଳରୁ ଭିନ୍ନ ଭିନ୍ନ ମତ ଓ ବିଶ୍ୱାସରୁ ଉତ୍ପନ୍ନ ହୋଇଛି। ଏଥି ପାଇଁ ହିନ୍ଦୁଧର୍ମକୁ ଏକ ବିକାଶଶୀଳ ଧର୍ମ କୁହାଯାଏ। ହିନ୍ଦୁଧର୍ମର ମୂଳସତ୍ତ୍ୱ - ସତ୍ୟ,ଅହିଂସା,ଦୟା,କ୍ଷମା ଓ ଦାନ। ସେଥିପାଇଁ ନିଜର ମନ,ବଚନ ଓ କର୍ମଦ୍ୱାରା ହିଂସାଠାରୁ ଦୂରେଇ ରହୁଥିବା ମଣିଷକୁ ହିନ୍ଦୁ କୁହାଯାଏ। ହିନ୍ଦୁ ଧର୍ମର ଇତିହାସ ବହୁତ ପ୍ରାଚୀନ। ପୁରାଣ ଅନୁସାରେ ପୃଥିବୀର ସୃଷ୍ଟି ସମୟରୁ ହିଁ ହିନ୍ଦୁଧର୍ମର ଆବିର୍ଭାବ ହେଇଥିଲା। ଏହାକୁ ସନାତନ ଧର୍ମ ମଧ୍ୟ କୁହାଯାଏ।

୯୨ କୋଟି ଧର୍ମାବଲମ୍ବୀଙ୍କ ସହିତ ହିନ୍ଦୁ ଧର୍ମ,ଖ୍ରୀଷ୍ଟ ଧର୍ମଇସଲାମ ଧର୍ମ ପରେ ଦୁନିଆର ୩ୟ ବଡ଼ ଧର୍ମ। ହିନ୍ଦୁଧର୍ମର ଅଧିକାଂଶ ଧର୍ମାବଲମ୍ବୀ ଭାରତନେପାଳରେ ବସବାସ କରନ୍ତି।

ହିନ୍ଦୁ ଧର୍ମରେ ଅନେକ ଗ୍ରନ୍ଥ ହଜାର ବର୍ଷ ପୂର୍ବେ ରଚନା କରାଯାଇଛି।ପୁରାଣ ଓ ମହାକାବ୍ୟ ମଧ୍ୟରେ ରାମାୟଣମହାଭାରତ ଅନ୍ୟତମ। ଭଗବତ ଗୀତା ମହାଭାରତର ଏକ ଅଂଶ ଏବଂ ଏହାକୁ ଚାରି ବେଦର ସାର ବୋଲି କୁହାଯାଏ।

ଆଧାର[ସମ୍ପାଦନା]

ଆହୁରି ପଢ଼ନ୍ତୁ[ସମ୍ପାଦନା]

  • Flood, Gavin (Editor) (2003). The Blackwell Companion to Hinduism. Malden, MA: Blackwell Publishing Ltd. ISBN 1-4051-3251-5. {{cite book}}: |first= has generic name (help)
  • Radhakrishnan, S.; Moore, CA (1967). A Sourcebook in Indian Philosophy. Princeton. ISBN 0-691-01958-4.
  • Tattwananda, Swami (1984). Vaisnava Sects, Saiva Sects, Mother Worship. Calcutta: Firma KLM Private Ltd. First revised edition.
  • Dass, Baboo Ishuree (1860). Domestic manners and customs of the Hindoos of northern India, or, more strictly speaking, of the north west provinces of India. Medical Hall Press, Benares.