Jump to content

ଧଉଳି

ଉଇକିପିଡ଼ିଆ‌ରୁ
ଧଉଳି ଶାନ୍ତି ସ୍ତୁପ

ଧଉଳି ଓଡ଼ିଶାରେ ଥିବା ଏକ ବୌଦ୍ଧ ବିହାର ଓ ସ୍ତୁପ । ଏହା ଦୟା ନଦୀ କୂଳରେ ଧଉଳି ପାହାଡ଼ ଉପରେ ରହିଛି । ଏହି ପାହାଡର ପଥର ଉପରେ ବ୍ରାହ୍ମୀରେ ଅଶୋକଙ୍କ ଶିଳାଲେଖ ଅଛି । ଏଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା ବୋଲି ଐତିହାସିକମାନେ ମତ ଦେଇଥାନ୍ତି ।

ଅବସ୍ଥିତି

[ସମ୍ପାଦନା]

ଧଉଳି ଭୁବନେଶ୍ୱର ଠାରୁ ପ୍ରାୟ ୮ କିଲୋମିଟର ଦକ୍ଷିଣରେ ଦୟା ନଦୀ କୂଳରେ ଅବସ୍ଥିତ ଏକ ପ୍ରସିଦ୍ଧ ସ୍ଥାନ, ଯାହା ଭଗବାନ ବୁଦ୍ଧଙ୍କ ଅନୁୟାୟୀମାନଙ୍କ ପାଇଁ ବିଶେଷ ଧାର୍ମିକ ଓ ଐତିହାସିକ ଗୁରୁତ୍ୱ ରଖେ।[]

ଏହି ସ୍ଥାନଟି ମୌର୍ୟ ସାମ୍ରାଟ ଅଶୋକଙ୍କ କଳିଙ୍ଗ ଯୁଦ୍ଧ ପରେ ବୌଦ୍ଧ ଧର୍ମ ଗ୍ରହଣ ସହ ସମ୍ପର୍କିତ ଥିବାରୁ ଏହାର ଐତିହାସିକ ମହତ୍ତ୍ୱ ଅଧିକ।

ଇତିହାସ

[ସମ୍ପାଦନା]

ଏଠାରେ ଥିବା ୬କ ଶିଳାଲେଖରେ ଅଶୋକ ପୁରା ପୃଥିବୀର ମଙ୍ଗଳ ପାଇଁ ହାତକୁ ନେଇଥିବା ସବୁ କାମ ଉପରେ ଲେଖାଯାଇଛି । ପଥରରେ ତିଆରି କରାଯାଇଥିବା ହାତୀ ଯାହା ଏହି ଶିଳାଲେଖ ଉପରେ ଅଛି ତାହା ଅନେକ ଦିନ ଆଗରୁ ତିଆରି କରାଯାଇଥିବା ଓଡ଼ିଶାର ବୌଦ୍ଧ କୀର୍ତ୍ତି । ଏହାର ବିଶେଷତା ହେଉଛି, ଏହି ହାତୀ ବୁଦ୍ଧଙ୍କ ଶିଷ୍ୟମାନଙ୍କ ପାଇଁ ଖୋଦ ବୁଦ୍ଧଙ୍କୁ ହିଁ ସୂଚାଏ । ଅଶୋକ ଏହି ଜାଗାରେ କଳିଙ୍ଗ ଯୁଦ୍ଧ ଲଢ଼ିବା ପରେ ହଜାର ହଜାର ଲୋକଙ୍କ ମରଣ ତାଙ୍କୁ ଶାନ୍ତି ଆଡ଼କୁ ବାଟଦେଖାଇଥିଲା ବୋଲି ବିଶ୍ୱାସ କରାଯାଏ । ତେବେ ଏହା ଏବେ ବି ସବୁ ଗବେଷକମାନଙ୍କ ଦେଇ ଗ୍ରହଣ କରାଯାଇନାହିଁ, କିଛି ଗବେଷକ ଅଶୋକଙ୍କ ସମୟରେ ହୋଇଥିବା କଳିଙ୍ଗ ଯୁଦ୍ଧ ତାଙ୍କୁ ପ୍ରଭାବିତ କରିନଥିଲା ବୋଲି ଯୁକ୍ତି ବାଢ଼ନ୍ତି । [] । ସେ ବୌଦ୍ଧ ଧର୍ମରେ ନିଜକୁ ବଦଳାଇବା ପରେ ଅନେକ ବୌଦ୍ଧ ସ୍ତୁପ, ସ୍ତମ୍ଭ ଗଢ଼ାଇଥିଲେ [] । ସାଧାରଣ ଲୋକଙ୍କ ପାଇଁ ସେ 'ଦଣ୍ଡନୀତି' ଲାଗୁକରାଇଥିଲେ । ୧୯୭୦ରେ ଜାପାନ ବୁଦ୍ଧ ସଙ୍ଘ ଓ କଳିଙ୍ଗ ବୁଦ୍ଧ ସଙ୍ଘର ମିଳିତ ଚେଷ୍ଟାରେ ଧଉଳି ପାହାଡ଼ ଉପରେ ଏକ ଶାନ୍ତି ସ୍ତୁପ ତୋଳାଯାଇଥିଲା, ଯାହା ଗବେଷକମାନଙ୍କ ପାଇଁ ଏକ ବିଶେଷ ଜାଗା ।

ଶାନ୍ତି ସ୍ତୁପ, ଧଉଳିଗିରି

ଏକଦା ଧଉଳି ପାହାଡ଼ ସୁରଭିଗିରି ନାମରେ ଐତିହାସିକ ସ୍ୱାକ୍ଷର ବହନ କରିଥିଲା । ଏହାର ଶିଖର ଦେଶରେ ଏକ ଭେଷଜ ଉପବନ ଓ ପ୍ରମୋଦ ଉଦ୍ୟାନ ମଧ୍ୟ ଥିଲା । ଅଶୋକଙ୍କ ଧର୍ମାନୁଶାସନ ବହନ କରିଥିବା ଦକ୍ଷିଣ ସୀମାନ୍ତବର୍ତ୍ତୀ ପାହାଡରେ ପ୍ରିୟଦର୍ଶୀ ରାଜତ୍ୱର ମୂକସାକ୍ଷୀ ରୂପେ ବିଦ୍ୟମାନ ଶିଳାହସ୍ତୀକୁ ମହାଭାରତ ସମୟର ଅଶ୍ୱତ୍ଥାମା ହସ୍ତୀ ନାମରେ ଓ ପାହାଡ଼ଟିକୁ ଅଶ୍ୱତ୍ଥାମା ପାହାଡ଼ ନାମରେ ନାମିତ କରାଯାଇଛି । ଜତୁଗୃହରୁ ଆତ୍ମରକ୍ଷା ପାଇଁ ମାତା କୁନ୍ତୀଙ୍କ ସହ ପଞ୍ଚୁପାଣ୍ଡବ ଏଠାରେ ରହିଥିବାରୁ ଏହାର ଗୁମ୍ଫା ସମୂହକୁ ପଞ୍ଚୁପାଣ୍ଡବ ଗୁମ୍ଫା ନାମରେ ନାମିତ କରାଯାଇଛି ।

ବୁଦ୍ଧ ମୁର୍ତ୍ତି, ଶାନ୍ତି ସ୍ତୁପ, ଧଉଳିଗିରି

ଓଡ଼ିଶାରେ ଥିବା ଅନ୍ୟ ବୌଦ୍ଧ କୀର୍ତ୍ତି

[ସମ୍ପାଦନା]
  1. ବୌଦ୍ଧ ଜିଲ୍ଲାରେ ଅନେକ ଜାଗାରେ ବୌଦ୍ଧ କୀର୍ତ୍ତିମାନ ଅଛି, ବିଶ୍ୱାସ କରାଯାଏ ଯେ ବୁଦ୍ଧଙ୍କ ନାମରୁ ବୌଦ୍ଧ/ବଉଦ ଏହି ଜିଲ୍ଲାର ନାମ ଦିଆଯାଇଛି ।
  2. ଖଣ୍ଡଗିରି, ଭୁବନେଶ୍ୱର
  3. ଉଦୟଗିରି, ଭୁବନେଶ୍ୱର
  4. ରତ୍ନଗିରି, ଯାଜପୁର
  5. ଲଳିତଗିରି, ଯାଜପୁର
  6. ଜଉଗଡ଼, ଗଞ୍ଜାମରେ ଥିବା ଅଶୋକଙ୍କ ଶିଳାଲେଖ

ବୌଦ୍ଧ ଧର୍ମ ଶ୍ରେଣୀବିଭାଗ

[ସମ୍ପାଦନା]
  • ଥେରବାଦ
  • ମହାଯାନ
  • ବଜ୍ରଯାନ
  • ସହଜଯାନ
  1. "ଧୌଳି ସ୍ତୂପ: ଇତିହାସ, ସ୍ଥାପତ୍ୟ, ସମୟ". Retrieved 2026-03-30.
  2. କଳିଙ୍ଗ ଯୁଦ୍ଧ ଓ ଅଶୋକଙ୍କ ଉପରେ ତାହାର ପ୍ରଭାବ
  3. "ଧଉଳି, ଓଡ଼ିଶା". Archived from the original on 2015-05-05. Retrieved 2011-04-03.

ବାହାର ଲିଙ୍କ

[ସମ୍ପାଦନା]