ଗୋଟିପୁଅ ନାଟ

ଉଇକିପିଡ଼ିଆ ରୁ
Jump to navigation Jump to search
ଗୋଟିପୁଅ ନାଟ ଗୋଟିପୁଅ
Gotipua dance in Raghurajpur ei2-39.jpg
ଗୋଟିପୁଅ ନାଟ ପରିବେଷଣ
ମାଧ୍ୟମ ଗୀତ-ନାଟ
ପ୍ରକାର ମଙ୍ଗଳାଚରଣ
ସଂସ୍କୃତି ଓଡ଼ିଆ ଚଳଣି
ସୃଷ୍ଟି ପୁରୀ, ଓଡ଼ିଶା
ସମୟ କାଳ ମଧ୍ୟଯୁଗ
କଳାକାର ଏକକ ବା ବହୁ

ଗୋଟିପୁଅ ଭାରତର ଓଡ଼ିଶାର ଶାସ୍ତ୍ରୀୟ ନାଟ ଭିତରୁ ଗୋଟିଏ । ଏହା ଓଡ଼ିଶାର ପୁରୀ ଜିଲ୍ଲାରୁ ଜନ୍ମ ଲାଭ କରିଛି ।

ନାମର ବିଶେଷତା[ସମ୍ପାଦନା]

ଓଡ଼ିଆରେ "ଗୋଟି"ର ଅର୍ଥ ଜଣେ ଓ ଏହି ନାଟ ଜଣେ ପୁଅ ଦେଇ କରାଯାଉଥିବାରୁ ଏହାର ଏପରି ନାମକରଣ ହୋଇଥିବାର ବିଶ୍ୱାସ କରାଯାଇଥାଏ । ଯେତେବେଳେ ଧିରେ ଧିରେ ମାହାରୀ ନାଟର ପୋରଭାବ ଧୀରେ ଧୀରେ କମି କମି ଆସିଲା ସେତେବେଳେ ପୁଅମାନେ ଝିଅମାନଙ୍କ ଲୁଗାରେ ସଜ୍ଜିତ ହୋଇ ଅଳଙ୍କାର ଆଦି ପିନ୍ଧି ନାଚିବାର ଏହି ଚଳଣି ଜନ୍ମ ନେଲା । ଆଧୁନିକ ଓଡ଼ିଶୀ ନାଟର ଏହା ମୂଳରୂପ । ଅନେକ ମହାନ ଓଡ଼ିଶୀ ନାଟଗୁରୁମାନେ ଆରମ୍ଭରେ ଏହି ନାଟକଳାରେ ଶିକ୍ଷାଲାଭ କରିଥିଲେ ।[୧]

ଇତିହାସ[ସମ୍ପାଦନା]

ଯଦିଓ କେବେ ଓ କିପରି ଏହି ନାଟ ଜନ୍ମ ନେଇଥିଲା ତାହା ଜଣା ନାହିଁ, ତେବେ ୧୫ଶ ଶତକର ଆଗରୁ ଏହାର ଆରମ୍ଭ ବାବଦରେ କିଛି ପ୍ରମାଣ ମିଳେନାହିଁ । ଉତ୍କଳର ରାଜା ପ୍ରତାପରୁଦ୍ର ଦେବ (୧୪୯୭-୧୫୪୦)ଙ୍କ ଶାସନକାଳରେ ଏହାର ଆରମ୍ଭ ଓ ବିକାଶ ହୋଇଥିଲା ବୋଲି ଜଣାଯାଏ । ସେକାଳର ମୁସଲମାନ ଶାସନ କାଳରେ ପରଦା ପ୍ରଥାର କଠୋରତା ହେତୁ ମାହାରୀଦେବଦାସୀଙ୍କ ନାଟରେ ବାଧା ପଡ଼ିଥିଲା ଯାହା ଏହି ନାଟର ବିକାଶକୁ ବାଧ୍ୟ କରିଥିଲା ।[୧]

ପ୍ରକାର ଭେଦ[ସମ୍ପାଦନା]

ମୁଖ୍ୟ ନାଟ ଗୋଟିପୁଅ ବାଦ ଏହି ନାଟୁଆମାନେ ଆଉ ଏକ ପ୍ରକାରର ନାଟ ମଧ୍ୟ ପରିବେଷଣ କରିଥାନ୍ତି ଯାହା ବାନ୍ଧ ନୃଉତ୍ୟ ନାମରେ ଜଣାଶୁଣା । ଏହା କଠିଣତର ଓ ଅନେକ ଶାରୀରିକ ବଳର ବ୍ୟବହାର କରିବାକୁ ପଡ଼ିଥାଏ ଯାହା ପାଇଁ କୋମଳ ଶିଶୁ ବୟସରୁ ଶିକ୍ଷା ଆରମ୍ଭ କରିବାକୁ ପଡ଼େ ।

ବିଗତ ବର୍ଷରେ ଦକ୍ଷିଣ ଓଡ଼ିଶାର ସଖୀ ନାଚଦ୍ୱାରା ଏହା ବିଶେଷ ପ୍ରଭାବିତ ହୋଇଅଛି ଯେଉଁଥିରେ ପୁଅମାନେ ଦେବଦାସୀଙ୍କ ପରି ବେଶପୋଷାକ ପିନ୍ଧି ନାଟ ପ୍ରଦର୍ଶନ କରିଥାନ୍ତି ।[୧]

ବେଶ ପରିପାଟୀ[ସମ୍ପାଦନା]

ମୁଖ[ସମ୍ପାଦନା]

ଏହି ନାଟରେ ନାରୀ ଭାବକୁ ନିଜ ଭିତରେ ଆଣିବା ପାଇଁ ପୁଅମାନେ ନିଜର ବାଳ ନକାଟି ଲମ୍ବା ରଖି ଜଟ କରିଥାନ୍ତି । ଏଥିରେ ଫୁଲ ହାର ଆଦି ମଧ୍ୟ ଖୋସିଥାନ୍ତି । ନାଟୁଆମାନେ ମୁହଁରେ ମଧ୍ୟ ଶୃଙ୍ଗାର କରିଥାନ୍ତି, ଆଖିରେ ସୁରମା ଓ ମୁହଁରେ କୁଙ୍କୁମରେ ଚିତା ଆଙ୍କିଥାନ୍ତି । କପାଳରେ ଟିକିଲି/କୁକଙ୍କୁମରେ ନାରୀମାନଙ୍କ ପରି ଚନ୍ଦନରେ ପାରମ୍ପାରିକ ଅଙ୍କନ କରିଥାନ୍ତି ।

ପିନ୍ଧା ଲୁଗା[ସମ୍ପାଦନା]

ନାଟବେଳେ ପିନ୍ଧା ଲୁଗାକୁ କାଞ୍ଚୁଲି କୁହାଯାଇଥାଏ ।ଏହା ସମୟାନୁସାରେ ବଦଳିଛି । ଦେଖିବାକୁ ଉଜ୍ଜଳ ରଙ୍ଗର ଏହି କାଞ୍ଚୁଲି ସାଧାରଣତଃ ପାଟରେ ତିଆରି ହୋଇଥାଏ । ଅଣ୍ଟାରେ ଏକ ଓଢ଼ଣା ପରି ପାତ ଲୁଗା ବନ୍ଧା ହୋଇଥାଏ, ଏହାକୁ "ନିବିବନ୍ଧ" କୁହାଯାଇଥାଏ । ତେବେ ଧିରେ ଧିରେ ଆଜିକାଲି ଗୋଟିପୁଅ ନାଟୁଆମାନେ ପୁରାତନ ପୋଷାକକୁ ଛାଡ଼ି କିଛି ପରିମାଣରେ ଆଧୁନିକ ବେଶ ପରିପାଟୀର ବ୍ୟବହାର କରୁଛନ୍ତି । ତେବେ ନାଟ ସମୟରେ ପାଟ ଶାଢ଼ି ପିନ୍ଧାଯାଇଥାଏ ଯାହା ଉଭୟ ପାଖରେ ସମାନ ଭବରେ ରହିଥାଏ ଓ ନାହି ପାଖରେ ଏହାକୁ ଖୋସା ଯାଇଥାଏ । ଆଜିକାଲି ଏହା ବଦଲରେ କେତେକ ଆଧୁନିକ ଓ ଆଗରୁ ବନ୍ଧା ଓ ସିଲାଇକରା ପୋଷାକ ପିନ୍ଧାଯାଉଅଛି ଯେଉଁଥିରେ ଏହି ପୁରାତନ ଲୁଗା ପରି ଖୋସିବାକୁ ପଡ଼ିନଥାଏ ।

ଅଳଙ୍କାର[ସମ୍ପାଦନା]

ନାଟୁଆମାନେ ଅଲଗା ଭାବେ ତିଆରି ଅଳଙ୍କାରରେ ସଜାଇ ହୋଇଥାନ୍ତି । ବାହୁରେ "ବାଜୁ", କାନରେ "ଝୁଣ୍ଟିଆ", ନାକରେ "ନାକଫୁଲ" ବା "ନାକ ଗୁଣା", ଓ ଗଳାରେ ହାର ପିନ୍ଧିଥାନ୍ତି । ତେବେ ଆଜିକାଲି ଆଧୁନିକ ଓ ସହଜରେ ପିନ୍ଧା ହୋଇପାରିବା ଭଳି ଗହଣାର ବ୍ୟବହାର ହେଲାଣି ।

ହାତ ଓ ପାଦ[ସମ୍ପାଦନା]

ଏମାନେ ହାତରେ କୁଙ୍କୁମରେ ଛବି ଅଙ୍କା ଯାଇଥାଏ ଓ ପାଦରେ ଅଳତାରେ ଚିତା ଆଙ୍କିଥାନ୍ତି ।

ଏହି ଅଳଙ୍କାର ଓ ବେଶ ପୋଷାକ ସବୁକୁ ପବିତ୍ର ମନେକରାଯାଇଥାଏ ।

ଟୀକା[ସମ୍ପାଦନା]

ଆଧାର[ସମ୍ପାଦନା]