ଭାରତର ରାଷ୍ଟ୍ରପତି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
President of India
ଭାରତର ରାଷ୍ଟ୍ରପତି
Presidential Standard of India.PNG
Presidential Standard
Pranab Mukherjee-World Economic Forum Annual Meeting Davos 2009 crop(2).jpg
Incumbent
ପ୍ରଣବ ମୁଖାର୍ଜୀ

since 25 July 2012
Style Hon'ble President
(Within India)
His Excellency
(Outside India)[୧]
Residence ରାଷ୍ଟ୍ରପତି ଭବନ
Term length Five years (renewable)
Inaugural holder Rajendra Prasad
26 January 1950
Formation Indian Constitution
26 January 1950
Salary Indian Rupee ₹1.5 lakh (US$୩,୩୦୦) (monthly)[୨]
Website President of India

ରାଷ୍ଟ୍ରପତି ହେଉଛନ୍ତି ଭାରତର ନିର୍ବାଚତ ସର୍ବୋଚ୍ଚ ସାମ୍ବିଧାନିକ ଶାସନମୁଖ୍ୟ । ସମ୍ବିଧାନ ତାଙ୍କ ହାତରେ କେନ୍ଦ୍ରର କାର୍ଯ୍ୟପାଳିକ କ୍ଷମତା ନ୍ୟସ୍ତ କରିଛି । ସେ ହେଉଛନ୍ତି ସମଗ୍ର ଦେଶର ଐକ୍ୟର ପ୍ରତୀକସମ୍ମାନାସ୍ପଦ ପ୍ରଥମ ନାଗରିକ

ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କର ଆବଶ୍ୟକୀୟ ଯୋଗ୍ୟତା[ସମ୍ପାଦନା]

  1. ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହୋଇଥିବେ ।
  2. ତାଙ୍କୁ ଅନ୍ୟୁନ ୩୫ ବର୍ଷ ବୟସ ହୋଇଥିବ ।
  3. ସେ କେନ୍ଦ୍ର ବା ରାଜ୍ୟ ସରକାର ବା ସେହି ସରକାର ଅଧୀନରେ ଥିବା କୈଣସି ସଂସ୍ଥାରେ ଲାଭଜନକ ପଦବୀରେ ଅଧୀଷ୍ଠିତ ହୋଇନଥିବେ ।
  4. ସେ ଜଣେ ବିକୃତ ମସ୍ତିଷ୍କ ଏବଂ ଦେବାଳିଆ ବ୍ୟକ୍ତି ହୋଇନଥିବେ ।
  5. ସଂସଦ ବା କୈଣସି ରାଜ୍ୟ ବିଧାନମଣ୍ଡଳର ସେ ସଦସ୍ୟ ନ ଥିବେ । ଯଦି ସେ ଏପରି କୌଣସି ସ୍ଥାନରେ ସଦସ୍ୟ ହୋଇଥିବେ, ତେବେ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ସେହି ସଦସ୍ୟ ପଦ ତ୍ୟାଗ କରିବେ । [୩][୪]

ରାଷ୍ଟ୍ରପତି ନିର୍ବାଚନ[ସମ୍ପାଦନା]

ଭାରତର ରାଷ୍ଟ୍ରପତି ଲୋକମାନଙ୍କଦ୍ଵାରା ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି । ସଂସଦ ଓ ରାଜ୍ୟ ବିଧାନ ସଭାର ସମସ୍ତ ନିର୍ବାଚିତ ସଦସ୍ୟଙ୍କୁ ନେଇ ନିର୍ବାଚକ ମଣ୍ଡଳୀଦ୍ଵାରା ଆନୁପାତିକ ପ୍ରତିନିଧିତ୍ଵ ଓ ଏକକ ହସ୍ତାନ୍ତରୀୟ ଗୋପନୀୟ ଭୋଟ ଦାନ ପ୍ରଣାଳୀରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି । ରାଷ୍ଟ୍ରପତି ନିର୍ବାଚନରେ ଜୟଲାଭ କରିବା ପାଇଁ ପ୍ରାର୍ଥୀ ନିର୍ଦ୍ଦିଷ୍ଟ ସଂଖ୍ୟକ ଭୋଟ୍ (କୋଟା) ବା ମିଳିଥିବା ସମସ୍ତ ସଠିକ ଭୋଟ୍‌ର ୫୦ ପ୍ରତିଶତରୁ ଏକ ଅଧିକ (୫୦% + ୧) ସମର୍ଥନ ପାଇବା ବାଞ୍ଛନୀୟ ।

ନିର୍ବାଚକ ମଣ୍ଡଳୀ[ସମ୍ପାଦନା]

ସମସ୍ତ ନିର୍ବାଚିତ ସାଂସଦ (M.P.) ଏବଂ ଦିଲ୍ଲୀପଣ୍ଡିଚେରୀ ସମେତ ସମସ୍ତ ରାଜ୍ୟ ବିଧାନ ସଭାର ନିର୍ବାଚିତ ବିଧାୟକମାନେ (M.L.A.) ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟାରେ ଭାଗ ନିଅନ୍ତି । ରାଜ୍ୟ ବିଧାନ ସଭାର ନିର୍ବାଚିତ ବିଧାୟକମାନ‌ଙ୍କ ମଧ୍ୟରେ ସମାନତା (Uniformity) ଏବଂ ନିର୍ବାଚିତ ସାଂସଦ ତ‌ଥା ବିଧାୟକମାନ‌ଙ୍କ ମଧ୍ୟରେ ସମତା (Parity) ରକ୍ଷା କରିବା ଉଦ୍ଦେଶ୍ୟରେ ଦୁଇଟି ଗାଣିତିକ ସୂତ୍ର ବା ଫର୍ମୁଲା ସମ୍ବିଧାନର ୫୫ ଧାରାରେ ସ୍ଥାନ ପାଇଛି । ଏହି ସୂତ୍ର ପ୍ରୟୋଗ କରାଯାଇ ପ୍ରତି ନିର୍ବାଚିତ ସାଂସଦ ଓ ନିର୍ବାଚିତ ବିଧାୟକଙ୍କ ପ୍ରତିଟି ଭୋଟ୍ର ଗାଣିତିକ ମୂଲ୍ୟ ନିର୍ଦ୍ଧାରଣ କରାଯାଏ ।

ପ୍ରଥମ ସୂତ୍ରଟି ହେଲା :- (ରାଜ୍ୟର ଜନସଂଖ୍ୟା ÷ ରାଜ୍ୟର ନିର୍ବାଚିତ ବିଧାୟକଙ୍କ ସଂଖ୍ୟା) ÷ ୧୦୦୦

ଅର୍ଥାତ୍ ପ୍ରତି ରାଜ୍ୟର ଜନସଂଖ୍ୟାକୁ ସେହି ରାଜ୍ୟର ନିର୍ବାଚିତ ବିଧାୟକମାନ‌ଙ୍କ ସଂଖ୍ୟାରେ ଭାଗ କରି ଭାଗଫଳକୁ ୧୦୦୦ଦ୍ୱାରା ଭାଗ କଲେ, ଭାଗଫଳ ଯାହା ହେବ, ତାହା ହେବ ସେହି ରାଜ୍ୟର ପ୍ରତି ନିର୍ବାଚିତ ବିଧାୟକଙ୍କର ପ୍ରତିଟି ଭୋଟ୍‌ର ଗାଣିତିକ ମୂଲ୍ୟ ।

ଦ୍ୱିତୀୟ ସୂତ୍ରଟି ହେଲା :- ସମସ୍ତ ନିର୍ବାଚିତ ବିଧାୟକଙ୍କର ଭୋଟ୍‌ର ଗାଣିତିକ ମୂଲ୍ୟର ସମଷ୍ଟି / ସମସ୍ତ ନିର୍ବାଚିତ ସାଂସଦଙ୍କ ସଂଖ୍ୟା

ଅର୍ଥାତ୍ ପ୍ରଥମ ସୂତ୍ରକୁ ଆଧାର କରି ମିଳିଥିବା ସମସ୍ତ ନିର୍ବାଚିତ ବିଧାୟକଙ୍କର ଭୋଟ୍‌ର ଗାଣିତିକ ମୂଲ୍ୟର ସମଷ୍ଟିକୁ ସମସ୍ତ ନିର୍ବାଚିତ ସାଂସଦଙ୍କ ସଂଖ୍ୟାରେ ଭାଗ କଲେ ଭାଗଫଳ ଯାହା ହେବ, ତାହା ହେବ ଜଣେ ନିର୍ବାଚିତ ସାଂସଦଙ୍କର ଗୋଟିଏ ଭୋଟ୍‌ର ଗାଣିତିକ ମୂଲ୍ୟ ।

ସୂଚନା ଯୋଗ୍ୟ ଯେ, ଦ୍ୱାଦଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ଗଠିତ ନିର୍ବାଚକ ମଣ୍ଡଳୀର ସର୍ବମୋଟ ସଭ୍ୟ ସଂଖ୍ୟା ୪୮୪୮ ମଧ୍ୟରୁ ନିର୍ବାଚିତ ସାଂସଦ ଥିଲେ ଲୋକ ସଭାର ୫୪୩ ଜଣ ଓ ରାଜ୍ୟସଭାର ୨୩୩ ଜଣ । ନିର୍ବାଚିତ ବିଧାୟକମାନେ ଥିଲେ ୪୦୭୨ ଜଣ । ପ୍ରତି ସାଂସଦଙ୍କର ଭୋଟ୍‌ର ମୂଲ୍ୟ ଥିଲା ୭୦୮ । ସେହିପରି ସମସ୍ତ ରାଜ୍ୟର ନିର୍ବାଚିତ ବିଧାୟକଙ୍କର ସର୍ବମୋଟ ଭୋଟ୍‌ର ଗାଣିତିକ ମୂଲ୍ୟ ଥିଲା ୫ ଲକ୍ଷ ୪୯ ହଜାର ୫୧୧ । ଉତ୍ତର ପ୍ରଦେଶର ପ୍ରତି ବିଧାୟକଙ୍କର ଭୋଟ୍‌ର ଗାଣିତିକ ମୂଲ୍ୟ ସର୍ବାଧିକ ୨୦୮ ଥିବାବେଳେ ସିକିମ୍ର ଥିଲା ସର୍ବନିମ୍ନ ମାତ୍ର ୦୭ ।

ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ[ସମ୍ପାଦନା]

ରାଷ୍ଟ୍ରପତି ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି । ସେହି ପଦବୀରେ ସେ ପୁନଃ ନିର୍ବାଚିତ ହେବାର କୈଣସି ସାମ୍ବିଧାନିକ ବାଧା ନାହିଁ । ତେବେ ଆମର ପ୍ରଥମ ରାଷ୍ଟ୍ରପରି ରାଜେନ୍ଦ୍ର ପ୍ରସାଦଙ୍କ ବ୍ୟତିତ ଅନ୍ୟ କୈଣସି ରାଷ୍ଟ୍ରପତି ଏ ଅବଧି ପୁନଃ ନିର୍ବାଚିତ ହୋଇନାହାନ୍ତି ।

ପାଞ୍ଚ ବର୍ଷ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ରାଷ୍ଟ୍ରପତି ଇଛା କଲେ, ଉପରାଷ୍ଟ୍ରପତିଙ୍କୁ ସମ୍ବୋଧନ କରି ନିଜର ଇସ୍ତଫା ଜରିଆରେ ନିଜ ପଦବୀରୁ ଅବ୍ୟାହତ ନେଇପାରିବେ ।

ଯଦି ମୃତ୍ୟୁ,ଇସ୍ତଫା ଓ ମହାଅଭିଯୋଗ କାରଣରୁ ରାଷ୍ଟ୍ରପତି ପଦ ଖାଲି ପଡେ,ତେବେ ଉପରାଷ୍ଟ୍ରପତି ସର୍ବାଧିକ ଛଅ ମାସ ପାଇଁ ଅସ୍ଥାୟୀ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରନ୍ତି ଏହି ଛଅ ମାସ ମଧ୍ୟରେ ନୂତନ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷରୁ ଅଧିକ ସମୟ ବୃଦ୍ଧି କରାଯାଇପାରିବ ନାହିଁ ।

  • ପଦଚ୍ୟୁତି ବା ମହାଭିଯୋଗ ପ୍ରସ୍ତାବ :

ମହାଭିଯୋଗ ପ୍ରସ୍ତାବ ମାଧ୍ୟମରେ ସମ୍ଭିଧାନ ଉଲ୍ଲଂଘନ ଅଭିଯୋଗ ପାଇଁ ରାଷ୍ଟ୍ରପତି ପଦଚ୍ୟୁତ ହୁଅନ୍ତି । ଏହି ମହାଭିଯୋଗ ପ୍ରସ୍ତାବ ସଂସଦର ଯେ କୈଣସି ଗୃହରେ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଆଗତ କରାଯାଇଥାଏ । ମହାଭିଯୋଗ ପ୍ରସ୍ତାବଟି ସଂସଦର ପ୍ରତି ସଦନରେ ସର୍ବମୋଟ ସଭ୍ୟସଂଖ୍ୟାର ଦୁଇ-ତୃତୀୟାଂଶ ସମର୍ଥନ ପାଇ ଗୃହିତ ହେଲେ,ରାଷ୍ଟ୍ରପତି ପଦଚ୍ୟୁତ ହୁଅନ୍ତି ।

  • ଶପଥ ପାଠ :

ନବ-ନିର୍ବାଚିତ ରାଷ୍ଟ୍ରପତି ଈଶ୍ଵରଙ୍କ ନାମରେ ବା ଦୃଢ଼ ସଂକଳ୍ପ କରି ସମ୍ବିଧାନକୁ ମାନି ଚଳିବାକୁ ଓ ସମ୍ବିଧାନର ସୁରକ୍ଷା ପାଇଁ ଭାରତର ମୂଖ୍ୟ ବିଚାରପତିଙ୍କ ନିକଟରେ ଶପଥ ପାଠ କରିବା ପୂର୍ବକ ନୂତନ ଦାୟିତ୍ଵ ଗ୍ରହଣ କରନ୍ତି ।

କ୍ଷମତା[ସମ୍ପାଦନା]

ରାଷ୍ଟ୍ରପତିଙ୍କୁ ସାମ୍ବିଧାନିକ ସ୍ଵୀକୃତି ମିଳିଥିବା ପାଞ୍ଚଟି କ୍ଷମତାଗୁଡିକ ହେଲା :

କାର୍ଯ୍ୟପାଳିକା କ୍ଷମତା[ସମ୍ପାଦନା]

କେନ୍ଦ୍ରସରକାର ସମସ୍ତ କାର୍ଯ୍ୟପାଳିକା ଦାୟିତ୍ଵ ରାଷ୍ଟ୍ରପତିଙ୍କ ହାତରେ ସମ୍ବିଧାନ ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ଅନ୍ୟ ମନ୍ତ୍ରୀ ମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରନ୍ତି । ଲୋକ ସଭାରେ ସଂଖ୍ୟା ଗରିଷ୍ଠ ଆସନ ପାଇଥିବା ଦଳର ନେତାଙ୍କୁ ରାଷ୍ଟ୍ରପତି ପ୍ରଥମେ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ କରନ୍ତି । ପରେ ପରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ମନ୍ତ୍ରୀପରିଷଦରେ ଥିବା ତିନି ଶ୍ରେଣୀର ମନ୍ତ୍ରୀ, ଯଥା: କ୍ୟାବିନେଟ ପାହ୍ୟା ମନ୍ତ୍ରୀ ,ରାଷ୍ଟ୍ରମନ୍ତ୍ରୀ ଓ ଉପମନ୍ତ୍ରୀଙ୍କୁ ସେ ନିଯୁକ୍ତ ପ୍ରଦାନ କରନ୍ତି ଓ ସମସ୍ତଙ୍କ ପଦ ଓ ଗୋପନୀୟତାର ଶପଥ ଦିଅନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ସେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରନ୍ତି । ମନ୍ତ୍ରୀପରିଷଦ ରାଷ୍ଟ୍ରପତିଙ୍କ ଇଛାଅନୁସାରେ ସେମାନଙ୍କର ପଦବୀରେ ରହିବାର ସାମ୍ବିଧାନିକ ବ୍ୟବସ୍ଥା ରହିଛି; ମାତ୍ର ବାସ୍ତବତା ହେଲା ଲୋକ ସଭାର ଇଛା ହିଁ ରାଷ୍ଟ୍ରପତିଙ୍କ ଇଛା । କୌଣସି ପ୍ରକାର ଅସ୍ଵାଭାବିକ ପରିସ୍ଥିତିରେ ଯଦି କୈଣସି ଦଳ ଲୋକ ସଭାରେ ସଂଖ୍ୟାଗରିଷ୍ଠ ଆସନ ପାଇନଥାନ୍ତି ଓ ଗୋଟିଏ ଝୁଲା ସଂସଦ ସୃଷ୍ଟି ହୋଇଥାଏ, ତେବେ ସେ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଚୟନ ଏକ କଷ୍ଟକର ବ୍ୟାପାର ହୋଇଥାଏ । କିନ୍ତୁ ନିଜର ଅଭିଜ୍ଞତା, ନିରପେକ୍ଷ ବିଚାରଶକ୍ତି ଓ ବିବେକାନୁସାରେ ରାଷ୍ଟ୍ରପତି ଏପରି ଏକ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତି କରନ୍ତି ଯେ କି ତାଙ୍କ (ରାଷ୍ଟ୍ରପତି) ମତରେ , ଦେଶରେ ଏକ ସୁସ୍ଥ ଓ ସୁଦୃଢ଼ ଶାସନ ପ୍ରତିଷ୍ଠା କରିପାରିବେ । ତେବେ ନବନିଯୁକ୍ତ ପ୍ରଧାନମନ୍ତ୍ରୀଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲୋକ ସଭାରେ ଆସ୍ଥା ଭୋଟ୍ ଲୋଡିବାକୁ ହୁଏ ।

ସଂସଦରେ ପ୍ରଧାନମନ୍ତ୍ରୀ ସଂଖ୍ୟାଗରିଷ୍ଠ ସମର୍ଥନ ହରାଇଲେ, ସେ ଇସ୍ତଫା ପ୍ରଦାନ କରିବା ବାଧ୍ୟ । ଯଦି ପ୍ରଧାନମନ୍ତ୍ରୀ ସ୍ଵତଃ ଇସ୍ତଫା ନଦିଅନ୍ତି, ତେବେ ରାଷ୍ଟ୍ରପତି ତାଙ୍କୁ ବରଖାସ୍ତ କରିପାରିବେ ।

ବ୍ୟବସ୍ଥାପିକା ବା ବୈଧାନିକ କ୍ଷମତା[ସମ୍ପାଦନା]

ଆର୍ଥିକ କ୍ଷମା[ସମ୍ପାଦନା]

ନ୍ୟାୟପାଳିକ କ୍ଷମତା[ସମ୍ପାଦନା]

ଜରୁରୀକାଳୀନ କ୍ଷମତା[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]