ନାଗା ନାଟ

ଉଇକିପିଡ଼ିଆ‌ରୁ
(ନାଗା ନାଚରୁ ଲେଉଟି ଆସିଛି)
ନାଗା ନାଚ
ପୁରୀରେ ଶ୍ରୀକ୍ଷେତ୍ର ମହୋତ୍ସବ ୨୦୧୫ରେ ପରିବେଷିତ ନାଗା ନାଚ
ମାଧ୍ୟମଗୀତ-ନାଟ
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିଓଡ଼ିଶା,  ଭାରତ
ସମୟ କାଳମଧ୍ୟଯୁଗ

ନାଗା ନାଚ (ଇଂରାଜୀ: Naga nata, IPA: /naːgaː naːt͡ʃɵ/) ଓଡ଼ିଶାର ଏକ ପାରମ୍ପାରିକ ଲୋକନୃତ୍ୟ[୧] ଏହା ପୁରୀ ଅଞ୍ଚଳରୁ ଆରମ୍ଭ ହୋଇ ବିଭିନ୍ନ ସ୍ଥାନରେ ପରିବେଷିତ ହେଉଛି ।[୨][୩] ଏଥିରେ ଥିବା ବିଷୟବସ୍ତୁ ଓଡ଼ିଶାରେ ଜଣାଶୁଣା ବିଭିନ୍ନ ନାଗା ପରମ୍ପରାକୁ ନେଇ ପର୍ଯ୍ୟବସିତ ।[୪] ଓଡ଼ିଶାର ଆଉ ଏକ ପାରମ୍ପାରିକ ନାଚ ପାଇକ ନାଚ ଭଳି ନାଗା ନାଚ ଏକ ମୁକ ନାଚ ।[୫] ଏଥିରେ କେବଳ ବିଭିନ୍ନ ବାଦ୍ୟ ଓ ପ୍ରଚ୍ଛଦ ଯନ୍ତ୍ରସଙ୍ଗୀତ ଥାଏ । ଏହାର ସଙ୍ଗୀତରେ ବ୍ୟବହୃତ ବାଦ୍ୟ ଯନ୍ତ୍ରସବୁ ହେଲା ମାଦଳ, ଧୁମସାପଖଉଜ[୬] ବିଭିନ୍ନ ପର୍ବ ପାଳନ ବେଳେ ପୁରୀରେ ଏହା ଦେଖିବାକୁ ମିଳିଥାଏ । ସାଧାରଣତଃ ଯୁବବର୍ଗର ନର୍ତ୍ତକମାନେ ଏଥିରେ ବିଭିନ୍ନ ଭାରୀ ଓ ଚିତ୍ରିତ ପୋଷାକ ପିନ୍ଧି ନାଚିଥାନ୍ତି ।[୭][୮] ନର୍ତ୍ତକମାନେ ମଥାରେ ବିଶାଳ ଅଳଙ୍କାର ଖଚିତ ମୁକୁଟ ପିନ୍ଧିଥାନ୍ତି । ସେମାନଙ୍କ ପୃଷ୍ଠପଟେ ବାଉଁଶ-ତିଆରି ମୟୂର ଆକାର ଧନୁଦ୍ୱୟ ଓ ଶର, ତ୍ରିଶୂଳ, ଶୂଳ ଆଦି ଲାଗିଥାଏ । ସେମାନେ ନାଚିଲା ବେଳେ ଧନୁ ଓ ଅସ୍ତ୍ରଶସ୍ତ୍ର ଦୁଇପଟକୁ ଦୋହଲୁଥାଏ । ବାୟକମାନଙ୍କ ବାଜା ତାଳରେ ତାଳଦେଇ ନର୍ତ୍ତକମାନେ ଆଗକୁ ବଢ଼ିଥାନ୍ତି ।[୯] ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସରକାରୀ ଓ ବେସରକାରୀ ଉତ୍ସବ ପାଳନ ବେଳେ ଓଡ଼ିଶାର ଅନ୍ୟାନ୍ୟ ନାଚ ସହିତ ନାଗା ନାଚ ମଧ୍ୟ ଦେଖିବାକୁ ମିଳିଥାଏ ।[୧୦] ନାଗା ନାଟରେ ବିଭିନ୍ନ ବୀରବାଦ୍ୟ ବାଦନ ସହିତ ବୀର ବେଶରେ ସଜ୍ଜିତ ନର୍ତ୍ତକଗଣ ନୃତ୍ୟରେ ବିଭିନ୍ନ ସମର-ସମ୍ବନ୍ଧିତ ବିଷୟବସ୍ତୁ ଦେଖାଇଥାନ୍ତି ।[୧୧] ଚାରିରୁ ଆଠ ଜଣ ଲୋକଙ୍କୁ ନେଇ ଗଠିତ ଏକ ଦଳ ଏହି ନାଚ ପରିବେଷଣ କରିଥାନ୍ତି ।[୩]

ନାମକରଣ[ସମ୍ପାଦନା]

ନାଗା ନାଚର ନାମକରଣ ଯାଯାବର ନାଗା ଜାତିରୁ ହୋଇଥିବା ଜଣାଯାଏ । ଓଡ଼ିଶା କଳିଙ୍ଗ ଭୁଖଣ୍ଡର ଏକ ଅଂଶ ଥିଲା । କଳିଙ୍ଗ ଦକ୍ଷିଣପୂର୍ବ ଏସିଆ ଛଡ଼ା ଆଧୁନିକ ଭାରତର ଉତ୍ତରରୁ ପୂର୍ବଦେଇ ଦକ୍ଷିଣ ଯାଏ ବ୍ୟାପିଥିବା ବେଳେ ଏଠାରେ ବାସ କରୁଥିବା ନାଗା ଜନଜାତିଙ୍କ ଏହି ନାଚ କ୍ରମେ ଓଡ଼ିଶା ଭିତରେ ହିଁ ରହିଯାଇଥିଲା । [୧୨]

ବେଷଭୂଷା[ସମ୍ପାଦନା]

ନାଗା ନର୍ତ୍ତକଙ୍କ ପୋଷାକରେ ଥିବା ବିଭିନ୍ନ ଉପାଦାନ[୧୧]:

ଧନୁରେ ମୟୂର ଆକୃତିରେ ନିର୍ମିତ ହୋଇଥାଏ । ନର୍ତ୍ତକମାନେ ଏକ ବିଶାଳ ମୁକୁଟ ପିନ୍ଧିଥାନ୍ତି । ତା' ପଛରେ ଏକ ଫୁଲରେ ମୟୁର ଚନ୍ଦ୍ରିକା ସଜାହୋଇଥାଏ । ସେମାନେ କଣ୍ଠରେ ମାଳି ସହିତ ବାହୁରେ ଶୁଆ ପର, କଚଟିରେ ମାଳି ଓ ଆଇନା ପିନ୍ଧି, କପାଳରେ ସିନ୍ଦୁର ମାଖି ଜାନୁରେ ଘଣ୍ଟା ପିନ୍ଧିଥାନ୍ତି । ଖରାରୁ ବଞ୍ଚିବା ପାଇଁ ହଳଦିଆ ରଙ୍ଗର ରମ ରଜ ମାଖିଥାନ୍ତି । ନକଲି ନିଶ ଦାଢ଼ି ପିନ୍ଧି ସେମାନେ ଭୟଙ୍କର ଦିଶନ୍ତି ।[୧୧]

ନାଚର ଉପାଦାନ[ସମ୍ପାଦନା]

ନାଗା ନାଟରେ ବିଭିନ୍ନ ବୀର ବାଦ୍ୟ ବାଦନ ସହିତ ବୀର ବେଶରେ ସଜ୍ଜିତ ନର୍ତ୍ତକଗଣ ନୃତ୍ୟରେ ବିଭିନ୍ନ ସମର କଳା ଚିତ୍ରଣ କରିଥାନ୍ତି । ଏଥିରେ କୌଣସି ଗୀତ ନଥିଲେ ମଧ୍ୟ ନର୍ତ୍ତକମାନେ ଭୟଙ୍କର ଓ ଭୟ ସୃଷ୍ଟିକାରୀ ଅଙ୍ଗଭଙ୍ଗୀ କରି ନାଚିଥାନ୍ତି ।[୧୩]

ସଙ୍ଗୀତ[ସମ୍ପାଦନା]

ଏଥିରେ କେବଳ ବିଭିନ୍ନ ବାଦ୍ୟ ବାଦନ ଓ ପ୍ରଚ୍ଛଦ ଯନ୍ତ୍ରସଙ୍ଗୀତ ରହିଥାଏ । କିନ୍ତୁ କୌଣସି ଗୀତ ଗାୟନ ନଥାଏ । ଏଥିରେ ପ୍ରଧାନତଃ ମାଦଳ, ଧୁମସାପଖଉଜ ଆଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଇଥାଏ ।[୬]

ଆଧାର[ସମ୍ପାଦନା]

  1. Orissa (India). Orissa District Gazetteers: Puri. Superintendent, Orissa Government Press.
  2. Cultural Heritage of Orissa: Justice Sri Harihar Mahapatra Felicitation Volume. Institute of Oriental and Orissan Studies. 1993.
  3. ୩.୦ ୩.୧ The Heritage of Orissa. Produced by Orissa Tourism Development Corporation for the Department of Home, Government of Orissa. 1980*. {{cite book}}: Check date values in: |date= (help)
  4. Thomas E. Donaldson (2002). Tantra and Śākta Art of Orissa. D.K. Printworld. ISBN 978-81-246-0198-3.
  5. Kuñjabihāri Dāśa (1991). Folklore of Orissa. Orissa Sahitya Akademi.
  6. ୬.୦ ୬.୧ Folk Culture. Institute of Oriental and Orissan Studies. 1983*. {{cite book}}: Check date values in: |date= (help)
  7. Surendra Mahanty; Oḍiśā Sāhitya Ekāḍemī (1982). Souvenir, Orissa Sahitya Akademi Silver Jubilee, 1982. The Akademi.
  8. A. N. Tiwari (1976). Third Purba Bharat Sanskrutik Sammelan, Bhubaneswar, Orissa, 1976: Souvenir. Home (Public Relations) Department, Government or Orissa.
  9. "Naga Dance". Archived from the original on 8 March 2016. Retrieved 20 December 2015.
  10. "Scintillating Performance Of Kathak Andmartial Dance "KAMSALE" At Dhauli-Kalinga Mahotsav Inaugurated Evening" (PDF). www.odishatourism.gov.in. Archived from the original (PDF) on 2016-03-08. Retrieved 2015-12-20.
  11. ୧୧.୦ ୧୧.୧ ୧୧.୨ S. C. Bhatt, Gopal K. Bhargava (2006). Land and People of Indian States and Union Territories: In 36 Volumes. Orissa. Gyan Publishing House. pp. 429–. ISBN 978-81-7835-377-7.
  12. T. K. Suman Kumar (1 January 1992). India: Unity in Diversity. Anmol Publications. ISBN 978-81-7041-667-8.
  13. Sainik Samachar: The Pictorial Weekly of the Armed Forces. 1977.

ଅଧିକ ପଠନ[ସମ୍ପାଦନା]