Jump to content

ଝାଡ଼ଖଣ୍ଡ

ଉଇକିପିଡ଼ିଆ‌ରୁ
ଝାଡ଼ଖଣ୍ଡ
ᱡᱷᱟᱨᱠᱷᱚᱸᱰ
Lua error in package.lua at line 80: module 'Module:InfoboxImage/data' not found.
Lua error in package.lua at line 80: module 'Module:InfoboxImage/data' not found.
ଭାରତରେ ଝାଡ଼ଖଣ୍ଡର ଅବସ୍ଥାନ
Lua error in package.lua at line 80: module 'Module:InfoboxImage/data' not found.
ଝାଡ଼ଖଣ୍ଡର ମାନଚିତ୍ର
ଦେଶ ଭାରତ
ସ୍ଥାପନ୧୫ ନଭେମ୍ବର ୨୦୦୦
ରାଜଧାନୀରାଞ୍ଚି
ବୃହତ୍ତମ ନଗରଜାମସେଦପୁର
ଜିଲ୍ଲା ସଂଖ୍ୟା୨୪
Government
  ରାଜ୍ୟପାଳସୟଦ ଅହମଦ
  ମୁଖ୍ୟମନ୍ତ୍ରୀରାଘୁବ୍ର ଦାସ
  ନ୍ୟାୟପାଳିକାଏକ ନ୍ୟାୟପାଳିକା (୮୧ ଆସନ)
Area
  ସମୁଦାୟ79,714 km2 (30,778 sq mi)
  Rankପଞ୍ଚଦଶ (୧୫ଶ)
Population
 (୨୦୧୧)
  Total୩୨୯୬୬୨୩୮
  Rankତ୍ରୟୋଦଶ (୧୩ଶ)
  Density410/km2 (1,100/sq mi)
Time zoneUTC+୦୫:୩୦ (IST)
ISO 3166 codeIN-JH
HDIIncrease ୦.୫୧୩ (ମଧ୍ୟମ)
HDI କ୍ରମାଙ୍କ୨୪ ତମ(୨୦୦୫)
ସାକ୍ଷରତା୬୭.୬୩%
ସରକାରୀ ଭାଷାହିନ୍ଦୀ
Website


ଝାଡ଼ଖଣ୍ଡ (ଅର୍ଥାତ୍ 'ଜଙ୍ଗଲର ଭୂମି') ହେଉଛି ପୂର୍ବ ଭାରତର ଏକ ରାଜ୍ୟ। ଏହି ରାଜ୍ୟଟି ୨୦୦୦ ମସିହାରେ ବିହାର ରାଜ୍ୟରୁ ଅଲଗା ହୋଇ ଏକ ସତନ୍ତ୍ର ରାଜ୍ୟରେ ପରିଣତ ହୋଇଛି। ଏହାର ସୀମା ଉତ୍ତରରେ ବିହାର, ଉତ୍ତର-ପଶ୍ଚିମରେ ଉତ୍ତରପ୍ରଦେଶ, ପଶ୍ଚିମରେ ଛତିଶଗଡ଼, ଦକ୍ଷିଣରେ ଓଡ଼ିଶା ଏବଂ ପୂର୍ବରେ ପଶ୍ଚିମବଙ୍ଗ ସହିତ ରାଜ୍ୟ ସୀମା ଲାଗି ରହିଛି। ଏହାର କ୍ଷେତ୍ର ୭୯୭୧୦ କିମି² (୩୦,୭୭୮ ବର୍ଗ ମାଇଲ) । କ୍ଷେତ୍ର ଅନୁଯାୟୀ ଏହା ୧୫ ତମ ବୃହତ୍ତମ ରାଜ୍ୟ ଏବଂ ଜନସଂଖ୍ୟା ଅନୁଯାୟୀ ୧୪ ତମ ବୃହତ୍ତମ ରାଜ୍ୟ । ହିନ୍ଦୀ ହେଉଛି ରାଜ୍ୟର ସରକାରୀ ଭାଷା। ରାଞ୍ଚି ସହର ହେଉଛି ଏହାର ରାଜଧାନୀ ଏବଂ ଡୁମ୍କା ଏହାର ଉପ-ରାଜଧାନୀ ।

ଭୂଗୋଳ

[ସମ୍ପାଦନା]

ଝାଡ଼ଖଣ୍ଡ ୭,୯୭୦,୦୦୦ ହେକ୍ଟରର ଏକ ଭୌଗଳିକ କ୍ଷେତ୍ରକୁ ଆବଦ୍ଧ କରିଛି। ଝାଡ଼ଖଣ୍ଡର ଅଧିକାଂଶ ଅଂଶ ଛୋଟା ନାଗପୁର ମାଳଭୂମିରେ ଅବସ୍ଥିତ। ଅନେକ ନଦୀ ଛୋଟା ନାଗପୁର ମାଳଭୂମି ଦେଇ ଯାଇଅଛି, ଯଥା; ଦାମୋଦର, ଉତ୍ତର କୋଏଲ, ବାରକର, ଦକ୍ଷିଣ କୋଏଲ, ସଙ୍କ ଏବଂ ସୁବର୍ଣ୍ଣରେଖା ନଦୀ। ଏହି ନଦୀଗୁଡ଼ିକର ଉଚ୍ଚ ଜଳରାଶି ଝାଡ଼ଖଣ୍ଡ ରାଜ୍ୟ ମଧ୍ୟରେ ବ୍ୟାପିଛି। ଝାଡ଼ଖଣ୍ଡର ଅଧିକାଂଶ ଅଂଶ ଏବେ ମଧ୍ୟ ଜଙ୍ଗଲରେ ଆବଦ୍ଧ, ଯାହାକି ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେଇ ଆସୁଛି।

ଇତିହାସ

[ସମ୍ପାଦନା]

ଭାଷା ଓ ସାହିତ୍ୟ

[ସମ୍ପାଦନା]

ଝାଡ଼ଖଣ୍ଡ ରାଜ୍ୟର ଲୋକ ସରକାରୀ ଭାଷା ହିନ୍ଦୀ ବ୍ୟତୀତ ବିଭିନ୍ନ ଆଞ୍ଚଳିକ ଭାଷା ମଧ୍ୟ ବ୍ୟବହାର କରନ୍ତି। ନାଗପୁରୀ, ଖୋର୍ଥା, କୁର୍ମାଲି, ମାଗାହି ଆଦି ମୁଖ୍ୟ ଭାଷା ହୋଇଥିବା ବେଳେ ଅଙ୍ଗିକା, ବଙ୍ଗାଳୀ, ଭୋଜପୁରୀ, ଭୁମିଜ, ହୋ, ଖରିଆ, କୁରୁଖ, ଖୋର୍ଧା, କୁର୍ମାଲି, ମାଗାହି, ମୈଥିଳୀ, ମୁଣ୍ଡାରୀ, ନାଗପୁରୀ, ଓଡ଼ିଆ, ସାନ୍ତାଳୀ ଏବଂ ଉର୍ଦ୍ଦୁକୁ ସରକାର ଦ୍ୱିତୀୟ ଭାଷା ରୂପେ ମାନ୍ୟତା ଦିଆଯାଇଛି।


ଅଧିକ ତଥ୍ୟ

[ସମ୍ପାଦନା]