ଛାଡ଼ଖାଇ

ଉଇକିପିଡ଼ିଆ ରୁ
Jump to navigation Jump to search
ଛାଡ଼ଖାଇ
ନାମଛାଡ଼ଖାଇ
ଆରମ୍ଭକାର୍ତ୍ତିକ ପୂର୍ଣ୍ଣିମା ପର ଦିନ
୨୦୨୦ ତାରିଖ୦୧ ଡିସେମ୍ବର (ମଙ୍ଗଳବାର)
୨୦୨୧ ତାରିଖ୨୦ ନଭେମ୍ବର (ଶନିବାର)

ଛାଡ଼ଖାଇ, ଓଡ଼ିଶାରେ ପାଳିତ ଏକ ସାମାଜିକ ଚଳଣି ।[୧] ଏହାକୁ କାର୍ତ୍ତିକ ପୂର୍ଣ୍ଣିମା ପର ଦିନ ପାଳନ କରାଯାଏ ।[୨] କାର୍ତ୍ତିକ ମାସକୁ ଓଡ଼ିଶାରେ ଏକ ପବିତ୍ର ମାସ ଭାବରେ ପାଳନ କରାଯାଏ । ବହୁ ଲୋକ ସମ୍ପୂର୍ଣ୍ଣ ମାସ ଆମିଷ ଭକ୍ଷଣ କରନ୍ତି ନାହିଁ । କିଛି ଲୋକ କେବଳ ମାସର ଶେଷ ପାଞ୍ଚଦିନ, ପଞ୍ଚକରେ ଆମିଷ ଭକ୍ଷଣରୁ ନିବୃତ ରୁହନ୍ତି ।[୩] ଛାଡ଼ଖାଇ ଶବ୍ଦଟି, 'ଛାଡ଼' ଓ 'ଖାଇ' ଦୁଇଟି ଶବ୍ଦର ସନ୍ଧିରୁ ବିକଶିତ । ଛାଡ଼ ଅର୍ଥ ସମୟର ଅନ୍ତରାଳ ଓ ଖାଇ ଅର୍ଥ ଖାଇବା । ଅର୍ଥାତ, କିଛି ସମୟ ଅନ୍ତରାଲ ପରେ ଖାଇବା । ଲୋକମାନେ ମାସେ କାଳ ଆମିଷ ଖାଦ୍ୟରୁ ନିବୃତ ରହି କାର୍ତ୍ତିକ ମାସ ଉପରାନ୍ତେ, ପ୍ରଥମ ଦିନ ହିଁ ଆମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ।[୪]

କାର୍ତ୍ତିକ ମାସ ଓ ମାର୍ଗଶୀର ମାସରେ ପବନର ଗତିପଥ ବଦଳିଥାଏ । ଐତିହାସିକ ତଥ୍ୟ ଅନୁଯାୟୀ ଓଡ଼ିଆ ସାଧବପୁଅମାନେ ନୌବାଣିଜ୍ୟ କରିବା ପାଇଁ, କେଉଟମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଏହି ସମୟରେ ଯାତ୍ରାରମ୍ଭ କରୁଥିଲେ । ସେମାନଙ୍କୁ ମେଲାଣି ଦେବାପାଇଁ ଆୟୋଜନ କରାଯାଉଥିବା ଭୋଜିରେ ଆମିଷ ଖାଦ୍ୟ ରହୁଥିଲା । ଛାଡ଼ଖାଇ ଏହିପରି ଭାବରେ ଆରମ୍ଭ ହୋଇଥାଇପାରେ । ବର୍ଷର ଏହି ସମୟରେ ମାଛମାନେ ସମୁଦ୍ର ତଟ ପାଖକୁ ଆସନ୍ତି, ତେଣୁ ମାଛ ଅମଳ ମଧ୍ୟ ଭଲ ହୋଇଥାଏ । କିଛି ଐତିହାସିକମାନଙ୍କ ମତରେ, ଛାଡ଼ଖାଇରୁ ଶୀତ ଋତୁର ଆରମ୍ଭ ହୋଇଥାଏ । ଶୀତ ଦିନରେ କୁକୁଡ଼ା ଓ ଛେଳି ମାଂସରେ ସ୍ନେହସାର ଓ ଆଦ୍ରତାର ଅନୁପାତ ଭଲ ରହୁଥିବାରୁ, ଶୀତ ଦିନ ମାଂସ ଖାଇବାର ସବୁଠାରୁ ଭଲ ସମୟ ବୋଲି ପାର୍କ ହୋଟେଲ, କଲିକତାର ସେଫ ଶରତ ଦିୱାନଙ୍କ ମତ ।[୫]

ଆଧାର[ସମ୍ପାଦନା]

  1. Orissa Review. Published and issued by Home (Public Relations) Department, Government of Orissa. February 2008.
  2. T. K. Suman Kumar (1992). India: Unity in Diversity. Anmol Publications. ISBN 978-81-7041-667-8.
  3. S. Gajrani (2004). History, Religion and Culture of India. Gyan Publishing House. pp. 209–. ISBN 978-81-8205-063-1.
  4. Surendra Mahanty (1982). Lord Jagannatha: The Microcosm of Indian Spiritual Culture. Orissa Sahitya Akademi.
  5. "Chhadakhai: The 'Meatier' of Festivals in Odisha". www.newindianexpress.com. The New Indian Express. Archived from the original on 5 December 2020. Retrieved 5 December 2020.