ଉଚ୍ଚ ନ୍ୟାୟାଳୟ
Jump to navigation
Jump to search
ଉଚ୍ଚ ନ୍ୟାୟାଳୟ ଏକ ରାଜ୍ୟର ସର୍ବୋଚ୍ଚ ବିଚାର ବ୍ୟବସ୍ଥା(ନ୍ୟାୟପାଳିକା) ଅଟେ । ସମ୍ବିଧାନର ନିୟମ(Art. 214) ଅନୁଯାୟୀ ପ୍ରତ୍ୟେକ ରାଜ୍ୟରେ ଉଚ୍ଚ ନ୍ୟାୟାଳୟ ରହିବ । ସଂସଦ ଯଦି ଚାହିଁବେ, କେତେକ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏକ ସାଧାରଣ ଉଚ୍ଚ ନ୍ୟାୟଳୟର ବ୍ୟବସ୍ଥା କରିପାରିବେ । ପ୍ରତେକ ଉଚ୍ଚ ନ୍ୟାୟାଳୟରେ ଜଣେ ଉଚ୍ଚନ୍ୟାୟାଧୀଶ ଓ ଅନ୍ୟାନ୍ୟ ବିଚାରପତିଙ୍କୁ ରାଷ୍ଟ୍ରପତି ଦାୟିତ୍ୱ ଦେଇଥାନ୍ତି(Art. 216) ।[୧]
ସାମ୍ବିଧାନିକ ବ୍ୟବସ୍ଥାରେ ଉଚ୍ଚ ନ୍ୟାୟାଲୟର ମୌଳିକ ଅଧିକାର କ୍ଷେତ୍ର (Jurisdiction)ସବୁ ହେଉଛି ଏହିଭଳି:[୨]
- ମୂଳ ଅଧିକାର କ୍ଷେତ୍ର (original jurisdiction)
- ଭାରତୀୟ ସମ୍ବିଧାନର ଧାରା ୨୨୬ ଅନୁଯାୟୀ କୌଣସି ରାଜ୍ୟର ଉଚ୍ଚ ନ୍ୟାୟାଳୟ ଏହାର ଅଧିକାର କ୍ଷେତ୍ର ମାଧ୍ୟରେ ରିଟ (writ)ମାଧମରେ ନାଗରିକର ମୌଳିକ ଅଧିକାର ରକ୍ଷା ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶ ଜାରୀ କରିପାରିବେ ।
- ଅପିଲ ସମ୍ବନ୍ଧୀୟ ଅଧିକାର କ୍ଷେତ୍ର (Appellate jurisdiction)
- ବରିଷ୍ଠ ଦେୱାନୀ ଅଦାଲତର ଦେୱାନୀ ମକଦ୍ଦମାର ରାୟ ବିରୁଦ୍ଧରେ ଦ୍ୱିତୀୟ ଅପିଲ(RSA) ତଥା ଜିଲ୍ଲା ଅଦାଲତର ଦେୱାନୀ ମକଦ୍ଦମାର ରାୟ ବିରୁଦ୍ଧରେ ପ୍ରଥମ ଅପିଲ(RFA) ସଂପୃକ୍ତ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ହିଁ ଦାୟର ହେବ ।
- ଫୌଜଦାରୀ ମାମଲାରେ ସାତନର୍ଷରୁ ଅଧିକ କାରାଦଣ୍ଡ ହୋଇଥିବା ଆଦେଶ ବିରୁଦ୍ଧରେ ଉଚ୍ଚନ୍ୟାୟାଳୟରେ ଫୌଜଦାରୀ ଅପିଲ କରାଯାଇପାରିବ ।
- ପ୍ରଶାସନିକ ଅଧିକାର କ୍ଷେତ୍ର (Administrative jurisdiction)
ରାଜ୍ୟ ଉଚ୍ଚ ନ୍ୟାୟାଳୟ ଏହା ଅଧିନସ୍ଥ ସମସ୍ତ ଅଧସ୍ତନ ଅଦାଲତ ତଥା ଟ୍ରିବୁନାଲର କାର୍ଯ୍ୟର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ଭାବେ ନିରୀକ୍ଷଣ କରିପାରିବେ ତଥା ଆବଶ୍ୟକ ସ୍ଥଳେ କୌଣସି ମାମଲାକୁ ଗୋଟିଏ ଅଦାଲତରୁ ଅନ୍ୟ ଏକ ଅଦାଲତକୁ ସ୍ଥାନାନ୍ତର କରିପାରିବେ । ସମସ୍ତ ଅଧସ୍ତନ ଅଦାଲତର ବିଚାରପତିଙ୍କ ନିଯୁକ୍ତି ତଥା ବଦଳି ମଧ୍ୟ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ହୁଏ ।
ଆହୁରି ଦେଖନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ Indian Polity And Governance (2012 edition)
- ↑ "Jurisdiction, Powers and Control of High Court". Retrieved 23 June 2018.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |