ମହାନଦୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ମହାନଦୀ
ନଦୀ
The Mahanadi
ନାମର ଉତ୍ପତ୍ତି: From Sanskrit "Maha" (great) and "Nadi" (river)
ଦେଶ ଭାରତ
Parts ଛତିଶଗଡ଼, ମଧ୍ୟ ପ୍ରଦେଶ, ଓଡ଼ିଶା
ଅଞ୍ଚଳ ଦଣ୍ଡକାରଣ୍ୟ, Dakshina Kosala Kingdom, Coastal Plains
Administrative
areas
Betul, ରାୟପୁର, ଜଞ୍ଜଗିର, ବିଳାସପୁର, ସମ୍ବଲପୁର, ସୋନପୁର, ବୌଦ୍ଧ, ଅନୁଗୋଳ, କଟକ, କେନ୍ଦ୍ରାପଡ଼ା
Tributaries
 - left Seonath, Telen, ଇବ୍
Cities ସମ୍ବଲପୁର, କଟକ, ସୋନପୁର, ବିରମହାରାଜପୁର
Landmarks ସାତକୋସିଆ ଗଣ୍ଡ, Sonapur Lanka, Hookitola Falls
Source
 - location ସିଂହବା, ଧମତରି, ଦଣ୍ଡକାରଣ୍ଯ, ଛତିଶଗଡ଼, ଭାରତ
 - elevation ୮୭୭ m (୨,୮୭୭ ft)
 - coordinates 20°07′N 81°55′E / 20.11°N 81.91°E / 20.11; 81.91
Mouth
 - location False Point, କେନ୍ଦ୍ରାପଡ଼ା, Delta, ଓଡ଼ିଶା, ଭାରତ
 - elevation ୦ m (୦ ft)
Length ୮୫୮ km (୫୩୩ mi)
Basin ୧,୪୧,୬୦୦ km2 (୫୪,୬୭୨ sq mi)
Discharge for False Point, ଓଡ଼ିଶା
 - average ୨,୧୧୯ m3/s (୭୪,୮୩୨ cu ft/s)
 - max ୫୬,୭୦୦ m3/s (୨୦,୦୨,୩୪୨ cu ft/s)
ସମ୍ବଲପୁର ପରଠାରୁ ମହାନଦୀ
ଆଠମଲ୍ଲିକ ପାଖ ମହାନଦୀ କୁଳ

ମହାନଦୀ ଓଡ଼ିଶାର ବଡନଦୀ। ଛତିଶଗଡ଼ର ଅମରକଣ୍ଟକ ମାଳଭୁମିରୁ (ଧମତରି ଜିଲ୍ଲା) ବାହାରି ଏହା ଝାରସୁଗୁଡ଼ା ଜିଲ୍ଲାରେ ଓଡ଼ିଶାକୁ ପ୍ରବେଶ କରିଛି । ଏହାର ଦୈର୍ଘ୍ୟ ୮୫୮ କି.ମି । [୧] ଏହା ପାରାଦ୍ବୀପ ନିକଟସ୍ଥ ବତିଘରର ଦକ୍ଷିଣରେ ବଙ୍ଗୋପ ସାଗରରେ ପଡ଼ିଛି । ଏହା ଭାରତର ୬ଷ୍ଠ ବୃହତ୍ତମ ନଦୀ । ଓଡ଼ିଶାରେ ଏହାର ଦୈର୍ଘ୍ୟ ୪୯୪ କି.ମି. । ବୌଦ୍ଧ ଜିଲ୍ଲାର ସୁନାଖଣିଆରୁ ଦଶପଲ୍ଲାର ବଡମୂଳ ଘାଟି ମଧ୍ୟରେ ଏହା ଏକ ଗଭୀର ଗଣ୍ଡ ସୃଷ୍ଟିକରିଛି । ଏହାକୁ ସାତକୋଶିଆ ଗଣ୍ଡ କୁହାଯାଏ । ଓଡ଼ିଶା ଭିତରେ ତେଲ୍ ଓ ଇବ୍ ମହାନଦୀର ଦୁଇଟି ଉପନଦୀ । ଏହାର ଶାଖାନଦୀମାନ ହେଲେ କାଠଯୋଡି, କୁଆଖାଇ,ବିରୁପା, ଦେବୀ,ଦୟା,ଭାର୍ଗବୀ,କୁଶଭଦ୍ରା,ଚିତ୍ରୋତ୍ପଳା,ଧନୁଆ ଓ ଲୁଣୀ ।

ପୌରାଣିକ[ସମ୍ପାଦନା]

କୁହାଯାଏ ପ୍ରାଚୀନ କାଳରେ ମହାନଦୀର ନାମ ଚିତ୍ରୋତ୍ପଳା ଥିଲା । ପୁରାଣ ଅନୁସାରେ ମହାନଦୀ ଓ ତାର ଉପନଦୀ ପ୍ରାଚୀନ ଶୁକ୍ଲମତ ପର୍ବତରୁ ବାହାରିଥିଲା । ଭିଷ୍ମପର୍ବରେ ବର୍ଣ୍ଣନା ଅନୁସାରେ ଚିତ୍ରୋତ୍ପଳାର ପାଣି ଭାରତୀୟମାନେ ପିଉଥିଲେ । ଅର୍ଥାତ ମହାଭାରତ ସମୟରେ ମହାନଦୀ କୂଳରେ ଆର୍ଯ୍ୟମାନେ ରହୁଥିଲେ ।

ବ୍ୟବହାର[ସମ୍ପାଦନା]

ବନ୍ୟା ନିୟନ୍ତ୍ରଣ,ଜଳ ବିଦ୍ୟୁତ ଉତ୍ପାଦନ ଓ ଜଳସେଚନ ଉଦ୍ଧେଶ୍ୟରେ ହୀରାକୁଦଠାରେ ଏକ ଡ୍ୟାମ ଓ ଜୋବ୍ରାଠାରେ ଏକ ବ୍ୟାରେଜ ନିର୍ମାଣ କରାଯାଇ କୂତ୍ରିମ ଜଳଭଣ୍ଡାର ସୃଷ୍ଟି କରାଯାଇଛି ।

ମହାନଦୀ ଜଳ ବିବାଦ[ସମ୍ପାଦନା]

ମହାନଦୀ ବେସିନର ସମୁଦାୟ ଜଳ ସଂଗୃହୀତ କ୍ଷେତ୍ରଫଳ ମଧ୍ୟରୁ ୫୪% ଛତିଶଗଡ଼ରେ ଥିବା ବେଳେ ୪୬% ଓଡ଼ିଶାରେ ଅଵସ୍ଥିତ । ମହାନଦୀ ଵର୍ଷାଋତୁରେ ଗଙ୍ଗା ସମାନ ଜଳ ନିଷ୍କାସନ କରିଥାଏ । ଖରାଦିନେ ଶୁଷ୍କ ହୋଇ କ୍ଷୀଣ ହୋଇଯାଏ । ଓଡ଼ିଶାରେ ବନ୍ୟା ସୃଷ୍ଟିର କାରଣ ସାଜୁଥିବାରୁ ୧୯୫୩ ମସିହାରେ ହୀରାକୁଦ ନଦୀବନ୍ଧ ସ୍ଥାପନ ହେବା ପୂର୍ଵରୁ ମହାନଦୀ ଓଡ଼ିଶାର ଦୁଃଖ ଭାଵେ ଅଭିହିତ ହେଉଥିଲା ।

ହୀରାକୁଦ ନଦୀବନ୍ଧକୁ ଆଗମନ ହେଉଥିବା ମହାନଦୀ ଜଳର ହାରାହାରି ମାତ୍ରା ୪୪,୭୭୩ ଅୟୁତ ଘନ ମିଟର (MCM) । ଏଥିରୁ ୩୫,୩୦୮ ଅୟୁତ ଘନ ମିଟର ଜଳ ଵା ୯୦% ଜଳ ଛତିଶଗଡ଼ରୁ ଆସିଥାଏ । ଛତିଶଗଡ଼ ୯,୦୦୦ ଅୟୁତ ଘନ ମିଟର ଜଳ ନିଜ ଶିଳ୍ପ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବ୍ୟବହାର କରିଥାଏ । ଅନ୍ୟ ପକ୍ଷରେ ଓଡ଼ିଶା ଯୁକ୍ତି ବାଢ଼େ ଯେ, ପାକ୍ଷିକ ଭାଵେ ଛତିଶଗଡ଼ ତିନୋଟି ବ୍ୟାରେଜ ନିର୍ମାଣ କରି ଜଳ ପ୍ରବାହକୁ କ୍ଷୀଣ କରିଦେଇଛି ଯାହା ଫଳରେ ହୀରାକୁଦ ଜଳ ଭଣ୍ଡାର ଗ୍ରୀଷ୍ମ ଦିନେ ପ୍ରଭାବିତ ହେଉଛି । ପୁରାତନ କାଳରୁ ମହାନଦୀ ଜଳ ଓଡ଼ିଶା ଵ୍ୟଵହାର କରିଆସୁଥିବାରୁ ମହାନଦୀ ଜଳ ଉପରେ ଓଡ଼ିଶାର ସମ୍ପୂର୍ଣ୍ଣ ଅଧିକାର ଅଛି ଏବଂ ଛତିଶଗଡ଼ର ଯୋଜନାବଦ୍ଧ ଜଳଧାରା ପରିଵର୍ତ୍ତନ ଓଡ଼ିଶାର କୃଷି ଓ ଅର୍ଥନୀତି ଉପରେ ବ୍ୟାପକ ପ୍ରଭାଵ ପକାଇବ ବୋଲି । ଛତିଶଗଡ଼ ଯୁକ୍ତି କରେ ଯେ, ଉପର ମୁଣ୍ଡରେ ବ୍ୟାରେଜ ମହାନଦୀ ଜଳର ସମାନ ବଣ୍ଟନ କରିବ ଯେଉଁଥିପାଇଁ ଛତିଶଗଡ଼ ଏଯାବତ ଚିନ୍ତା କରିନଥିଲା । ମହାନଦୀ ଜଳ ଉପରେ ତାହାର ମଧ୍ୟ ସମାନ ଅଧିକାର ଅଛି । ଏଥିରୁ ହିଁ ମହାନଦୀ ଜଳ ବିବାଦର ସୂତ୍ରପାତ ହେଲା ।[୨]

ଛତିଶଗଡ ଓ ଓଡ଼ିଶା ମଧ୍ୟରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ଉପରେ ବୁଝାମଣା ନାହିଁ ବୋଲି ଜଣାଯାଏ । ଓଡ଼ିଶା ତରଫରୁ ଥରକୁ ଥର 'ମହାନଦୀ ବଞ୍ଚାଅ' ବିକ୍ଷୋଭ ହୋଇଥିଲା । ୨୦୧୬ ମସିହା ଶେଷ ସୁଦ୍ଧା ଏହାର କୌଣସି ସମାଧାନ ହୋଇପାରିନଥିଲା । ୨୦୧୭ ମସିହା ବେଳକୁ ବିଜେପିବିଜେଡ଼ି ମଧ୍ୟରେ ରାଜନୈତିକ ଵିଵାଦ ବଢ଼ିବା ସହିତ ଓଡ଼ିଶା ସରକାର ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ମହନଦୀକୁ ନେଇ ଜଳ ବିବାଦ ଘନୀଭୂତ ହୋଇଥିଲା । ଏଥିସହ କେନ୍ଦ୍ର ନିକଟରେ ଓଡ଼ିଶା ସରକାର ଜଳ ବିବାଦ ସମାଧାନ ପାଇଁ ଗୁହାରି କରିଥିଲେ । ଛତିଶଗଡ଼ଦ୍ୱାରା ମହାନଦୀର ଉପର ମୁଣ୍ଡରେ ୬ଟି ନିର୍ମାଣାଧୀନ ବ୍ୟାରେଜର କାମକୁ ରୋକିବା ପାଇଁ ଓଡ଼ିଶା ତରଫରୁ ଏକ ପତ୍ର ମାଧ୍ୟମରେ ଦାବି ହୋଇଥିଲା ।[୩]

ଟ୍ରିବ୍ୟୁନାଲ ଗଠନ[ସମ୍ପାଦନା]

ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ର ବେଆଇନ ବ୍ୟାରେଜ ନିର୍ମାଣକୁ ବିରୋଧ କରି ଓଡ଼ିଶା ପକ୍ଷରୁ ଆନ୍ତଃରାଜ୍ୟ ଜଳବିବାଦ ଆଇନ-୧୯୫୬ର ଧାରା ୩ ଅନୁସାରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ନିକଟରେ ପିଟିସନ ଦାଖଲ କରିଥିଲେ । ଓଡ଼ିଶାର ଏହି ଆବେଦନ ପରେ କେନ୍ଦ୍ର ଏକ ବୁଝାମଣା କମିଟି ଗଠନ କରିଥିଲେ । ଯେଉଁ କମିଟି ଦୁଇଗୋଟି ବୈଠକ ଡକାଇଥିଲେ, ଏଥିରେ ଓଡ଼ିଶା ସରକାର ଯୋଗ ଦେଇନଥିବାରୁ କୌଣସି ସୁଫଳ ମିଳିପାରିନଥିଲା । ଫଳରେ ଟ୍ରିବ୍ୟୁନାଲ ଗଠନ ଜିଦରେ ଅଟଳ ଓଡ଼ିଶା ୨୦୧୭ରେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାଏର କରିଥିଲେ । ଓଡ଼ିଶା ପକ୍ଷରୁ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଅରିଜିନାଲ ସୁଟ ଦାଖଲ କରାଯାଇଥିଲା।[୪] ଟ୍ରିବ୍ୟୁନାଲ ଗଠନରେ ବିଳମ୍ବ ହୁଏ ତାହେଲେ ଏହାର ଲାଭ ଛତିଶଗଡ଼ ଉଠାଇବା ସହ ଓଡ଼ିଶା କ୍ଷତିଗ୍ରସ୍ତ ହେବ ବୋଲି ଓଡ଼ିଶା କହିଥିଲା ।[୫]୨୦୧୮ ଜାନୁଆରୀ ୨୩ରେ ସୁପ୍ରିମକୋର୍ଟ ବିଚାରପତି ଏସ ଏ ବବଦେ ଓ ଏଲ ନାଗେଶ୍ୱରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏକ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ।[୬]କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର, ଵିଚାରପତି ଖାନଵିଲକରଙ୍କ ଅଧ୍ୟକ୍ଷତାରେ ଟ୍ରିବ୍ୟୁନାଲ ଗଠନ କରିଥିଲେ । ଏଥିରେ ସଦସ୍ୟ ଭାଵେ ପାଟଣା ଉଚ୍ଚନ୍ୟାୟାଳୟର ଵିଚାରପତି ଡକ୍ଟର ରଵି ରଞ୍ଜନ ଏବଂ ଦିଲ୍ଲୀ ଉଚ୍ଚନ୍ୟାୟାଳୟ ଵିଚାରପତି ଇନ୍ଦ୍ରମିତ କୌର ଅଛନ୍ତି । [୭] ସମ୍ପୂର୍ଣ୍ଣ ମହାନଦୀ ଶଯ୍ୟାରେ ଥିବା ଜଳର ପରିମାଣ, ପ୍ରତ୍ୟେକ ରାଜ୍ୟର ଯୋଗଦାନ, ପ୍ରତ୍ୟେକ ରାଜ୍ୟରେ ବର୍ତ୍ତମାନ ଜଳ ସମ୍ପଦର ଉପଯୋଗ ଏବଂ ଭବିଷ୍ୟତର ବିକାଶ ଲାଗି ରହିଥିବା ସମ୍ଭାବନା ଆଧାରରେ ଟ୍ରିବ୍ୟୁନାଲ ଏଥିପ୍ରତି ବିଚାର କରିବେ । ଆଇଏସଆରଡବ୍ଲ୍ୟୁଡି ଆଇନରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ ଏବଂ ଆବଶ୍ୟକତା ସ୍ଥଳେ ଏହାକୁ ଆହୁରି ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ ।[୮] ଟ୍ରାଇବୁନାଲର ମୁଖ୍ୟାଳୟ ନୂଆଦିଲ୍ଲୀଠାରେ ରହିବ ବୋଲି ସ୍ଥିର କରାଯାଇଥିଲା ।[୯]

ଶୁଣାଣି[ସମ୍ପାଦନା]

ପ୍ରତିକ୍ରିୟା[ସମ୍ପାଦନା]

ଯେଉଁଠି ଛତିଶଗଡ଼ ସରକାର ନିଜ ଜଳ ସମ୍ପଦକୁ ସୁବିନିଯୋଗ କରିବାରେ ବହୁତ ପୂର୍ଵରୁ ପଦକ୍ଷେପ ନେବା ଆରମ୍ଭ କରିସାରିଛନ୍ତି, ନବୀନ ସରକାର ତାଙ୍କର ୨୦ ବର୍ଷ ଶାସନକାଳ ସମୟରେ ମହାନଦୀ ଉପରେ କୌଣସି ଵି ଉନ୍ନୟନ ମୂଳକ କାର୍ଯ୍ୟ କରିନାହାଁନ୍ତି ଓ ଜଳ ସଂରକ୍ଷଣ ନକରି ସମୁଦ୍ରକୁ ବହିଯିବାକୁ ଦେଇଛନ୍ତି । କେବଳ ମହାନଦୀ ନୁହେଁ ରାଜ୍ୟର ଅନ୍ୟ ନଦୀର ଜଳସମ୍ପଦକୁ ସୁବିନିଯୋଗ ନକରି ରାଜ୍ୟ ସରକାର ଅନ୍ୟ ଉପରେ ଦୋଷ ଲଦି ଖସିଯିବାକୁ ବସିଛନ୍ତି ଓ କେବଳ ନିର୍ବାଚନ ପାଇଁ ବିଜେଡି ମହାନଦୀ ପ୍ରସଙ୍ଗକୁ ଉଠାଇ ଲୋକଙ୍କୁ ବିଭ୍ରାନ୍ତି କରି ଚାଲିଛି ବୋଲି ବିଜେପି ପକ୍ଷରୁ ସମାଲୋଚନା କରାଯାଇଥିଲା ।[୧୦]

ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ରାଜ୍ୟ ସରକାର ୨୯ଟି ମଧ୍ୟମ, ବୃହତ ବ୍ୟାରେଜ ଓ ଆନିକଟ ନିର୍ମାଣ କରିବାକୁ ଯୋଜନା କରିଛନ୍ତି ବୋଲି ୨୦୧୮ ମେ ୧୨ତାରିଖରେ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା କହିଥିଲେ । ମହାନଦୀର ତଳମୁଣ୍ଡରେ ବ୍ୟାରେଜ ଓ ଆନିକଟ ନିର୍ମାଣ କରିବାକୁ ୭ଟି ସ୍ଥାନ ଚିହ୍ନଟ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି, କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଙ୍ଗଲ ବିଭାଗଠାରୁ ଅନୁମତି, କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲ୍ୟୁସି) ଏବଂ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟଠାରୁ ଅନୁମତି ମିଳିବା ପରେ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ । ଖଇରାମାଳଠାରେ ଏକ ବ୍ୟାରେଜ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ୨ଟି ବୃହତ ନଦୀବନ୍ଧ ପ୍ରକଳ୍ପ ଇବ ଓ ଅଙ୍ଗ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ, ଚିଲିକାର ଜଳରାଶି ଓ ଜୈବ ବିବିଧତା ବଜାୟ ରଖିବା ପାଇଁ ମହାନଦୀର ଶାଖାନଦୀ କାଠଯୋଡ଼ିରୁ ବାହାରିଥିବା କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ନଦୀ ଜଳ ପରିଚାଳନା ପାଇଁ ସ୍ବତନ୍ତ୍ର ଯୋଜନା କରାଯିବା ନିଷ୍ପତ୍ତି ନିଆଯାଇଥିବାର ଘୋଷଣା କରିଥିଲେ ।[୧୧]

ମହାନଦୀ ବଞ୍ଚାଅ ଦ୍ଵିତୀୟ ପର୍ଯ୍ୟାୟ ଆନ୍ଦୋଳନ[ସମ୍ପାଦନା]

୨୦୧୮ମେ ୧୬ରୁ ମହାନଦୀ ଉପକୂଳବର୍ତ୍ତୀ ୧୫ଟି ଜିଲ୍ଲାମାନଙ୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଜେଡ଼ି ତରଫରୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ଡାକରା ଦିଆଯାଇଥିଲା । ବରଗଡ଼ଝାରସୁଗୁଡ଼ାରୁ ଆରମ୍ଭ କରି ପାରାଦୀପଠାରେ ଶେଷ ହେବ ।[୧୨]

ଆଧାର[ସମ୍ପାଦନା]

  1. http://www.britannica.com/EBchecked/topic/357908/Mahanadi-River
  2. ‘Mahanadi row must be settled politically’ https://m.timesofindia.com/city/bhubaneswar/mahanadi-row-must-be-settled-politically/amp_articleshow/64141000.cms?utm_campaign=andapp&utm_medium=referral&utm_source=twitter.com&__twitter_impression=true
  3. ମହାନଦୀ ଜଳ ବିବାଦ ମାମଲାରେ ପ୍ରଧାନମନ୍ତ୍ରୀକୁ ଚିଠି ଲେଖିଲେ ନବୀନ https://www.fastmailtv.com/news/amp/odisha/cm-writes-to-pm/6384
  4. ମହାନଦୀ ଜଳ ବିବାଦ ପ୍ରସଙ୍ଗ: ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କୁ ଟିଓଆର ହସ୍ତାନ୍ତର http://sambad.in/india-and-beyond/mahanandi-water-issue-123283/
  5. http://www.janatakhabar.in/ରାଜ୍ୟ/ମହାନଦୀ-ଜଳ-ବିବାଦ-ତୁରନ୍ତ-ଟ୍/
  6. ମହାନଦୀ ଜଳ ବିବାଦ ମାମଲା: ଏକ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ http://www.dharitri.com/main/news/19163
  7. ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କୁ ଅଵଗତ କରାଇଲା କେନ୍ଦ୍ର - ଧରିତ୍ରୀ ୧୮ ଏପ୍ରିଲ ୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫
  8. http://www.pmindia.gov.in/ory/news_updates/ମହାନଦୀ-ଜଳ-ବିବାଦ-ଟ୍ରିବ୍ୟୁ/
  9. ଗଠନ ହେଲା ମହାନଦୀ ଜଳ ବିବାଦ ଟ୍ରାଇବୁନାଲ http://www.samajalive.in/a-42/2662.html
  10. ମହାନଦୀ ପ୍ରସଙ୍ଗକୁ ନେଇ ଶାସକ ବିଜେଡିର ଆଚରଣ ହାସ୍ୟାସ୍ପଦ: ବିଜେପି h ମହାନଦୀ ପ୍ରସଙ୍ଗକୁ ନେଇ ଶାସକ ବିଜେଡିର ଆଚରଣ ହାସ୍ୟାସ୍ପଦ: ବିଜେପିhttp://odiapua.com/ମହାନଦୀ-ପ୍ରସଙ୍ଗକୁ-ନେଇ-ଶାସ/
  11. ମହାନଦୀ ତଳମୁଣ୍ଡରେ ନିର୍ମାଣ ହେବ ୭ ବୃହତ ବ୍ୟାରେଜ http://www.dharitri.com/main/news/36794
  12. ମହାନଦୀ ମହାସଂଗ୍ରାମ : ମେ ୧୬ରୁ ବିଜେଡ଼ିର ଜନ ଜାଗରଣ ଯାତ୍ରା https://m.dailyhunt.in/news/india/oriya/odisha+live-epaper-odishliv/mahanadi+mahasangrama+me+16ru+bijedira+janajagarana+yatra-newsid-86976203?listname=topicsList&index=0&topicIndex=0&mode=pwa

ଅଧିକ ତଥ୍ୟ[ସମ୍ପାଦନା]