ଋଷିକୁଲ୍ୟା ନଦୀ
ଦେଖଣା
| ଋଷିକୁଲ୍ୟା ନଦୀ | |
|---|---|
ବ୍ରହ୍ମପୁରଠାରେ ଋଷିକୁଲ୍ୟା ନଦୀ | |
| Native name | ଋଷିକୁଲ୍ୟା ନଦୀ |
| Country | ଭାରତ |
| Parts | ଓଡ଼ିଶା |
| Administrative areas | କନ୍ଧମାଳ, ଗଞ୍ଜାମ |
| Basin | |
| Main source | ଦାରିଙ୍ଗବାଡ଼ି, କନ୍ଧମାଳ, ଓଡ଼ିଶା, ଭାରତ 19°04′N 84°01′E / 19.07°N 84.01°E |
| River mouth | ଛତ୍ରପୁର, ଗଞ୍ଜାମ, ଓଡ଼ିଶା, ଭାରତ 0 m (0 ft) |
| Physical characteristics | |
| Length | 165 km (103 mi) |
| Features | |
| Tributaries |
|
ଋଷିକୁଲ୍ୟା ନଦୀ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ପ୍ରବାହିତ ହେଉଥିବା ଏକ ନଦୀ । ଏହି ନଦୀଟି ଓଡ଼ିଶାର ବଡ଼ ନଦୀମାନଙ୍କ ମଧ୍ୟରୁ ଗୋଟିଏ, ଯାହାକି ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଅଧିକାଂଶ ଅଞ୍ଜଳରେ ପ୍ରବାହିତ ହେଉଛି । ଋଷିକୁଲ୍ୟା ନଦୀ ପୂର୍ବଘାଟ ଅଞ୍ଚଳର ଦାରିଙ୍ଗବାଡ଼ି ପାହାଡ଼ର ୧୦୦୦ ମିଟର ଉଚ୍ଚତାରୁ ଉତ୍ପନ୍ନ ହୋଇଛି । ଏହା ଛତ୍ରପୁରର ପୁରୁଣା ବନ୍ଧ ନିକଟରେ ବଙ୍ଗୋପ ସାଗର ସହିତ ମିଶିଛି । ଏହାର ଉପନଦୀଗୁଡ଼ିକ ହେଉଛି ବାଘୁଆ, ଧାନେଇ, ବଡ଼ନଦୀ ଇତ୍ୟାଦି । ଏହି ନଦୀର କୌଣସି ମୁହାଣ ନାହିଁ ।
ନଦୀ ପଥ
[ସମ୍ପାଦନା]ଏହି ନଦୀଟି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରୁ ପ୍ରବାହିତ ହେଉଛି । ଗଞ୍ଜାମ ଜିଲ୍ଲାରେ ଏହା ସୋରଡ଼ା, ଧରାକୋଟ, ଆସିକା, ପୁରୁଷୋତ୍ତମପୁର, ତାରାତାରିଣୀ, ପ୍ରତାପପୁର, ଅଲ୍ଲାଦିଗମ୍, ବ୍ରହ୍ମପୁର, ଗଞ୍ଜାମ ଏବଂ ଛତ୍ରପୁର ଉପଖଣ୍ଡ ଦେଉ ପ୍ରବାହିତ ହେଉଛି । ଏହି ନଦୀର ଦୈର୍ଘ୍ୟ ପାଖାପାଖି ୧୬୫ କିଲୋମିଟର ଏବଂ ଏହା ୭୭୦୦ ବର୍ଗ କିଲୋମିଟର ଅଞ୍ଚଳରେ ପ୍ରବାହିତ ହେଉଛି ।
ଋଷିକୁଲ୍ୟା ନଦୀ ଗଞ୍ଜାମ ଜିଲ୍ଲାର ଜୀବନ ରେଖା, ଭାରତ ର ପବିତ୍ର ନଦୀ ମାନଙ୍କ ମଧ୍ୟରେ ଏହା ଅନ୍ୟତମ। ଏହା କନ୍ଧମାଳ ଜିଲ୍ଲା ର ଦାରିଙ୍ଗିବାଡି ପାହାଡ଼ ରୁ ଉତ୍ପନ୍ନ ହୋଇ ସୋରଡ଼ା ଠାରେ ଗଞ୍ଜାମ ଜିଲ୍ଲା ରେ ପ୍ରବେଶ କରିଛି
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ଋଷିକୁଲ୍ୟା ନଦୀ
ବାବଦରେ ମାଧ୍ୟମ ରହିଛି ।