ଶିମିଳିପାଳ ଜାତୀୟ ଉଦ୍ୟାନ

ଉଇକିପିଡ଼ିଆ ରୁ
Jump to navigation Jump to search
ଶିମିଳିପାଳ ଅଭୟାରଣ୍ୟ
IUCN Category II (National Park)
Lua error in ମଡ୍ୟୁଲ:Location_map at line 501: Unable to find the specified location map definition: "Module:Location map/data/Orissa" does not exist.
ଓଡ଼ିଶାରେ ଶିମିଳିପାଳ ଅଭୟାରଣ୍ୟର ଅବସ୍ଥାନ
ଅବସ୍ଥାନଓଡ଼ିଶା, ଭାରତ
ପାଖ ସହରବାରିପଦା
ଦିଗବାରେଣି21°45′N 86°20′E / 21.750°N 86.333°E / 21.750; 86.333Coordinates: 21°45′N 86°20′E / 21.750°N 86.333°E / 21.750; 86.333
କ୍ଷେତ୍ରଫଳ୮୪୫.୭୦ square କିଲୋମିଟରs (୩୨୬.୫୩ sq mi).
ସ୍ଥାପିତ୧୯୮୦
ପରିଚାଳନାକେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ, ଭାରତ ସରକାର

ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଏକ ଜାତୀୟ ଉଦ୍ୟାନ । ଏଠାରେ ମହାବଳ ବାଘ, ହରିଣ ଓ ଅନ୍ୟାନ୍ୟ ଜାତିର ଜୀବଜନ୍ତୁ ବାସ କରନ୍ତି । ଶିମିଳିପାଳ ନାମ ଶିମୁଳି (red silk)ର ଘନ ଜଙ୍ଗଲର ଅବସ୍ଥିତିରୁ ଆସିଛି ।

ଏହି ଅଭୟାରଣ୍ୟର ଆୟତନ ୮୪୫.୭୦ ବର୍ଗ କିଲୋମିଟର । ଏହା ମଧ୍ୟରେ ଜୋରନ୍ଦାବରେହିପାଣି ଜଳପ୍ରପାତ ରହିଛି । ଶିମିଳିପାଳରେ ୯୯ଟି ମହାବଳ ବାଘ, ୪୩୨ଟି ବଣୁଆ ହାତୀ ଅଛନ୍ତି ।[୧] ଏହାଛଡା ଶିମିଳିପାଳରେ ଗୟଳ (Indian Bison), ଚଉଶିଙ୍ଗା ହରିଣ ଆଉ ମଧ୍ୟ ଏକ ଅର୍କିଡାରିଅମ ଅଛି ମଧ୍ୟ ଅଛନ୍ତି ।

ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟ ରାଜ୍ୟ ତଥା ଦେଶର ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଗଲ । ସମୁଦ୍ର ପତ୍ତନଠାରୁ ୧୧୬୫.୬ ମିଟର ଉଚ୍ଚରେ ଅବସ୍ଥିତ ମେଘାସନୀ ପର୍ବତ ଏହାର ଉଚ୍ଚତମ ଶୃଙ୍ଗ । ଏହି ପର୍ବତମାଳାର ସଂକୀର୍ଣ୍ଣ ଉପତ୍ୟକା ମଧ୍ୟ ଦେଇ ବୁଢ଼ାବଳଙ୍ଗ, ଗଙ୍ଗାହାର, ସୋନ, ଦେଓ, ସଞ୍ଜ, ଖଇରୀ ଓ ହଣ୍ଡନ ଇତ୍ୟାତି ନଦୀ ପ୍ରବାହିତ । ଏହିଠାରେ ରାସ୍ନାଜାତୀୟ ପ୍ରଭାବର ଉଦ୍ଭିଦର ପ୍ରଭାବ ଅଧିକ । ଓଡ଼ିଶାରେ ମିଳୁଥିବା ୧୨୮ ପ୍ରକାର ଅର୍କିଡ଼ ମଧ୍ୟରୁ କେବଳ ଶିମିଳିପାଳରେ ୯୮ପ୍ରକାର ମିଳିଥାଏ । ଏହି ଜାଗାରେ ଦୁଇଟି ସ୍ୱତନ୍ତ୍ର ଧରଣର ଅର୍କିଡ଼ ମିଳିଥାଏ ଯାହା ପୃଥିବୀର ଅନ୍ୟକୌଣସିଠାରେ ମିଳେ ନାହିଁ, ଯଥା: ଏରିଆ ମେଘାସିନମ ଓ ବୁଲବୋ ଫାଇଲମ ପାଣିଗ୍ରାହୀନମ । ସେହିପରେ ଗୁଡ଼ୟେରା ଥାଇଲାଣ୍ଡ ପ୍ରଜାତି ଭାରତ ମଧ୍ୟରେ କେବଳ ଶିମିଳିପାଳରେ ମିଳିଥାଏ । ଶିମିଳିପାଳ ଅଭୟାରଣ୍ୟରେ ୧୦୧୫ ଜାତିର ଉଦ୍ଭିଦ, ୧୪୯ ଜାତିର ପ୍ରାଣୀ (୪୬ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ, ୬୨ ପ୍ରକାର ପକ୍ଷୀ, ୨୯ ପ୍ରକାର ସରୀସୃପ ଓ ୧୨ ପ୍ରକାର ଉଭୟଚର) ଦେଖାଯାନ୍ତି । ଏଠାରେ ଥିବ ଜୀବମାନଙ୍କ ମଧ୍ୟରେ ବାଘ, କଲରାପତ୍ରିଆ ବାଘ, ଜଙ୍ଗଲ ବିରାଡ଼ି, ବଳିଆ କୁକୁର ଓ ଗଧିଆ ଇତ୍ୟାଦି ମାଂସାଶୀ ଜୀବ ହାତୀ, ଗୟଳ, ସମ୍ବର, କୁଟୁରା, ହରିଣ, ଗୁରାଣ୍ଡି ଇତ୍ୟାଦି ତୃଣଭୋଜୀ ଜୀବ ଓ ବାରହା, ବଜ୍ରକାପ୍ତା, ଝିଙ୍କ, କଇଁଛ, ଅଜଗର ଏବଂ ମଗର ଜାତୀୟ କୁମ୍ଭୀର ରହିଛନ୍ତି । ଶିମିଳିପାଳକୁ ୨୭ ମଇ ୨୦୦୯ରେ ୟୁନେସ୍କୋ ତରଫରୁ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇଛି ।

ଅଭୟାରଣ୍ୟରେ ବଣଭୋଜି, ମଦ୍ୟପାନ ଏବଂ ପ୍ଲାଷ୍ଟିକ ବ୍ୟବହାରକୁ ନିଷେଧ କରାଯାଇଛି । ପର୍ଯ୍ୟଟକମାନେ କେବଳ ନିରାମିଷ ରନ୍ଧା ଖାଦ୍ୟ ନେଇ ଭିତରକୁ ଯାଇପାରିବେ ।[୨]

ଟୀକା[ସମ୍ପାଦନା]

ଦ୍ରଷ୍ଟବ୍ୟ[ସମ୍ପାଦନା]

  • Bhatt, S. C.; Bhargava, Gopal K. (2006). Land and people of Indian states and union territories: in 36 volumes, Volume 7. Gyan Publishing House. ISBN 8178353636.CS1 maint: ref=harv (link)
  • Jena, Mona Lisa (2005). [womansera.com/ Similipal's Scenic Splendor, Women's Era]. 32 (752): 110–112. Missing or empty |title= (help)CS1 maint: ref=harv (link)

ଅଧିକ ତଥ୍ୟ[ସମ୍ପାଦନା]