ଭାରତୀୟ ସମ୍ବିଧାନ

ଉଇକିପିଡ଼ିଆ ରୁ
Jump to navigation Jump to search
ଭାରତୀୟ ସମ୍ବିଧାନର ପ୍ରାକକଥନ

ଗୋଟିଏ ସ୍ୱାଧୀନ ରାଷ୍ଟ୍ରର ଶାସନ ପରିଚାଳନା ନିମନ୍ତେ ଅନୁସୃତ ନିୟମାବଳୀର ସମଷ୍ଟିକୁ ସମ୍ବିଧାନ କୁହାଯାଏ । ୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନ କବଳରୁ ଭାରତ ରାଜନୈତିକ ସ୍ୱାଧୀନତା ହାସଲ କଲାବେଳେ ଦେଶରେ ଏକ ସ୍ଥାୟୀ ସମ୍ବିଧାନ ନଥିଲା। ୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା ।

ଏକ ସାର୍ବଭୌମ ରାଷ୍ଟ୍ରର ମୂଳଦୁଆ ହେଉଛି ନିଜସ୍ୱ ସମ୍ବିଧାନ । ବ୍ରିଟିଶ ସରକାର ୧୯୩୫ ମସିହାରେ ଭାରତ ପାଇଁ ଏକ ସାମ୍ବିଧାନିକ ଢାଞ୍ଚା ‘ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ-୧୯୩୫’ ପ୍ରସ୍ତୁତ କରିଥିଲେ। ୧୯୪୬ ଡିସେମ୍ବର ୯ ତାରିଖରେ ପ୍ରଥମଥର ପାଇଁ ଭାରତର ସମ୍ବିଧାନ ପ୍ରଣୟନ ସଭା (କନଷ୍ଟିଚୁଏଣ୍ଟ ଆସେମ୍ବ୍ଲି ଅଫ ଇଣ୍ଡିଆ) ଗଠିତ ହୋଇଥିଲା । ଏହି ସଭାରେ ଜବାହରଲାଲ ନେହେରୁ, ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ଡ. ରାଜେନ୍ଦ୍ର ପ୍ରସାଦ ମୂଖାର୍ଜୀ , ବଳବନ୍ତ ରାଏ ମେହେଟା , କେ. ଏମ. ମୁନ୍ସୀ , ସରୋଜିନୀ ନାଇଡୁରାଜକୁମାରୀ ଅମୃତ କାଉରଙ୍କ ଭଳି ତୁଙ୍ଗ ନେତାମାନେ ସାମିଲ ଥିଲେ । ୧୯୪୭ ଅଗଷ୍ଟ ୨୯ରେ ଏକ ସ୍ଥାୟୀ ସମ୍ବିଧାନ ପ୍ରସ୍ତୁତ କରିବା ଲାଗି ଏକ ଚିଠା କମିଟି ଗଠନ କରାଗଲା । ଡ. ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଗଠିତ ସାତଜଣିଆ କମିଟି ୧୯୪୭ ନଭେମ୍ବର ୪ ତାରିଖ ଦିନ ସମ୍ବିଧାନ ଚିଠା (ପ୍ରାରୂପ) ପ୍ରସ୍ତୁତ କରି ସମ୍ବିଧାନ ସଭାକୁ ପ୍ରଦାନ କରିଥିଲେ । ସମ୍ବିଧାନ ସଭାର ବୈଠକ ୧୬୬ଥର ବସିଥିଲା ଏବଂ ୩୦୮ ସଦସ୍ୟ ଏହା ଉପରେ ବ୍ୟାପକ ଚିଚାର ଆଲୋଚନା କରିଥିଲେ । ୧୯୪୯ ନଭେମ୍ବର ୨୬ରେ ସମ୍ବିଧାନ ଚିଠା ଗୃହିତ ହୋଇଥିଲା । ଭାରତର ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ୨ବର୍ଷ ୧୧ମାସ ୧୮ଦିନ ବ୍ୟାପୀ ବିଭିନ୍ନ ଅଧିବେଶନ ଅନୁଷ୍ଠିତ ହୋଇ ଶେଷରେ ସମ୍ବିଧାନ ସଭାର ୩୦୮ଜଣ ସଦସ୍ୟ ଏହାର ହିନ୍ଦୀ ଓ ଇଂରାଜୀ ସଂସ୍କରଣରେ ୧୯୫୦ ଜାନୁଆରୀ ୨୪ ତାରିଖ ସ୍ୱାକ୍ଷର କଲେ । ଦସ୍ତଖତର ଦୁଇ ଦିନ ପରେ ଜାନୁଆରୀ ୨୬ ତାରିଖରୁ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେଲା । ଜାନୁଆରୀ ୨୬ ଏଇଥିପାଇଁ ଚୟନ କରାଯାଇଥିଲା ଯେ, ୧୯୩୦ ମସିହାର ଏହି ଦିନରେ ଭାରତର ସ୍ୱାଧୀନତା ଘୋଷଣାନାମା ଗୃହିତ ହୋଇଥିଲା। ୧୯୩୦ ମସିହା ଜାନୁଆରୀ ୨୬ ତାରିଖରୁ ଭାରତୀୟ ଜାତୀୟ କଂଗ୍ରେସ ଏହି ଦିବସକୁ ପୂର୍ଣ୍ଣ ସ୍ୱରାଜ ଦିବସ ବା ସ୍ୱାଧୀନତା ଦିବସ ଭାବେ ପାଳି ଆସୁଥିବାରୁ ଏହି ଦିନକୁ ସମ୍ବିଧାନର କାର୍ଯ୍ୟକାରୀ ଦିବସ ବା ଗଣତନ୍ତ୍ର ଦିବସ ରୂପେ ଘୋଷଣା ପାଇଁ ସ୍ଥିରୀକୃତ ହୋଇଥିଲା । ମୂଳ ଗ୍ରନ୍ଥ ଦୁଇଟିର ପ୍ରତିଟି ପୃଷ୍ଠା ଚିତ୍ରିତ ହାତଲେଖାରେ ତିଆରି ହୋଇଛି । ଏଥିରେ ଶାନ୍ତିନିକେତନର କଳାକାର ବେହର ରାମମନୋହର ସିହ୍ନାଙ୍କଙ୍କ ଅନ୍ୟମାନଙ୍କ ହସ୍ତଲିପିର ଚାତୁର୍ଯ୍ୟ ରହିଛି । ଭାରତର ସମ୍ବିଧାନର ପ୍ରାରମ୍ଭରେ ପ୍ରାକ୍‌କଥନ (The Preamble) ରହିଛି। ମୂଳ ସମ୍ବିଧାନରେ ସର୍ବମୋଟ ୨୨ଗୋଟି ଭାଗ ବା ଅଧ୍ୟାୟ (Part) ମଧ୍ୟରେ ୩୯୫ଟି ଧାରା (Articles) ଓ ୮ଗୋଟି ପରିଶିଷ୍ଟ (Schedule) ରହିଥିଲା । ୨୦୧୧ ମସିହା ମାର୍ଚ୍ଚ ମାସ ସୁଦ୍ଧା ୧୧୪ଥର ସମ୍ବିଧାନ ସଂଶୋଧନ ହୋଇ ସାରିଲାଣି । ବର୍ତ୍ତମାନ ରୂପରେ ଭାରତୀୟ ସମ୍ବିଧାନରେ ପ୍ରାକ୍‌କଥନ ସହ ସର୍ବମୋଟ ୨୫ଗୋଟି ଭାଗ ବା ଅଧ୍ୟାୟ (Part) ମଧ୍ୟରେ ୪୫୦ଟି ଧାରା (Articles) ଓ ୧୨ଗୋଟି ପରିଶିଷ୍ଟ (Schedule) ଅଛି ।

ପ୍ରାକକଥନ[ସମ୍ପାଦନା]

Jawaharlal Nehru signing the Constitution

ଭାଗ-୧(ଧାରା ୧-୪)[ସମ୍ପାଦନା]

ଭାଗ-୨(ଧାରା ୫-୧୧)[ସମ୍ପାଦନା]

ଭାଗ-୩ (ଧାରା ୧୨-୩୫)[ସମ୍ପାଦନା]

୧୯୫୦ ଜାନୁଆରୀ ୨୬ ତାରିଖରେ ଭାରତର ସମ୍ବିଧାନ ପ୍ରଣୟନ ହେବା ସମୟରେ ୭ଗୋଟି ମୌଳିକ ଅଧିକାର ବର୍ଣ୍ଣିତ କରାଯାଇଥିଲା । କିନ୍ତୁ ୧୯୭୮ମସିହାରେ ୪୪ତମ ସଂଶୋଧନ ମାଧ୍ୟମରେ ସମ୍ପତି ଅଧିକାରକୁ ବାହାର କରାଯାଇଥିଲା। ବର୍ତ୍ତମାନ ସମ୍ବିଧାନର ତୃତୀୟ ଭାଗରେ ୬ଗୋଟି ମୌଳିକ ଅଧିକାର ବର୍ଣ୍ଣିତ ହୋଇଅଛି । ମୂଳ ସମ୍ବିଧାନରେ ଥିବା ସାତଗୋଟି ମୌଳିକ ଅଧିକାର ମଧ୍ୟରୁ ୧୯୭୮ମସିହାରେ ସମ୍ପତ୍ତିଗତ ଅଧିକାରଟିକୁ ବାଦ୍ ଦିଆଯାଇଛି

ସମାନତା ଅଧିକାର[ସମ୍ପାଦନା]

  1. ସ୍ୱତନ୍ତ୍ରତା ବା ସ୍ୱାଧୀନତା ଅଧିକାର
  2. ଶୋଷଣ ବିରୁଦ୍ଧରେ ଅଧିକାର
  3. ଧର୍ମଗତ ସ୍ୱାଧୀନତା ଅଧିକାର
  4. ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର
  5. ସାମ୍ବିଧାନିକ ପ୍ରତିକାର ବା ପ୍ରତିଷେଧ ଅଧିକାର

ଭାଗ-୪[ସମ୍ପାଦନା]

ନାଗରିକର ୧୧ଗୋଟି ମୌଳିକ କର୍ତ୍ତବ୍ୟ ବିଷୟରେ ଉଲ୍ଲେଖ ଅଛି । [୧]

ସମ୍ବିଧାନ ସଂଶୋଧନ[ସମ୍ପାଦନା]

କେଶବାନନ୍ଦ ଭାରତୀ ବନାମ କେରଳ ସରକାର ମାମଲାର ବିଚାର କରି ଉଚ୍ଚତମ ନ୍ୟାୟାଳୟ ଉକ୍ତ ରାୟରେ ସ୍ପଷ୍ଟ କଲେ କି କାର୍ଯ୍ୟପାଳିକାର ସଂବିଧାନ ସଂଶୋଧନ କ୍ଷମତା ଅସୀମୀତ ନୁହେଁ ଏବଂ ଆବଶ୍ୟକ ସ୍ଥଳେ ଉଚ୍ଚତମ ନ୍ୟାୟାଳୟ ନିଜର ନ୍ୟାୟୀକ ପୁନରାବଲୋକନ (Judicial Review) କ୍ଷମତା ବଳରେ ସମ୍ବିଧାନର ମୌଳିକ ସଂରଚନାକୁ ଆଘାତ କରୁଥିବା ସଂଶୋଧନକୁ ରଦ୍ଦ କରିଦେଇପାରିବେ ।[୨]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Introduction to Constitution of India". Ministry of Law and Justice of India. 29 July 2008. Retrieved 2008-10-14.
  2. "Kesavananda Bharati ... vs State Of Kerala And Anr on 24 April, 1973". indiankanoon.org. Retrieved 3 August 2018.

ବାହାର ଆଧାର[ସମ୍ପାଦନା]