Jump to content

ଲୋକ ସଭା

ଉଇକିପିଡ଼ିଆ‌ରୁ
(Lok Sabhaରୁ ଲେଉଟି ଆସିଛି)
ଲୋକ ସଭା
House of the People
୧୮ଶ ଲୋକ ସଭା
Emblem of India
ପ୍ରକାର
ପ୍ରକାରନିମ୍ନ ସଦନ of the ସଂସଦ
ନେତୃତ୍ୱ
ବାଚସ୍ପତିଓମ୍ ବିର୍ଲା, ଭା.ଜ.ପା
୨୦୨୪ରୁ
ଶାସକ ଦଳ ନେତାନରେନ୍ଦ୍ର ମୋଦୀ, ଭା.ଜ.ପା
୨୦୨୪ରୁ
ବିରୋଧୀ ଦଳ ନେତାରାହୁଲ ଗାନ୍ଧୀ, କଂଗ୍ରେସ
୨୦୨୪ରୁ
ଶାସକ ଦଳ ଉପନେତାରାଜନାଥ ସିଂହ, ଭା.ଜ.ପା
୨୦୨୪ରୁ
ବିରୋଧୀ ଦଳ ଉପନେତାଗୌରବ ଗୋଗୋଇ, କଂଗ୍ରେସ
୨୦୨୪ରୁ
ଗଠନ
ଆସନ ସଂଖ୍ୟା୫୪୩ []
ରାଜନୈତିକ ଦଳ     ସରକାର (୨୯୨)
  •   ଜାତୀୟ ଗଣତାନ୍ତ୍ରିକ ମହାମେଣ୍ଟ

     ବିପକ୍ଷ (୨୦୯)

  •   ଭାରତୀୟ ରାଷ୍ଟ୍ରୀୟ ବିକାଶଶୀଳ ସମାବେଶୀ ମହାମେଣ୍ଟ

     ଅନ୍ୟାନ୍ୟ (୩୯)

  •   ଅନ୍ୟ ଦଳ ଏବଂ ସ୍ୱାଧୀନ ସଦସ୍ୟ (୩୬)
  •   ଆସନ ରିକ୍ତ (୩)
ନିର୍ବାଚନ
ସିଧାସଳଖ ମତଦାନ
ଶେଷ ନିର୍ବାଚନ୨୦୨୪
ସାକ୍ଷାତକକ୍ଷ
View of Sansad Bhavan, seat of the Parliament of India
ନୂତନ ଲୋକ ସଭା ଭବନ
Website
loksabha.gov.in

ଲୋକସଭା, ଯାହାକୁ 'ଜନତାଙ୍କ ସଦନ' ବୋଲି କୁହାଯାଏ, ଏହା ଭାରତର ଦ୍ୱି-ସଦନ ବିଶିଷ୍ଟ ସଂସଦର ନିମ୍ନ ସଦନ ଏବଂ ରାଜ୍ୟସଭା ହେଉଛି ଏହାର ଉପରିସ୍ଥ ସଦନ । ଲୋକସଭାର ସଦସ୍ୟମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରିବା ପାଇଁ ସାର୍ବଜନୀନ ବୟସ୍କ ମତାଧିକାର ଏବଂ 'ଫାଷ୍ଟ-ପାଷ୍ଟ-ଦି-ପୋଷ୍ଟ' (ସର୍ବାଧିକ ମତ ପ୍ରାପ୍ତ ବିଜୟୀ) ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ନିର୍ବାଚିତ ହୁଅନ୍ତି । ସେମାନେ ପାଞ୍ଚ ବର୍ଷ ପାଇଁ କିମ୍ବା କେନ୍ଦ୍ର ମନ୍ତ୍ରୀ ପରିଷଦର ପରାମର୍ଶ କ୍ରମେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ସଦନ ଭଙ୍ଗ ହେବା ପର୍ଯ୍ୟନ୍ତ ନିଜ ପଦବୀରେ ରହନ୍ତି । ଏହି ସଦନର ଅଧିବେଶନ ନୂଆଦିଲ୍ଲୀରେ ଥିବା ସଂସଦ ଭବନର ଲୋକସଭା କକ୍ଷରେ ଅନୁଷ୍ଠିତ ହୋଇଥାଏ ।

ଇତିହାସ

[ସମ୍ପାଦନା]

ପ୍ରଥମ ସାଧାରଣ ନିର୍ବାଚନ ୧୯୫୨ ମସିହାରେ ହୋଇଥିଲା। ପ୍ରଥମ ସାଧାରଣ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ୨୪୫ଟି ଆସନ ପାଇଥିଲା , ଏହା ସହିତ ଜବାହରଲାଲ ନେହେରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ।

ଲୋକ ସଭା ଓ ସାଧାରଣ ନିର୍ବାଚନ

[ସମ୍ପାଦନା]

ଭାରତୀୟ ସଂସଦର ନିମ୍ନ ସଦନ ବା ଲୋକ ସଭା ଗଠନ ନିମନ୍ତେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନ ଏବଂ ସମ୍ପୃକ୍ତ ଲୋକ ସଭାର କାର୍ଯ୍ୟକାଳ ତଳେ ପ୍ରଦାନ କରାଗଲା:

ବିଭିନ୍ନ ଲୋକ ସଭା ଓ ସାଧାରଣ ନିର୍ବାଚନର ତାଲିକା
ଲୋକ ସଭା ନିର୍ବାଚନ ବର୍ଷ କାର୍ଯ୍ୟକାଳ
୧ମ ଲୋକ ସଭାସାଧାରଣ ନିର୍ବାଚନ ୧୯୫୨୧୯୫୨–୧୯୫୭
୨ୟ ଲୋକ ସଭାସାଧାରଣ ନିର୍ବାଚନ ୧୯୫୭୧୯୫୭–୧୯୬୨
୩ୟ ଲୋକ ସଭାସାଧାରଣ ନିର୍ବାଚନ ୧୯୬୨୧୯୬୨–୧୯୬୭
୪ର୍ଥ ଲୋକ ସଭାସାଧାରଣ ନିର୍ବାଚନ ୧୯୬୭୧୯୬୭–୧୯୭୦
୫ମ ଲୋକ ସଭାସାଧାରଣ ନିର୍ବାଚନ ୧୯୭୧୧୯୭୧–୧୯୭୭
୬ଷ୍ଠ ଲୋକ ସଭାସାଧାରଣ ନିର୍ବାଚନ ୧୯୭୭୧୯୭୭–୧୯୭୯
୭ମ ଲୋକ ସଭାସାଧାରଣ ନିର୍ବାଚନ ୧୯୮୦୧୯୮୦–୧୯୮୪
୮ମ ଲୋକ ସଭାସାଧାରଣ ନିର୍ବାଚନ ୧୯୮୪୧୯୮୪–୧୯୮୯
୯ମ ଲୋକ ସଭାସାଧାରଣ ନିର୍ବାଚନ ୧୯୮୯୧୯୮୯–୧୯୯୧
୧୦ମ ଲୋକ ସଭାସାଧାରଣ ନିର୍ବାଚନ ୧୯୯୧୧୯୯୧–୧୯୯୬
୧୧ଶ ଲୋକ ସଭାସାଧାରଣ ନିର୍ବାଚନ ୧୯୯୬୧୯୯୬–୧୯୯୮
୧୨ଶ ଲୋକ ସଭାସାଧାରଣ ନିର୍ବାଚନ ୧୯୯୮୧୯୯୮–୧୯୯୯
୧୩ଶ ଲୋକ ସଭାସାଧାରଣ ନିର୍ବାଚନ ୧୯୯୯୧୯୯୯–୨୦୦୪
୧୪ଶ ଲୋକ ସଭାସାଧାରଣ ନିର୍ବାଚନ ୨୦୦୪୨୦୦୪–୨୦୦୯
୧୫ଶ ଲୋକ ସଭାସାଧାରଣ ନିର୍ବାଚନ ୨୦୦୯୨୦୦୯–୨୦୧୪
୧୬ଶ ଲୋକ ସଭାସାଧାରଣ ନିର୍ବାଚନ ୨୦୧୪୨୦୧୪–୨୦୧୯
୧୭ଶ ଲୋକ ସଭାସାଧାରଣ ନିର୍ବାଚନ ୨୦୧୯୨୦୧୯–୨୦୨୪
୧୮ଶ ଲୋକ ସଭାସାଧାରଣ ନିର୍ବାଚନ ୨୦୨୪୨୦୨୪–ବର୍ତ୍ତମାନ

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅନୁଯାୟୀ ଆସନ ସଂଖ୍ୟା

[ସମ୍ପାଦନା]

ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ଲୋକ ସଭାର ମୋଟ ୫୪୩ଟି ନିର୍ବାଚିତ ଆସନ ରହିଛି। ଜମ୍ମୁ-କଶ୍ମୀର ପୁନର୍ଗଠନ ଏବଂ ଦାଦ୍ରା-ନଗର ହବେଳୀ ଓ ଡାମନ-ଡିଉର ମିଶ୍ରଣ ପରେ ଭାରତର ୨୮ଟି ରାଜ୍ୟ ଏବଂ ୮ଟି କେନ୍ଦ୍ରଶାସିତ ଅଞ୍ଚଳର ଆସନ ବିବରଣୀ ନିମ୍ନରେ ଦିଆଯାଇଛି:[]

ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଭିତ୍ତିକ ଲୋକ ସଭା ଆସନ
ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ପ୍ରକାର ଆସନ ସଂଖ୍ୟା
ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜକେନ୍ଦ୍ରଶାସିତ ଅଞ୍ଚଳ
ଅରୁଣାଚଳ ପ୍ରଦେଶରାଜ୍ୟ
ଆସାମରାଜ୍ୟ୧୪
ଆନ୍ଧ୍ର ପ୍ରଦେଶରାଜ୍ୟ୨୫
ଉତ୍ତର ପ୍ରଦେଶରାଜ୍ୟ୮୦
ଉତ୍ତରାଖଣ୍ଡରାଜ୍ୟ
ଓଡ଼ିଶାରାଜ୍ୟ୨୧
କର୍ଣ୍ଣାଟକରାଜ୍ୟ୨୮
କେରଳରାଜ୍ୟ୨୦
ଗୁଜରାଟରାଜ୍ୟ୨୬
ଗୋଆରାଜ୍ୟ
ଚଣ୍ଡୀଗଡ଼କେନ୍ଦ୍ରଶାସିତ ଅଞ୍ଚଳ
ଛତିଶଗଡ଼ରାଜ୍ୟ୧୧
ଜମ୍ମୁ ଓ କଶ୍ମୀରକେନ୍ଦ୍ରଶାସିତ ଅଞ୍ଚଳ
ଝାଡ଼ଖଣ୍ଡରାଜ୍ୟ୧୪
ତାମିଲନାଡୁରାଜ୍ୟ୩୯
ତ୍ରିପୁରାରାଜ୍ୟ
ତେଲେଙ୍ଗାନାରାଜ୍ୟ୧୭
ଦାଦ୍ରା ଓ ନଗର ହବେଳୀ ଏବଂ ଡାମନ ଓ ଡିଉକେନ୍ଦ୍ରଶାସିତ ଅଞ୍ଚଳ
ଦିଲ୍ଲୀକେନ୍ଦ୍ରଶାସିତ ଅଞ୍ଚଳ
ନାଗାଲାଣ୍ଡରାଜ୍ୟ
ପଞ୍ଜାବରାଜ୍ୟ୧୩
ପଶ୍ଚିମବଙ୍ଗରାଜ୍ୟ୪୨
ପୁଡୁଚେରୀକେନ୍ଦ୍ରଶାସିତ ଅଞ୍ଚଳ
ବିହାରରାଜ୍ୟ୪୦
ମଣିପୁରରାଜ୍ୟ
ମଧ୍ୟ ପ୍ରଦେଶରାଜ୍ୟ୨୯
ମହାରାଷ୍ଟ୍ରରାଜ୍ୟ୪୮
ମିଜୋରାମରାଜ୍ୟ
ମେଘାଳୟରାଜ୍ୟ
ରାଜସ୍ଥାନରାଜ୍ୟ୨୫
ଲଦାଖକେନ୍ଦ୍ରଶାସିତ ଅଞ୍ଚଳ
ଲାକ୍ଷାଦ୍ୱୀପକେନ୍ଦ୍ରଶାସିତ ଅଞ୍ଚଳ
ସିକିମରାଜ୍ୟ
ହରିଆଣାରାଜ୍ୟ୧୦
ହିମାଚଳ ପ୍ରଦେଶରାଜ୍ୟ
ସର୍ବମୋଟ ନିର୍ବାଚିତ ଆସନ ୫୪୩
  1. "Lok Sabha". parliamentofindia.nic.in. Retrieved 19 August 2011.
  2. "Lok Sabha Introduction". National Informatics Centre, Government of India. Retrieved 22 September 2008.

ବାହାର ତଥ୍ୟ

[ସମ୍ପାଦନା]