ଜଉଗଡ଼
Jump to navigation
Jump to search
Coordinates: 19°31′21.2″N 84°48′44.1″E / 19.522556°N 84.812250°E ଜଉଗଡ଼, ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରଠାରୁ ଦଶ କିଲୋମିଟର ଦୂର "ମାଳତୀ ପର୍ବତ"ର ଅଂଶବିଶେଷ ।[୧] ଦୂର୍ଗର କାନ୍ଥ ଜଉ ବା ଲାଖରେ ନିର୍ମାଣ କରାଯାଇଥିବାରୁ, ଏହା ଖୁବ ପିଚ୍ଛିଳ । ଏଥିଯୋଗୁ ଦୂର୍ଗର ଅନ୍ୟନାମ "ଜଉ ଦୂର୍ଗ" ବା "ଲାଖ ଦୂର୍ଗ" । ଆୟତାକାର ଏହି ଦୂର୍ଗରେ ରହିଛି ଅଶୋକଙ୍କଦ୍ୱାରା ଖୋଦିତ ଶିଳାଲିପି ।[୨] ତିରିଶ ଫୁଟ ଲମ୍ବା ଓ ପନ୍ଦର ଫୁଟ ଉଚ୍ଚତା ବିଶିଷ୍ଟ ଗ୍ରାନାଇଟ ପଥରରେ ଏହି ଶିଳାଲିପି ଗୁଡିକ ଲେଖାଯାଇଛି ।[୩] ଏଠାରେ ମୋର୍ଯ୍ୟ ଯୁଗର କିଛି ମୁଦ୍ରା ଆବିଷ୍କୃତ ହୋଇଛି । ଜଉଗଡ଼କୁ ଋଷିକୁଲ୍ୟା ନଦୀ ସଭ୍ୟତାର ମୂକସାଖୀ ବୋଲି କୁହାଯାଏ । [୪]
ଆଧାର[ସମ୍ପାଦନା]
- ↑ http://ganjam.nic.in/tourism/jaugada.htm
- ↑ http://www.telegraphindia.com/1100830/jsp/orissa/story_12872078.jsp
- ↑ http://odisha.gov.in/e-magazine/Orissareview/jan-2007/engpdf/44-47.pdf
- ↑ ସମ୍ବାଦ ୦୧/୦୬/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨