ରଘୁବର ଦାସ
ରଘୁବର ଦାସ | |
|---|---|
ରଘୁବର ଦାସ | |
| ୨୭ତମ ଓଡ଼ିଶା ରାଜ୍ୟପାଳ | |
| କାର୍ଯ୍ୟକାଳ ୩୧ ଅକ୍ଟୋବର ୨୦୨୩ – ୨ ଜାନୁଆରୀ ୨୦୨୫ | |
| ମୁଖ୍ୟମନ୍ତ୍ରୀ | ନବୀନ ପଟ୍ଟନାୟକ |
| ପୂର୍ବ ଅଧିକାରୀ | ଗଣେଶୀ ଲାଲ |
| ପର ଅଧିକାରୀ | କମ୍ଭମପତି ହରି ବାବୁ |
| ଝାଡ଼ଖଣ୍ଡର ୬ଷ୍ଠ ମୁଖ୍ୟମନ୍ତ୍ରୀ | |
| କାର୍ଯ୍ୟକାଳ ୨୮ ଡିସେମ୍ବର ୨୦୧୪ – ୨୯ ଡିସେମ୍ବର ୨୦୧୯ | |
| ରାଜ୍ୟପାଳ |
|
| ପୂର୍ବ ଅଧିକାରୀ | ହେମନ୍ତ ସୋରେନ |
| ପର ଅଧିକାରୀ | ହେମନ୍ତ ସୋରେନ |
| ଝାଡ଼ଖଣ୍ଡର ଉପ-ମୁଖ୍ୟମନ୍ତ୍ରୀ | |
| କାର୍ଯ୍ୟକାଳ ୩୦ ଡିସେମ୍ବର ୨୦୦୯ – ୨୯ ମଇ ୨୦୧୦ Serving with ସୁଦେଶ ମହତୋ | |
| ମୁଖ୍ୟମନ୍ତ୍ରୀ | ଶିବୁ ସୋରେନ |
| ପୂର୍ବ ଅଧିକାରୀ | ରାଷ୍ଟ୍ରପତି ଶାସନ |
| ପର ଅଧିକାରୀ | ରାଷ୍ଟ୍ରପତି ଶାସନ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୩ ମଇ ୧୯୫୫ ଜାମସେଦପୁର, ବିହାର, ଭାରତ (ବର୍ତ୍ତମାନର ଝାଡ଼ଖଣ୍ଡ, ଭାରତ) |
| ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
| ଜୀବନ ସାଥୀ | ରକ୍ମଣୀ ଦେବୀ[୧] |
| ସନ୍ତାନ | ୨ |
| ଘର | ଏଲ୍-୬, ମେନ୍ ରୋଡ଼, ଏଗ୍ରିକୋ, ଜାମସେଦପୁର, ଝାଡ଼ଖଣ୍ଡ |
| ଶିକ୍ଷାନୁଷ୍ଠାନ | ଜାମସେଦପୁର କୋ-ଅପରେଟିଭ୍ କଲେଜ, ଜାମସେଦପୁର, ରାଞ୍ଜି ବିଶ୍ୱବିଦ୍ୟାଳୟ[୨] |
ରଘୁବର ଦାସ (ଜନ୍ମ: ୩ ମଇ ୧୯୫୫) ଜଣେ ଭାରତୀୟ ରାଜନେତା, ଯିଏକି ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ୬ଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ୨୦୨୩ରୁ ୨୦୨୫ ପର୍ଯ୍ୟନ୍ତ ଓଡ଼ିଶାର ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ ନିର୍ବାହ କରିଥିଲେ । ସେ ଭାରତୀୟ ଜନତା ପାର୍ଟିର ଜଣେ ସଦସ୍ୟ ଏବଂ ଦୁଇଥର ବିଜେପି ଝାଡ଼ଖଣ୍ଡ ରାଜ୍ୟ ଶାଖାର ସଭାପତି ଭାବରେ ଦାୟିତ୍ୱ ତୁଲାଇଛନ୍ତି ।
ସେ ଟାଟା ଷ୍ଟିଲ୍ର ଜଣେ ପୂର୍ବତନ କର୍ମଚାରୀ ଥିଲେ ଏବଂ ପାଞ୍ଚ ଥର ଝାଡ଼ଖଣ୍ଡ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୯୫ରୁ ୨୦୧୯ ପର୍ଯ୍ୟନ୍ତ ଜାମସେଦପୁର ପୂର୍ବ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରିଥିଲେ ।[୩] ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାର ସମୟରେ ସେ ଉପ-ମୁଖ୍ୟମନ୍ତ୍ରୀ ତଥା ନଗର ଉନ୍ନୟନ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୩] ନିଜ କାର୍ଯ୍ୟକାଳ ମଧ୍ୟରେ ଥରେ ତାଙ୍କୁ କାରାଗାରରେ ବନ୍ଦୀ ରହିବାକୁ ପଡ଼ିଥିଲା । ସେ ଝାଡ଼ଖଣ୍ଡ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏକି ନିଜର ପୂର୍ଣ୍ଣ ପାଞ୍ଚ ବର୍ଷର କାର୍ଯ୍ୟକାଳ ସମାପ୍ତ କରିଥିଲେ ।[୪][୨]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସେ ୩ ମଇ ୧୯୫୫ରେ ରାଜନନ୍ଦଗାଓଁ ଜିଲ୍ଲାର ଛୁରିୟା ତହସିଲ ଅନ୍ତର୍ଗତ ବୋଏରଡିହ ଗ୍ରାମରେ ଚବନ ରାମଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ସେ ଭାଲୁବାସା ହରିଜନ ହାଇସ୍କୁଲରୁ ମାଟ୍ରିକ ଶେଷ କରିବା ପରେ ଜାମସେଦପୁର କୋ-ଅପରେଟିଭ୍ କଲେଜରୁ ବି.ଏସସି. ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେହି କଲେଜରୁ ଆଇନ ଅଧ୍ୟୟନ କରି ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ଶିକ୍ଷା ସମାପ୍ତ ପରେ ସେ ଆଇନ ପରାମର୍ଶଦାତା ଭାବେ ଟାଟା ଷ୍ଟିଲ୍ରେ ଯୋଗ ଦେଇଥିଲେ ।[୫] ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ପୂର୍ବତନ ପ୍ରଚାରକ/କାର୍ଯ୍ୟକର୍ତ୍ତା ଅଟନ୍ତି ।[୬]
ରାଜନୈତିକ ଜୀବନ
[ସମ୍ପାଦନା]ଦାସ ନିଜ କଲେଜ ଜୀବନରୁ ହିଁ ରାଜନୀତିରେ ସକ୍ରିୟ ଥିଲେ । ସେ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ପରିଚାଳିତ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ସେ ଗିରଫ ହୋଇ ଗୟା ଜେଲରେ ବନ୍ଦୀ ରହିଥିଲେ ଏବଂ ପରବର୍ତ୍ତୀ ସମୟରେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଜାରି କରାଯାଇଥିବା ଜରୁରୀକାଳୀନ ପରିସ୍ଥିତି ସମୟରେ ମଧ୍ୟ ପୁଣି ଜେଲ ଯାଇଥିଲେ । ଏହାପରେ ସେ ୧୯୭୭ ମସିହାରେ ଜନତା ପାର୍ଟିରେ ଯୋଗ ଦେଇଥିଲେ ।
୧୯୮୦ ମସିହାରେ ସେ ପ୍ରତିଷ୍ଠାତା ସଦସ୍ୟ ଭାବରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ସେ ୧୯୮୦ରେ ମୁମ୍ବାଇଠାରେ ଅନୁଷ୍ଠିତ ବିଜେପିର ପ୍ରଥମ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ । ତାଙ୍କୁ ଜାମସେଦପୁରର ସୀତାରାମଡେରା ଶାଖା ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା । ପରବର୍ତ୍ତୀ ସମୟରେ ସେ ଜାମସେଦପୁର ମହାନଗର ସାଧାରଣ ସମ୍ପାଦକ ଏବଂ ଉପସଭାପତି, ବିଜେପି ରାଜ୍ୟ ସମ୍ପାଦକ ତଥା ଉପସଭାପତି ଭାବରେ କାର୍ଯ୍ୟ କରିଥିଲେ ।
୧୯୯୫ ମସିହାରେ ସେ ଜାମସେଦପୁର ପୂର୍ବ ଆସନରୁ ବିହାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେହି ଆସନରୁ ସେ କ୍ରମାଗତ ଭାବରେ ପାଞ୍ଚ ଥର ବିଜୟୀ ହୋଇଥିଲେ । ୨୦୦୪ରେ ତାଙ୍କୁ ଝାଡ଼ଖଣ୍ଡ ରାଜ୍ୟ ବିଜେପି ସଭାପତି ଭାବେ ନିଯୁକ୍ତି ଦିଆଯାଇଥିଲା । ୨୦୦୫ ଝାଡ଼ଖଣ୍ଡ ବିଧାନ ସଭା ନିର୍ବାଚନରେ ବିଜେପି ୩୦ଟି ଆସନ ଜିତିଥିଲା । ଅର୍ଜୁନ ମୁଣ୍ଡାଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଗଠିତ ଏନଡିଏ ସରକାରରେ ସେ ନଗର ଉନ୍ନୟନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ରାଜ୍ୟରେ ୨୦୦୯ ଲୋକ ସଭା ନିର୍ବାଚନର ନେତୃତ୍ୱ ମଧ୍ୟ ନେଇଥିଲେ । ଶିବୁ ସୋରେନ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ୩୦ ଡିସେମ୍ବର ୨୦୦୯ରୁ ୨୯ ମଇ ୨୦୧୦ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ଉପ-ମୁଖ୍ୟମନ୍ତ୍ରୀ ଥିଲେ ।
୧୬ ଅଗଷ୍ଟ ୨୦୧୪ରେ ତାଙ୍କୁ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଭାବେ ନିଯୁକ୍ତ କରାଯାଇଥିଲା । ୨୦୧୪ ଝାଡ଼ଖଣ୍ଡ ବିଧାନ ସଭା ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ, ୨୮ ଡିସେମ୍ବର ୨୦୧୪ରେ ସେ ଝାଡ଼ଖଣ୍ଡର ଷଷ୍ଠ ତଥା ପ୍ରଥମ ଅଣ-ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।
ଡିସେମ୍ବର ୨୦୧୯ରେ ଅନୁଷ୍ଠିତ ୨୦୧୯ ଝାଡ଼ଖଣ୍ଡ ବିଧାନ ସଭା ନିର୍ବାଚନରେ ତାଙ୍କ ନେତୃତ୍ୱରେ ବିଜେପି ୮୧ଟି ବିଧାନ ସଭା ଆସନ ମଧ୍ୟରୁ ମାତ୍ର ୨୫ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା ଏବଂ ଜେଏମ୍ଏମ୍ ମେଣ୍ଟ ନିକଟରେ ପରାଜୟ ଯୋଗୁଁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ସେ ନିଜ ନିର୍ବାଚନ ମଣ୍ଡଳୀ ଜାମସେଦପୁର ପୂର୍ବରେ ପୂର୍ବତନ ବିଜେପି ନେତା ତଥା ସ୍ୱାଧୀନ ପ୍ରାର୍ଥୀ ସରୟୂ ରାୟଙ୍କଠାରୁ ୧୫,୦୦୦ରୁ ଅଧିକ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ ।
ଅକ୍ଟୋବର ୨୦୨୩ରେ, ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା ।[୭][୮] ଡିସେମ୍ବର ୨୦୨୪ରେ ଝାଡ଼ଖଣ୍ଡ ବିଧାନ ସଭା ନିର୍ବାଚନରେ ବିଜେପିର ପରାଜୟ ପରେ, ସକ୍ରିୟ ରାଜନୀତିକୁ ପ୍ରତ୍ୟାବର୍ତ୍ତନ କରିବାର ସଙ୍କେତ ଦେଇ ସେ ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ପ୍ରଦାନ କରିଥିଲେ ।[୯]
ନିର୍ବାଚନ ଇତିହାସ
[ସମ୍ପାଦନା]ବିଧାନ ସଭା ନିର୍ବାଚନ
[ସମ୍ପାଦନା]| ବର୍ଷ | ନିର୍ବାଚନ ମଣ୍ଡଳୀ | ଦଳ | ଭୋଟ୍ | % | ଫଳାଫଳ |
|---|---|---|---|---|---|
| ୧୯୯୫ | ଜାମସେଦପୁର ପୂର୍ବ | ଭାରତୀୟ ଜନତା ପାର୍ଟି | ୨୬,୮୮୦ | ୨୨.୧୦ | ବିଜୟୀ |
| ୨୦୦୦ | ୭୦,୩୫୮ | ୬୩.୯୦ | ବିଜୟୀ | ||
| ୨୦୦୫ | ୬୫,୧୧୬ | ୫୨.୯୬ | ବିଜୟୀ | ||
| ୨୦୦୯ | ୫୬,୧୬୫ | ୫୦.୨୯ | ବିଜୟୀ | ||
| ୨୦୧୪ | ୧,୦୩,୪୨୭ | ୬୧.୪୬ | ବିଜୟୀ | ||
| ୨୦୧୯ | ୫୮,୧୧୨ | ୩୩.୪୭ | ପରାଜିତ | ||
ଆଧାର
[ସମ୍ପାଦନା]- ↑ Majumdar, Pinaki (3 December 2014). "Das hopes to be lucky again". The Telegraph. Retrieved 21 October 2018.
- 1 2 "Raghubar Das(Bharatiya Janata Party(BJP)):Constituency- JAMSHEDPUR EAST(EAST SINGHBHUM ) – Affidavit Information of Candidate". myneta.info. Retrieved 12 August 2020.
- 1 2 Kumar, Abhay (3 December 2019). "Raghubar Das: Rising from the ashes". Deccan Herald (in ଇଂରାଜୀ). Retrieved 18 December 2024.
- ↑ "Raghubar Das Becomes the First Jharkhand CM to Complete Term in Office Since Formation of State". News18. 1 November 2019. Retrieved 24 December 2019.
- ↑ "Raghubar Das: Here's all you need to know about the first non-tribal CM of Jharkhand". Firstpost. 26 December 2014. Retrieved 26 December 2014.
- ↑ Sarkar, Debashish (23 December 2019). "First non-tribal Jharkhand CM Raghubar Das loses first election in 24 years; Saryu Roy wins from Jamshedpur East". Hindustan Times (in ଇଂରାଜୀ). Jamshedpur. Retrieved 12 August 2020.
- ↑ "Ex-Jharkhand CM Raghubar Das appointed Odisha governor". The Times of India (in ଇଂରାଜୀ). 18 October 2023.
- ↑ The Hindu (18 October 2023). "Raghubar Das appointed Governor of Odisha, Indrasena Reddy Nallu of Tripura" (in Indian English). Archived from the original on 18 October 2023. Retrieved 18 October 2023.
- ↑ "Raghubar Das resigns as Odisha Governor; set to rejoin active politics". The New Indian Express. 25 December 2024. Retrieved 26 December 2024.