ଖାରବେଳ

ଉଇକିପିଡ଼ିଆ ରୁ
ଐର ମହାମେଘବାହନ ଖାରବେଳ
ଖାରବେଳଙ୍କ ସାମ୍ରାଜ୍ୟ
୧୯୩ ଖ୍ରୀ.ପୂ.–୧୭୦ ଖ୍ରୀ.ପୂ.
ଖାରବେଳଙ୍କ ବିଶାଳ ସାମ୍ରାଜ୍ୟ
ରାଜଧାନୀ ସିଂହପୁର
ଧର୍ମ ଜୈନ ଧର୍ମ
Government ରାଜତନ୍ତ୍ର
ଇତିହାସ
 - Established ୧୯୩ ଖ୍ରୀ.ପୂ.
 - Disestablished ୧୭୦ ଖ୍ରୀ.ପୂ.
ଏବେ କାହାର ଭାଗ  ଭାରତ
 ବଙ୍ଗଳାଦେଶ
 ପାକିସ୍ତାନ
Warning: Value specified for "continent" does not comply

ଐର ମହାମେଘବାହନ ଖାରବେଳ ( IAST: Khārabeḷa ) (୧୯୩ ଖ୍ରୀ.ପୂ. – ୧୭୦ ଖ୍ରୀ.ପୂ. ପରେ) ଜଣେ ମହା ମେଘବାହନ ସାମ୍ରାଜ୍ୟ, କଳିଙ୍ଗ (ଏବେକାର ଓଡ଼ିଶା)ର ଚେଦି ରାଜବଂଶର ଜଣେ ମହାପରାକ୍ରମୀ ରାଜା ଥିଲେ । ଖାରବେଳଙ୍କ ସମ୍ପର୍କିତ ସବିଶେଷ ତଥ୍ୟ ଭୁବନେଶ୍ୱର ସ୍ଥିତ ଉଦୟଗିରିରେ ଥିବା ହାତୀଗୁମ୍ଫା ଶିଳାଲେଖରୁ ମିଳିଥାଏ ।

ଚେଦି ରାଜବଂଶ ତାହାଙ୍କ ଶାସନ କାଳରେ କ୍ଷମତାର ଶୀର୍ଷରେ ପହଞ୍ଚିଥିଲା ଓ କଳିଙ୍ଗର ପୁରୁଣା ଗୌରବ ଫେରିଆସିଥିଲା । ସେହି ଶାସନକାଳ ମଧ୍ୟରେ କଳିଙ୍ଗର ନୌବାଣିଜ୍ୟ ସେତେ ବେଳର ସିଂହଳ (ଶ୍ରୀଲଙ୍କା), ବର୍ମାଦେଶ(ମିୟାଁମାର),ସିଆମ(ଥାଇଲାଣ୍ଡ), ଭିଏତନାମ, କାମ୍ବୋଜ(କାମ୍ବୋଡ଼ିଆ), ବର୍ଣିଓ, ବାଲି, ସମୁଦ୍ର(ସୁମାତ୍ରା) ଏବଂ ଜାଭାଦ୍ୱୀପ(ଜାଭା) ପର୍ଯ୍ୟନ୍ତ ବ୍ୟାପିଥିଲା। ଏହା ବ୍ୟତୀତ ମଗଧ, ଅଙ୍ଗ, ଶତ୍ତ୍ୱବାହନ ତଥା ବିଭିନ୍ନ ଦକ୍ଷୀଣ ଭାରତୀୟ ପ୍ରଦେଶ ଯେପରି ପାଣ୍ଡ୍ୟ ସାମ୍ରାଜ୍ୟ ( ଅଧୁନା ଆନ୍ଧ୍ର ପ୍ରଦେଶ) ଜୟ କରି କଳିଙ୍ଗର ପରିସୀମା ଗଙ୍ଗାଠାରୁ କାବେରୀ ପର୍ଯ୍ୟନ୍ତ ବ୍ୟାପ୍ତ କରିଥିଲେ । ସେ ଜୈନଧର୍ମ ଗ୍ରହଣ କରିଥିଲେ ।[୧][୨]

ଉପକ୍ରମଣିକା[ସମ୍ପାଦନା]

ସମ୍ରାଟ ଖାରବେଳଙ୍କ ସମ୍ପର୍କିତ ମୁଖ୍ୟ ତଥ୍ୟ ଗୁଡିକ ଆଧୁନିକ ଭୁବନେଶ୍ୱର ନିକଟରେ ଥିବା ଉଦୟଗିରିର ହାତୀଗୁମ୍ଫା ଶିଳାଲେଖରୁ ମିଳିଥାଏ। ସେହି ଶିଳାଲେଖ ଅନୁଯାୟୀ ଖାରବେଳ ଚେଦି ବଂଶର ରାଜା ଥିଲେ ଏବଂ ମହର୍ଷି ବାସୁଙ୍କର ବଂଶଜ ଥିଲେ। ଏହି ଲୋକକଥା ଜନିତ ତଥ୍ୟ ଓ ଲିଖିତ ପ୍ରମାଣର ଅଭାବ ଫଳରୁ ଅନେକ ଐତିହାସିକ ଖାରବେଳଙ୍କୁ ଓଡ଼ିଆ ବଂଶର ବୋଲି ଦାବି କରିଆସିଛନ୍ତି ।

ଆକ୍ଷରିକ ଅର୍ଥଭାବେ ଖାରବେଳ ଶବ୍ଦଟି ସଂସ୍କୃତ ଭାଷାର क्षारवेल ର ପ୍ରାକୃତ ପରିବର୍ତ୍ତିତ ରୂପ ଯାହାର ମାନେ ହେଉଛି: "ଲବଣାକ୍ତ କୂଳ"।

ଉତ୍ତରପୂର୍ବ ଭାରତରେ ଖାରବେଳ ନାମରେ ଏକ ଜାଟ ବଂଶ ନିଜକୁ ସମ୍ରାଟ ଖାରବେଳଙ୍କ ବଂଶଧର ବୋଲି ଦାବି କରିଥାନ୍ତି। ସେହିପରି, ଐର ନାମଟି ଏକ ନାଗବଂଶୀ ରାଜା ଐରାବତରୁ ଆସିଥିବା ଜଣାଯାଏ।[୩] କିନ୍ତୁ ଏବେ ମଧ୍ୟ ଖାରବେଳଙ୍କ ସମ୍ପର୍କରେ ଅଧିକ ଜାଣିବା ପାଇଁ ଏକ ବହୁବିଧ ଗବେଷଣାର ଆବଶ୍ୟକତା ରହିଛି ।

ହାତୀଗୁମ୍ଫା ଶିଳାଲେଖ[ସମ୍ପାଦନା]

ଖାରବେଳ

ଏହି ଶିଳାଲେଖଟି ଏକ ହାତୀଗୁମ୍ଫା ନାମର ଏକ ପ୍ରାକୃତିକ ଗୁମ୍ଫାରେ ବ୍ରାହ୍ମୀ ଲିପିଦ୍ୱାରା ପଥରେ ଖୋଦେଇ କରି ସତର ଧାଡ଼ିରେ ଲେଖା ହୋଇଛି । ଏହା ଭୁବନେଶ୍ୱର ନିକଟବର୍ତ୍ତୀ ଉଦୟଗିରିର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ । ଏହା ଖ୍ରୀଷ୍ଟପୂର୍ବ ୧ମ ଶତାବ୍ଦୀର ବୋଲି ଜଣାଯାଏ ଓ ଏହା ଧଉଳିସ୍ଥିତ ଅଶୋକ ଶିଳାଲେଖ ଆଡ଼କୁ ମୁହଁକରି ରହିଛି, ଯାହାକି ପାଖାପାଖି ଛଅ ମାଇଲ ଦୂରରେ ଅବସ୍ଥିତ।

କଥିତ ଶିଳାଲେଖଟି ପ୍ରଥମେ ୧୮୨୦ ମସିହାରେ ଏ. ଷ୍ଟର୍ଲିଙ୍ଗ ଦ୍ୱାରା ଆବିଷ୍କୃତ ହୋଇଥିଲା ଯାହାକି ସେ "ଏସିଆଟିକ ରିସର୍ଚ୍ଚ"ର ୧୫ତମ ସଂଖ୍ୟା ତଥା ତାଙ୍କରି ବହି "ଆନ ଏକାଉଣ୍ଟ, ଜିଓଗ୍ରାଫିକାଲ, ଷ୍ଟାଟିଷ୍ଟିକାଲ ଏଣ୍ଡ ହିଷ୍ଟୋରିକାଲ ଅଫ ଓରିସା ଅର କଟକ"ରେ ପ୍ରକାଶ କରିଥିଲେ। ଏହାପରେ, ଭାଷାବିତ ଜେମ୍ସ ପ୍ରିନସେପ ଏହାକୁ ପଢ଼ିବା ତଥା ବିଶ୍ଳେଷଣ କରିବାରେ ସକ୍ଷମ ହୋଇଥିଲେ। ପୁଣି ପ୍ରିନସେପଙ୍କ ପଢ଼ା ତଥା କିଟୋଏଙ୍କ ପ୍ରସ୍ତୁତ ଏକ ଫାକ୍ସକୁ ମିଶାଇ ଏହା ୧୮୩୭ରେ "ଜର୍ଣାଲ ଅଫ ଦି ଏସିଆଟିକ ସୋସାଇଟି ବେଙ୍ଗଲ"ର ଷଷ୍ଠ ସଂଖ୍ୟାରେ ପ୍ରକାଶିତ ହୋଇଥିଲା ।

ପ୍ରିନସେପଙ୍କ ଅନୁସାରେ, ଶିଳାଲେଖରେ ଐର ନାମକ ବ୍ୟକ୍ତିଙ୍କ ଉଲ୍ଲେଖ ରହିଛି । ୧୮୭୧ ଖ୍ରୀଷ୍ଟାବ୍ଦର ଶେଷ ଆଡ଼କୁ ଏଚ. ଲୋକେଙ୍କ ଦ୍ୱାରା ପ୍ରସ୍ତୁତ ଏକ ଅବିକଳ ପ୍ଲାଷ୍ଟର ପ୍ରତିରୂପ ବର୍ତ୍ତମାନ ଭାରତୀୟ ସଂଗ୍ରହାଳୟ(ଇଣ୍ଡିଆନ ମ୍ୟୁଜିୟମ), କଲିକତାରେ ଶୋଭା ପାଉଛି। ଏହାପରେ, ୧୮୭୭ରେ ଆଲେକଜାଣ୍ଦର କନିଙ୍ଗହାମ ଏହାକୁ "କର୍ପସ ଇନସ୍କ୍ତିପସନମ ଇଣ୍ଡିକାରମ-ପ୍ରଥମ ଭାଗ" ଏବଂ ୧୮୮୦ରେ ଆର. ଏଲ. ମିତ୍ରା ଏକ ସ୍ୱଳ୍ପ ପରିବର୍ତ୍ତିତ ଲେଖା "ଆଣ୍ଟିକୁଇଟିଜ ଅଫ ଓଡ଼ିଶା-ଦ୍ୱିତୀୟ ଭାଗ"ରେ ପ୍ରକାଶ କରିଥିଲେ ।

ଶିଳାଲେଖର ପ୍ରଥମ ପ୍ରାମାଣିକ ପଠନର ଶ୍ରେୟ ଐତିହାସିକ ଭଗବାନ ଲାଲ ଇନ୍ଦ୍ରଜୀଙ୍କୁ ଦିଆଯାଏ। ଇନ୍ଦ୍ରଜୀ ୧୮୮୫ରେ ଅନୁଷ୍ଠିତ ଷଷ୍ଠ ଆନ୍ତର୍ଜାତୀୟ ଓରିଏଣ୍ଟାଲିଷ୍ଟ ମହାସଭାରେ ଏକ ଅଭିନବ ଉପାୟ ଉପସ୍ଥାପିତ କରିଥିଲେ, ଯାହା ବହୁ ଲୋକଙ୍କ ଦ୍ୱାରା ଗୃହୀତ ହୋଇଥିଲା। ପଣ୍ଡିତ ଇନ୍ଦ୍ରଜୀ ପ୍ରଥମ ଗବେଷକ ଭାବେ ଘୋଷଣା କରିଥିଲେ ଯେ ହାତୀଗୁମ୍ଫା ଶିଳାଲେଖରେ ଥିବା ଅଭିଲେଖ ଖାରବେଳ, ଏବଂ ଐର ନୁହେଁ । କିନ୍ତୁ ସମୟ କ୍ରମେ ଶିଳାଲେଖରେ ବହୁ ଅବକ୍ଷୟ ଘଟିଥିବାରୁ, ଏହାର ସଠିକ ପଠନ ହୋଇପାରିନାହିଁ ଏବଂ ବହୁ ତଥ୍ୟଗତ ବିବାଦ ଜନ୍ମ ନେଇଛି।

ଶିଳାଲେଖର ମୁଖ୍ୟାଂଶ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ମହାରାଜ ଖାରବେଳ". http://www.freeindia.org/biographies/kharavela/page6.htm. Retrieved 2012-01-16. 
  2. "ମହାରାଜ ଖାରବେଳଙ୍କ ପରିବାର". http://www.freeindia.org/biographies/kharavela/page13.htm. Retrieved 2012-01-16. 
  3. Dr Mahendra Singh Arya, Dharmpal Singh Dudee, Kishan Singh Faujdar & Vijendra Singh Narwar: Adhunik Jat Itihas (In Hindi) (Modern History of Jats), Agra 1998, Jaypal Agencies, Agra, Pp. 224 and 234

ଆହୁରି ଦେଖନ୍ତୁ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]

ଦ୍ରଷ୍ଟବ୍ୟ[ସମ୍ପାଦନା]

  1. "ମହାରାଜ ଖାରବେଳ". http://www.freeindia.org/biographies/kharavela/page6.htm. Retrieved 2012-01-16. 
  2. "ମହାରାଜ ଖାରବେଳଙ୍କ ପରିବାର". http://www.freeindia.org/biographies/kharavela/page13.htm. Retrieved 2012-01-16. 
  3. Dr Mahendra Singh Arya, Dharmpal Singh Dudee, Kishan Singh Faujdar & Vijendra Singh Narwar: Adhunik Jat Itihas (In Hindi) (Modern History of Jats), Agra 1998, Jaypal Agencies, Agra, Pp. 224 and 234
  • Shashi Kant (2000): The Hathigumpha Inscription of Kharavela and the Bhabru Edict of Ashoka, D K Printworld Pvt. Ltd.
  • Mahajan, Dr. Malati (2003): Orissa : From Place Names in Inscriptions C. 260 BC-1200 AD (Cultural and Historical Geography), Sundeep Prakashan.
  • Agrawal, Sadananda (2000): Śrī Khāravela, Sri Digambar Jain Samaj, Cuttack, Orissa.