ମାଗୁଣି ଚରଣ ଦାସ
ଦେଖଣା
ମାଗୁଣି ଚରଣ ଦାସ | |
---|---|
ଜନ୍ମ | |
ମୃତ୍ୟୁ | ୫ ଡିସେମ୍ବର ୨୦୦୮ ରଘୁରାଜପୁର, ପୁରୀ ଜିଲ୍ଲା |
ବୃତ୍ତି | ପାରମ୍ପରିକ ନୃତ୍ୟଶିଳ୍ପୀ |
ପ୍ରସିଦ୍ଧି | ଗୋଟିପୁଅ ନୃତ୍ୟ |
ସନ୍ତାନ | ପ୍ରଦ୍ୟୁମ୍ନ କୁମାର ମିଶ୍ର |
ପୁରସ୍କାର | ପଦ୍ମଶ୍ରୀ ଓଡ଼ିଶା ସଙ୍ଗୀତ ଏକାଡେମି ପୁରସ୍କାର ତୁଳସୀ ସମ୍ମାନ |
ମାଗୁଣି ଚରଣ ଦାସ ଜଣେ ଭାରତୀୟ ପାରମ୍ପରିକ ନୃତ୍ୟଶିଳ୍ପୀ ଥିଲେ ।[୧] ସେ ପୁରୀ ଜିଲ୍ଲାର ରଘୁରାଜପୁରରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଶାର ପାରମ୍ପରିକ ନୃତ୍ୟ ଗୋଟିପୁଅ ପାଇଁ ସେ ଭାରତ ପ୍ରସିଦ୍ଧ ଅଟନ୍ତି । ଦଶଭୁଜା ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ (ଗୋଟିପୁଅ ନୃତ୍ୟ ପାଇଁ ବିଦ୍ୟାଳୟ)ର ସେ ପ୍ରତିଷ୍ଠାତା ଥିଲେ ।[୨] ଲୋପ ପାଇ ଆସୁଥିବା ଗୋଟିପୁଅ ନୃତ୍ୟର ସେ ପୁନଃରୁଦ୍ଧାର କରିଥିଲେ । ତାଙ୍କ ନୃତ୍ୟ ଶୈଳୀ ଗୋଟିପୁଅର ରଘୁରାଜପୁର ଘରଣା ଭାବରେ ପରିଚିତ (Raghurajpur Gharana of Gotipua) । ତାଙ୍କ ବିଦ୍ୟାଳୟରେ ନୃତ୍ୟ ତାଲିମ ଦିଆ ଯିବା ସହ ପାଠ ମଧ୍ୟ ପଢ଼ା ଯାଉଥିଲା । ୫ ଡିସେମ୍ବର ୨୦୦୮ରେ ସେ ମୃତ୍ୟୁ ବରଣ କରିଥିଲେ ।
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ତରଫରୁ ସେ ତୁଳସୀ ସମ୍ମାନ ପାଇଥିଲେ । [୨]
- ଗୋଟିପୁଅ ନୃତ୍ୟର ଅବଦାନ ପାଇଁ ସେ ୨୦୦୪ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।[୩]
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Gotipua Tradition: A Deeper Insight". Youth ki Awaz. 12 April 2012. Retrieved November 23, 2015.
- ↑ ୨.୦ ୨.୧ "God's Little Dancers: The Gotipua Tradition of Odisha". Craft Revival. 2015. Archived from the original on November 24, 2015. Retrieved November 23, 2015.
- ↑ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on October 15, 2015. Retrieved July 21, 2015.