Jump to content

ରାଧାନାଥ ରଥ

ଉଇକିପିଡ଼ିଆ‌ରୁ


ରାଧାନାଥ ରଥ
ଉନ୍ନୟନ ମନ୍ତ୍ରୀ
କାର୍ଯ୍ୟକାଳ
୧୪ ଜୁଲାଇ ୧୯୫୯ – ୨୫ ଫେବୃଆରୀ ୧୯୬୧
ଅର୍ଥ ଓ ଶିକ୍ଷା ମନ୍ତ୍ରୀ
କାର୍ଯ୍ୟକାଳ
୭ ଅପ୍ରେଲ ୧୯୫୨ – ୧୯ ଅକ୍ଟୋବର ୧୯୫୬
ସଭ୍ୟ: ୫ମ ଓ ୬ଷ୍ଟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୭
ନିର୍ବାଚନ ମଣ୍ଡଳୀଆଠଗଡ଼
ସଭ୍ୟ: ସ୍ୱା.ପୂ-୨, ୧ମ ଓ ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୪୬ – ୧୯୬୧
ନିର୍ବାଚନ ମଣ୍ଡଳୀଆଠଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1896-12-06)୬ ଡିସେମ୍ବର ୧୮୯୬
ରାଧାନାଥପୁର ଶାସନ, ଆଠଗଡ଼, କଟକ ଜିଲ୍ଲା
ମୃତ୍ୟୁ୧୧ ଫେବୃଆରୀ ୧୯୯୮(1998-02-11) (ବୟସ ୧୦୧)
କଟକ, ଓଡ଼ିଶା
ସମାଧି ସ୍ଥଳସତ୍ୟବାଦୀ, ପୁରୀ
ରାଜନୀତିକ ଦଳକଂଗ୍ରେସ
ଜୀବନ ସାଥୀସାବିତ୍ରୀ ରଥ
ସନ୍ତାନନୀଳକଣ୍ଠ, ମନୋରମା, ଶାନ୍ତି
ବାପା/ବୋଉଜଗନ୍ନାଥ ରଥ
କମଳୀ ଦେବୀ
ଘରଗୋପବନ୍ଧୁ ଭବନ, କଟକ
ଶିକ୍ଷାମାଟ୍ରିକ
ଶିକ୍ଷାନୁଷ୍ଠାନରେଭେନ୍ସା କଲେଜିଏଟ ସ୍କୁଲ
ପେଷାରାଜନେତା, ସମ୍ପାଦକ
ପୁରସ୍କାରପଦ୍ମ ଭୂଷଣ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ରାଧାନାଥ ରଥ ଜଣେ ଓଡ଼ିଆ ସାମ୍ବାଦିକ,[] ସମ୍ପାଦକ,[],ସାହିତ୍ୟିକ, ଶିକ୍ଷାବିତ, ରାଜନେତା ଓ ସମାଜସେବୀ ଥିଲେ ।

ବାଲ୍ୟ ଜୀବନ

[ସମ୍ପାଦନା]

ରାଧାନାଥ, ୧୮୯୬ ମସିହା ଡିସେମ୍ବର ୬[] ତାରିଖରେ କଟକ ଜିଲ୍ଲା ଆଠଗଡ଼ ବ୍ଳକ ଅନ୍ତର୍ଗତ ରାଧାନାଥପୁର ଶାସନରେ ଏକ ଗରିବ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଜଗନ୍ନାଥ ରଥ ଓ ମାତାଙ୍କ ନାମ କମଳୀ ଦେବୀ ଥିଲା । ତାଙ୍କର ପ୍ରାରମ୍ଭିକ ଶିକ୍ଷା, ବାଲେଶ୍ୱରର ଜୁବିଲି ସ୍କୁଲରୁ ଆରମ୍ଭ ହୋଇଥିଲା । ଏହି ବିଦ୍ୟାଳୟରେ ତାଙ୍କ ମାମୁ ଲୋକନାଥ ମହାପାତ୍ର ସଂସ୍କୃତ ପଣ୍ଡିତ ଥିଲେ । ପରେ, ସେ କଟକର ରେଭେନ୍ସା କଲେଜିଏଟ ସ୍କୁଲରେ ପାଠ ପଢ଼ିଥିଲେ । ଏଠାରେ ସେ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଡବ୍ଳୁ.ଡବ୍ଳୁ.ହଣ୍ଡରସନ ଓ ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ । ୧୯୧୬ ମସିହାରେ ସେ ରେଭେନ୍ସା କଲେଜିଏଟ ସ୍କୁଲରୁ ମାଟ୍ରିକ ପାସ କରିଥିଲେ ଓ ସେହି ବର୍ଷ ସାବିତ୍ରୀ ଦେବୀଙ୍କୁ ବିବାହ କରିଥିଲେ ।

କର୍ମ ଜୀବନ

[ସମ୍ପାଦନା]

ରାଧାନାଥ ରଥ, ନିଜ କର୍ମ ଜୀବନ, ସିଂହଭୂମି ଜିଲ୍ଲାର ବନ ବିଭାଗରେ ଏକ କିରାଣୀ ପଦରୁ ଆରମ୍ଭ କରିଥିଲେ । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆହ୍ୱାନରେ ପ୍ରେରିତ ହୋଇ,୧୯୧୯ ମସିହାରେ ବନ ବିଭାଗର ଚାକିରି ଛାଡି, ସେ ଗୋପବନ୍ଧୁ ଦାସଙ୍କ ସତ୍ୟବାଦୀ ପ୍ରେସରେ ଯୋଗଦେଇଥିଲେ । ସେଠାରେ ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ପାକ୍ଷିକ ପତ୍ରିକା ସମାଜର ପ୍ରକାଶନ ଆରମ୍ଭ କରାଯାଇଥିଲା । ଗୋପବନ୍ଧୁ ଦାସ ସମାଜର ସମ୍ପାଦକ ଓ ରାଧାନାଥ ରଥ, ପ୍ରବନ୍ଧକ ଭାବରେ କାର୍ଯ୍ୟ କରୁଥିଲେ । ୧୯୨୮ ମସିହାରେ ଗୋପବନ୍ଧୁ ଦାସଙ୍କ ତିରୋଧାନ ପରେ, ପଣ୍ଡିତ ଲିଙ୍ଗରାଜ ମିଶ୍ର, ସମାଜର ସମ୍ପାଦକ ନିଯୁକ୍ତ ହୋଇଥିଲେ । ୧୯୩୦ ମସିହାରୁ ସମାଜ ଏକ ଦୈନିକ ସମ୍ବାଦପତ୍ର ରୂପେ ପ୍ରକାଶ ପାଇବାକୁ ଲାଗିଲା । ୧୯୪୬ ମସିହାରେ ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କୁ ଓଡ଼ିଶାର ଶିକ୍ଷାମନ୍ତ୍ରୀ ନିଯୁକ୍ତ କରାଗଲା ଓ ରାଧାନାଥ ରଥ, ସମାଜର ସମ୍ପାଦନା ଦାୟିତ୍ୱ ନେଲେ ।

ରାଜନୀତିକ ଜୀବନ

[ସମ୍ପାଦନା]

୧୯୪୬ ମସିହାରୁ୧୯୭୭(୧୯୬୨-୭୧ ବ୍ୟତିତ) ପର୍ଯ୍ୟନ୍ତ ସେ କ୍ରମାଗତ ଭାବରେ ଆଠଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।[] ୧୯୫୨ରୁ ୧୯୫୯ ପର୍ଯ୍ୟନ୍ତ ରାଧାନାଥ ରଥ, ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ । ୧୯୫୯ ମସିହାରେ ହରେକୃଷ୍ଣ ମହତାବଙ୍କ ମନ୍ତ୍ରୀମଣ୍ଡଳରେ ବନ୍ୟବିଭାଗରେ ମନ୍ତ୍ରୀ ରୁପରେ ଦାୟିତ୍ୱ ଗ୍ରହଣ କରିଥିଲେ ।[] ଏହି ସମୟରେ ସେ ନିଜ ଦକ୍ଷତାର ଦୃଢ଼ ପ୍ରମାଣ ଦେଇଥିଲେ ।[] ୧୯୭୭ ପରେ ସକ୍ରିୟ ରାଜନୀତିରୁ ଦୂରେଇ ରହି, ସେ ନିଜକୁ ସମାଜ ସହ ସଂଶ୍ଳିଷ୍ଠ ରଖିଥିଲେ ।

୧୯୪୨ ମସିହାରେ, ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ, ସେ କାରାବରଣ କରିଥିଲେ । ଲାଲା ଲାଜପତ ରାୟଙ୍କଦ୍ୱାରା ପ୍ରତିଷ୍ଠିତ ଲୋକସେବକ ମଣ୍ଡଳ[]ର ସେ ଆଜୀବନ ସଭ୍ୟ ଥିଲେ ଓ ଓଡ଼ିଶା ଶାଖାର ମୁଖ୍ୟ ମଧ୍ୟ ରହିଥିଲେ । ସେ, ଭାରତ ସ୍କାଉଟ ଓ ଗାଇଡସର ଓଡ଼ିଶା ଶାଖାର ଅଧ୍ୟକ୍ଷ ମଧ୍ୟ ରହିଥିଲେ । ଏହା ବ୍ୟତିତ, ସେ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ଓ ହିନ୍ଦ କୁଷ୍ଠ ନିରାକରଣ ସଂଘ ଆଦି ଅନୁଷ୍ଠାନ, ଭାରତ ସେବକ ସମାଜ, ଡିଭାଇନ ଲାଇଫ ସୋସାଇଟି, ରେଡକ୍ରସ, ଭାରତ-ଚିନ ସାଂସ୍କୃତିକ ଅନୁଷ୍ଠାନ, ଭାରତ-ସୋଭିଏତ ବନ୍ଧୁତା ସମାଜ, କଳିଙ୍ଗ ନିପ୍ପନ ବୁଦ୍ଧ ସଂଘ ଇତ୍ୟାଦି ଅନୁଷ୍ଠାନମାନଙ୍କ ସହ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଥିଲେ । ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଡେପୁଟି ଡିନ ହିସାବରେ ମଧ୍ୟ କାମ କରିଥିଲେ । ଓଡ଼ିଶାରେ ବନ୍ୟା ଓ ମହାମାରୀ ସମୟରେ ତାଙ୍କର ସମାଜସେବା କାର୍ଯ୍ୟର ନେତୃତ୍ୱ ନେଉଥିଲେ ।[]

କବିତା, ଗଳ୍ପ ଓ ଜୀବନୀ ଲେଖନ ମାଧ୍ୟମରେ ରାଧାନାଥ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । 'ମୋ ଜେଲ ସ୍ମୃତି ଲିପି' ତାଙ୍କର ଏକ ବହୁ ପଠିତ ପୁସ୍ତକ ।

୧୯୯୮ ମସିହା ଫେବୃଆରୀ ମାସ ୧୧ ତାରିଖରେ କଟକରେ ରାଧାନାଥଙ୍କର ତିରୋଧାନ ଘଟିଥିଲା ।[]

ବିଧାନ ସଭା ସଭ୍ୟ ବିବରଣୀ

[ସମ୍ପାଦନା]
ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୪୬ ୧୯୫୨ ସଭ୍ୟ, ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା ହିନ୍ଦୋଳ, ନରସିଂହପୁର, ଖଣ୍ଡପଡ଼ା ନିର୍ଦ୍ଦଳୀୟ
୧୯୫୨ ୧୯୫୭ ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା ଆଠଗଡ଼ ଭାରତୀୟ ଜାତୀୟ କଂଗ୍ରେସ
୧୯୫୭ ୧୯୬୧ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା ଆଠଗଡ଼ ଭାରତୀୟ ଜାତୀୟ କଂଗ୍ରେସ
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା (ଉପ) ଆଠଗଡ଼ ସ୍ୱାଧୀନ ପ୍ରାର୍ଥୀ
୧୯୭୧ ୧୯୭୪ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ଆଠଗଡ଼ ସ୍ୱାଧୀନ ପ୍ରାର୍ଥୀ
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ଆଠଗଡ଼ ସ୍ୱାଧୀନ ପ୍ରାର୍ଥୀ

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  1. H. N. Mitra (1990). The Indian annual register: an annual digest of public affairs of India recording the nation's activities each year in matters political, economic, industrial, educational, social etc. : 1919 - 1947. Gyan Publishing House. pp. 13–. ISBN 978-81-212-0213-8. Retrieved 24 August 2012.
  2. Akshayakumar Ramanlal Desai (1 January 1991). Expanding Governmental Lawlessness and Organized Struggles: Violation of Democratic Rights of the Minorities, Women, Slum Dwellers, Press and Some Other Violations. Popular Prakashan. pp. 200–. ISBN 978-81-7154-529-2. Retrieved 24 August 2012.
  3. "ଆର୍କାଇଭ୍ କପି". Archived from the original on 2009-06-19. Retrieved 2012-08-24. {{cite web}}: Cite has empty unknown parameter: |1= (help)
  4. "Radhanath Rath". Odisha Helpline. Retrieved 28 November 2015.
  5. "ଆର୍କାଇଭ୍ କପି". Archived from the original on 2012-02-18. Retrieved 2012-08-24. {{cite web}}: Cite has empty unknown parameter: |1= (help)
  6. "ଆର୍କାଇଭ୍ କପି". Archived from the original on 2012-02-18. Retrieved 2012-08-24. {{cite web}}: Cite has empty unknown parameter: |1= (help)
  7. Indian History. Allied Publishers. pp. 15–. ISBN 978-81-8424-568-4. Retrieved 24 August 2012.
  8. Debi P. Mishra (1 January 1998). People's Revolt in Orissa: A Study of Talcher. Atlantic Publishers & Dist. pp. 212–. ISBN 978-81-7156-739-3. Retrieved 24 August 2012.
  9. "Doyen of Orissa journalism passes away". Rediff News. 12 February 1998. Retrieved 28 November 2015.
  10. http://orissa.gov.in/e-magazine/Orissareview/2011/Apr/engpdf/19-30.pdf
  11. "ଆର୍କାଇଭ୍ କପି". Archived from the original on 2013-02-16. Retrieved 2012-08-24. {{cite web}}: Cite has empty unknown parameter: |1= (help)