ରେଭେନ୍ସା କଲିଜିଏଟ ସ୍କୁଲ
ରେଭେନ୍ସା କଲିଜିଏଟ ସ୍କୁଲ | |
---|---|
ଅବସ୍ଥାନ | |
କଟକ, ଓଡ଼ିଶା, ଭାରତ | |
ବିବରଣୀ | |
ପ୍ରତିଷ୍ଠା | ୧୮୫୧ |
ଅଧ୍ୟକ୍ଷ | ଅନୁସ୍ମିତା ସ୍ୱାଇଁ |
କର୍ମଚାରୀ | ୬୪ |
ରେଭେନ୍ସା କଲିଜିଏଟ ସ୍କୁଲ କଟକରେ ଅବସ୍ଥିତ ସର୍ବ ପୁରାତନ ଓଡ଼ିଆ ଉଚ୍ଚବିଦ୍ୟାଳୟ । ଏହି ସ୍କୁଲରେ ଚତୁର୍ଥରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଏ । "ଛାତ୍ରବନ୍ଧୁ" ନାମରେ ସ୍କୁଲର ବାର୍ଷିକ ମୁଖପତ୍ର ପ୍ରକାଶ ପାଇଥାଏ ।
ଇତିହାସ
[ସମ୍ପାଦନା]୧୮୫୧ରେ ସ୍ଥାପିତ କଟକ ହାଇ ସ୍କୁଲ (ଖାତାପତ୍ରରେ ଏହା ଜିଲ୍ଲା ସ୍କୁଲ, କଟକ ବୋଲି ଲେଖାଯାଉଥିଲା)ରୁ ୧୮୫୯ରେ ପ୍ରଥମ ମାଟ୍ରିକ ବ୍ୟାଚ ବାହରିଥିଲେ । ୧୮୬୮ରେ ଏଣ୍ଟ୍ରାନ୍ସଠାରୁ ଉଚ୍ଚତର ଶ୍ରେଣୀ ଖୋଲାଯାଇଥିଲା । ୧୮୭୫ରେ ଏହା ରେଭେନ୍ସା କଲେଜିଏଟ ସ୍କୁଲ ଭାବେ ନାମିତ ହୋଇଥିଲା । [୧] ଏହି ସ୍କୁଲ ସହିତ ଜଡ଼ିତ ରହିଥିବା କଲେଜକୁ ଅଲଗା କରାଯାଇ ରେଭେନ୍ସା କଲେଜ ନାମରେ ନାମିତ କରାଯାଇଥିଲା ।[୨] ଏହି ସ୍କୁଲରେ ସୁଭାଷ ଚନ୍ଦ୍ର ବୋଷ[୩], ମଧୁସୂଦନ ଦାସ, ଗୌରୀଶଙ୍କର ରାୟ, ପ୍ରାଣକୃଷ୍ଣ ପରିଜା, ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ରାଧାନାଥ ରଥ[୪], ଗୋପାଳ ଚନ୍ଦ୍ର ପ୍ରହରାଜ, ସୁରେନ୍ଦ୍ରନାଥ ଦ୍ୱିବେଦୀ, ନିତ୍ୟାନନ୍ଦ କାନୁନଗୋ, ଚିନ୍ତାମଣି ପାଣିଗ୍ରାହୀ, ଗୋପବନ୍ଧୁ ଚୌଧୁରୀ, ନିତାଇ ପାଲିତ ଓ ବିନୋଦ କାନୁନଗୋ, ମିହିର ସେନ ଆଦି ପ୍ରସିଦ୍ଧ ବ୍ୟକ୍ତି ଶିକ୍ଷାଲାଭ କରିଥିଲେ ।[୫]
ସ୍କୁଲ ପୋଷାକ
[ସମ୍ପାଦନା]ଆହୁରି ଦେଖିବେ
[ସମ୍ପାଦନା]ଗ୍ୟାଲେରି
[ସମ୍ପାଦନା]-
ମୁଖ୍ୟ ପ୍ରବେଶ ପଥ
-
ବିଦ୍ୟାଳୟ କୋଠା
-
ନେତାଜୀ ଅଡିଟୋରିଅମ
ଆଧାର
[ସମ୍ପାଦନା]- ↑ Sambada, 13-03-2016, Page 5
- ↑ Eng Mahabharata Revisited 1. Sahitya Akademi. pp. 18–. ISBN 978-81-260-2123-9.[permanent dead link]
- ↑ Praveen Bhalla. The Life and Times of Subhash Chandra Bose. pp. 22–. ISBN 978-81-8430-395-7.
- ↑ Braj Bhushan (28 August 2017). Eminent Indian Psychologists: 100 years of Psychology in India. SAGE Publishing India. pp. 157–. ISBN 978-93-86446-43-5.
- ↑ "ସ୍କୁଲ ସ୍କୁଲ". ପିଲାଙ୍କ ଧରିତ୍ରୀ ୨୪/୦୨/୨୦୧୮. Retrieved 3 March 2018.