୨ୟ ଓଡ଼ିଶା ବିଧାନ ସଭା
| ଦ୍ୱିତୀୟ ବିଧାନ ସଭା | |
|---|---|
![]() | |
| ପ୍ରକାର | |
| ପ୍ରକାର | ନିମ୍ନ ସଦନ |
| ନେତୃତ୍ୱ | |
| ବାଚସ୍ପତି | ନୀଳକଣ୍ଠ ଦାସ, କଂଗ୍ରେସ |
| ଉପ-ବାଚସ୍ପତି | ଯଦୁମଣି ମଙ୍ଗରାଜ, କଂଗ୍ରେସ |
| ମୁଖ୍ୟମନ୍ତ୍ରୀ | ହରେକୃଷ୍ଣ ମହତାବ, କଂଗ୍ରେସ |
| ବିରୋଧୀ ଦଳର ମୁଖ୍ୟ | ରାଜେନ୍ଦ୍ର ନାରାୟଣ ସିଂହଦେଓ, ଗଣତନ୍ତ୍ର ପରିଷଦ |
| ଆସନ ସଂଖ୍ୟା | ୧୪୦ |
| ସାକ୍ଷାତକକ୍ଷ | |
| ବିଧାନ ସଭା | |
| Website | |
| ws.ori.nic.in/ola/ | |
ଓଡ଼ିଶାର ଦ୍ୱିତୀୟ ବିଧାନ ସଭା ୨୭ ମଇ ୧୯୫୭ ମସିହାରୁ ୨୫ ଫେବୃୟାରୀ ୧୯୬୧ ମସିହା ପର୍ଯ୍ୟନ୍ତ ଚାଲିଥିଲା । ଏହି ଅବଧିରେ ମୋଟ ସାତ ଥର ଅଥବା ୨୫୪ ଦିନ ବିଧାନ ସଭା ଅଧିବେଶନ ବସିଥିଲା ।[୧] ୨୫ ଫେବୃୟାରୀ ୧୯୬୧ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା ।
ନିର୍ବାଚନ
[ସମ୍ପାଦନା]ଲୋକ ସଭା ଓ ବିଧାନ ସଭା ପାଇଁ ଓଡ଼ିଶାରେ ଏହି ଦ୍ୱିତୀୟ ସାଧାରଣ ନିର୍ବାଚନ ୧୯୫୭ ମସିହା ଫେବୃୟାରୀ ୨୪ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୧୨ ତାରିଖରେ ଶେଷ ହେଲା ।
ଏହି ନିର୍ବାଚନରେ ଯେଉଁ ରାଜନୈତିକ ଦଳମାନେ ପ୍ରତିଦ୍ୱନ୍ଦ୍ୱିତା କରିିଥିଲେ ସେମାନେ ହେଲେ ଭାରତୀୟ ଜାତୀୟ କଂଗ୍ରେସ, ଗଣତନ୍ତ୍ର ପରିଷଦ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ପ୍ରଜା ସମାଜବାଦୀ ଦଳ, ସଂଯୁକ୍ତ ସମାଜବାଦୀ ଦଳ ଓ ଝାଡ଼ଖଣ୍ଡ ଦଳ । ଏହା ବ୍ୟତୀତ ଥିଲେ ନିର୍ଦଳୀୟ ବା ସ୍ୱାଧୀନ ପ୍ରାର୍ଥୀମାନେ ।
କଂଗ୍ରେସ ୧୪୦ଟି ଆସନ ନିମନ୍ତେ ପ୍ରାର୍ଥୀ ଦେଇଥିବା ସ୍ଥଳେ, ଗଣତନ୍ତ୍ର ପରିଷଦ ୧୦୭ଟି ଆସନରେ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୪୨ଟି ଆସନରେ, ପ୍ରଜା ସମାଜବାଦୀ ଦଳ ୪୩ଟି ଆସନରେ ପ୍ରାର୍ଥୀ ଦେଇଥିଲେ । ଏହା ବ୍ୟତୀତ ସଂଯୁକ୍ତ ସମାଜବାଦୀ ଦଳ, ଝାଡ଼ଖଣ୍ଡ ଦଳ ଓ ନିର୍ଦଳୀୟ ତଥା ସ୍ୱାଧୀନ ପ୍ରାର୍ଥୀମାନେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ ।
ବିଶେଷ ଉଲ୍ଲେଖନୀୟ ଘଟଣା ହେଲା ଯେ, ସମାଜବାଦୀ ଦଳରେ ମତଭେଦ ସୃଷ୍ଟି ହେବାରୁ ସେହି ଦଳ 'ପ୍ରଜାସମାଜବାଦୀ ଦଳ' ଓ 'ସଂଯୁକ୍ତ ସମାଜବାଦୀ ଦଳ' ନାମରେ ଦୁଇ ଦଳରେ ବିଭକ୍ତ ହୋଇଗଲେ । ଦୁଇଟିଯାକଦଳ ସ୍ୱତନ୍ତ୍ର ଭାବରେ ନିର୍ବାଚନରେ ପ୍ରାର୍ଥୀ ଠିଆ କରାଇଲେ ।[୨]
ଏହି ବିଧାନ ସଭା ନିର୍ବାଚନରେ କଂଗ୍ରେସ-୫୬, ଗଣତନ୍ତ୍ର ପରିଷଦ-୫୧, ପ୍ରଜାସମାଜବାଦୀ ଦଳ-୨, ଭାରତୀୟ କମ୍ୟୁନିଷ୍ଟ ପାଟି-୯ ଓ ନିର୍ଦ୍ଦଳୀୟ ପ୍ରାର୍ଥୀମାନେ ୧୩ଟି ଆସନ ଲାଭ କରିଥିଲେ ।
ଯେହେତୁ ୧୪୦ ଟି ବିଧାନସଭା ଆସନ ଥିଲା, ତେଣୁ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ପାଇବାକୁ ହେଲେ ଅତି କମରେ ୭୧ ଟି ଆସନ ଲାଭ କରିବାକୁ ଥିଲା । କାହାରି ପାଖରେ ସଂଖ୍ୟାଗରିଷ୍ଠତା ନଥିଲା । ଫଳତଃ ଝୁଲା ସରକାର ହେଲା । କଂଗ୍ରେସ ଦଳ, ସ୍ବାଧୀନ ପ୍ରାର୍ଥୀ, ପ୍ରଜା ସମାଜବାଦୀ ଦଳ ସମସ୍ତେ ମେଣ୍ଟ କଲେ ।
ରାଜନୈତିକ ଗଣିତ ଏପରି ହେଲା:- ୫୬+୧୩+୨ = ୭୧ । ଏପରି ସରକାର ଗଠନ ହେଲା । ଶ୍ରୀ ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ହେଲେ । ଉଭୟ ଗଣପରିଷଦ ଓ କମୁନିଷ୍ଟ ଦଳ ଏହି ସରକାରକୁ ବିରୋଧ କଲେ ।
ପୂର୍ବପରି ଲୋକ ସଭା ପାଇଁ ୨୦ଟି ଆସନ ରହିଲା । ସେଥିରୁ ଛ'ଟି ଯୁଗ୍ମ ସଦସ୍ୟ ବିଶିଷ୍ଟ ଆସନ ଓ ଆଠଟି ଜଣିକିଆ ସଦସ୍ୟ ଆସନ ଭାବରେ ମାନ୍ୟତା ଲାଭ କରିଥିଲା । ଏହି କୋଡ଼ିଏଟି ଆସନରୁ କଂଗ୍ରେସ-୭, ଗଣତନ୍ତ୍ର ପରିଷଦ-୭, ପ୍ରଜା ସମାଜବାଦୀ ଦଳ-୨, ଭାରତୀୟ କମ୍ୟୁନିଷ୍ଟ ପାର୍ଟି- ୧ ଏବଂ ନିର୍ଦ୍ଦଳୀୟ ବା ସ୍ୱାଧୀନ ପ୍ରାର୍ଥମାନେ ତିନୋଟି ଆସନରେ ବିଜୟୀ ହୋଇଥିଲେ ।
ମତଦାତା
[ସମ୍ପାଦନା]| କ୍ରମ | ତଥ୍ୟ | ମୋଟ ସଂଖ୍ୟା |
|---|---|---|
| କ | ମୋଟ ମତଦାତା ଯୋଗ୍ୟ ବ୍ୟକ୍ତି | ୭୯,୮୩,୯୭୫ |
| ଖ | ମତଦାନ କରିବାକୁ ଯୋଗ୍ୟ ବ୍ୟକ୍ତି | ୧,୨୪,୬୭,୮୦୦** |
| ଗ | ପ୍ରକୃତରେ ମତଦାନ କରିଥିବା ବ୍ୟକ୍ତି | ୪୨,୫୬,୦୧୩ |
| ଘ | ମତଦାନ ପ୍ରତିଶତ (ଗ/ଖ * ୧୦୦) | ୩୪.୧୪% |
** ଏକରୁ ଅଧିକ ସ୍ଥାନରୁ ଭୋଟ ଦେବାକୁ ଯୋଗ୍ୟ ବ୍ୟକ୍ତି
ପ୍ରାୟ ଏକ କୋଟି ଲୋକ ମତଦାନ କରିବାକୁ ଯୋଗ୍ୟ ଥିବା ବେଳେ ମାତ୍ର ୪୨ ଲକ୍ଷ ଲୋକ ମତଦାନ କରିଲେ ।
ନୂତନ ନିୟମ ପ୍ରଣୟନ
[ସମ୍ପାଦନା]ଓଡ଼ିଶାରେ ରାଷ୍ଟ୍ରପତି ଶାସନ ପରେ ନୂତନ ନିୟମ ଲାଗୁହେଲା ଯେ, ଯେବେବି ଭବିଷ୍ୟତରେ ବିଧାନ ସଭା ଭାଙ୍ଗିଯିବ, ତତ୍କାଳୀନ ବାଚସ୍ପତି ନୂତନ ବିଧାନ ସଭା ସ୍ଥାପିତ ହେଲା ପର୍ଯ୍ୟନ୍ତ ପଦବୀ ଛାଡ଼ିବେ ନାହିଁ ।[୧]
ନିର୍ବାଚିତ ସଦସ୍ୟବୃନ୍ଦ
[ସମ୍ପାଦନା]ଓଡ଼ିଶାର ଦ୍ୱିତୀୟ ବିଧାନ ସଭାକୁ ନିର୍ବାଚିତ ସଦସ୍ୟଗଣଙ୍କର ତାଲିକା:[୩]
| ନିର୍ବାଚନ ମଣ୍ଡଳୀ | ନିର୍ବାଚିତ ସଦସ୍ୟ | ରାଜନୈତିକ ଦଳ |
|---|---|---|
| ଉମରକୋଟ | ରାଧାକୃଷ୍ଣ ବିଶ୍ୱାସ ରାୟ | କଂଗ୍ରେସ |
| ନବରଙ୍ଗପୁର (ଯୁଗ୍ମ) | ସଦାଶିବ ତ୍ରିପାଠୀ | କଂଗ୍ରେସ |
| ହରିଜନ ମିରୁ | କଂଗ୍ରେସ | |
| ଜୟପୁର (ଯୁଗ୍ମ) | ଲଇଛନ ନାୟକ | ଗଣତନ୍ତ୍ର ପରିଷଦ |
| ହରିହର ମିଶ୍ର | ଗଣତନ୍ତ୍ର ପରିଷଦ | |
| ମାଲକାନଗିରି | ମାଡକାମୀ ଗୁରୁ | ଗଣତନ୍ତ୍ର ପରିଷଦ |
| ପାଡୁଆ | ଲକ୍ଷ୍ମଣ ଗଉଡ଼ | ଗଣତନ୍ତ୍ର ପରିଷଦ |
| କୋରାପୁଟ | ଲଛମନ ପୂଜାରୀ | ଗଣତନ୍ତ୍ର ପରିଷଦ |
| ପଟ୍ଟାଙ୍ଗୀ | ମୁଲୁ ସାନ୍ତା | କଂଗ୍ରେସ |
| ରାୟଗଡ଼ା | କାମାୟା ମଣ୍ଡାଙ୍ଗୀ | କଂଗ୍ରେସ |
| ଗୁଣୁପୁର (ଯୁଗ୍ମ) | ନରସିଂହ ପାତ୍ର | କଂଗ୍ରେସ |
| ସନ୍ନ୍ୟାସୀ ଚରଣ ପିଡ଼ିକା | କଂଗ୍ରେସ | |
| ପାରଳାଖେମୁଣ୍ଡି | ନାଲା କୁରୁମୁ ନାଇକୁଲା | ସ୍ୱାଧୀନ |
| ଆର୍.ଉଦୟଗିରି | ରାମ ଭୂୟାଁ | କଂଗ୍ରେସ |
| ଦିଗପହଣ୍ଡି (ଯୁଗ୍ମ) | ଅନଙ୍ଗମଞ୍ଜରୀ ଦେବୀ | କଂଗ୍ରେସ |
| ମୋହନ ନାୟକ | କଂଗ୍ରେସ | |
| ବ୍ରହ୍ମପୁର (ଯୁଗ୍ମ) | ଦଣ୍ଡପାଣି ଦାସ | କଂଗ୍ରେସ |
| ଲିଙ୍ଗରାଜ ପାଣିଗ୍ରାହୀ | କଂଗ୍ରେସ | |
| ଡୁରା | ପି.ଭି.ଜଗନ୍ନାଥ ରାଓ | କଂଗ୍ରେସ |
| ଛତ୍ରପୁର | ଯତୀରାଜ ପ୍ରହରାଜ | କଂଗ୍ରେସ |
| ଖଲ୍ଲିକୋଟ | ନାରାୟଣ ସାହୁ | ସ୍ୱାଧୀନ |
| ହିଞ୍ଜିଳି | ବୃନ୍ଦାବନ ନାୟକ | କଂଗ୍ରେସ |
| ପଶ୍ଚିମ କୋଦଳା | ହରିହର ଦାସ | କଂଗ୍ରେସ |
| ପୂର୍ବ କୋଦଳା | ରାମଚନ୍ଦ୍ର ମର୍ଦ୍ଦରାଜ ଦେବ | କଂଗ୍ରେସ |
| ଭଂଜନଗର(ଯୁଗ୍ମ) | ସୁମ ନାୟକ | କମ୍ୟୁନିଷ୍ଟ |
| ଗୋବିନ୍ଦ ପ୍ରଧାନ | କମ୍ୟୁନିଷ୍ଟ | |
| ଆସ୍କା | ହରିହର ଦାସ | କମ୍ୟୁନିଷ୍ଟ |
| ସୋରଡ଼ା | ବିଜୟାନନ୍ଦ ପଟ୍ଟନାୟକ | କଂଗ୍ରେସ |
| ବାଲିଗୁଡ଼ା | ଲୋକନାଥ ପାତ୍ର | ଗଣତନ୍ତ୍ର ପରିଷଦ |
| ଜି.ଉଦୟଗିରି | ସାରଙ୍ଗଧର ପ୍ରଧାନ | ଗଣତନ୍ତ୍ର ପରିଷଦ |
| ଫୁଲବାଣୀ (ଯୁଗ୍ମ) | ହିମାଂଶୁ ଶେଖର ପାଢ଼ୀ | ଗଣତନ୍ତ୍ର ପରିଷଦ |
| ଅନିରୁଦ୍ଧ ଦୀପ | ଗଣତନ୍ତ୍ର ପରିଷଦ | |
| ଭବାନୀପାଟଣା (ଯୁଗ୍ମ) | ପ୍ରତାପ କେଶରୀ ଦେଓ | ଗଣତନ୍ତ୍ର ପରିଷଦ |
| କରୁଣାକର ଭୋଇ | ଗଣତନ୍ତ୍ର ପରିଷଦ | |
| କାଶୀପୁର (ଯୁଗ୍ମ) | କିଶୋର ଚନ୍ଦ୍ର ଦେଓ | ଗଣତନ୍ତ୍ର ପରିଷଦ |
| ମାଣିକ ରାୟ ନାୟକ | ଗଣତନ୍ତ୍ର ପରିଷଦ | |
| ଧର୍ମଗଡ଼ (ଯୁଗ୍ମ) | ଜିତେନ୍ଦ୍ର ମାଝି | ଗଣତନ୍ତ୍ର ପରିଷଦ |
| ନାମ୍ତରା (ଯୁଗ୍ମ) | ବୀରକେିଶୋର ଦାସ | ଗଣତନ୍ତ୍ର ପରିଷଦ |
| ଅନୁପ ସିଂହ ଦେଓ | କଂଗ୍ରେସ | |
| ଟିଟିଲାଗଡ଼ (ଯୁଗ୍ମ) | ଘାସିରାମ ମାଝି | କଂଗ୍ରେସ |
| ରାଜେନ୍ଦ୍ର ନାରାୟଣ ସିଂହଦେଓ | ଗଣତନ୍ତ୍ର ପରିଷଦ | |
| ପାଟଣାଗଡ଼ (ଯୁଗ୍ମ) | ଅଚ୍ୟୁତାନନ୍ଦ ମହାନନ୍ଦ | ଗଣତନ୍ତ୍ର ପରିଷଦ |
| ଆଶାରାମ ଭୋଇ | ଗଣତନ୍ତ୍ର ପରିଷଦ | |
| ଲୋଇସିଂହା | ଅଇଁଠୁ ସାହୁ | ଗଣତନ୍ତ୍ର ପରିଷଦ |
| ରାମପ୍ରସାଦ ମିଶ୍ର | ଗଣତନ୍ତ୍ର ପରିଷଦ | |
| ବଲାଙ୍ଗୀର (ଯୁଗ୍ମ) | ନନ୍ଦ କିଶୋର ମିଶ୍ର | ଗଣତନ୍ତ୍ର ପରିଷଦ |
| ରମେଶ ଚନ୍ଦ୍ର ଭୋଇ | ଗଣତନ୍ତ୍ର ପରିଷଦ | |
| ସୋନପୁର (ଯୁଗ୍ମ) | ଅନନ୍ତରାମ ନନ୍ଦ | ଗଣତନ୍ତ୍ର ପରିଷଦ |
| ଦଉଲତ ଗଣ୍ଡ | ଗଣତନ୍ତ୍ର ପରିଷଦ | |
| ପଦ୍ମପୁର (ଯୁଗ୍ମ) | ବୀର ବିକ୍ରମ ସିଂହ ବରିହା | କଂଗ୍ରେସ |
| ଏଲ୍.ଏମ୍.ଏସ ବରିହା | ଗଣତନ୍ତ୍ର ପରିଷଦ | |
| ବରଗଡ଼ (ଯୁଗ୍ମ) | ନିକୁଞ୍ଜ ବିହାରୀ ସିଂହ | ଗଣତନ୍ତ୍ର ପରିଷଦ |
| ମହାନନ୍ଦ ବାହାଦୂର | ଗଣତନ୍ତ୍ର ପରିଷଦ | |
| ଭଟଲୀ | ନଟବର ବନ୍ଛୋର | କମ୍ୟୁନିଷ୍ଟ |
| ସମ୍ବଲପୁର (ଯୁଗ୍ମ) | ଭିକାରି ଘାସି | କମ୍ୟୁନିଷ୍ଟ |
| ଲକ୍ଷ୍ମୀ ପ୍ରସାଦ ମିଶ୍ର | ଗଣତନ୍ତ୍ର ପରିଷଦ | |
| କଟରବଗା | ପୁରୁଷୋତ୍ତମ ପଣ୍ଡା | ଗଣତନ୍ତ୍ର ପରିଷଦ |
| ଦେବଗଡ଼ (ଯୁଗ୍ମ) | ଜୟଦେବ ଠାକୁର | ଗଣତନ୍ତ୍ର ପରିଷଦ |
| ରାଣୀ ଜ୍ୟୋତି ମଞ୍ଜରୀ ଦେବୀ | ଗଣତନ୍ତ୍ର ପରିଷଦ | |
| ଝାରସୁଗୁଡ଼ା (ଯୁଗ୍ମ) | ମନୋହର ନାୟକ | ଗଣତନ୍ତ୍ର ପରିଷଦ |
| ବିଜୟ କୁମାର ପାଣି | କଂଗ୍ରେସ | |
| ସୁନ୍ଦରଗଡ଼ (ଯୁଗ୍ମ) | ଉଦିତ୍ ପ୍ରତାପ ଶେଖର ଦେଓ | ଗଣତନ୍ତ୍ର ପରିଷଦ |
| ଗଙ୍ଗାଧର ପ୍ରଧାନ | ଗଣତନ୍ତ୍ର ପରିଷଦ | |
| ରାଜଗାଙ୍ଗପୁର | ଶାନ୍ତି ପ୍ରକାଶ ଓରାମ | ସ୍ୱାଧୀନ |
| ବିଶ୍ରା | ନିର୍ମଳ ମୁଣ୍ଡା | ସ୍ୱାଧୀନ |
| ବଣେଇ | ଅର୍ଜୁନ ନାୟକ | ଗଣତନ୍ତ୍ର ପରିଷଦ |
| ଚମ୍ପୂଆ (ଯୁଗ୍ମ) | ରାଜବଲ୍ଲଭ ମିଶ୍ର | ଗଣତନ୍ତ୍ର ପରିଷଦ |
| ଗୁରୁଚରଣ ନାୟକ | ଗଣତନ୍ତ୍ର ପରିଷଦ | |
| କେନ୍ଦୁଝର (ଯୁଗ୍ମ) | ଜନାର୍ଦ୍ଦନ ଭଞ୍ଜଦେଓ | ଗଣତନ୍ତ୍ର ପରିଷଦ |
| କୃଷ୍ଣଚନ୍ଦ୍ର ମହାପାତ୍ର | ସ୍ୱାଧୀନ | |
| ଆନନ୍ଦପୁର (ଯୁଗ୍ମ) | ଉପେନ୍ଦ୍ର ନାଥ ଜେନା | ଗଣତନ୍ତ୍ର ପରିଷଦ |
| ବୀର କିଶୋର ଜେନା | ଗଣତନ୍ତ୍ର ପରିଷଦ | |
| ପାଲଲହଡ଼ା | ମୃତ୍ୟୁଞ୍ଜୟ ପାଲ | ଗଣତନ୍ତ୍ର ପରିଷଦ |
| ତାଳଚେର | ପବିତ୍ର ମୋହନ ପ୍ରଧାନ | କଂଗ୍ରେସ |
| କିଶୋର ନଗର | ରାଣୀ ରତ୍ନପ୍ରଭା ଦେବୀ | ଗଣତନ୍ତ୍ର ପରିଷଦ |
| ଢେଙ୍କାନାଳ (ଯୁଗ୍ମ) | କାଳିଆ ଦେହୁରୀ | ଗଣତନ୍ତ୍ର ପରିଷଦ |
| ରାଜା ଶଙ୍କର ପ୍ରତାପ ସିଂହଦେଓ | ଗଣତନ୍ତ୍ର ପରିଷଦ | |
| ଅନୁଗୁଳ (ଯୁଗ୍ମ) | କୁମୁଦ ଚନ୍ଦ୍ର ସିଂହ | ସ୍ୱାଧୀନ |
| ହୃଷୀକେଶ ପ୍ରଧାନ | କମ୍ୟୁନିଷ୍ଟ | |
| ଆଠମଲ୍ଲିକ | କ୍ଷେତ୍ର ମୋହନ ପାଣିଗ୍ରାହୀ | ଗଣତନ୍ତ୍ର ପରିଷଦ |
| ଦଶପଲ୍ଲା (ଯୁଗ୍ମ) | କିଶୋର ଚନ୍ଦ୍ର ଦେଓ ଭଞ୍ଜ | କଂଗ୍ରେସ |
| ଶ୍ରୀଧର ନାୟକ | ଗଣତନ୍ତ୍ର ପରିଷଦ | |
| ଖଣ୍ଡପଡ଼ା | ହରିହର ସିଂହ ମର୍ଦ୍ଦରାଜ | କଂଗ୍ରେସ |
| ଭ୍ରମରବର ରାୟ | କଂଗ୍ରେସ | |
| ନୟାଗଡ଼ | କୃଷ୍ଣଚନ୍ଦ୍ର ମାନ୍ଧାତା | ସ୍ୱାଧୀନ |
| ରଣପୁର | ବସନ୍ତ ମଞ୍ଜରୀ ଦେବୀ | କଂଗ୍ରେସ |
| ବେଗୁନିଆ | ସତ୍ୟାନନ୍ଦ ଚମ୍ପତ୍ତିରାୟ | କଂଗ୍ରେସ |
| ଖୋର୍ଦ୍ଧା | ପ୍ରାଣନାଥ ପଟ୍ଟନାୟକ | କମ୍ୟୁନିଷ୍ଟ |
| ଭୁବନେଶ୍ୱର | ସତ୍ୟପ୍ରିୟ ମହାନ୍ତି | କଂଗ୍ରେସ |
| ବ୍ରହ୍ମଗିରି | ପଦ୍ମଚରଣ ସାମନ୍ତସିଂହାର | କଂଗ୍ରେସ |
| ପୁରୀ | ହରିହର ବାହିନୀପତି | ପ୍ର.ସମାଜବାଦୀ |
| ସତ୍ୟବାଦୀ | ପଣ୍ଡିତ ନୀଳକଣ୍ଠ ଦାସ | କଂଗ୍ରେସ |
| ପିପିଲି (ଯୁଗ୍ମ) | ରାମଚନ୍ଦ୍ର ପଟ୍ଟନାୟକ | ସ୍ୱାଧୀନ |
| ଗୋପୀନାଥ ଭୋଇ | କଂଗ୍ରେସ | |
| କାକଟପୁର (ଯୁଗ୍ମ) | ମୋହନ ଦାସ | କମ୍ୟୁନିଷ୍ଟ |
| ଭରତ ଦାସ | କମ୍ୟୁନିଷ୍ଟ | |
| ବାଙ୍କି | ଡାକ୍ତର ଯୋଗେଶ ଚନ୍ଦ୍ର ରାଉତ | କଂଗ୍ରେସ |
| ବଡ଼ମ୍ବା | ରାଣୀ ସାହେବା କନକଲତା ଦେବୀ | ଗଣତନ୍ତ୍ର ପରିଷଦ |
| ଆଠଗଡ଼ | ରାଧାନାଥ ରଥ | କଂଗ୍ରେସ |
| କଟକ ନଗର | ବୀରେନ୍ ମିତ୍ର | କଂଗ୍ରେସ |
| କଟକ ସଦର (ଯୁଗ୍ମ) | ରାଜକୃଷ୍ଣ ବୋଷ | କଂଗ୍ରେସ |
| ପୂର୍ଣ୍ଣାନନ୍ଦ ସାମଲ | କଂଗ୍ରେସ | |
| ଜଗତସିଂହପୁର (ଯୁଗ୍ମ) | ନୀଳମଣି ପ୍ରଧାନ | କଂଗ୍ରେସ |
| କଣ୍ଡୁରୀ ଚରଣ ମଳିକ | ପ୍ରଜା ସମାଜବାଦୀ | |
| ସାଲେପୁର (ଯୁଗ୍ମ) | ପ୍ରଦୀପ୍ତ କିଶୋର ଦାସ | ପ୍ରଜା ସମାଜବାଦୀ |
| ବାଇଧର ବେହେରା | ପ୍ରଜା ସମାଜବାଦୀ | |
| ବାଲିକୁଦା | ବୈକୁଣ୍ଠନାଥ ମହାନ୍ତି | ପ୍ରଜା ସମାଜବାଦୀ |
| ଏରସମା | ଲୋକନାଥ ଚୌଧୁରୀ | କମ୍ୟୁନିଷ୍ଟ |
| ତିର୍ତ୍ତୋଲ | ନିଶାମଣି ଖୁଣ୍ଟିଆ | ପ୍ରଜା ସମାଜବାଦୀ |
| ପାଟକୁରା | ଲୋକନାଥ ମିଶ୍ର | କଂଗ୍ରେସ |
| ରାଜନଗର | ଅନନ୍ତ ଚରଣ ତ୍ରିପାଠୀ | ସ୍ୱାଧୀନ |
| ଆଳି | ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ | କଂଗ୍ରେସ |
| କେନ୍ଦ୍ରାପଡ଼ା (ଯୁଗ୍ମ) | ପ୍ରହ୍ଲାଦ ମଳିକ ଓ ଦୀନବନ୍ଧୁ ସାହୁ | କଂଗ୍ରେସ |
| ବିଞ୍ଝାରପୁର | ବାଙ୍କ ବିହାରୀ ଦାସ | ପ୍ରଜା ସମାଜବାଦୀ |
| ବଡ଼ଚଣା | ଯଦୁମଣି ମଙ୍ଗରାଜ | କଂଗ୍ରେସ |
| ଧର୍ମଶାଳା (ଯୁଗ୍ମ) | ମଦନ ମୋହନ ପଟ୍ଟନାୟକ | କଂଗ୍ରେସ |
| ମାୟାଧର ସିଂହ | କଂଗ୍ରେସ | |
| ଯାଜପୁର (ଯୁଗ୍ମ) | ଗଦାଧର ଦତ୍ତ | କଂଗ୍ରେସ |
| ଶାନ୍ତନୁ କୁମାର ଦାସ | କଂଗ୍ରେସ | |
| ଧାମନଗର | ମୁରଲୀଧର ଜେନା | କଂଗ୍ରେସ |
| ଚାନ୍ଦବାଲି (ଯୁଗ୍ମ) | ନନ୍ଦ କିଶୋର ଜେନା | କଂଗ୍ରେସ |
| ନୀଳମଣି ରାଉତରାୟ | କଂଗ୍ରେସ | |
| ଭଦ୍ରକ | ନିତ୍ୟାନନ୍ଦ ମହାପାତ୍ର | ସ୍ୱାଧୀନ |
| ସୋରୋ-(ଯୁଗ୍ମ) | ହରେକୃଷ୍ଣ ମହତାବ | କଂଗ୍ରେସ |
| ଚୈତନ୍ୟ ସେଠି | କଂଗ୍ରେସ | |
| ନୀଳଗିରି | ନୀଳମଣି ଦାସ | କଂଗ୍ରେସ |
| ବାଲେଶ୍ୱର | ରବୀନ୍ଦ୍ର ମୋହନ ଦାସ | ପ୍ରଜା ସମାଜବାଦୀ |
| ବସ୍ତା | ଅକ୍ଷୟ କୁମାର ପ୍ରହରାଜ | କଂଗ୍ରେସ |
| ଭୋଗରାଇ | ଦୁର୍ଗା ଶଙ୍କର ଦାସ | କଂଗ୍ରେସ |
| ଜଳେଶ୍ୱର | ପ୍ରସନ୍ନ କୁମାର ପାଲ | ପ୍ରଜା ସମାଜବାଦୀ |
| ବୈସିଙ୍ଗା (ଯୁଗ୍ମ) | ପ୍ରସନ୍ନ କୁମାର ଦାସ | ପ୍ରଜା ସମାଜବାଦୀ |
| ପଞ୍ଚାନନ ଦାସ | କଂଗ୍ରେସ | |
| ଉଦଳା | ମନମୋହନ ଟୁଡୁ | କଂଗ୍ରେସ |
| କରଞ୍ଜିଆ | ନଳିନୀ ଚନ୍ଦ୍ର ଭଞ୍ଜଦେଓ | ଗଣତନ୍ତ୍ର ପରିଷଦ |
| ଯଶୀପୁର | ମୋଚିରାମ ତୁରିଆ | ଗଣତନ୍ତ୍ର ପରିଷଦ |
| ରାଇରଙ୍ଗପୁର | ହରଦେବ ତିରିଆ | ସ୍ୱାଧୀନ |
| ବହଲଦା | ସୁରେନ୍ଦ୍ର ମୋହନ ହେମ୍ବ୍ରମ | ଗଣତନ୍ତ୍ର ପରିଷଦ |
| ବାରିପଦା (ଯୁଗ୍ମ) | ହରିହର ମହାନ୍ତି | ପ୍ରଜା ସମାଜବାଦୀ |
| ସମଲ ମାଝି | ସ୍ୱାଧୀନ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Brief History". odishaassembly.nic.in. Retrieved 2019-07-11.
- ↑ "ଓଡ଼ିଶା ରାଜନୀତିର ଇତିହାସ - ଉଇକିପାଠାଗାର". or.wikisource.org. Retrieved 2019-07-11.
- ↑ ୩.୦ ୩.୧ "Orissa 1957". Election Commission of India (in Indian English). Retrieved 2019-07-11.
