ଇଗ୍ନେଶ ତିର୍କୀ
ଦେଖଣା
(Ignace Tirkeyରୁ ଲେଉଟି ଆସିଛି)
ଇଗ୍ନେଶ ତିର୍କି | |
---|---|
ଜନ୍ମ | |
ପିତାମାତା | ୱାଲଟର ତିର୍କି, ରେଜିନା |
ସମ୍ପର୍କୀୟ | ପ୍ରବୋଧ ତିର୍କୀ (ସାନ ଭାଇ) |
ପୁରସ୍କାର | ପଦ୍ମଶ୍ରୀ |
ଇଗ୍ନେଶ ତିର୍କି ଜଣେ ଭାରତୀୟ ହକି ଖେଳାଳି । ସେ ଜଣେ ମିଡ଼ଫିଲ୍ଡର ଭାବରେ ଖେଳନ୍ତି ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଇଗ୍ନେଶ, ଓଡ଼ିଶାର ସୁନ୍ଦରଗଡ଼ଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ୱାଲଟର ତିର୍କି ଓ ମାତାଙ୍କ ନାମ ରେଜିନା । ସେମାନେ ଥିଲେ ୭ ଭାଇ ଓ ସମସ୍ତେ ହକି ଖେଳନ୍ତି । ସବୁ ଭାଇମାନେ ସୁନ୍ଦରଗଡ଼ର "ଖାସି କପ"ର ନାମକରା ଖେଳାଳି ଥିଲେ । ଇଗ୍ନେଶ ତିର୍କିଙ୍କ ସାନ ଭାଇ ପ୍ରବୋଧ ତିର୍କି ମଧ୍ୟ ଭାରତ ତରଫରୁ ଖେଳିବାର ସୁଯୋଗ ପାଇଛନ୍ତି ।[୧]
ଖେଳ ଜୀବନ
[ସମ୍ପାଦନା]ସେ ଭାରତ ପକ୍ଷରୁ ବେଲଜିୟମ ବିପକ୍ଷରେ ୨୦୦୧ ମସିହାରେ ନିଜର ପ୍ରଥମ ମ୍ୟାଚ ଖେଳିଥିଲେ । ସେ ୨୦୦୪ରେ ଅନୁଷ୍ଠିତ ଅଲମ୍ପିକରେ ଭାରତ ପକ୍ଷରୁ ଖେଳିଥିଲେ । ୨୦୦୩ ଏସୀୟ କପ ଫାଇନାଲରେ ପାକିସ୍ଥାନକୁ ହରେଇ ଭାରତକୁ ଚାମ୍ପିୟନ କରିବାରେ ଇଗ୍ନେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।[୨]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ପଦ୍ମଶ୍ରୀ ପୁରସ୍କାର (୨୦୧୦)[୩]
- ଅର୍ଜୁନ ପୁରସ୍କାର (୨୦୦୯)
- ଏକଲବ୍ୟ ପୁରସ୍କାର (୧୯୯୬)
ଆଧାର
[ସମ୍ପାଦନା]- ↑ "ପ୍ରବୋଧଙ୍କ ବିଶ୍ୱକପ ଅଭିଜ୍ଞତା". No. ସମ୍ବାଦ ୨୬/୧୧/୨୦୧୮ ପୃଷ୍ଠା ୧୭. Retrieved 26 November 2018.[permanent dead link]
- ↑ https://www.livehindustan.com/news/article/article1-story-241013.html[permanent dead link]
- ↑ "This Year's Padma Awards announced". Press Information Bureau. 25 January 2010. Retrieved 24 January 2015.
ଅଧିକ ତଥ୍ୟ
[ସମ୍ପାଦନା]- http://www.bharatiyahockey.org/khiladi/2002/ignace.htm Archived 2007-10-25 at the Wayback Machine.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |