Jump to content

ବଂଶୀଧର ଷଡ଼ଙ୍ଗୀ

ଉଇକିପିଡ଼ିଆ‌ରୁ
(Bansidhar Sarangiରୁ ଲେଉଟି ଆସିଛି)
ବଂଶୀଧର ଷଡ଼ଙ୍ଗୀ
ଜନ୍ମ (1940-12-04) ୪ ଡିସେମ୍ବର ୧୯୪୦ (ବୟସ ୮୩)
ରାଏରଙ୍ଗ, ଖୋର୍ଦ୍ଧା
ଜାତୀୟତାଭାରତୀୟ
ବୈବାହିକ-ସାଥୀକବିତା ମିଶ୍ର
ସନ୍ତାନପାରମିତା ଷଡ଼ଙ୍ଗୀ, ଇପ୍ସିତା ଷଡ଼ଙ୍ଗୀ

ବଂଶୀଧର ଷଡ଼ଙ୍ଗୀ(ଜନ୍ମ : ୪ ଡିସେମ୍ବର ୧୯୪୦), କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ କବି ।[]

ବଂଶୀଧର, ଖୋର୍ଦ୍ଧା ଜିଲ୍ଲାର ରାଏରଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[] ସେ ୧୯୫୮ମସିହାରେ ମାଟ୍ରିକ, ୧୯୬୩ରେ ସ୍ନାତକ ଓ ୧୯୬୬ରେ ଓଡ଼ିଆ ଭାଷାରେ ସ୍ନାତକୋତ୍ତର ହାସଲ କରିଥିଲେ । ୧୯୭୦ ମସିହାରେ ସେ କବିତାଙ୍କୁ ବିବାହ କରିଥିଲେ । ୧୯୬୭ ମସିହାରେ ସେ ନିମାପଡ଼ା ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବରେ ଯୋଗଦାନ କରିଥିଲେ । ନିମାପଡ଼ାର ଗୁହାଳପଡ଼ାଠାରେ ସେ ସ୍ଥାୟୀ ଭାବରେ ବସବାସ କରନ୍ତି ।[]

ରଚନାବଳୀ

[ସମ୍ପାଦନା]

ବଂଶୀଧରଙ୍କର ପ୍ରଥମ କବିତା ଥିଲା "ଗୋଟିଏ ସନ୍ଧ୍ୟା", ମନୋଜ ଦାସଙ୍କ ସମ୍ପାଦିତ "ଦିଗନ୍ତ" ପତ୍ରିକାର ୧୯୬୦ ମସିହାର ଅକ୍ଟୋବର-ନଭେମ୍ବର ସଂଖ୍ୟାରେ ପ୍ରକାଶ ପାଇଥିଲା ।[] ତାଙ୍କର ପ୍ରଥମ କବିତା ପୁସ୍ତକ "ସମୟ ଅସମୟ" ୧୯୭୭ ମସିହାରେ "ଲାର୍କ ବୁକ୍ସ"ଦ୍ୱାରା ପ୍ରକାଶିତ ହୋଇଥିଲା । ତାଙ୍କ ଲିଖିତ କବିତା ପୁସ୍ତକ ଗୁଡ଼ିକ ହେଲା :

  • ସମୟ ଅସମୟ - ୧୯୭୭ (ଲାର୍କ ବୁକ୍ସ)
  • ସ୍ଥବିର ଅଶ୍ୱାରୋହୀ - ୧୯୮୦ (ଫ୍ରେଣ୍ଡ୍‌ସ୍ ପବ୍ଲିଶର୍ସ)
  • ଶବରୀଚର୍ଯ୍ୟା - ୧୯୮୯ (ଫ୍ରେଣ୍ଡ୍‌ସ୍ ପବ୍ଲିଶର୍ସ)
  • ଛାୟା ଦର୍ଶନ - ୧୯୯୫ (ଆର୍ଯ୍ୟ ପ୍ରକାଶନୀ)
  • ଶୂନ୍ୟ ସଂହିତା ଓ ଅନ୍ୟାନ୍ୟ କବିତା - ୧୯୯୮(ଆର୍ଯ୍ୟ ପ୍ରକାଶନୀ)
  • ସ୍ୱରୋଦୟ - ୨୦୦୪ (ଅପୂର୍ବା ପ୍ରକାଶନୀ)[]
  • ଆଉ କେତେ ବାଟ - ୨୦୧୩ (ଲେଖାଲେଖୀ ପ୍ରକାଶନୀ)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. Civacaṅkari (1998). Knit India Through Literature: The East. Eastwest Books (Madras). ISBN 978-81-86852-63-7.
  2. K. M. George (1992). Modern Indian Literature, an Anthology: Surveys and poems. Sahitya Akademi. pp. 316–. ISBN 978-81-7201-324-0.
  3. Jatindra Mohan Mohanty (2006). History of Oriya Literature. Vidya. ISBN 978-81-903438-0-0.
  4. "ସୃଜନ-ଆଳାପ". ଧରିତ୍ରୀ ସାହିତ୍ୟାୟନ ଡିସେମ୍ବର ୧୦-୨୩ ପୃଷ୍ଠା ୭. Retrieved 22 December 2016.
  5. Sahitya Akademi (2006). Annual Report. Sahitya Akademi.
  6. Khanna & Verma (1 September 2010). Ever Latest General Knowledge 2013. Upkar Prakashan. pp. 35–. ISBN 978-81-7482-025-9.
  7. "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ୫-୧୮ ୨୦୧୬ ପୃଷ୍ଠା ୨. Retrieved 15 March 2016.
  8. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 13 June 2021.
  9. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧୩ ଜୁନ ୨୦୨୧. {{cite web}}: Check date values in: |accessdate= (help)
  10. "meet the author" (PDF). sahitya-akademi.gov.in. Retrieved 20 July 2018.