Jump to content

ପାରମିତା ଷଡ଼ଙ୍ଗୀ

ଉଇକିପିଡ଼ିଆ‌ରୁ
ପାରମିତା ଷଡ଼ଙ୍ଗୀ
ଜନ୍ମ ଓ ଜନ୍ମସ୍ଥାନ୧୪ ଅପ୍ରେଲ ୧୯୭୨
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ

ପାରମିତା ଷଡ଼ଙ୍ଗୀ (ଜନ୍ମ : ୧୪ ଅପ୍ରେଲ ୧୯୭୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି ଓ ଅନୁବାଦିକା ।[][] ସେ ଉଭୟ ଓଡ଼ିଆ ଓ ହିନ୍ଦୀରେ ୨୦ ଖଣ୍ଡ ପୁସ୍ତକ ରଚନା କରିଛନ୍ତି ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ପାରମିତା ୧୯୭୨ ଅପ୍ରେଲ ୧୪ରେ ପୁରୀ ଜିଲ୍ଲାର ନିମାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବଂଶୀଧର ଷଡ଼ଙ୍ଗୀ ଓ ମାତାଙ୍କ ନାମ କବିତା ଷଡ଼ଙ୍ଗୀ । ପାରମିତା ନିମାପଡ଼ାର ଜନତା ସ୍କୁଲ, ଓ.ଜେ.ବି.ଆର୍‌. ବାଳିକା ବିଦ୍ୟାଳୟ, ନିମାପଡ଼ା କଲେଜ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଲାଭ କରିଥିଲେ । ତାଙ୍କ ପିତା ଜଣେ ସାହିତ୍ୟିକ ଓ ବୃତ୍ତିରେ ଶିକ୍ଷାବିତ ଥିଲେ । ପିଲାଦିନରୁ ପାରମିତା ଓଡ଼ିଆ ସାହିତ୍ୟ ରଚନା ଆରମ୍ଭ କରିଥିଲେ । ସେ ୭ମ ବା ୮ମରେ ପଢ଼ିଲାବେଳେ ପାରମିତା ଲେଖିଥିବା ଗୋଟିଏ ଗପ ପ୍ରଥମ ଥର ପାଇଁ ସ୍କୁଲ ପତ୍ରିକାରେ ପ୍ରକାଶିତ ହୋଇଥିଲା । କଲେଜ ସମୟରେ ଅନେକ କବିତା ଲେଖିଥିଲେ ମଧ୍ୟ ସେସବୁ ପ୍ରକାଶିତ କରିନଥିଲେ । ୧୯୯୬ ମସିହାରେ ବିବାହ ପରେ ତାଙ୍କୁ ମୁମ୍ବାଇ ଯିବାକୁ ପଡ଼ିଥିଲା ଓ ସାହିତ୍ୟ ସର୍ଜନାରେ କିଛି ବର୍ଷର ବିରତି ପଡ଼ିଥିଲା । ସାନ ଭଉଣୀ, ସାହିତ୍ୟିକା ଇପ୍ସିତା ଷଡ଼ଙ୍ଗୀ ତାଙ୍କୁ ପୁଣି ଲେଖିବା ପାଇଁ ପ୍ରବର୍ତ୍ତାଇ ଥିଲେ । ୨୦୦୬ ମସିହାରୁ ପାରମିତା ପୁଣି ଲେଖିବା ଆରମ୍ଭ କରି ରଚନା ଏବଂ ଅନୁବାଦ କରିବା ଆରମ୍ଭ କରିଥିଲେ ।

ରଚନାବଳୀ

[ସମ୍ପାଦନା]

ଇଜ୍ୟା ନାମରେ ତାଙ୍କର ଏକ ଲୋକପ୍ରିୟ କବିତା ସଂକଳନ ଅଛି । ଏଥିପାଇଁ ସେ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି । ଏହି ସଂକଳନଟି ଗୁଜରାଟି ଓ ମରାଠି ଭାଷାକୁ ଅନୁବାଦିତ ହୋଇଛି । ପାରମିତାଙ୍କୁ ତାଙ୍କ ହିନ୍ଦୀ ଗଳ୍ପ ସଂକଳନ 'ସମ୍ବିତ କେ ପାସ ଜବ ମେ ନହିଁ ଥି 'କୁ ମହାରାଷ୍ଟ୍ର ରାଜ୍ୟ ହିନ୍ଦୀ ସାହିତ୍ୟ ଏକାଡେମୀ ତରଫରୁ ମୁନସୀ ପ୍ରେମଚନ୍ଦ କାହାଣୀ ପୁରସ୍କାର ପ୍ରଦାନ କରାଯାଇଛି। ପାରମିତା ପ୍ରଥମ ଓଡ଼ିଆ ଲେଖିକା ଯିଏ ଅନ୍ୟ ରାଜ୍ୟର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ କରିଛନ୍ତି ।

ରଚନାବଳୀ

[ସମ୍ପାଦନା]
  • ସମ୍ପର୍କର ପାହଚରୁ ଓହ୍ଲାଇଲା ପରେ
  • ମୁଁ ନ ଥିଲା ବେଳେ
  • ଅନ୍ତରାଳେ
  • ବିରୋଧାଭାସ
  • ଅଭିଧା
  • ସମ୍ବିତ କେ ପାସ ଜବ ମେ ନେହିଁ ଥି ( ହିନ୍ଦୀ ଗପ ସଂଗ୍ରହ)

କବିତା

[ସମ୍ପାଦନା]
  • ଚାଲ କିଛି ଆଙ୍କିବା
  • ଏବେ ତୁମେ ନାହଁ
  • ଇଜ୍ୟା (ହିନ୍ଦୀ)

ଅନୁବାଦ

[ସମ୍ପାଦନା]
  • ଜବାହର ଟନେଲ
  • ଚନ୍ଦ୍ରକୁ ଖୋଜୁ ଖୋଜୁ
  • ପର୍ଣ୍ଣସୁକ୍ତ
  • ସୂତ୍ରଧାର
  • କବିତାର ଋତୁ
  • ରାତ ବିତନେ କେ ବାଦ
  • []Ijya The Sacred Fire
  1. Bureau, Sambad (23 May 2023). "ପ୍ରବାସୀଙ୍କୁ ଯୋଡ଼ିଲେ ଭାଷା ଓ ସାହିତ୍ୟ ବିସ୍ତାରିତ ହେବ: ସୌମ୍ୟ". Sambad. Retrieved 13 March 2024.
  2. "'ଭାରତୀୟ ସଂସ୍କୃତିର ମୃତ୍ୟୁ ନାହିଁ'". Samaja Live. 23 June 2022. Retrieved 13 March 2024.
  3. Pattnaik, Sagarika (10 March 2024). "ଇଜ୍ୟା ପାଇଁ ପରିଚିତା ପାରମିତା". Dharitri Odia News. Retrieved 13 March 2024.