ରଜତ କୁମାର କର
ଡ. ରଜତ କୁମାର କର | |
|---|---|
| ଜନ୍ମ | ୨ ସେପ୍ଟେମ୍ବର ୧୯୩୩ |
| ମୃତ୍ୟୁ | ୮ ମଇ ୨୦୨୨ (ବୟସ ୮୮) |
| ଶିକ୍ଷା | ଉତ୍କଳ ବିଶ୍ୱବିଦ୍ୟାଳୟ M.A.(Economics), Utkal University |
| ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ, ରେଭେନ୍ସା କଲେଜିଏଟ୍ ସ୍କୁଲ୍ |
| ବୃତ୍ତି(ସମୂହ) | ଶିକ୍ଷାବିତ୍ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାଷ୍ୟକାର ଅବସରପ୍ରାପ୍ତ ଶିକ୍ଷା ନିର୍ଦ୍ଦେଶକ, ଓଡ଼ିଶା ସରକାର |
| ଉଲ୍ଲେଖନୀୟ କୃତି | ସ୍ମୃତିର ଅତଳ ଗର୍ଵରୁ ଓଡ଼ିଶାର ସାଂସ୍କୃତିକ ଇତିହାସ-୨୦୨୨( ପ୍ରକାଶକ ରଞ୍ଜିତ କର)
ଭଞ୍ଜ ରାମାୟଣ -୨୦୨୩ ନିଷିଦ୍ଧ ନୀଳାଚଳ -୨୦୨୪ Light that was India-2022 ( Author’s Press, New Delhi) https://amzn.in/d/0QukD4c Lord Jagannath the Unique Deity of Odisha-2023( Author’s Press, New Delhi) https://amzn.in/d/7KV625J |
| ବୈବାହିକ-ସାଥୀ | ଶାନ୍ତିଲତା କର[୧] |
| ସନ୍ତାନ | Sagarika Praharaj (ସାଗାରିକା ପ୍ରହରାଜ)
Er.Ranjeet Kar (ରଞ୍ଜିତ କର) Dr.Rajib Kumar Kar (ରଜୀବ କୁମାର କର) Sambida Mahapatra (ସମ୍ବିଦା ମହାପାତ୍ର) |
| ପିତାମାତା | କୁଳମଣି କର (ବାପା) ଇନ୍ଦୁମତୀ ଦେବୀ (ମାଆ) |
| ସମ୍ପର୍କୀୟ | ଶରତ କୁମାର କର (ସାନ ଭାଇ)
ପ୍ରଭତ୍ କୁମାର କର (ସାନ ଭାଇ) ଅଜିତ କୁମାର କର (ସାନ ଭାଇ) ଅନ୍ନପୂର୍ଣ୍ଣା ରଥ (ଭଉଣୀ) |
| ପରିବାର | Annanya Niketan, Bhubaneswar |
| ପୁରସ୍କାର | ପଦ୍ମଶ୍ରୀ[୨] |
| ଦସ୍ତଖତ | |
ରଜତ କୁମାର କର (୨ ସେପଟେମ୍ବର ୧୯୩୩- ୮ ମେ ୨୦୨୨) ଜଣେ ଓଡ଼ିଆ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଥିଲେ । ଦୀର୍ଘ ୬୨ ବର୍ଷ ଧରି ସେ ଟିଭି ଓ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ଖ୍ୟାତି ରହିଥିଲା ।[୨] ୨୦୨୧ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।[୩][୪]

ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ରଜତ କର ୧୯୩୩ ମସିହାର ସେପଟେମ୍ବର ୨ ତାରିଖରେ କଟକ ଜିଲ୍ଲାର ମାହାଙ୍ଗାଠାରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କ ବାପାଙ୍କ ନାମ କୁଳମଣି କର ଓ ମାତାଙ୍କ ନାମ ଇନ୍ଦୁମତୀ ଦେବୀ ।[୬] ସେ ରେଭେନ୍ସା କଲିଜେଟ ସ୍କୁଲର ଛାତ୍ର ଥିଲେ ଏବଂ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତର ଡିଗ୍ରୀ କରିଥିଲେ ।[୭]
ସନ୍ତାନ : ସାଗରିକ ପ୍ରହରାଜ
ଇଂ ରଣଜିତ କର
ଡ଼ ରାଜୀବ କୁମାର କର
ସମ୍ବିଦା ମହାପାତ୍ର
ପୌତ୍ର: ଡାକ୍ତର ଅଂଶୁମାନ କର
ରଚନାବଳୀ
[ସମ୍ପାଦନା]ଜଗନ୍ନାଥ ଧର୍ମ ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଥିଲେ ।
- ଜନ ଜୀବନରେ ଜଗନ୍ନାଥ - ୨୦୦୬ ( ବସଙ୍ଗ ପବ୍ଲିକେଶନ୍ସ, କଟକ )
- ଅନନ୍ୟ ଜଗନ୍ନାଥ ଅନୁଭୁତିରେ - ୨୦୦୭ ( ପ୍ରକାଶକ,ପଦ୍ମଶ୍ରୀ ରଜତ କୁମାର କର ସ୍ମୃତି ସଂସଦ )
- ଅନ୍ଧପୁଟୁଳି - ୧୯୭୧ ( ଜେ ମହାପାତ୍ର ଆଣ୍ଡ କୋ, କଟକ )
- ଚନ୍ଦନ ହଜୁର - ୧୯୬୭ ( ସାହିତ୍ୟ ମନ୍ଦିର, କଟକ )
- ଜଣାଣ ଜଣାଉଛି ଜଗନ୍ନାଥଙ୍କୁ - ୧୯୯୯ ( ପ୍ରକାଶକ,ପ୍ରଭାତ କୁମାର କର )
- ବାଇଶି ପାବଚ୍ଛ - ୧୯୯୯ ( ଶାନ୍ତି ପ୍ରକାଶନୀ, ଭୁବନେଶ୍ୱର )
- ବୀର ଚାଖି ଖୁଣ୍ଟିଆ - ୨୦୦୩ ( ପ୍ରକାଶକ,ରଞ୍ଜିତ କର )
- ଜନମାନସରେ ଭଞ୍ଜ - ୨୦୦୭ ( ବାସନ୍ତୀ ପବ୍ଲିକେଶନ୍ସ, କଟକ )[୮]
- ଭଞ୍ଜ ରାମାୟଣ -୨୦୨୩( ପଦ୍ମଶ୍ରୀ ରଜତ କୁମାର କର ସ୍ମୃତି ସଂସଦ)
- ନିଷିଦ୍ଧ ନୀଳାଚଳ -୨୦୨୪ ( ପଦ୍ମଶ୍ରୀ ରଜତ କୁମାର କର ସ୍ମୃତି ସଂସଦ)
- ସ୍ମୃତିର ଅତଳ ଗର୍ଵରୁ ଓଡ଼ିଶାର ସାଂସ୍କୃତିକ ଇତିହାସ-୨୦୨୨( ପ୍ରକାଶକ ରଞ୍ଜିତ କର)
- Light that was India-2022 ( Author’s Press, New Delhi)
- Lord Jagannath the Unique Deity of Odisha-2023( Author’s Press, New Delhi)
ରେଡ଼ିଓ/ଦୂରଦର୍ଶନ କାର୍ଯ୍ୟକ୍ରମ
[ସମ୍ପାଦନା]ରଜତ କର ଜଣେ ଶିକ୍ଷାବିତ୍ ଭାବରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି କାମ କରିଥିଲେ ଏବଂ ଏସସିଇଆଇଟିର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ ।[୭] ସେ ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରିବା ସହିତ ଅନେକ ନାଟକ ମଧ୍ୟ ରଚନା କରିଥିଲେ ।[୯]
ସେ ଟିଭି ଓ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରୁଥିଲେ ।[୧୦][୧୧] ପ୍ରାର୍ଥନା ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ବାଦୀପାଲାରେ ସେ ବିଚାରକ ଭାବରେ କାର୍ଯ୍ୟ କରିବା ସହିତ ଏବଂ ଅନ୍ୟ ଏକ କାର୍ଯ୍ୟକ୍ରମ ବୈଦେହୀଶ ବିଳାସରେ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ବୈଦେହୀଶ ବିଳାସର ଉପସ୍ଥାପନା କରୁଥିଲେ ।
୧୯୮୧ ମସିହାରେ ସେ ଓଡ଼ିଆ ଚଳଚ୍ଚିତ୍ର ଉଲ୍କାରେ ଅଭିନୟ କରିଥିଲେ । ଯାହା ଥିଲା ତାଙ୍କ ଜୀବନର ପ୍ରଥମ ଓ ଶେଷ ଅଭିନୀତ ଚଳଚ୍ଚିତ୍ର । ତାଙ୍କ ଅଜାଣତରେ ତାଙ୍କର କିଛି ଦୃଶ୍ୟ ଏହି କଥାଚିତ୍ରଟିରେ ଯୋଡ଼ାଯାଇଥିବାରୁ ସେ ଅସନ୍ତୋଷ ପ୍ରକାଶ କରିବା ସହିତ ଅଭିନୟ ଜଗତରୁ ନିଜକୁ ଦୂରେଇ ରଖିଥିଲେ ।[୧୨]
| କାର୍ଯ୍ୟକ୍ରମ | ଚେନାଲ୍ | ଭୂମିକା |
|---|---|---|
| ରଥଯାତ୍ରା ଲାଇଭ୍ | ଡିଡି ଓଡ଼ିଆ | ଭାଷ୍ୟକାର |
| ବାଦୀପାଲା | ପ୍ରାର୍ଥନା ଟିଭି | ବିଚାରକ |
| ବୈଦେହୀଶ ବିଳାସ | ପ୍ରାର୍ଥନା ଟିଭି | ପ୍ରବଚକ |
ପୁରସ୍କାର
[ସମ୍ପାଦନା]- ପଦ୍ମଶ୍ରୀ, ୨୦୨୧[୧୩][୧୪]
- ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୨୦୦୯ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ୨୦୧୭[୧୫]
- ଗୋଦାବରୀଶ ମିଶ୍ର ସମ୍ମାନ, ୨୦୧୧[୧୬]
ମୃତ୍ୟୁ
[ସମ୍ପାଦନା]ରଜତ କର ହୃଦ୍ଘାତରେ ପୀଡ଼ିତ ହୋଇ[୧୭] ୨୦୨୨ ମସିହାର ମଇ ୮ ତାରିଖରେ ଏକ ଘରୋଇ ଚିକିତ୍ସାଳୟରେ ମୃତ୍ୟୁବରଣ କରିଥିଲେ ।[୧୮] ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "ପରଲୋକରେ ରଜତ କର". ସମ୍ବାଦ. ଭୁବନେଶ୍ୱର: ସମ୍ବାଦ ଖବରକାଗଜ. 9 May 2022. pp. ୭. Archived from the original on 9 May 2022. Retrieved 9 May 2022.
- ↑ ୨.୦ ୨.୧ "ଓଡ଼ିଶାରୁ ୬ ଜଣଙ୍କୁ ପଦ୍ମ ସମ୍ମାନ". ସମ୍ବାଦ. sambad.in. 26 January 2021. Archived from the original on 27 January 2021. Retrieved 27 January 2021.
- ↑ "ଘୋଷଣା ହେଲା ପଦ୍ମ ପୁରସ୍କାର; ରାଜ୍ୟର ୬ ଜଣଙ୍କୁ ମିଳିବ ଶୀର୍ଷ ସମ୍ମାନ". Zee Odisha (in ଓଡ଼ିଆ). ନୂଆଦିଲ୍ଲୀ. 25 January 2021. Archived from the original on 28 January 2021. Retrieved 28 January 2021.
{{cite news}}: CS1 maint: unrecognized language (link) - ↑ "Padma Awards 2021 announced". pib.gov.in. Archived from the original on 25 January 2021. Retrieved 2022-05-12.
- ↑ "Noted Culture Specialist Rajat Kumar Kar dies". KalingaTV (in English). Bhubaneswar. 8 May 2022. Archived from the original on 12 May 2022. Retrieved 12 May 2022.
{{cite news}}:|archive-date=/|archive-url=timestamp mismatch; 8 ମଇ 2022 suggested (help)CS1 maint: unrecognized language (link) - ↑ "ଓଡ଼ିଶାର ୬ ଜଣଙ୍କୁ ପଦ୍ମ ପୁରସ୍କାର, ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପାଇବେ ପଦ୍ମବିଭୂଷଣ | Sambad". ସମ୍ବାଦ. sambad.in. 25 January 2021. Archived from the original on 28 January 2021. Retrieved 28 January 2021.
- ↑ ୭.୦ ୭.୧ Sethy, Rajesh (26 January 2021). "ଚର୍ଚ୍ଚାରେ ପଦ୍ମ ପୁରସ୍କାର". Kanak News. kanaknews.com. Archived from the original on 28 January 2021. Retrieved 28 January 2021.
- ↑ "National Library of India E-Catalogue". www.opac.nationallibrary.gov.in/.
{{cite web}}:|access-date=requires|url=(help); Missing or empty|url=(help) - ↑ Otv, News Desk. "Noted author, Jagannath culture expert Rajat Kar passes away". Noted author, Jagannath culture expert Rajat Kar passes away (in ଇଂରାଜୀ). Archived from the original on 2022-05-08. Retrieved 2022-05-08.
- ↑ "Commoners from Odisha bring Padma awards pride home". The New Indian Express (in English). Bhubaneswar. 26 January 2021. Archived from the original on 28 January 2021. Retrieved 28 January 2021.
{{cite news}}: CS1 maint: unrecognized language (link) - ↑ "Shanti Devi And Rajat Kumar Kar Of Odisha To Get Padma Shri Award!". KalingaTV. 25 January 2021. Archived from the original on 28 January 2021. Retrieved 28 January 2021.
- ↑ "ଉଲ୍କାରେ ଅଭିନୟ କରିଥିଲେ". ସମ୍ବାଦ. No. ଭୁବନେଶ୍ୱର. ସମ୍ବାଦ ଖବରକାଗଜ. 9 May 2022. pp. ୧୦. Archived from the original on 9 May 2022. Retrieved 9 May 2022.
- ↑ "Padma Awards 2021 announced". pib.gov.in. Ministry of Home Affairs. 25 January 2021. Archived from the original on 25 January 2021. Retrieved 28 January 2021.
- ↑ "୬ ଓଡ଼ିଆ ପାଇବେ ପଦ୍ମ ପୁରସ୍କାର". OTV Khabar. 25 January 2021. Archived from the original on 28 January 2021. Retrieved 28 January 2021.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସାହିତ୍ୟିକା". odishasahityaakademi.org. Retrieved 24 February 2021.
- ↑ "ରଜତ କରଙ୍କୁ ଗୋଦାବରୀଶ ମିଶ୍ର ସମ୍ମାନ". ଧରିତ୍ରୀ. କଟକ. 3 November 2011. p. ୫. Retrieved 13 May 2021.
- ↑ "ବିଶିଷ୍ଟ ଶିକ୍ଷାବିତ୍, ସାହିତ୍ୟିକ ଓ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ.ରଜତ କରଙ୍କ ଦେହାନ୍ତ | Sambad" (in ଆମେରିକୀୟ ଇଂରାଜୀ). 2022-05-08. Archived from the original on 2022-05-08. Retrieved 2022-05-08.
- ↑ "ପରଲୋକରେ ପଦ୍ମଶ୍ରୀ ରଜତ କର । ୮୮ ବର୍ଷ ବୟସରେ ହୃତଘାତରେ ଦେହାନ୍ତ । ଶିକ୍ଷା ଓ ସାହିତ୍ୟ ପାଇଁ ମିଳିଥିଲେ ପଦ୍ମଶ୍ରୀ | Kanak News" (in ଆମେରିକୀୟ ଇଂରାଜୀ). 2022-05-08. Archived from the original on 2022-05-08. Retrieved 2022-05-08.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରଜତ କୁମାର କର
- ଟୁଇଟରରେ ରଜତ କୁମାର କର
- ଫେସବୁକରେ ରଜତ କୁମାର କର
- https://www.amazon.in/Light-that-was-India/dp/B09L6F7RYR
- https://amzn.in/d/f51wA85