ରଜତ କୁମାର କର

ଉଇକିପିଡ଼ିଆ‌ରୁ
ଡ. ରଜତ କୁମାର କର
Born(1934-10-02)୨ ଅକ୍ଟୋବର ୧୯୩୪
Died୮ ମଇ ୨୦୨୨(2022-05-08) (ବୟସ ୮୭)
Occupation(s)ଶିକ୍ଷାବିତ୍‌
ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା
ଭାଷ୍ୟକାର
Spouseଶାନ୍ତିଲତା କର[୧]
Parent(s)କୁଳମଣି କର (ବାପା)
ଇନ୍ଦୁମତୀ ଦେବୀ (ମାଆ)
Relativesଶରତ କୁମାର କର (ସାନ ଭାଇ)
Awardsପଦ୍ମଶ୍ରୀ[୨]
Signature

ରଜତ କୁମାର କର (୨ ଅକ୍ଟୋବର ୧୯୩୪ - ୮ ମଇ ୨୦୨୨) ଜଣେ ଓଡ଼ିଆ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଥିଲେ । ଦୀର୍ଘ ୬୦ ବର୍ଷ ଧରି ସେ ଟିଭି ଓ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ଖ୍ୟାତି ରହିଥିଲା ।[୨] ୨୦୨୧ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।[୩][୪]

ରଜତ କୁମାର କର ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଥିବା ଅବସରରେ

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରଜତ କର ୧୯୩୪ ମସିହାର ଅକ୍ଟୋବର ୨ ତାରିଖରେ କଟକ ଜିଲ୍ଲାର ମାହାଙ୍ଗାଠାରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କ ବାପାଙ୍କ ନାମ କୁଳମଣି କର ଓ ମାତାଙ୍କ ନାମ ଇନ୍ଦୁମତୀ ଦେବୀ ।[୬] ସେ ରେଭେନ୍ସା କଲିଜେଟ ସ୍କୁଲର ଛାତ୍ର ଥିଲେ ଏବଂ ପରେ ଅର୍ଥନୀତିରେ ସ୍ନାତକୋତର ଡିଗ୍ରୀ କରିଥିଲେ ।[୭]

ସାହିତ୍ୟ ସର୍ଜନା[ସମ୍ପାଦନା]

ଜଗନ୍ନାଥ ଧର୍ମ ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଥିଲେ ।

  • ଜନ ଜୀବନରେ ଜଗନ୍ନାଥ - ୨୦୦୬ ( ବସଙ୍ଗ ପବ୍ଲିକେଶନ୍ସ, କଟକ )
  • ଅନନ୍ୟ ଜଗନ୍ନାଥ ଅନୁଭୁତିରେ - ୨୦୦୮ ( ମହାବୀର ପ୍ରକାଶନ, ଭୁବନେଶ୍ୱର )
  • ଅନ୍ଧପୁଟୁଳି - ୧୯୭୧ ( ଜେ ମହାପାତ୍ର ଆଣ୍ଡ କୋ, କଟକ )
  • ଚନ୍ଦନ ହଜୁର - ୧୯୬୭ ( ସାହିତ୍ୟ ମନ୍ଦିର, କଟକ )
  • ଜଣାଣ ଜଣାଉଛି ଜଗନ୍ନାଥଙ୍କୁ - ୧୯୯୯ ( ପ୍ରଭାତ କୁମାର କର )
  • ବାଇଶି ପାବଚ୍ଛ - ୧୯୯୯ ( ଶାନ୍ତି ପ୍ରକାଶନୀ, ଭୁବନେଶ୍ୱର )
  • ବୀର ଚାଖି ଖୁଣ୍ଟିଆ - ୨୦୦୩ ( ରଞ୍ଜିତ କର )
  • ଜନମାନସରେ ଭଞ୍ଜ - ୨୦୦୭ ( ବାସନ୍ତୀ ପବ୍ଲିକେଶନ୍ସ, କଟକ )[୮]

ରେଡ଼ିଓ/ଦୂରଦର୍ଶନ କାର୍ଯ୍ୟକ୍ରମ[ସମ୍ପାଦନା]

ରଜତ କର ଜଣେ ଶିକ୍ଷାବିତ୍ ଭାବରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି କାମ କରିଥିଲେ ଏବଂ ଏସସିଇଆଇଟିର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ ।[୭] ସେ ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରିବା ସହିତ ଅନେକ ନାଟକ ମଧ୍ୟ ରଚନା କରିଥିଲେ ।[୯]

ସେ ଟିଭି ଓ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରୁଥିଲେ ।[୧୦][୧୧] ପ୍ରାର୍ଥନା ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ବାଦୀପାଲାରେ ସେ ବିଚାରକ ଭାବରେ କାର୍ଯ୍ୟ କରିବା ସହିତ ଏବଂ ଅନ୍ୟ ଏକ କାର୍ଯ୍ୟକ୍ରମ ବୈଦେହୀଶ ବିଳାସରେ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ବୈଦେହୀଶ ବିଳାସର ଉପସ୍ଥାପନା କରୁଥିଲେ ।

୧୯୮୧ ମସିହାରେ ସେ ଓଡ଼ିଆ ଚଳଚ୍ଚିତ୍ର ଉଲ୍‌କାରେ ଅଭିନୟ କରିଥିଲେ । ଯାହା ଥିଲା ତାଙ୍କ ଜୀବନର ପ୍ରଥମ ଓ ଶେଷ ଅଭିନୀତ ଚଳଚ୍ଚିତ୍ର । ତାଙ୍କ ଅଜାଣତରେ ତାଙ୍କର କିଛି ଦୃଶ୍ୟ ଏହି କଥାଚିତ୍ରଟିରେ ଯୋଡ଼ାଯାଇଥିବାରୁ ସେ ଅସନ୍ତୋଷ ପ୍ରକାଶ କରିବା ସହିତ ଅଭିନୟ ଜଗତରୁ ନିଜକୁ ଦୂରେଇ ରଖିଥିଲେ ।[୧୨]

କାର୍ଯ୍ୟକ୍ରମ ଚେନାଲ୍ ଭୂମିକା
ରଥଯାତ୍ରା ଲାଇଭ୍ ଡିଡି ଓଡ଼ିଆ ଭାଷ୍ୟକାର
ବାଦୀପାଲା ପ୍ରାର୍ଥନା ଟିଭି ବିଚାରକ
ବୈଦେହୀଶ ବିଳାସ ପ୍ରାର୍ଥନା ଟିଭି ପ୍ରବଚକ

ପୁରସ୍କାର[ସମ୍ପାଦନା]

  • ପଦ୍ମଶ୍ରୀ, ୨୦୨୧[୧୩][୧୪]
  • ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୨୦୦୯ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ୨୦୧୭[୧୫]
  • ଗୋଦାବରୀଶ ମିଶ୍ର ସମ୍ମାନ, ୨୦୧୧[୧୬]

ମୃତ୍ୟୁ[ସମ୍ପାଦନା]

ରଜତ କର ହୃଦ୍‌ଘାତରେ ପୀଡ଼ିତ ହୋଇ[୧୭] ୨୦୨୨ ମସିହାର ମଇ ୮ ତାରିଖରେ ଏକ ଘରୋଇ ଚିକିତ୍ସାଳୟରେ ମୃତ୍ୟୁବରଣ କରିଥିଲେ ।[୧୮] ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. "ପରଲୋକରେ ରଜତ କର". ସମ୍ବାଦ. ଭୁବନେଶ୍ୱର: ସମ୍ବାଦ ଖବରକାଗଜ. 9 May 2022. pp. ୭. Archived from the original on 9 May 2022. Retrieved 9 May 2022.
  2. ୨.୦ ୨.୧ "ଓଡ଼ିଶାରୁ ୬ ଜଣଙ୍କୁ ପଦ୍ମ ସମ୍ମାନ". ସମ୍ବାଦ. sambad.in. 26 January 2021. Archived from the original on 27 January 2021. Retrieved 27 January 2021.
  3. "ଘୋଷଣା ହେଲା ପଦ୍ମ ପୁରସ୍କାର; ରାଜ୍ୟର ୬ ଜଣଙ୍କୁ ମିଳିବ ଶୀର୍ଷ ସମ୍ମାନ". Zee Odisha (in ଓଡ଼ିଆ). ନୂଆଦିଲ୍ଲୀ. 25 January 2021. Archived from the original on 28 January 2021. Retrieved 28 January 2021.{{cite news}}: CS1 maint: unrecognized language (link)
  4. "Padma Awards 2021 announced". pib.gov.in. Archived from the original on 25 January 2021. Retrieved 2022-05-12.
  5. "Noted Culture Specialist Rajat Kumar Kar dies". KalingaTV (in English). Bhubaneswar. 8 May 2022. Archived from the original on 12 May 2022. Retrieved 12 May 2022. {{cite news}}: |archive-date= / |archive-url= timestamp mismatch; 8 ମଇ 2022 suggested (help)CS1 maint: unrecognized language (link)
  6. "ଓଡ଼ିଶାର ୬ ଜଣଙ୍କୁ ପଦ୍ମ ପୁରସ୍କାର, ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପାଇବେ ପଦ୍ମବିଭୂଷଣ | Sambad". ସମ୍ବାଦ. sambad.in. 25 January 2021. Archived from the original on 28 January 2021. Retrieved 28 January 2021.
  7. ୭.୦ ୭.୧ Sethy, Rajesh (26 January 2021). "ଚର୍ଚ୍ଚାରେ ପଦ୍ମ ପୁରସ୍କାର". Kanak News. kanaknews.com. Archived from the original on 28 January 2021. Retrieved 28 January 2021.
  8. "National Library of India E-Catalogue". www.opac.nationallibrary.gov.in/. {{cite web}}: |access-date= requires |url= (help); Missing or empty |url= (help)
  9. Otv, News Desk. "Noted author, Jagannath culture expert Rajat Kar passes away". Noted author, Jagannath culture expert Rajat Kar passes away (in ଇଂରାଜୀ). Archived from the original on 2022-05-08. Retrieved 2022-05-08.
  10. "Commoners from Odisha bring Padma awards pride home". The New Indian Express (in English). Bhubaneswar. 26 January 2021. Archived from the original on 28 January 2021. Retrieved 28 January 2021.{{cite news}}: CS1 maint: unrecognized language (link)
  11. "Shanti Devi And Rajat Kumar Kar Of Odisha To Get Padma Shri Award!". KalingaTV. 25 January 2021. Archived from the original on 28 January 2021. Retrieved 28 January 2021.
  12. "ଉଲ୍‌କାରେ ଅଭିନୟ କରିଥିଲେ". ସମ୍ବାଦ. No. ଭୁବନେଶ୍ୱର. ସମ୍ବାଦ ଖବରକାଗଜ. 9 May 2022. pp. ୧୦. Archived from the original on 9 May 2022. Retrieved 9 May 2022.
  13. "Padma Awards 2021 announced". pib.gov.in. Ministry of Home Affairs. 25 January 2021. Archived from the original on 25 January 2021. Retrieved 28 January 2021.
  14. "୬ ଓଡ଼ିଆ ପାଇବେ ପଦ୍ମ ପୁରସ୍କାର". OTV Khabar. 25 January 2021. Archived from the original on 28 January 2021. Retrieved 28 January 2021.
  15. "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସାହିତ୍ୟିକା". odishasahityaakademi.org. Retrieved 24 February 2021.
  16. "ରଜତ କରଙ୍କୁ ଗୋଦାବରୀଶ ମିଶ୍ର ସମ୍ମାନ". ଧରିତ୍ରୀ. କଟକ. 3 November 2011. p. ୫. Retrieved 13 May 2021.
  17. "ବିଶିଷ୍ଟ ଶିକ୍ଷାବିତ୍‌, ସାହିତ୍ୟିକ ଓ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ.ରଜତ କରଙ୍କ ଦେହାନ୍ତ | Sambad" (in ଆମେରିକୀୟ ଇଂରାଜୀ). 2022-05-08. Archived from the original on 2022-05-08. Retrieved 2022-05-08.
  18. "ପରଲୋକରେ ପଦ୍ମଶ୍ରୀ ରଜତ କର । ୮୮ ବର୍ଷ ବୟସରେ ହୃତଘାତରେ ଦେହାନ୍ତ । ଶିକ୍ଷା ଓ ସାହିତ୍ୟ ପାଇଁ ମିଳିଥିଲେ ପଦ୍ମଶ୍ରୀ | Kanak News" (in ଆମେରିକୀୟ ଇଂରାଜୀ). 2022-05-08. Archived from the original on 2022-05-08. Retrieved 2022-05-08.

ଅଧିକ ତଥ୍ୟ[ସମ୍ପାଦନା]