ପଠାଣି ପଟ୍ଟନାୟକ
ପଠାଣି ପଟ୍ଟନାୟକ | |
---|---|
ଜନ୍ମ | |
ମୃତ୍ୟୁ | ୪ ଫେବୃଆରୀ ୨୦୧୭ | (ବୟସ ୮୮)
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ପ୍ରସିଦ୍ଧି | ସାହିତ୍ୟିକ ଓ ଅଧ୍ୟାପକ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ପଠାଣି ପଟ୍ଟନାୟକ (୨୯ ସେପ୍ଟେମ୍ବର ୧୯୨୮ - ୪ ଫେବୃଆରୀ ୨୦୧୭) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ । ତାଙ୍କର ୫୦ଟିରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇସାରିଛି । ଗଳ୍ପ, ଉପନ୍ୟାସ, ଶିଶୁ ସାହିତ୍ୟ, ପ୍ରବନ୍ଧ ଓ ସମାଲୋଚନା ଆଦି ସାହିତ୍ୟ ବିଭାଗରେ ସେ ନିଜ ଲେଖନୀ ଚାଳନା କରିଥିଲେ । ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଉତ୍କଳ ସାହିତ୍ୟ ସମାଜର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ସାହିତ୍ୟ ପତ୍ରିକା ଝଙ୍କାରର ସେ ସମ୍ପାଦକ ଦାୟିତ୍ୱରେ ମଧ୍ୟ ଥିଲେ ।
ଜୀବନୀ
[ସମ୍ପାଦନା]ପଠାଣି ପଟ୍ଟନାୟକ, ପୁରୀରେ ନିଜ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷା ସମାପ୍ତକରି, ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ୧୯୫୪ ମସିହାରୁ କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରୁ ଅଧ୍ୟାପନା ବୃତ୍ତି ଆରମ୍ଭକରି ୧୯୮୨ମସିହା ପର୍ଯ୍ୟନ୍ତ ଅଧ୍ୟାପକ ଓ ୧୯୮୨ରୁ ୧୯୮୮ ପର୍ଯ୍ୟନ୍ତ ସେହି ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ତୁଲାଇଥିଲେ ।[୨] ସେ ଓଡ଼ିଶା ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୧୭ ମସିହା ଫେବୃଆରୀ ୪ତାରିଖ ଦିନ ପଠାଣି, କଟକସ୍ଥିତ ନିଜ ବାସଭବନରେ ମୃତ୍ୟୁ ବରଣ କରିଥିଲେ ।[୩]
ସାହିତ୍ୟ କୃତି
[ସମ୍ପାଦନା]- ଜୀବନର ଚଲାପଥେ
- ଓଡ଼ିଆ ସାହିତ୍ୟର ଭୂମିକା
- ପ୍ରବନ୍ଧ ଓ ସମାଲୋଚନା
- ସମାଜ ଓ ସାହିତ୍ୟ
- ସାହିତ୍ୟ ପରିକ୍ରମା
- ସାହିତ୍ୟ ବିଚାର
- ସାହିତ୍ୟରେ ରହସ୍ୟବାଦ
- ଓଡ଼ିଆ ଉପନ୍ୟାସ ସାହିତ୍ୟର ପରିଚୟ[୪]
- କବି ମନିଷି ନୀଳକଂଠ[୫]
- ଐତିହ ଓ ଅଭିବ୍ୟକ୍ତି[୬]
- ସାହିତ୍ୟ ମଣିଷ[୭]
- ସପନ ସତ ହେଲା
- ବୈଦିକ କାହାଣୀ
- ପଞ୍ଚତନ୍ତ୍ର କାହାଣୀ
- ତେନାଲି ରାମକୃଷ୍ଣ
- ରହସ୍ୟବାଦ(ସମ୍ପାଦନା)
- ମେହେର ଆଲୋକ(ସମ୍ପାଦନା)
- ବିଦଗ୍ଧ ଚିନ୍ତାମଣି(ସମ୍ପାଦନା)
- ଶତାବ୍ଦୀର ସ୍ୱାକ୍ଷର(ସମ୍ପାଦନା)
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୦ ('ଜୀବନର ଚଲାପଥେ' ନିମନ୍ତେ) [୮]
- ସାରଳା ସମ୍ମାନ, ୧୯୯୪
- ଉତ୍କଳ ରତ୍ନ ସମ୍ମାନ[୯]
- ଗୋପୀନାଥ ନନ୍ଦ ପ୍ରବନ୍ଧ ଓ ସମାଲୋଚନା ସମ୍ମାନ, ୧୯୯୪ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- ସାହିତ୍ୟ ଭାରତୀ ସମ୍ମାନ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ) - ୨୦୦୧[୧୦]
ଆଧାର
[ସମ୍ପାଦନା]- ↑ http://www.orissadiary.com/ShowOriyaOrbit.asp?id=23331[permanent dead link]
- ↑ http://www.odisha.com/2010/december/21/fullstory/award.html
- ↑ http://www.odishanewsinsight.com/odisha/eminent-odia-litterateur-pathani-patnaik-passes-away-89/
- ↑ Pathani Patnaik; Bhoḷānātha Rāuta (1969). Oḍiā upanyāsa sāhityara paricaẏa. Abhyudaẏa sāhitya samāja.
- ↑ Pathani Patnaik (2004). Kabi-manīshī Nīḷakaṇṭha. Oḍiśā Sāhitya Ekāḍemī. ISBN 978-81-7586-105-3.
- ↑ Pathani Patnaik (2011). Aitihya o abhibyakti. Pādaṭikā.
- ↑ Pathani Patnaik (1 January 1998). Sāhitya manīshā. Oḍiśā Buk Shṭora. ISBN 978-81-7400-212-9.
- ↑ "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 12 June 2021.
- ↑ "ଆଜି ଜନ୍ମଦିନ". No. ସମ୍ବାଦ ୧୯/୦୯/୨୦୧୯ ପୃଷ୍ଠା ୨. ସମ୍ବାଦ. Retrieved 19 September 2019.
- ↑ http://www.tribuneindia.com/2001/20010130/nation.htm