ନୀଳମଣି ମିଶ୍ର
Appearance
ନୀଳମଣି ମିଶ୍ର | |
---|---|
ଜନ୍ମ | ୧୯୨୯ |
ମୃତ୍ୟୁ | ୧୯୯୭ |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତି | ଲେଖକ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ସମ୍ମାନ, ୧୯୯୧ |
ନୀଳମଣି ମିଶ୍ର (୧୯୨୯ - ୧୯୯୭)[୧] ଜଣେ ଓଡ଼ିଆ ଲେଖକ ଓ ସଂଗ୍ରହ ତତ୍ତ୍ୱାବଧାୟକ ଥିଲେ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପୁସ୍ତକ ରଚନା କରିବା ସହିତ କିଛି ପୁସ୍ତକ ଅନୁବାଦ କରିଥିଲେ । ସେ ଅମୃତଲାଲ ନାଗରଙ୍କ ରଚିତ ଉପନ୍ୟାସ 'ନାଚ୍ୟୋ ବହୁତ୍ ଗୋପାଲ୍'କୁ କେତେ ନାଚିବ ଗୋପାଳ ଭାବରେ ଓଡ଼ିଆରେ ଅନୁବାଦ କରିଥିଲେ, ଯାହା ପାଇଁ ତାଙ୍କୁ ୧୯୯୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ସେ ପ୍ରବନ୍ଧ, ଉପନ୍ୟାସ, କବିତା ଓ ଜୀବନୀ ଆଦିକୁ ନେଇ ପୁସ୍ତକମାନ ରଚନା କରିଥିଲେ ।[୨] ୧୯୭୨ ମସିହାରେ ଭୁବନେଶ୍ୱରରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ପୋଇ ସାହିତ୍ୟ ନାମକ ତାଙ୍କର ଏକ ପୁସ୍ତକ ପ୍ରକାଶ ପାଇଥିଲା, ଯାହାକି ୧୫୬ ପୃଷ୍ଠା ବିଶିଷ୍ଟ ଥିଲା ।[୩] କଟକର ଗ୍ରନ୍ଥମନ୍ଦିର ପ୍ରକାଶନ ସଂସ୍ଥାଦ୍ୱାରା ୧୯୭୬ ମସିହାରେ ତାଙ୍କ ରଚିତ ଭକ୍ତ ସାଲବେଗ ନାମକ ଏକ ଜୀବନୀ ପୁସ୍ତକର ପ୍ରକାଶ ପାଇଥିଲା ।[୪]
ରଚନାବଳୀ
[ସମ୍ପାଦନା]- ଓଡ଼ିଆ ରାମ ସାହିତ୍ୟ - ୧୯୫୮ (ପ୍ରବନ୍ଧ ପୁସ୍ତକ)
- ଓଡ଼ିଶାର ସଂସ୍କୃତ ଲେଖା ଓ ଲେଖକ - ୧୯୬୨ (ପ୍ରବନ୍ଧ ପୁସ୍ତକ)
- ଭକ୍ତକବି ସାଲବେଗ: ଜୀବନୀ ଓ ପଦ୍ୟାବଳୀ - ୧୯୭୬ (ଜୀବନୀ ପୁସ୍ତକ)
- ଦକ୍ଷଯଜ୍ଞ ଗୀତାଭିନୟ - ୧୯୭୮ (କବିତା ପୁସ୍ତକ)
- କବି ବନମାଳୀ ଦାସ - ୧୯୮୦ (ଜୀବନୀ ପୁସ୍ତକ)
- କବି ଜଗନ୍ନାଥ ପାଣି - ୧୯୮୨ (ଜୀବନି ପୁସ୍ତକ)
- ଗୋ ମାହାତ୍ମ୍ୟ - ୧୯୮୪ (ପ୍ରବନ୍ଧ ସଂକଳନ)
- ଛଇଳୀ ରାଧା - ୧୯୮୬ (ଉପନ୍ୟାସ)
- କବିସମ୍ରାଟ ଉପେନ୍ଦ୍ର ଭଞ୍ଜ - ୧୯୯୪ (ଜୀବନୀ ପୁସ୍ତକ)
- ଜ୍ୱର ଚକିତ୍ସା - ୧୯୯୮ (ସାଧାରଣ ଜ୍ଞାନ ପୁସ୍ତକ)
ଅନୁବାଦ
[ସମ୍ପାଦନା]- କେତେ ନାଚିତ ଗୋପାଳ (ମୂଳ ହିନ୍ଦୀ - ନାଚ୍ୟୋ ବହୁତ୍ ଗୋପାଲ୍) - ୧୯୯୧
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "57667202". viaf.org. Retrieved 2022-07-13.
- ↑ "Internet Archive Search: creator:"ନୀଳମଣି ମିଶ୍ର"". archive.org (in ଇଂରାଜୀ). Retrieved 2022-07-13.
- ↑ OpenLibrary.org. "Oḍiā poī sāhitya. (1972 edition) | Open Library". Open Library. Retrieved 2022-07-13.
- ↑ OpenLibrary.org. "Bhaktakabi Sālabega. (1976 edition) | Open Library". Open Library. Retrieved 2022-07-13.
- ↑ "AKADEMI TRANSLATION PRIZES (1989-2021)". www.sahitya-akademi.gov.in. Sahitya Akademi. Archived from the original on 12 July 2022. Retrieved 12 July 2022.