Jump to content

ଆଦିକନ୍ଦ ସାହୁ

ଉଇକିପିଡ଼ିଆ‌ରୁ
ଆଦିକନ୍ଦ ସାହୁ
ଜନ୍ମ ଓ ଜନ୍ମସ୍ଥାନ (1946-07-05) ୫ ଜୁଲାଇ ୧୯୪୬ (ବୟସ ୭୮)
ମୃତ୍ୟୁକୁମାରପୁର, ବାଲେଶ୍ୱର
ଭାଷାଓଡ଼ିଆ
ଜାତୀୟତା ଭାରତୀୟ
ପୁରସ୍କାରଝଙ୍କାର ପୁରସ୍କାର
ପିତାମାତାପୁରୁଷୋତ୍ତମ ସାହୁ

ଆଦିକନ୍ଦ ସାହୁ (୫ ଜୁଲାଇ ୧୯୪୬) ଜଣେ ଓଡ଼ିଆ କବି ଓ ସମାଲୋଚକ ।[][][] ସାହିତ୍ୟ ସର୍ଜନା ନିମନ୍ତେ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଝଙ୍କାର ପୁରସ୍କାର ପାଇଥିଲେ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଆଦିକନ୍ଦ ୧୯୪୬ ମସିହାରେ ବାଲେଶ୍ୱର ଜିଲ୍ଲାର କୁମାରପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ହେଲା ପୁରୁଷୋତ୍ତମ ସାହୁ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ପିଚଡ଼ି ଓ ଡି ଲିଟ୍ ଉପାଧି ପ୍ରାପ୍ତ ହୋଇଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ରିଡ଼ର ରହିବା ସହିତ ବିଶ୍ୱବିଦ୍ୟାଳୟ ପତ୍ରିକା 'ସପ୍ତର୍ଷି'ର ସମ୍ପାଦନା କରିଥିଲେ ।[] କବିତା, ଗଳ୍ପ, ସମାଲୋଚନା ଓ ନନ୍ଦନତାତ୍ତ୍ୱିକ ଆଲୋଚନାର ସ୍ରଷ୍ଟା ଆଦିକନ୍ଦଙ୍କର ସାହିତ୍ୟର ବିଭିନ୍ନ ବିଭାଗରେ ଅନେକ ପୁସ୍ତକ ପ୍ରକାଶ ପାଇଥିଲା ।

ପ୍ରକାଶିତ ରଚନାବଳୀ

[ସମ୍ପାଦନା]

କବିତା

[ସମ୍ପାଦନା]
  • ମାଇ ସଞ୍ଜର କବିତା (୧୯୭୦)
  • ଉଦୟ ରାଗର ଲିପି (୧୯୭୧)
  • ଜୀବନ ଏଠି ସେଠି
  • କ୍ଷେତ ପାଚିବାର ବେଳ

ସମାଲୋଚନା

[ସମ୍ପାଦନା]
  • ଗଦ୍ୟ ଗୌରବ (୧୯୮୨)
  • ପଦ୍ୟ ଗୌରବ (୧୯୮୪)
  • କଳା ଗୌରବ (୧୯୮୭)
  • ଭାବ ଗୌରବ (୧୯୯୯)
  • ଓଡ଼ିଆ ଗଳ୍ପ ଉପନ୍ୟାସର ନବଦିଗନ୍ତ (୧୯୯୯)[]
  • ସୃଜନ ଗୌରବ (୨୦୦୨)
  • ମୋ ମନପସନ୍ଦର କବି ଓ ଅନ୍ୟାନ୍ୟ ନିବନ୍ଧ (୨୦୦୪)
  • କବିତାର ମୃତ୍ୟୁ ଓ ଅନ୍ୟାନ୍ୟ ନିବନ୍ଧ (୨୦୦୯)
  • ସୌନ୍ଦର୍ଯ୍ୟ ଓ ସୃଜନ ଦର୍ଶନ (୨୦୧୧)
  • ନିଜ ନିବନ୍ଧ (୨୦୨୧)
  • କିରକେ ଗାର୍ଡ଼ ଓ ସାହିତ୍ୟରେ ଅସ୍ତିତ୍ୱବାଦ
  • କାଳିନ୍ଦୀ ଚରଣ ପାଣିଗ୍ରାହୀ
  • ଆଧୁନିକତା ଓ ଆଧୁନିକ ସାହିତ୍ୟ
  • ଶୃଙ୍ଗାର
  • ସାହିତ୍ୟ ଓ ସୌନ୍ଦର୍ଯ୍ୟର ପୃଥିବୀ
  • ସୁଧାସ୍ୱାଦୀ ଗଙ୍ଗାଧର ଓ ଶୂନ୍ୟବାଦୀ ଭୀମଭୋଇ
  • ଭାବ ଜଗତର ନିର୍ମାତାଗଣ

ସଙ୍କଳନ ଓ ସଂପାଦନା

[ସମ୍ପାଦନା]
  • ଅତଳ ଅନ୍ତରିଣ
  • ରାଧାନାଥ ଗ୍ରନ୍ଥାବଳୀ[]

ସମ୍ମାନ

[ସମ୍ପାଦନା]
  • କୋଣାର୍କ ସାହିତ୍ୟ ସମ୍ମାନ ୨୦୨୪[]
  1. Nag, Atul (10 January 2024). "KISS-DU Organizes Distinguished Invited Lecture on Kabi Gopabandhu". KISS Deemed to be University. Retrieved 28 September 2024.
  2. From our online archive (6 December 2018). "Sahitya Akademi award for 4 Odia authors". The New Indian Express. Retrieved 28 September 2024.
  3. (PDF) https://www.visvabharati.ac.in/files/474020315_Odia-CINI0203Mar15.pdf. Retrieved 28 September 2024. {{cite web}}: Missing or empty |title= (help)
  4. Digital, Sambad (8 June 2019). "ପ୍ରଫେସର ଆଦିକନ୍ଦ ସାହୁ ଗୁରୁତର ଅସୁସ୍ଥ, କେୟାର ହସ୍ପିଟାଲ୍‌ରେ ଭର୍ତି". Sambad. Retrieved 28 September 2024.
  5. "Odia Galpa Upanyasara Nabadiganta". LIBRARY. 28 September 2024. Retrieved 28 September 2024.[permanent dead link]
  6. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ ୧ମ ଭାଗ 'ଅ-ଛ' (୨୦୦୫ ed.). ନୁଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. p. 82. ISBN 81-903352-1-9.
  7. https://samajaepaper.in/imageview_9_281120242831614_4_73_28-11-2024_17_i_1_sf.html