ଗୋପୀନାଥ ନନ୍ଦ
ଗୋପୀନାଥ ନନ୍ଦ ଶର୍ମା | |
---|---|
![]() ପଣ୍ଡିତ | |
ଜନ୍ମ ଓ ଜନ୍ମସ୍ଥାନ | ୨୧ ଅଗଷ୍ଟ ୧୮୬୯ ପାରଳାଖେମୁଣ୍ଡି |
ମୃତ୍ୟୁ | ୧୨ ଜାନୁଆରୀ ୧୯୨୪ (୫୪ ବର୍ଷ) |
ଘର | ପାରଳାଖେମୁଣ୍ଡି, ଗଜପତି |
ଜାତୀୟତା | ଭାରତୀୟ |
ଜୀବିକା | ଅଧ୍ୟାପକ |
ଜଣାଶୁଣା କାମ | ପ୍ରଥମ ଓଡ଼ିଆ ଭାଷାକୋଷ ରଚୟିତା |
ଗୋପୀନାଥ ନନ୍ଦ, ( ୨୧ ଅଗଷ୍ଟ ୧୮୬୯ - ୧୨ ଜାନୁଆରୀ ୧୯୨୪)[୧] ପ୍ରଥମ ଓଡ଼ିଆ ଭାଷା-ତତ୍ତ୍ୱ ଆଲୋଚକ ଓ ଗବେଷକ । ସେ ଓଡ଼ିଆ ଭାଷାର ସମସ୍ତ ତଥ୍ୟ ସମ୍ବଳିତ "ଶବ୍ଦତତ୍ତ୍ୱବୋଧ ଅଭିଧାନ" ପ୍ରସ୍ତୁତ କରିଥିଲେ । ତାଙ୍କୁ "ଓଡ଼ିଶାର ପାଣିନି" କୁହାଯାଏ ।[୨]
ବ୍ୟକ୍ତିଗତ ଜୀବନ[ସମ୍ପାଦନା]
୧୮୬୯ ମସିହା ଅଗଷ୍ଟ ୨୧ ତାରିଖରେ ଗୋପୀନାଥ ନନ୍ଦ ଜନ୍ମଗ୍ରହଣ କରିଥିଲେ । ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା, ଗୋପୀନାଥ ନିଜସ୍ୱ ପ୍ରଚେଷ୍ଠାରେ ସଂସ୍କୃତ, ପାଲି, ପ୍ରାକୃତ, ତେଲୁଗୁ, ତାମିଲ, ବଙ୍ଗଳା, ହିନ୍ଦୀ, କନ୍ନଡ଼, ପାରସୀ ଆଦି ଏଗାରଟି ଭାଷାରେ ପାରଦର୍ଶୀତା ଲାଭ କରିଥିଲେ । ତିରିଶ ବର୍ଷ ବୟସରେ ସେ ନିଜ ଶ୍ରବଣ ଶକ୍ତି ହରେଇଥିଲେ ।
ସାହିତ୍ୟ ସାଧନା[ସମ୍ପାଦନା]
ଓଡ଼ିଆ ସାହିତ୍ୟକୁ ଗୋପୀନାଥଙ୍କ ସର୍ବଶ୍ରେଷ୍ଠ ଅବଦାନ ଥିଲା ଶବ୍ଦତତ୍ତ୍ୱବୋଧ ଅଭିଧାନ । ଏହା ସମ୍ପୂର୍ଣ୍ଣ ଭାରତବର୍ଷରେ ନିଜ ଧରଣର ଏକାକୀ ଅଭିଧାନ ଥିଲା । ଅନ୍ୟ ଭାଷାରେ ସେତେବେଳେ ଏ ଭଳି କୌଣସି ଅଭିଧାନ ନଥିଲା । ଏହି ଶବ୍ଦତତ୍ତ୍ୱବୋଧ ଅଭିଧାନରୁ ଅନୁପ୍ରାଣିତ ହୋଇ ଗୋପାଳ ଚନ୍ଦ୍ର ପ୍ରହରାଜ ପରବର୍ତ୍ତୀ ସମୟରେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ରଚନା କରିଥିଲେ । ଗୋପୀନାଥ ଓଡ଼ିଆ ଭାଷାର ସମସ୍ତ ତଥ୍ୟ ସମ୍ବଳିତ ବୃହତ ବ୍ୟାକରଣ ମଧ୍ୟ ରଚନା କରିଥିଲେ । ଅନ୍ୟାନ୍ୟ ଭାଷାରେ ଲେଖାଥିବା ମହାଭାରତ ସହିତ ସାରଳା ମହାଭାରତର ତୁଳନାତ୍ମକ ବିଶ୍ଳେଷଣ କରି, ସାରଳା ମହାଭାରତର ମୌଳିକତାକୁ ପ୍ରତିପାଦିତ କରିପାରିଥିଲେ ।[୩] କବିତା ଓ ନାଟକ ରଚନାରେ ମଧ୍ୟ ସେ ସିଦ୍ଧହସ୍ତ ଥିଲେ ।
ପାରଳାଖେମୁଣ୍ଡି ଥିଲା ଗୋପୀନାଥଙ୍କର କର୍ମକ୍ଷେତ୍ର । ସେତେବେଳେ ପାରଳାଖେମୁଣ୍ଡି ମାନ୍ଦ୍ରାଜ ପ୍ରେସିଡେନ୍ସିର ଅନ୍ତର୍ଭୂକ୍ତ ଥିଲା ଓ ସେଠାରେ ତେଲୁଗୁ ଭାଷାର ବହୁଳ ପ୍ରଭାବ ଥିଲା । ଏହିଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ, ଗୋପୀନାଥ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିଥିଲେ ।
ରଚନାବଳୀ[ସମ୍ପାଦନା]
କବିତା ଗ୍ରନ୍ଥ[ସମ୍ପାଦନା]
- ଚନ୍ଦ୍ରୋଦୟ
- କର୍ମ ବିପାକ
ନାଟକ[ସମ୍ପାଦନା]
- ସୀତା ବନବାସ
- ଜାନକୀ ପରିଣୟ
- ଉନ୍ମତ୍ତ ରାଘବ
- ବିକ୍ରମୋର୍ବଶୀୟ
- ଦ୍ରୌପଦୀ ବସ୍ତ୍ରହରଣ
- ରାମାଶ୍ୱମେଧ[୪]
ଅନ୍ୟାନ୍ୟ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "OTHER EMINENT PERSONS". Gajapati Dist. Adm. Retrieved 21 ଅଗଷ୍ଟ 2015. Check date values in:
|accessdate=
(help) - ↑ Amaresh Datta (1988). Encyclopaedia of Indian Literature. Sahitya Akademi. pp. 1030–. ISBN 978-81-260-1194-0.
- ↑ http://odisha.gov.in/e-magazine/Orissareview/june_july-2007/engpdf/Pages118-119.pdf
- ↑ ସମ୍ବାଦ ୨୧/୦୮/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪ରେ ପ୍ରକାଶିତ ଓଡ଼ିଶାର ପାଣିନି
- ↑ Gopinath Nanda Sharma; Gopīnātha Nanda (1962). Shabdatatwabodha abhidhan. Bi. Si. Dāśa.
- ↑ "ପ୍ରଥମ ଓଡ଼ିଆ ଭାଷାତତ୍ତ୍ୱ ଗବେଷକ". ସମ୍ବାଦ ଭୁବନେଶ୍ୱର ସଂସ୍କରଣ ୧୪/୦୧/୨୦୧୬ ପୃଷ୍ଠା ୪.
|access-date=
requires|url=
(help)