ଥେରୁବାଲି

ଉଇକିପିଡ଼ିଆ‌ରୁ
ଥେରୁବାଲି
(Therubali)
ଗାଆଁ
ଲକ୍ଷ୍ମୀନାରାୟଣ ମନ୍ଦିର, ଥେରୁବାଲି
ଲକ୍ଷ୍ମୀନାରାୟଣ ମନ୍ଦିର, ଥେରୁବାଲି
ଦେଶ India
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
Elevation
248 m (814 ft)
Population
 (2011)
 • Total୧,୭୮୩
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD 18

ଥେରୁବାଲି ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ । ଈମ୍‌ଫା(IMFA)]ର ମୁଖ୍ୟ କାରଖାନା ଏଠାରେ ରହିଛି[୧]

ଭୂଗୋଳ[ସମ୍ପାଦନା]

ଥେରୁବାଲିର ଭୌଗୋଳିକ ଅବସ୍ଥାନ ହେଉଛି 19°20′N 83°26′E / 19.33°N 83.43°E / 19.33; 83.43.[୨] । ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ୨୪୮ ମିଟର (୮୧୩ ଫୁଟ) । ଏହି ଗ୍ରାମ ଜିଲ୍ଲା ସଦର ମହକୁମାଠାରୁ ୨୧ କି.ମି ଉତ୍ତରକୁ ଏବଂ ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ୩୧୯ କି.ମି ଦୂରରେ ଅବସ୍ଥିତ । ଏହାର ନିକଟତମ ରେଳ ଷ୍ଟେସନ ହେଉଛି ରାୟଗଡ଼ା ଏବଂ ନିକଟତମ ବିମାନବନ୍ଦର ଭୁବନେଶ୍ୱର । ଏହି ଗ୍ରାମ କୋଲନରା ତହସିଲ ଅଧୀନରେ ରହିଛି ।

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା ଅନୁଯାୟୀ ଏଠାକାର ମୋଟ ଲୋକସଂଖ୍ୟା ହେଉଛି ୧୭୮୩ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୯୨୦ ଏବଂ ମହିଳା ସଂଖ୍ୟା ୮୬୩[୩]

ଅର୍ଥନୀତି ଓ ପର୍ଯ୍ୟଟନ[ସମ୍ପାଦନା]

ରାୟଗଡା ଜିଲ୍ଲାର ଅର୍ଥନୀତିର ବିକାଶରେ ଈମ୍‌ଫାର ବିଶେଷ ଅବଦାନ । ଏଠାରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିର ଏକ ଦର୍ଶନୀୟ ସ୍ଥାନ[୪] । ଏଠାରେ ଲକ୍ଷ୍ମୀନାରାୟଣ, ହନୁମାନ, ଜଗନ୍ନାଥ, ବଳଭଦ୍ର,ସୁଭଦ୍ରା ଏବଂ ଶିବଙ୍କର ଆରାଧନା କରାଯାଏ । ନିକଟରେ ଥିବା ପାଇକପଡ଼ାର ପାତାଳେଶ୍ୱର ଶିବ ମନ୍ଦିର ଏକ ଦର୍ଶନୀୟ ସ୍ଥାନ[୫] । ଏଠାକାର ଶିକ୍ଷାନୁଷ୍ଠାନଗୁଡ଼ିକ ହେଲା:

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]