ଝୁଲନ୍ତା ପୋଲ, ରାୟଗଡ଼ା

Coordinates: 19°10′02″N 83°25′58″E / 19.16722°N 83.43278°E / 19.16722; 83.43278
ଉଇକିପିଡ଼ିଆ‌ରୁ


ଝୁଲନ୍ତା ପୋଲ, ରାୟଗଡ଼ା

ରାୟଗଡ଼ାର ଝୁଲନ୍ତା ପୋଲ ହେଉଛି ସହରର ଏକ ବିଶେଷ ଆକର୍ଷଣ । ଏହାର ଅନ୍ୟ ଏକ ବିଶେଷତ୍ୱ ହେଲା ଏହା ହେଉଛି ଓଡ଼ିଶାର ଦ୍ୱାତିୟ ଝୁଲନ୍ତା ପୋଲ[୧][୨] । ପୋଲଟି ନାଗାବଳୀ ନଦୀ ଉପରେ ଏହାର ଦୁଇ ପାର୍ଶ୍ୱରେ ଥିବା ଅଞ୍ଚଳକୁ ଯୋଗାଯୋଗ କରିବା ପାଇଁ ଏକ ମାତ୍ର ମାଧ୍ୟମ । ଏତଦ୍ ବ୍ୟତୀତ ପୋଲଟି ପର୍ଯ୍ୟଟକମାନଙ୍କ ପାଇଁ ଏକ ବିଶେଷ ଆକର୍ଷଣ[୩]

ଇତିହାସ[ସମ୍ପାଦନା]

କର୍ଣ୍ଣାଟକସ୍ଥିତ ଭାରତ ଗ୍ରାମ ସେତୁ ପ୍ରତିଷ୍ଠାନର ମୁଖ୍ୟ ଗିରୀଶ ଭରଦ୍ୱାଜଙ୍କଦ୍ୱାରା ଡିଜାଇନ କରାଯାଇଥିବା ଏହି ସେତୁ ଓଡ଼ିଶା ପୋଲିସ ହାଉସିଂ କର୍ପୋରେଶନଦ୍ୱାରା ୨୦୧୨ ମସିହାରେ ନିର୍ମିତ[୪][୫] । ସ୍ଥାନୀୟ ଜିଲ୍ଲା ପ୍ରଶାସନର ଉଦ୍ୟମରେ ନିର୍ମିତ ଏହି ପ୍ରକଳ୍ପରେ ୧.୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ପୋଲ ନିର୍ମାଣ ଯୋଗୁଁ ପୋଲ ସେପାରିରେ ଥିବା ଗ୍ରାମବାସୀ ଏଣିକି ଆଉ କୋଲନରା ଦେଇ ନ ଆସି ସିଧା ସଳଖ ରାୟଗଡାରେ ପହଞ୍ଚି ପାରିବେ ଓ ଏହାଦ୍ୱାରା ସେମାନଙ୍କୁ ରାୟଗଡାର ଦୂରତା ୨୫ କି.ମି. କମିଯାଈଛି[୬][୭][୮][୯]

ବିଶେଷତ୍ୱ[ସମ୍ପାଦନା]

ପୋଲଟି 151 metres (495 ft) ବ୍ୟାପିଛି ଏବଂ ଭୂମିଠାରୁ 30.48 metres (100.0 ft) ଉପରେ ଅବସ୍ଥିତ[୧୦][୧୧] । ଓଡ଼ିଶାର ଧବଳେଶ୍ୱର ପୀଠରେ ଥିବା ଝୁଲା ପୋଲକୁ ଛାଡିଦେଲେ ଓଡ଼ିଶାରେ ଏଭଳି ଝୁଲା ପୋଲ ଅନ୍ୟତ୍ର ଦେଖିବାକୁ ମିଳେ ନାହିଁ । ଜିଲ୍ଲା ପ୍ରଶାସନ ସହାୟତାରେ ନିର୍ମିତ ଏଭଳି ପ୍ରକଳ୍ପର ଅନ୍ୟ ଏକ ଉଦାହରଣ ଓଡ଼ିଶାରେ ଦେଖିବାକୁ ମିଳେନି[୧୨] । ପ୍ରକଳ୍ପଟି ୨୦୧୧ ମସିହାରେ ଆରମ୍ଭ ହୋଇ ମାତ୍ର ତିନି ମାସର ରେକର୍ଡ ସମୟ ମଧ୍ୟରେ ସମ୍ପନ୍ନ ହୋଇପାରିଥିଲା ।

ଭୌଗୋଳିକ ଅବସ୍ଥାନ[ସମ୍ପାଦନା]

ରାୟଗଡା ସହର ନିକଟବର୍ତ୍ତି ଚେକାଗୁଡାଠାରେ ପୋଲଟି ଅବସ୍ଥିତ । ଏହାର ଭୌଗୋଳିକ ଅବସ୍ଥାନ ହେଉଛି Lat 19° 10′ 02″ N and Lon. 83° 25′ 58″ E.

ଆଧାର[ସମ୍ପାଦନା]

  1. "Tourdiaryofdr.A.K.Padhy,IAS"
  2. ""District Portal of Rayagada district"". Archived from the original on 2015-02-14. Retrieved 2015-01-15.
  3. ""Newodisha"". Archived from the original on 2015-02-14. Retrieved 2015-01-15.
  4. "ÖPHWC"
  5. "2.imimg" Archived 2014-12-17 at Archive.is Tender Notice
  6. "ଆର୍କାଇଭ୍ କପି". Archived from the original on 2014-12-31. Retrieved 2015-01-15. {{cite web}}: Cite has empty unknown parameter: |1= (help)
  7. ""Koraputonline"". Archived from the original on 2014-12-31. Retrieved 2015-01-15.
  8. "Indiablooms"
  9. "thehindu"
  10. "Odishadiary" Archived 2013-10-10 at the Wayback Machine. Odisha's second suspension bridge
  11. ""IBNLIVE"". Archived from the original on 2014-12-13. Retrieved 2015-01-15.
  12. "eodisha"

ବାହାର ଲିଙ୍କ[ସମ୍ପାଦନା]

19°10′02″N 83°25′58″E / 19.16722°N 83.43278°E / 19.16722; 83.43278