ଠକ୍କର ବାପା ଆଶ୍ରମ, ରାୟଗଡ଼ା

ଉଇକିପିଡ଼ିଆ‌ରୁ
ଠକ୍କର ବାପା ଆଶ୍ରମ, ରାୟଗଡ଼ା
Thakkar Bapa Ashram, Rayagada.JPG
ଠକ୍କର ବାପା ଆଶ୍ରମ, ରାୟଗଡ଼ା
Religion
ସମ୍ବନ୍ଧତାHinduism
Location
ଅବସ୍ଥିତିରାୟଗଡ଼ା, ଓଡ଼ିଶା, ଭାରତ
ରାଜ୍ୟଓଡ଼ିଶା
ଦେଶଭାରତ

ଠକ୍କର ବାପା ଆଶ୍ରମ ସମାଜସେବୀ ତଥା ଗାନ୍ଧୀବାଦୀ ଅମୃତଲାଲ ବିଠଲଦାସ ଠକ୍କରଙ୍କ (ଠକ୍କର ବାପା)ଦ୍ୱାରା ସଂସ୍ଥାପିତ ଓଡ଼ିଶାର ରାୟଗଡ଼ାଠାରେ ଅବସ୍ଥିତ ଏକ ଆଶ୍ରମ।

ଇତିହାସ[ସମ୍ପାଦନା]

ଠକ୍କର ବାପା ଆଶ୍ରମ୧୯୩୯ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ୧୯୩୮ ମସିହାରୁ ୧୯୪୨ ମସିହା ମଧ୍ୟରେ ଅମୃତଲାଲ ବିଠଲଦାସ ଠକ୍କରଙ୍କ (ଠକ୍କର ବାପା) ବିହାର ତଥା ଓଡ଼ିଶାରେ ଜନଜାତିମାନଙ୍କର ଉନ୍ନତି ସକାଶେ ବିଭିନ୍ନ କମିଟିରେ କାର୍ଯ୍ୟରତ ଥିବା ସମୟରେ ଏହି ଆଶ୍ରମଟିର ପରିକଳ୍ପନା ହୋଇଥିଲା । ପରେ ୧୯୫୮ ମସିହାରେ ଆଶ୍ରମ ପରିସରରେ ଏକ ବିଦ୍ୟାଳୟ ସ୍ଥାପନ କରାଗଲା ।

ପରିଚାଳନା[ସମ୍ପାଦନା]

ଏହି ଆଶ୍ରମଟି ସର୍ଭେଣ୍ଟ୍‌ସ ଅଫ୍ ଇଣ୍ଡିଆ ସୋସାଇଟିଦ୍ୱାରା ପରିଚାଳିତ । ଆଶ୍ରମ ପରିସରରେ ଥିବା ବିଦ୍ୟାଳୟଟି ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ଯାଏ ଅନୁସୂଚିତ ଉପଜାତିର ପିଲାଙ୍କ ଶିକ୍ଷାର ମାନ ଉନ୍ନତ କରିବା ପାଇଁ ଉଦ୍ଦିଷ୍ଟ ।[୧]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]