ବିଷମ କଟକ

ଉଇକିପିଡ଼ିଆ ରୁ
Jump to navigation Jump to search
ବିଷମ କଟକ
—  ସହର  —
ବିଷମ କଟକ
ବିଷମ କଟକର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 19°31′N 83°31′E / 19.52°N 83.52°E / 19.52; 83.52Coordinates: 19°31′N 83°31′E / 19.52°N 83.52°E / 19.52; 83.52
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ରାୟଗଡ଼ା
ଲୋକସଂଖ୍ୟା  (2011)
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା


୩୪୨ metres (୧,୧୨୨ ft)

ବିଷମ କଟକ , ରାୟଗଡ଼ା ଜିଲ୍ଲାର ଏକ ନିର୍ବାଚନ ମଣ୍ଡଳୀ । ଏଠାକାର ଖ୍ରୀଷ୍ଟିୟାନ ହାସପାତାଳ (ମିଶନାରୀ ହାସପାତାଳ) ପାଇଁ ଏହା ବେଶ ଜଣାଶୁଣା ।

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା ଅନୁସାରେ ବିଷମ କଟକ ସହରର ଲୋକସଂଖ୍ୟା ୭୪୦୮[୧] । ସେଥିରୁ ପୁରୁଷ ଲୋକସଂଖ୍ୟା 3723 ଓ ମହିଳା ଲୋକସଂଖ୍ୟା 3685 ।

ଭୂଗୋଳ[ସମ୍ପାଦନା]

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ନିୟମଗିରି ପାହାଡ଼ ପାଦଦେଶରେ ବିଷମକଟକ ଅବସ୍ଥିତ । ବିଷମକଟକର ଭୌଗୋଳିକ ଅବସ୍ଥାନ ହେଉଛି latd = 19.52 । longd = 83.52 । ଏହାର ପଶ୍ଚିମ ଦିଗରେ ନିୟମଗିରି ପାହାଡ ରହିଛି ।

ଇତିହାସ[ସମ୍ପାଦନା]

ଗଙ୍ଗବଂଶିକ ଶାସନ ବେଳେ ବିଷମ କଟକ, ଗୁଡାରି କଟକର ରାଜା ଦାଦାର୍ଣବ ଦେବଙ୍କ ଅଧୀନରେ ଥିଲା ।

୧୬୮୬-୧୭୦୮ ମଧ୍ୟରେ ଜୟପୁରର ତତ୍କାଳୀନ ରାଜା ଥିଲେ ମହାରାଜା ରଘୁନାଥ କୃଷ୍ଣ ଦେଓ ତାଙ୍କ ଅଧୀନରେ ଜମିଦାର ଥିଲେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳର କୃଷ୍ଣ ଥାଟରାଜା ରାଜାଙ୍କ ପରାମର୍ଶକ୍ରମେ ସେ ବିଷମ କଟକ ଜନବସତି ସ୍ଥାପନ କରିଥିଲେ । ପରେ ତାଙ୍କ ପୁତ୍ର ପିତାମ୍ବରଙ୍କଦ୍ୱାରା ଦୁର୍ଗଟିଏ ନିର୍ମିତ ହୋଇଥିଲା । ଦଶହରା ସମୟରେ ଥାଟରାଜା ପାଞ୍ଚ ଶହ ପାଇକ ମେଳରେ ଜୟପୁର ରାଜଦରବାରକୁ ଶୋଭାଯାତ୍ରାରେ ଯାଉଥିଲେ। ଥାଟରାଜାଙ୍କ ଏହି ଶୋଭାଯାତ୍ରା ପରମ୍ପରା ମହାରାଜାଙ୍କ ପାଇଁ ଆନୁଗତ୍ୟର ପ୍ରତୀକ ଥିଲା । ଅନେକ କାରଣରୁ ଥାଟରାଜା ଓ ଜୟପୁର ମହାରାଜାଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ଲାଗିରହିଥିଲା । ଉଭୟ ପକ୍ଷ ମଧ୍ୟରେ ଚାରି ଥର ଯୁଦ୍ଧ ହୋଇଥିବା ଜଣାଯାଏ। ପରେ ଜୟପୁର ରାଜ୍ୟ ସହ ବିଷମକଟକ ମିଶ୍ରଣ ହୋଇଥିଲା ।[୨]

ଦର୍ଶନୀୟ ସ୍ଥାନ[ସମ୍ପାଦନା]

ବିଷମ କଟକ, ମା ମାର୍କମାଂକ ପ୍ରାଚୀନ ପୀଠ ଅଟେ । ମା ମାର୍କମା ଓ ମା କର୍କମାଙ୍କ ପୀଠ ଏବେ ନୂତନ ରୂପରେ ଏକ ଦର୍ଶନୀୟ ସ୍ଥାନ ପାଲଟିଛି[୩] । ବିଷମ କଟକ ନିକଟରେ ଚାଟିକଣା ଶିବ ମନ୍ଦିର ସହିତ ଝରଣା ଏକ ଦର୍ଶନୀୟ ସ୍ଥାନ ।

ଆଧାର[ସମ୍ପାଦନା]

  1. ୨୦୧୧ ଭାରତର ଜନଗଣନା
  2. "ବିଷମ କଟକ". ସମ୍ବାଦ. 9 September 2015. Retrieved 9 September 2015.
  3. " ରାୟଗଡା ଜିଲ୍ଲାର ପର୍ଯ୍ୟଟନସ୍ଥଳୀ-123orissa.com"