ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ), ଭୀମପୁର

ଉଇକିପିଡ଼ିଆ‌ରୁ
ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ), ଭୀମପୁର
ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ(ଡାକିନ୍ୟାଂ), ଭୀମପୁର
ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ(ଡାକିନ୍ୟାଂ), ଭୀମପୁର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtରାୟଗଡ଼ା
Location
Country ଭାରତ
Elevation91 m (299 ft)
Website
"bhimsankarjyotirling"

ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ), ଭୀମପୁରସ୍ଥ ଶିବଲିଙ୍ଗ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ ବୋଲି ବିଶ୍ୱାସ କରାଯାଏ[୧]

ଇତିହାସ[ସମ୍ପାଦନା]

ମହର୍ଷି ବେଦବ୍ୟାସଙ୍କ ରଚିତ ତଥା ବାବାଜୀ ବୈଷ୍ଣବ ଚରଣ ଦାସଙ୍କ ଅନୁବାଦିତ ଲିଙ୍ଗପୁରାଣ[୨] ଅନୁସାରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧରୁ ଗୋଟିକର ଅବସ୍ଥିତି ହେଉଛି "ଡାକିନ୍ୟେ ଭୀମଶଙ୍କରେ" । ମହେନ୍ଦ୍ରତନୟା ନଦୀ ଉପକୂଳ ତଥା ମହେନ୍ଦ୍ରଗିରିର ପଶ୍ଚିମାଞ୍ଚଳରେ ଅବସ୍ଥିତ ବିସ୍ତିର୍ଣ୍ଣ ଅଞ୍ଚଳ ଡାକିନୀ ଅଞ୍ଚଳ ଭାବେ ପୂରାଣ ପ୍ରସିଦ୍ଧ[୩] । ଭୀମପୁରର ଏହି ପୁରାଣ ପ୍ରସିଦ୍ଧ ସ୍ଥଳରେ ଅବସ୍ଥିତ ଶିବଲିଙ୍ଗକୁ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗର ଅନ୍ତର୍ଭୁକ୍ତ କରିବାରେ ଭିନ୍ନ ଭିନ୍ନ ମତ ରହିଛି[୪][୫][୬][୭]ଆଦି ଶଙ୍କରାଚାର୍ଯ୍ୟଙ୍କ ରଚିତ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସ୍ତୋତ୍ରରେ[୮] ମଧ୍ୟ "ଡାକିନ୍ୟେ ଭୀମଶଙ୍କର" ଏହି ଶିବଲିଙ୍ଗକୁ ଲକ୍ଷ୍ୟ କରେ ବୋଲି ଅନେକେ ବିଶ୍ୱାସ କରନ୍ତି । ଉକ୍ତ ଶିବଲିଙ୍ଗର ବିଶେଷତ୍ୱ ହେଉଛି ଯେ ଏହାଙ୍କ ଶକ୍ତି ଚତୁଷ୍କୋଣ ବିଶିଷ୍ଟ ଏବଂ ଏହି ଲିଙ୍ଗରେ ଉପବୀତ ଚିହ୍ନ ରହିଛି । କାରୁକାର୍ଯ୍ୟ ରଚିତ କେତେକ ପ୍ରସ୍ତର ଖଣ୍ଡ ୧୫ ଫୁଟ ୯ ଇଞ୍ଚ ଦୈର୍ଘ୍ୟବିଶିଷ୍ଟ କେତେକ ଇଟାର ସନ୍ଧାନ ମଧ୍ୟ ଏଠାରେ ମିଳିଛି । ମହେନ୍ଦ୍ରଗିରିରେ ଥିବା ମନ୍ଦିରର ପଥର କାରୁକାର୍ଯ୍ୟ ସହିତ ଏଗୁଡ଼ିକର ସାମଞ୍ଜସ୍ୟ ରହିଛି [୯] । ୧୯୭୪ ମସିହାରେ ପ୍ରତ୍ନତତ୍ତ୍ୱ ବିଭାଗଦ୍ୱାରା ଖନନ ହେବାପରେ ଏହା ଲୋକ ଲୋଚନକୁ ଆସିଲା । ନିକଟସ୍ଥ ମହେନ୍ଦ୍ର ତନୟା ନଦୀ ଉପରେ ମାଛଡିଆଁ ଜଳପ୍ରପାତ ରହିଛି ଏକ ଜଳପ୍ରପାତ । ନାଁ ତା'ର ମାଛଡ଼ିଆଁ । ଏଠାକାର ଚିତ୍ତାକର୍ଷକ ଓ ଭୀମଭୈରବ ଦୃଶ୍ୟରେ ଆକୃଷ୍ଟ ହୋଇ ବହୁ ତୀର୍ଥଯାତ୍ରୀ ବର୍ଷ ତମାମ ଆସିଥାନ୍ତି ।

ଭୂଗୋଳ[ସମ୍ପାଦନା]

ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ), ଭୀମପୁରର ଭୌଗୋଳିକ ଅବସ୍ଥିତି ହେଉଛି Lat. ୧୯° ୦୯′ ୩୨″ ଉ: ଏବଂ Long. ୮୩° ୫୫′′ ୦୪″ ପୂ:। ରାୟଗଡ଼ା ଜିଲ୍ଲା ସଦରମହକୁମାଠାରୁ ୧୦୦ କି.ମି. ଓ ଗୁଣୁପୁର ସହରଠାରୁ ୩୫ କି.ମି. ଦୂରରେ ଅବସ୍ଥିତ ଏହି ପ୍ରସିଦ୍ଧ ପୀଠ । ଗୁଣପୁରଠାରୁ ପକ୍କା ସଡକ ପଥ ଚାଲକମ୍ବା, ଖଇରା, ଆମ୍ବାବାଡି, ଟିଟିମିରି ଓ ମୁଣ୍ଡା ଗ୍ରାମ ଦେଇ ଏଠାରେ ପହଞ୍ଚି ହେବ । ନିକଟସ୍ଥ ରେଳଷ୍ଟେସନ ହେଉଛି ଗୁଣୁପୁର ।

ଆଧାର[ସମ୍ପାଦନା]

  1. Jyotirlinga Bhimashankar Jyotirlinga in Wikipedia
  2. "ଲିଙ୍ଗପୁରାଣ"
  3. "Hindu database" Bhimsankar temple in Bhimpur
  4. "Bhabeshpatel" Archived 2014-12-31 at the Wayback Machine. ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ
  5. Sumasurya" ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ
  6. "ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ"
  7. "Sarvamsivamayam"
  8. "Adishankaracharya" Dwadash jyotirlinga strotam
  9. ସମାଜ, ଖବର କାଗଜ (08.03.2015). "ସମାଜ". Samajepaper. {{cite news}}: |access-date= requires |url= (help); Check date values in: |date= (help)

ଅଧିକ ତଥ୍ୟ[ସମ୍ପାଦନା]